OR/Prabhupada 0115 - ମୋର କାମ ହେଉଛି କେବଳ କୃଷ୍ଣଙ୍କର ସନ୍ଦେଶ ପହଞ୍ଚେଇବା



Lecture -- Los Angeles, July 11, 1971

ତେଣୁ, ମୁଁ ଅତ୍ୟନ୍ତ ପ୍ରସନ୍ନ ଯେ ଏହି ବାଳକମାନେ ସହୃଦୟରେ ମୋତେ ସାହାର୍ଯ୍ୟ କରୁଛନ୍ତି କୃଷ୍ଣ ଚେତନା ଆନ୍ଦୋଳନ ପ୍ରସାରିତ କରିବା ପାଇଁ, ଏବଂ କୃଷ୍ଣ ସେମାନଙ୍କୁ ଆଶୀର୍ବାଦ ଦେବେ । ମୁଁ ଅତି ତୁଚ୍ଛ । ମୋର କୌଣସି ସାମର୍ଥ୍ୟ ନାହିଁ । ମୋର କାମ ହେଉଛି କେବଳ କୃଷ୍ଣଙ୍କର ସନ୍ଦେଶ ପହଞ୍ଚେଇବା । ଯେପରିକି ଏକ ଡ଼ାକ ପିଅନ: ତାର କାମ ହେଉଛି ଚିଠି ପହଞ୍ଚେଇବା । ଚିଠିର ଲେଖା ପାଇଁ ସେ ଦିୟୀ ନୁହେଁ । ପ୍ରତିକ୍ରିୟା...ଚିଠି ପଢ଼ିବା ପରେ ଚିଠି ପାଇଥିବା ବ୍ୟକ୍ତି କିଛି ଅନୁଭବ କରିପାରେ, କିନ୍ତୁ ସେ ଦାୟିତ୍ଵ ପିଅନ ପାଇଁ ନୁହେଁ । ସେହିପରି, ମୋର ଦାୟିତ୍ଵ ହେଉଛି, ଯାହା ମୁଁ ମୋର ଆଧ୍ୟାତ୍ମିକ ଗୁରୁଙ୍କ ଠାରୁ, ଗୁରୁ ଶିଷ୍ୟ ପରମ୍ପରାରୁ ପାଇଛି, ଠିକ୍ ତାହା ମୁଁ ପ୍ରସ୍ତୁତ କରୁଛି, କିନ୍ତୁ ବିନା କୌଣସି ଅପମିଶ୍ରଣରେ । ତାହା ହେଉଛି ମୋର କାମ । ତାହା ହେଉଛି ମୋର ଦାୟିତ୍ଵ । ମୋତେ ବାସ୍ତବରେ ଜିନିଷ ଗୁଡ଼ିକୁ ସେହି ରୁପରେ ଉପସ୍ଥାପନ କରିବାକୁ ହେବ ଯେପରି ଏହା କୃଷ୍ଣଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିଲା, ଯେପରି ଏହା ଅର୍ଜୁନଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିଲା, ଯେପରି ଏହା ଆମ ଆଚାର୍ଯ୍ୟମାନଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିଲା, ଭଗବାନ ଚୈତନ୍ୟ, ଏବଂ ପରିଶେଷରେ ମୋର ଆଧ୍ୟାତ୍ମିକ ଗୁରୁ, ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ମହାରାଜ । ତେଣୁ, ସେହିପରି, ତୁମେ ଯଦି କୃଷ୍ଣ ଚେତନା ଆନ୍ଦୋଳନକୁ ସେହି ଉତ୍ସାହ ସହିତ ଗ୍ରହଣ କରିବ, ଏବଂ ଯଦି ତୁମେ ଅନ୍ୟ ଲୋକମାନଙ୍କୁ ବିତରଣ କରିବ, ତୁମ ଦେଶ ବାସୀମାନଙ୍କୁ, ନିଶ୍ଚିତ ଭାବରେ ଏହା ପ୍ରଭାବକାରୀ ହେବ, କାରଣ ଏଥିରେ କୌଣସି ଅପମିଶ୍ରଣ ନାହିଁ । କୌଣସି ମିଥ୍ୟା ନାହିଁ । କୌଣସି ଛଳ ନାହିଁ । ଏହା ହେଉଛି ଶୁଦ୍ଧ ଆଧ୍ୟାତ୍ମିକ ଚେତନା । କେବଳ ଏହାକୁ ଅଭ୍ୟାସ କର ଏବଂ ବିତରଣ କର । ତୁମର ଜୀବନ ଆନନ୍ଦମୟ ହେବ ।