OR/Prabhupada 0117 - ମାଗଣା ଭୋଜନାଳୟ ଏବଂ ମାଗଣା ଶୋଇବା ଆବାସ



Lecture on SB 7.9.24 -- Mayapur, March 2, 1976

ଏହା ହେଉଛି ଉଦ୍ଦେଶ୍ୟ, ଚାକର ହେବା ଏବଂ ଦାସୀ ହେବା । ଏହା ହେଉଛି ମାନବ ସଭ୍ୟତାର ଆଦର୍ଶ । ପ୍ରତ୍ୟେକ ସ୍ତ୍ରୀ ତା ସ୍ଵାମୀର ଦାସୀ ହେବା ପାଇଁ ଚେଷ୍ଟା କରିବା ଉଚିତ୍, ଏବଂ ପ୍ରତ୍ୟେକ ପୁରୁଷ କୃଷ୍ଣଙ୍କର ଶହେ ଥର ସେବକ ହେବା ପାଇଁ ଚେଷ୍ଟା କରିବା ଉଚିତ୍ । ଏହ ହେଉଛି ଭାରତୀୟ ସଭ୍ୟତା, ନା କି "ସ୍ଵାମୀ ଏବଂ ସ୍ତ୍ରୀ, ଆମର ସମାନ ଅଧିକାର ଅଛି ।" ତାହା, ଇଉରୋପରେ, ଆମେରିକାରେ, ଆନନ୍ଦୋଳନ ଚାଲିଛି, "ସମାନ ଅଧିକାର ।" ତାହା ବୈଦିକ ସଭ୍ୟତା ନୁହେଁ । ଵୈଦିକ ସଭ୍ୟତା ହେଉଛି ସ୍ଵାମୀ କୃଷ୍ଣଙ୍କର ଦାୟିତ୍ଵବାନ ସେବକ ହେବା ଉଚିତ୍, ଏବଂ ସ୍ତ୍ରୀ ସ୍ଵାମୀର ଦାୟିତ୍ଵବାନ ଦାସୀ ହେବା ଉଚିତ୍ ।

ସେଥିପାଇଁ ଏଠାରେ କୁହାଯାଇଛି, ଉପନୟ ମାମ୍ ନିଜ-ଭ୍ରତ୍ୟ-ପାଶର୍ବମ୍ (SB 7.9.24) । ତାହା ହେଉଛି ଭଲ ସଙ୍ଗ । ଯେତେବେଳେ ନାରଦ ମୁନି ବର୍ଣ୍ଣନା କରୁଥିଲେ କିପରି ପୁରୁଷମାନେ ବ୍ୟବହାର କରିବା ଉଚିତ୍, କିପରି ସ୍ତ୍ରୀମାନେ ବ୍ୟବହାର କରିବା ଉଚିତ୍... ଆମେ ବର୍ତ୍ତମାନ ଆମର ଟେପ୍ ଡିକଟାଫୋନରେ (ରେକଡିଙ୍ଗ୍ ଯନ୍ତ୍ର) ଆଲୋଚନା କରୁଛୁ । ତୁମେ ତାହା ଶୁଣିବ । ମାଲିକ ହେବାପରି କୌଣସି କଥା ନାହିଁ । ଏହା ବ୍ୟର୍ଥ ଅଟେ । ତୁମେ ମାଲିକ ହୋଇପାରିବ ନାହିଁ । ଅହଙ୍କାର ବିମୂଢ଼ାତ୍ମା କର୍ତ୍ତାହମିତି ମନ୍ୟତେ (BG 3.27) । ତୁମେ ମାଲିକ ହୋଇପାରିବ ନାହିଁ । ଜୀହ୍ଵେର ସ୍ଵରୂପ ହୋୟ ନିତ୍ୟ କୃଷ୍ଣ ଦାସ (CC Madhya 20.108-109) । ପୁରୁଷ ହେଉ କିମ୍ଵା ସ୍ତ୍ରୀ ହେଉ, ସମସ୍ତେ କୃଷ୍ଣଙ୍କର ସେବକ । ଆମେ ସେହି ସ୍ତରରେ ପ୍ରଶିକ୍ଷିତ ହେବା ଉଚିତ୍, କିପରି ଭଲ ସେବକ ହୋଇପାରିବା, କେବଳ ପ୍ରତ୍ୟକ୍ଷ ସେବକ ନୁହେଁ, କିନ୍ତୁ ସେବକମାନଙ୍କ, ସେବକ । ଏହାକୁ ସେବକ ପରମ୍ପରା କୁହାଯାଏ । ମୋର ଆଧ୍ୟାତ୍ମିକ ଗୁରୁ ତାଙ୍କର ଆଧ୍ୟାତ୍ମିକ ଗୁରୁଙ୍କର ସେବକ ଅଟନ୍ତି, ଏବଂ ମୁଁ ମଧ୍ୟ ମୋର ଆଧ୍ୟାତ୍ମିକ ଗୁରୁଙ୍କର ସେବକ ଅଟେ । ସେହିପରି, ଆମେ ଭାବୁଛୁ "ସେବକର ସେବକ ।" ହେବାର କୌଣସି ପ୍ରଶ୍ନ ନାହିଁ... ଏହା ହେଉଛି ଭୌତିକ ରୋଗ(CC Madhya 13.80) ।

କୃଷ୍ଣ ଭୁଲିଆ ଜୀବ ଭୋଗ ବାଞ୍ଛା କାରେ
ପାଶେତେ ମାୟା ତାରେ ଜାପଟିଆ ଧାରେ ।

ଯଥା ଶୀଘ୍ର ଆମେ ଫୁଲିଯିବା - "ମୁଁ ବର୍ତ୍ତମାନ ମାଲିକ ହୋଇଯିବି । ମୁଁ କେବଳ ଆଦେଶ ଦେବି । ମୁଁ କାହାକୁ ଅନୁସରଣ କରିବି ନାହିଁ " - ତାହା ହେଉଛି ମାୟା ।

ତେଣୁ ସେହି ରୋଗ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ତଳେ ପିମ୍ପୁଡ଼ି ପର୍ଯ୍ୟନ୍ତ ଚାଲିଛି । ପ୍ରହଲ୍ଲାଦ ମହାରାଜା ବୁଝିପାରିଥିଲେ ଏହି ତଥାକଥିତ ମିଥ୍ୟା ପ୍ରତିଷ୍ଠିତ ମାଲିକ ହେବାର ସ୍ଥିତିକୁ । ସେ କୁହଁନ୍ତି ଯେ "ମୁଁ ଏହି ମିଛ କଥା ସହିତ ପରିଚିତ । କୃପୟା ମୋତେ ନିଯୁକ୍ତ କରନ୍ତୁ..." ନିଜ-ଭ୍ରତ୍ୟ-ପାର୍ଶ୍ଵମ୍ । ନିଜ ଭ୍ରତ୍ୟ ପାର୍ଶ୍ଵମ୍ ଅର୍ଥାତ୍ ଯେପରିକି ଶିଷ୍ୟ । ଶିଷ୍ୟ, ଜଣେ ଶିଷ୍ୟ ଏକ ନିପୁଣ ବ୍ୟକ୍ତି ସହିତ ବ୍ୟସ୍ତ । ଧିରେ ଧିରେ, ଶିଷ୍ୟ ଶିଖିଯାଏ କିପରି କାମ କରିବ । ସେଥିପାଇଁ ସେ କୁହଁନ୍ତି, ନିଜ-ଭ୍ରତ୍ୟ-ପାର୍ଶ୍ଵମ୍ । "ନା ଯେ ତୂରନ୍ତ ମୁଁ ନିପୁଣ ସେବକ ହୋଇଯିବି, କିନ୍ତୁ ମୋତେ..." ଆମର ଏହି ଅନୁଷ୍ଠାନ ସେହି ଉଦ୍ଦେଶ୍ୟ ପାଇଁ ଆଛି । ଯଦି କେହି ଏଠାକୁ ଆସେ, ମାଗଣା ଭୋଜନାଳୟ ଏବଂ ମାଗଣା ଶୋଇବା ଆବାସ, ତେବେ ତାର ଏହି ଅନୁଷ୍ଠାନକୁ ଆସିବା ବ୍ୟର୍ଥ ଅଟେ । ତାକୁ ସେବା କରିବା ଶିଖିବାକୁ ହେବ । ନିଜ-ଭ୍ରତ୍ୟ-ପାର୍ଶ୍ଵମ୍ । ଯେଉଁମାନେ ସେବା କରୁଛନ୍ତି, ସେମାନେ... ତାଙ୍କ ପାଖରୁ ଶିଖିବା ଉଚିତ୍ ଯେ କିପରି ସେ ଚବିଶ ଘଣ୍ଟା ସେବା କରୁଛନ୍ତି; ତେବେ ଆମର ଏହି ଅନୁଷ୍ଠାନରେ ଯୋଗ ଦେବା ସଫଳ ହେବ । ଏବଂ ଯଦି ଆମେ ଏହାକୁ ଗ୍ରହଣ କରିବା ଯେ "ଏଠାରେ ଗୋଟିଏ ଅନୁଷ୍ଠାନ ଅଛି ଯେଉଁଠାରେ ଆମେ ମାଗଣା ଭୋଜନାଳୟ, ମାଗଣା ବାସସ୍ଥଳି, ଏବଂ ମାଗଣା ଇନ୍ଦ୍ରିୟ ତୃପ୍ତି ପାଇପାରିବା," ତେବେ ଏ ଅନୁଷ୍ଠାନ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହେଇଯିବ ସାବଧାନ । ସମସ୍ତ ଜିବିସି, ସେମାନେ ସାବଧାନ ରହିବେ ଯେ ଏଭଳି ମନୋବୃତ୍ତି ଆଗକୁ ନ ବଢ଼େ । ସମସ୍ତେ ଖୁବ୍ ଆଗ୍ରହର ସହିତ ସେବା କରିବା ଉଚିତ୍, ସେବା କିପରି କରିବ ଶିଖିବାକୁ ହେବ । ନିଜ ଭୃତ୍ୟ ପାରସ୍ଵମ୍, ତେବେ ଜୀବନ ସାର୍ଥକ ହେବ । ବହୁତ ବହୁତ ଧନ୍ୟବାଦ ।