OR/Prabhupada 0123 - ଆତ୍ମସମର୍ପଣ କରିବାକୁ ବାଧ୍ୟ - ତାହା ହେଉଛି ବିଶେଷ କୃପା



Lecture-Day after Sri Gaura-Purnima -- Hawaii, March 5, 1969

ଭକ୍ତ: ଆମେ କୃଷ୍ଣଙ୍କୁ ଅନୁରୋଧ କରିପାରିବୁ କି ସେ ଆମକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବେ, ଆମର ଅନୁବନ୍ଧନ ସ୍ଥିତି ଯୋଗୁଁ?

ପ୍ରଭୁପାଦ: ହଁ, ତୁମେ ତାଙ୍କୁ ଅନୁରୋଧ କରିପାରିବ । ଏବଂ ବେଳେ ବେଳେ ସେ ବାଧ୍ୟ କରନ୍ତି । ସେ ତୁମକୁ ଏପରି ପରିସ୍ଥିତିରେ ପକାନ୍ତି ଯେ ତୁମ ପାଖରେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନ ଥାଏ । ହଁ । ତାହା ବିଶେଷ କୃପା ଅଟେ । ତାହା ବିଶେଷ କୃପା ଅଟେ । ହଁ । ମୋର ଆଧ୍ୟାତ୍ମିକ ଗୁରୁ ଚାହୁଁଥିଲେ କି ମୁଁ ପ୍ରଚାର କରେ, କିନ୍ତୁ ମୁଁ ଏହା ପସନ୍ଦ କରୁ ନ ଥିଲି, କିନ୍ତୁ ସେ ମୋତେ ବାଧ୍ୟ କରୁଲେ । ହଁ । ତାହା ମୋର ବ୍ୟବହାରିକ ଅନୁଭବ । ସନ୍ୟାସ ନେବା ଏବଂ ପ୍ରଚାର କରିବା ପାଇଁ ମୋର କୌଣସି ଇଛା ନ ଥିଲା, କିନ୍ତୁ ମୋର ଆଧ୍ୟାତ୍ମିକ ଗୁରୁ ଏହା ଚାହୁଁଥିଲା । ମୁଁ ଅଧିକ ପ୍ରସ୍ତୁତ ନ ଥିଲି, କିନ୍ତୁ ସେ ମୋତେ ବାଧ୍ୟ କରିଲେ । ତାହା ମଧ୍ୟ କରାଯାଏ । ତାହା ହେଉଛି ବିଶେଷ କୃପା । ଯେତେବେଳେ ସେ ମୋତେ ବାଧ୍ୟ କରିଲେ, ସେହି ସମୟରେ, ମୁଁ ଭାବିଲି ଯେ "ଏହା କ'ଣ? କ'ଣ...? ମୁଁ କିଛି ଭୁଲ କରୁଛି କିମ୍ଵା ଏହା କ'ଣ?" ମୁଁ ଦ୍ଵନ୍ଦରେ ଥିଲି । କିନ୍ତୁ କିଛି ସମୟ ପରେ, ମୁଁ ବୁଝିପାରିଲି ଯେ ଏହା ହେଉଛି ମୋ ଉପରେ ସବୁଠାରୁ ବଡ଼ କୃପା । ତୁମେ ଦେଖୁଛ? ତେଣୁ ଯେତେବେଳେ କୃଷ୍ଣ ଜଣକୁ ବାଧ୍ୟ କରନ୍ତି ଆତ୍ମସମର୍ପଣ କରିବା ପାଇଁ, ତାହା ହେଉଛି ସବୁଠାରୁ ବଡ଼ କୃପା । କିନ୍ତୁ ସାଧାରଣତଃ, ସେ ତାହା କରନ୍ତି ନାହିଁ । କିନ୍ତୁ ସେ ସେପରି କରନ୍ତି ସେହି ବ୍ୟକ୍ତି ପାଇଁ ଯିଏ କୃଷ୍ଣଙ୍କ ସେବାରେ ଗମ୍ଭୀର କିନ୍ତୁ ସେହି ସମୟରେ ସେ ଭୌତିକ ଆନନ୍ଦ ପାଇଁ ମଧ୍ୟ ସାମାନ୍ୟ ଇଛୁକ । ସେହି ସ୍ଥିତିରେ ସେ କରନ୍ତି, ଯେ "ଏହି ମୂର୍ଖ ବ୍ୟକ୍ତି ଜାଣି ନାହିଁ ଯେ ଭୌତିକ ସୁବିଧା କଦାପି ତାକୁ ଖୁସୀ କରିପାରିବ ନହିଁ, ଏବଂ ସେ ଦାୟିତ୍ଵର ସହିତ ମୋ କୃପା ପାଇବା ପାଇଁ ପ୍ରୟାସ କରୁଛି । ତେଣୁ ସେ ହେଉଛି ମୂର୍ଖ । ସେଥିପାଇଁ ଯାହା କିଛି ସମ୍ଵଳ, ସ୍ଵଳ୍ପ ସମ୍ଵଳ ସେ ଭୌତିକ ଆନନ୍ଦ ପାଇଁ ପାଇଛି, ଏହାକୁ ବିଛେଦ କର । ତାପରେ ତା ପାଖରେ ମୋତେ ଆତ୍ମସମର୍ପଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିବ ।" ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି, ନା, ଶ୍ରୀମଦ୍ ଭାଗବତମ୍ ରେ । ଯସ୍ୟାହମ୍ ଅନୁଘ୍ରନାମି ହରିଶ୍ୟେ ତଦ୍ ଧନମ୍ ସନୈହି । କୃଷ୍ଣ କୁହଁନ୍ତି ଯେ, "ଯଦି ମୁଁ ଜଣଙ୍କ ଉପରେ ବିଶେଷ କୃପା କରେ, ତେବେ ମୁଁ ତାକୁ ଅତି ଦରିଦ୍ର କରିଦିଏ । ମୁଁ ତାହାର ଇନ୍ଦ୍ରିୟ ତୃପ୍ତିର ସମସ୍ତ ସାଧନ ନେଇଯାଏ ।" ତୁମେ ଦେଖିଛ? ତାହା ଶ୍ରୀମଦ୍ ଭାଗବତମ୍ ରେ ବର୍ଣ୍ଣନା କରାଯାଇଛି । କାରଣ ଏଠାରେ ଏହି ଭୌତିକ ଦୁନିଆରେ ସମସ୍ତେ ଅଧିକ ଟଙ୍କା ରୋଜଗାର କରି ଖୁସୀ ହେବା ପାଇଁ ଚେଷ୍ଟା କରୁଛନ୍ତି, ବ୍ୟବସାୟ ଦ୍ଵାରା, ସେବା ଦ୍ଵାରା, ଏହି ପ୍ରକାରେ କିମ୍ଵା ସେହି ପ୍ରକାରେ । କିନ୍ତୁ ବିଶେଷ ସ୍ଥିତିରେ କୃଷ୍ଣ ତାହାର ବ୍ୟବସାୟ କିମ୍ଵା ସେବା ଅସଫଳ କରିଦିଅନ୍ତି । ତୁମକୁ ତାହା ପସନ୍ଦ କି? (ହସ) ସେହି ସମୟରେ କୃଷ୍ଣଙ୍କ ପାଖରେ ଆତ୍ମସମର୍ପଣ କରିବା ବ୍ୟତୀତ ତା ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥାଏ । ତୁମେ ଦେଖୁଛ? କିନ୍ତୁ ବେଳେ ବେଳେ, ଯେତେବେଳେ ଆମେ ଅମ ବ୍ୟବସାୟର ପ୍ରୟାସ କିମ୍ଵା ରୋଜଗାର ର ପ୍ରୟାସରେ ବିଫଳ ହେଉ, ଆମେ ଦୁଃଖୀ ହେଉ ଯେ "ଓ, କୃଷ୍ଣ ମୋ ଉପରେ ଏତେ ନିର୍ଦୟୀ ଯେ ମୁଁ ବିଶ୍ଵାସ କରିପାରିବି ନାହିଁ ।" କିନ୍ତୁ ତାହା ହେଉଛି ତାଙ୍କର କୃପା, ବିଶେଷ କୃପା । ତୁମେ ଏପରି ବୁଝିବା ଉଚିତ୍ ନୁହେଁ ।