OR/Prabhupada 0134 - ତୁମେ ମାରିବ ନାହିଁ, ଏବଂ ତୁମେ ମାରୁଛ



Morning Walk -- October 4, 1975, Mauritius

ପ୍ରଭୁପାଦ: ଖ୍ରଷ୍ଟିୟାନ ପାଦ୍ରୀ, ସେମାନେ ମୋତେ ପଚାରିଲେ ଯେ "କାହିଁକି ଖ୍ରଷ୍ଟିୟାନ ଧର୍ମ ଗୁରୁତ୍ଵ ହରେଇ ଚାଲିଛି? ଆମେ କ'ଣ କରିଛୁ?" ତେଣୁ ମୁଁ ସେମାନଙ୍କୁ କହିଲି, "ତୁମେ କ'ଣ କରି ନାହଁ?"(ହାସ୍ୟ)

ଚ୍ୟାବନ: ହଁ ।

ପ୍ରଭୁପାଦ: ତୁମେ ଖ୍ରୀଷ୍ଟଙ୍କର ଆଦେଶକୁ ପ୍ରାରମ୍ଭରୁ ଭଙ୍ଗ କରିଦେଇଛ, 'ତୁମେ ମାରିବ ନାହିଁ,' ଏବଂ ତୁମେ ମାରୁଛ, କେବଳ ହତ୍ୟା । ତେଣୁ ତୁମେ କ'ଣ କରିନାହଁ ?"

ଭକ୍ତ୧: ସେମାନେ କହୁଛନ୍ତି ଯେ ମନୁଷ୍ୟମାନଙ୍କୁ ପଶୁମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ଉଚିତ୍ ।

ପ୍ରଭୁପାଦ: ସେଥିପାଇଁ ତୁମେ ସେମାନଙ୍କୁ ମାର ଏବଂ ଖାଅ । ଭାରୀ ଭଲ ତର୍କ । "ପିତା ଶିଶୁ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ଉଚିତ୍; ସେଥିପାଇଁ ଶିଶୁମାନଙ୍କୁ ମାରିଦେବା ଏବଂ ଖାଇଦେବା ଉଚିତ୍ ।" ତେଣୁ ଦୁର୍ଜନମାନେ, ଏବଂ ସେମାନେ ନିଜକୁ ଧାର୍ମିକ ନେତା ଘୋଷିତ କରୁଛନ୍ତି ।

ପୁଷ୍ଟ କୃଷ୍ଣ: ପ୍ରଭୁପାଦ, ଯଦି ଆମେ ପ୍ରତି ମୂହୁର୍ତ୍ତରେ ମାରୁଛୁ ନିଶ୍ଵାସ ନେଲା ବେଳେ ଏବଂ ଚଲିଲାବେଳେ ଏବଂ ଅନେକ କାମ କରିଲା ବେଳେ, ଏବଂ ତାପରେ କହୁ, "ତୁମେ ମାରିବ ନାହିଁ," ତେବେ ଭଗବାନ ଆମକୁ ଏପରି ଏକ ନିର୍ଦ୍ଦେଶ ଦେଇ ନାହାଁନ୍ତି ଯାହା ଅସମ୍ଭବ ଅଟେ?

ପ୍ରଭୁପାଦ: ନା । ନିଷ୍ଠାପୂର୍ବକ ଭାବେ ତୁମେ ଏହା କରିବା ଉଚିତ୍ ନୁହେଁ । କିନ୍ତୁ ଅଜାଣତରେ, ତୁମେ ଯଦି ଏହା କର, ତାହା କ୍ଷମା କରାଯାଇପାରିବ । ନ ପୁନର୍ ବଧ୍ୟତେ । ଅହ୍ଲାଦିନି-ଶକ୍ତି, ଏହା ହେଉଛି ଆନନ୍ଦର ଶକ୍ତି । ତେଣୁ ଆନନ୍ଦ ଶକ୍ତି କୃଷ୍ଣଙ୍କ ପାଇଁ ଯନ୍ତ୍ରଣା ଦାୟକ ନୁହେଁ । କିନ୍ତୁ ଏହା ଯନ୍ତ୍ରଣା ଦାୟକ । ଏହା ଆମ ପାଇଁ ଯନ୍ତ୍ରଣା ଦାୟକ, ବଦ୍ଧଜୀବି ଆତ୍ମାମାନଙ୍କ ପାଇଁ । ଏହି ଗୋଲଡେନ ମୁନ୍ (ଏକ ମଦ୍ୟାଳୟର ନାମ?), ସମସ୍ତେ ସେଠାକୁ ଆନନ୍ଦ ପାଇଁ ଆସନ୍ତି, କିନ୍ତୁ ସେ ପାପୀ କାର୍ଯ୍ୟକଳାପମାନଙ୍କରେ ସଂପୃକ୍ତ ହୋଇ ଚାଲିଛନ୍ତି । ସେଥିପାଇଁ ଏହା ଅନନ୍ଦ ନୁହେଁ । ଏହା ତାକୁ ଯନ୍ତ୍ରଣା ଦେବ । ଅନେକ ପରିଣାମ । ଯୌନ ଜୀବନ, ଏହା ଅବୈଧ ନ ହେଲେ ମଧ୍ୟ, ତଥାପି, ଏହା ଯନ୍ତ୍ରଣା ଦାୟକ, ପରିଣାମ । ତୁମକୁ ପିଲାମାନଙ୍କର ଯତ୍ନ ନେବାକୁ ହେବ । ତୁମକୁ ପିଲା ଜନ୍ମ କରିବାକୁ ହେବ । ତାହା ଯନ୍ତ୍ରଣା ଦାୟକ । ତୁମକୁ ପ୍ରସବ ପାଇଁ ଚିକିତ୍ସାଳୟକୁ ମୂଲ୍ୟ ଦେବାକୁ ହେବ, ତାପରେ ଶିକ୍ଷା, ତାପରେ ଚିକିତ୍ସକର ଚିଠା(ବିଲ୍) - ଅନେକ ଯନ୍ତ୍ରଣା ଦାୟକ କଥା । ତେଣୁ ଏହି ଆନନ୍ଦ, ଯୌନ ଆନନ୍ଦ, ପରେ ଅନେକ ଯନ୍ତ୍ରଣା ଅଛି । ତାପ-କାରୀ । ସେହି ଆନନ୍ଦର ଶକ୍ତି ଜୀବମାନଙ୍କ ପାଖରେ ଅଳ୍ପ ପରିମାଣରେ ଅଛି, ଏବଂ ଯଥା ଶୀଘ୍ର ସେମାନେ ଏହାର ଉପଯୋଗ କରନ୍ତି, ଏହା ଯନ୍ତ୍ରଣା ଦାୟକ ହୋଇଯାଏ । ଏବଂ ସେହି ଆନନ୍ଦର ଶକ୍ତି ଆଧ୍ୟାତ୍ମିକ ଦୁନିଆରେ, କୃଷ୍ଣଙ୍କର ଗୋପୀମାନଙ୍କ ସହିତ ନୃତ୍ୟ କରିବା, ତାହା ଯନ୍ତ୍ରଣା ଦାୟକ ନୁହେଁ । ତାହା ଆନନ୍ଦ ଦାୟକ । ବ୍ୟକ୍ତି, ଯଦି ସେ ଉତ୍ତମ ଖାଦ୍ୟ ପଦାର୍ଥ ନିଏ ଏହା ଦୁଃଖଦ ଅଟେ । ଯଦି ଏକ ରୋଗ ଗ୍ରସ୍ତ ବ୍ୟକ୍ତି, ଯଦି ସେ ନିଏ...

ଚ୍ୟବନ: ସେ ଅଧିକ ଅସୁସ୍ଥ ହୋଇଯିବ ।

ପ୍ରଭୁପାଦ: ଅଧିକ ଅସୁସ୍ଥ । ସେଥିପାଇଁ ଏହି ଜୀବନ ତପସ୍ୟା କରିବା ପାଇଁ ହୋଇଛି, ସ୍ଵୀକାର କରିବା ପାଇଁ ନୁହେଁ - ସ୍ଵଇଛାରେ ଅସ୍ଵୀକାର । ତେବେ ଏହା ଭଲ ।