OR/Prabhupada 0136 - ଗୁରୁ ଶିଷ୍ୟ ପରମ୍ପରା ଦ୍ଵାରା ଜ୍ଞାନ ତଳକୁ ଆସେ



Lecture with Translator -- Sanand, December 25, 1975

ତେବେ ଭଗବାନ ଅର୍ଥାତ୍ ପରମ ପୁରଷୋତ୍ତମ ଭଗବାନ । ପରମ ସତ୍ୟ ତିନୋଟି ସ୍ତରରେ ସଂପାଦିତ ହୁଏ: ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶଦ୍ଦୟତେ (SB 1.2.11) । ପରମ ସତ୍ୟ ପ୍ରାରମ୍ଭରେ ଅବ୍ୟକ୍ତିକ ବ୍ରାହ୍ମଣ ରୂପରେ ଅନୁଭବ କରାଯାଇ ପାରିବ, ଯାହା ହେଉଛି ଜ୍ଞାନିମାନଙ୍କର ଉଦ୍ଦେଶ୍ୟ, ଏବଂ ତାପରେ, ପରମାତ୍ମା, ଯାହା ହେଉଛି ଯୋଗୀମାନଙ୍କର ଉଦ୍ଦେଶ୍ୟ, ଏବଂ ପରିଶେଷରେ, ଅନ୍ତିମ ଶଦ୍ଦ ପରମ ଭାବନାରେ ହେଉଛନ୍ତି ବ୍ୟକ୍ତି, ପରମ ପୁରୁଷ ଭଗବାନ । ଅନ୍ତିମ ବିବାଦ ହେଉଛନ୍ତି ପରମ ପୁରୁଷ ଭାଗବାନ, ଯେପରି ଆମେ ବୁଝିପାରୁଛୁ ଯେ ସୂର୍ଯ୍ୟ ଗ୍ରହରେ ସେଠାରେ ପରମ ବ୍ୟକ୍ତି କିମ୍ଵା ସୂର୍ଯ୍ୟ-ନାରାୟଣ, କିମ୍ଵା ସୂର୍ଯ୍ୟ ଗ୍ରହର ମୂଖ୍ୟ ବ୍ୟକ୍ତି । ତାଙ୍କର ନାମ ମଧ୍ୟ ଭଗବଦ୍ ଗୀତାରେ ଦିଆଯାଇଛି - ବିବସ୍ଵାନ୍ । ଭଗବାନ ଚତୁର୍ଥ ଅଧ୍ୟାୟରେ କହୁଛନ୍ତି, ଇମଂ ବିବସ୍ଵତେ ଯୋଗଂ ପ୍ରୋକ୍ତ ବାନହମବ୍ୟୟମ୍ (BG 4.1) "ମୁଁ ପ୍ରଥମେ ଭଗବଦ୍ ଗୀତାର ଏହି ବିଜ୍ଞାନ, ଏହି ଯୋଗ ପ୍ରଣାଳୀ, ବିବସ୍ଵାନ, ସୂର୍ଯ୍ୟ ଭଗବାନଙ୍କୁ ବୁଝେଇଥିଲି ।" ବିବସ୍ଵାନ୍ ମନବେ ପ୍ରାହ ମନୁରିକ୍ଷ୍ଵାକବେଽବ୍ରବୀତ୍ । ଏବଂ ବିବସ୍ଵାନ୍, ସୂର୍ଯ୍ୟ ଭଗବାନ, ସେ ମନୁଙ୍କୁ ବୁଝେଇଥିଲେ, ଏବଂ ମନୁ ତାଙ୍କର ପୁତ୍ରକୁ ବୁଝେଇଥିଲେ । ଏହି ପ୍ରକାରରେ, ଗୁରୁ ଶିଷ୍ୟ ପରମ୍ପରା ଦ୍ଵାରା ଜ୍ଞାନ ତଳକୁ ଆସେ । ତେଣୁ ଆମେ ଯେତେବେଳେ ଜ୍ଞାନ ବିଷୟରେ କହୁ, ଏହା ଏକ ବ୍ୟକ୍ତି ଠାରୁ ଶିଖିଥିବା ଜ୍ଞାନ ହେବା ଉଚିତ୍ । ତେଣୁ ଭଗବାନ, ପରମ ସତ୍ୟକୁ ବୁଝିବା ପାଇଁ ଶେଷ ଶଦ୍ଦ ଅଟେ । ସେ ଏହି ଭଗବଦ୍ ଗୀତାରେ କହିଛନ୍ତି ।

ତେଣୁ ବ୍ୟାସ ଦେବଙ୍କର ଏଠାରେ ବିଶେଷ ଭାବରେ ଅର୍ଥ ହେଉଛି, ଭଗବାନ ଉବାଚ । ସେ କହି ନାହଁନ୍ତି କୃଷ୍ଣ ଉବାଚ, କାରଣ ବେଳେ ବେଳେ ମୂର୍ଖମାନଙ୍କ ଦ୍ଵାରା କୃଷ୍ଣଙ୍କୁ ଭୁଲ ବୁଝାଯାଏ । ତେଣୁ ଭଗବାନ ଉବାଚ, ଏହି ଶଦ୍ଦ, ଅର୍ଥାତ୍ ସେ ଯାହା କୁହଁନ୍ତି, ସେଥିରେ କୌଣସି ତ୍ରୁଟି କିମ୍ଵା ଅପୂର୍ଣ୍ଣତା ନ ଥାଏ । ଆମପରି ସାଧାରଣ ବ୍ୟକ୍ତି ପାଇଁ ଚାରୋଟି ତ୍ରୁଟି ଥାଏ: ଭ୍ରମ ପ୍ରମାଦ ବିପ୍ରଲିପ୍ସା କର-ନାପାଟବ । ତେଣୁ ପରମ ପୁରୁଷୋତ୍ତମ କୃଷ୍ଣଙ୍କ ଠାରେ କିମ୍ଵା ଆତ୍ମ ବୋଧ ବ୍ୟକ୍ତି ଠାରେ, କୃଷ୍ଣଙ୍କର ସେବକ, ଯେଉଁମାନେ କୃଷ୍ଣଙ୍କୁ ବୁଝନ୍ତି, ସେମାନଙ୍କ ପାଇଁ କୌଣସି ଅପୂର୍ଣ୍ଣତା ନାହିଁ । ସେମାନେ ପୂର୍ଣ୍ଣ ଅଟନ୍ତି । ଏହି କାରଣରୁ କୃଷ୍ଣ ନିର୍ଦ୍ଦେଶ ଦିଅନ୍ତି,

ତଦ୍ ବିଦ୍ଧି ପ୍ରଣିପାତେନ
ପରିପ୍ରଶ୍ନେନ ସେବୟା
ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ
ଜ୍ଞାନିନସ୍ତତ୍ତ୍ଵ ଦର୍ଶିନଃ
(BG 4.34

ବାସ୍ତବରେ ଯିଏ ଦେଖିଛି କିମ୍ଵା ବାସ୍ତବରେ ଯିଏ ସତ୍ୟକୁ ଅନୁଭବ କରିଛି, ତୁମକୁ ସେଠାରୁ ଜ୍ଞାନ ନେବାକୁ ହେବ । ତେଣୁ ଆମକୁ ଏପରି ବ୍ୟକ୍ତି ପାଖରେ ପହଞ୍ଚିବାକୁ ହେବ । ଅନ୍ୟଥା, ଯଦି ଆମେ କଳ୍ପନା କରୁଥିବା ବ୍ୟକ୍ତି ପାଖରେ ପାହଞ୍ଚିବା, ତେବେ ଆମେ ବାସ୍ତବ ଜ୍ଞାନ ପ୍ରାପ୍ତ କରି ପାରିବା ନାହିଁ । ତେଣୁ ଯେଉଁମାନେ କଳ୍ପନା କରନ୍ତି, ସେମାନେ ବୁଝିପାରନ୍ତି ନାହିଁ ଭଗବାନ କ'ଣ । ସେଥିପାଇଁ ସେମାନେ ଭୁଲ କରନ୍ତି ଯେ "ଭଗବାନ ଏପରି," "ଭଗବାନ ସେପରି," "କୌଣସି ଭଗବାନ ନାହାଁନ୍ତି," "କୌଣସି ରୂପ ନାହିଁ ।" ଏହି ସମସ୍ତ ନିରର୍ଥକ କଥା ପ୍ରସ୍ତାବିତ କରନ୍ତି, କାରଣ ସେମାନେ ଅପୂର୍ଣ୍ଣ । ସେଥିପାଇଁ ଭଗବାନ କହିଛନ୍ତି, ଅବଜାନନ୍ତି ମାଂ ମୂଢ଼ା ମାନୁଷାଂ ତନୁମାଶ୍ରିତମ୍ (BG 9.11) । କାରଣ ସେ ଆମର ହିତ ପାଇଁ ମାନବ ରୂପରେ ଆସନ୍ତି, ମୂର୍ଖ ଏବଂ ଦୁର୍ଜନମାନେ ତାଙ୍କୁ ସାଧାରଣ ବ୍ୟକ୍ତି ଭାବନ୍ତି । ଯଦି ଭଗବାନ କୁହଁନ୍ତି, ଅହଂ ବୀଜପ୍ରଦଃ ପିତା (BG 14.4), "ମୁଁ ହେଉଛି ବୀଜ ପ୍ରଦାନ କରିଥିବା ପିତା," ତେଣୁ ଆମେ, ଆମମାନମଙ୍କ ମଧ୍ୟରୁ ପ୍ରତ୍ୟେକ, ଆମେ ଜାଣିଛୁ ଯେ ମୋର ପିତା ହେଉଛନ୍ତି ଏକ ବ୍ୟକ୍ତି, ତାର ପିତା ହେଉଛନ୍ତି ଏକ ବ୍ୟକ୍ତି, ତାର ପିତା ହେଉଛନ୍ତି ଏକ ବ୍ୟକ୍ତି, ଏବଂ କାହିଁକି ପରମ ପୁରୁଷ କିମ୍ଵା ପରମ ପିତା ଆବ୍ୟକ୍ତିକ ହୋଇଥିବା ଉଚିତ୍? କାହିଁକି? ଏବଂ ସେଥିପାଇଁ ଆମେ ଭଗବାନଙ୍କ ଠାରୁ ପୂର୍ଣ୍ଣ ଜ୍ଞାନ ଶିଖିବା ଉଚିତ୍ । ଏହି ଭଗବଦ୍ ଗୀତା ସେଥିପାଇଁ ପରମ ପୁରୁଷ ଭଗବାନଙ୍କ ଠାରୁ ମିଳିଥିବା ପୂର୍ଣ୍ଣ ଜ୍ଞାନ ଅଟେ । ଆମେ ଏପରିକି ଭଗବଦ୍ ଗୀତାର ଏକ ଶଦ୍ଦ ମଧ୍ୟ ପରିବର୍ତ୍ତନ କରିପାରିବା ନାହିଁ । ଏହା ମୂର୍ଖତା ଅଟେ । ତେଣୁ ଆମର କୃଷ୍ଣ ଚେତନା ଅନ୍ଦୋଳନ ଏହି ସିଦ୍ଧାନ୍ତ ଅନୁସରଣ କରେ । ଆମେ କୌଣସି ମନଗଢ଼ଣ କଥା ନିର୍ମାଣ କରୁ ନାହୁଁ । ଆମେ କେବଳ ପରମ ପୁରୁଷ ଭଗବାନଙ୍କ ଦ୍ଵରା ଦିଆଯାଇଥିବା ସନ୍ଦେଶ ବିତରଣ କରୁ । ଏବଂ ଏହା ବ୍ୟବହାରିକ ରୂପରେ ପ୍ରଭାବୀ ହୋଇ ଚାଲିଛି ।