OR/Prabhupada 0141 - ମା କ୍ଷୀର ଯୋଗେଇ ଦିଏ, ଏବଂ ତୁମେ ମା ର ହତ୍ୟା କରୁଛ



Garden Conversation -- June 14, 1976, Detroit

ଜୟଦ୍ଵେତ: ମହାବିଦ୍ୟାଳୟ କାର୍ଯ୍ୟକ୍ରମରେ, ସତସ୍ଵରୂପ ମହାରାଜ ଏଵଂ ମୁଁ ବର୍ଣ୍ଣାଶ୍ରମ-ଧର୍ମ ବିଷୟରେ ଅନେକ ଗୁଡିଏ ଶିକ୍ଷା ଦେଇଛୁ । କାରଣ ସେମାନେ ସବୁବେଳେ ହିନ୍ଦୁ ଧର୍ମର ଜାତିପ୍ରଥା ସମ୍ବନ୍ଧରେ କିଛି ଶୁଣିବାକୁ ଇଛା ପ୍ରକାଶ କରନ୍ତି, ତେଣୁ ସେମାନେ ସେହି ଆଧାରରେ ଆମକୁ ଶୁଣିବେ । ଏବଂ ତେବେ ଆମେ ବର୍ଣ୍ଣାଶ୍ରମ-ଧର୍ମ ବିଷୟରେ କହୁ । ଏବଂ ସେମାନଙ୍କ ପାଖରେ କୌଣସି ସିଦ୍ଧାନ୍ତ ହିଁ ନାହିଁ ଆମକୁ ପରାସ୍ତ କରିବା ପାଇଁ । ସେମାନେ ସବୁବେଳେ ଦୁର୍ବଳ ଯୁକ୍ତି କରନ୍ତି, କିନ୍ତୁ ତାଙ୍କ ପାଖରେ କୌଣସି ଉନ୍ନତ ବ୍ୟବସ୍ଥା ମଧ୍ୟ ନାହିଁ ।

ପ୍ରଭୁପାଦ: ତାଙ୍କର ଯୁକ୍ତି କେଉଁ ବିଷୟରେ?

ଜୟଦ୍ଵେତ: କ୍ଵଚିତ୍...ସେମାନଙ୍କୁ କିଛି ଜଣା ଅଛି, ସେମାନେ ଯୁକ୍ତି କରିବେ ଯେ କୌଣସି ସାମାଜିକ ଅସ୍ଥିରତା ନାହିଁ, କାରଣ ତାଙ୍କ ସମସ୍ତଙ୍କର ଶାରୀରିକ ବିଚାର ଅଛି ଯେ ଜାତି ଜନ୍ମ ଦ୍ଵାରା ନିର୍ଣ୍ଣୟ କରାଯାଏ ।

ପ୍ରଭୁପାଦ: ନା, ତାହା ତଥ୍ୟ ନୁହେଁ ।

ଜୟଦ୍ଵେତ: ନା ।

ପ୍ରଭୁପାଦ: ଯୋଗ୍ୟତା ।

ଜୟଦ୍ଵେତ: ଯେତେବେଳେ ଆମେ ବାସ୍ତବ ବିଚାର ପ୍ରସ୍ତୁତ କରୁ, ତେବେ ସେମାନେ କେବଳ ସେଠାରେ ବସି ରହଁନ୍ତି, ସେମାନଙ୍କ ପାଖରେ ଯୁକ୍ତି କରିବାକୁ କିଛି ନ ଥାଏ । ଏବଂ ତାପରେ ଆମେ ତାଙ୍କ ବ୍ୟବସ୍ଥାକୁ ଆହ୍ଵାନ ଦେଉ, ଯେ "ତୁମ ସମାଜର ଉଦ୍ଦେଶ୍ୟ କ'ଣ? ଏହାର ଲକ୍ଷ୍ୟ କ'ଣ?" ଏବଂ ସେମାନେ କିଛି କହି ପାରନ୍ତି ନାହିଁ ।

ପ୍ରଭୁପାଦ: ଯେ ପର୍ଯ୍ୟନ୍ତ ଗତିବିଧିଗୁଡ଼ିକର ବିଭାଜନ ନ ହୋଇଛି, କିଛି ମଧ୍ୟ ପୂର୍ଣ୍ଣ ଭାବରେ କରାଯାଇ ପାରିବ ନାହିଁ । ଶରୀରରେ ସ୍ଵାଭାବିକ ବିଭାଜନ ଅଛି - ମୁଣ୍ଡ, ହାତ, ପେଟ ଏବଂ ଗୋଡ । ସେହିପରି, ସାମାଜିକ ଶରୀରରେ ମଧ୍ୟ ମୂଖ୍ୟ ରହିବା ଉଚିତ୍, ବୁଦ୍ଧିମାନ ଶ୍ରେଣୀର ବ୍ୟକ୍ତି, ବ୍ରାହ୍ମଣ । ତେବେ ସବୁକିଛି ସୁଚାରୁ ରୂପରେ ଚାଲିବ । ଏବଂ ବର୍ତ୍ତମାନ ସମୟରେ, କୌଣସି ବୁଦ୍ଧିମାନ ଶ୍ରେଣୀର ବ୍ୟକ୍ତି ନାହାଁନ୍ତି । ସମସ୍ତେ ଶ୍ରମିକ, କର୍ମଚାରୀ ଶ୍ରେଣୀର ବ୍ୟକ୍ତି, ଚତୁର୍ଥ ଶ୍ରେଣୀ । କୌଣସି ପ୍ରଥମ ଶ୍ରେଣୀ ନାହିଁ, ନା ଦ୍ଵିତୀୟ ଶ୍ରେଣୀ । ସେଥିପାଇଁ ସମାଜ ବିଶୃଙ୍ଖଳିତ ସ୍ଥିତିରେ ଅଛି । କୌଣସି ମସ୍ତିଷ୍କ ନାହିଁ । ଜୟଦ୍ଵେତ: ସେମାନଙ୍କର ଗୋଟିଏ ଆପତ୍ତି, ଯେତେବେଳେ ଆମେ ପ୍ରସ୍ତୁତ କରୁ ଯେ ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ୟାସ ଅଛନ୍ତି, ତାପରେ ସେମାନେ ସ୍ଵତଃ ବିରୋଧି ହୋଇଯାଆନ୍ତି, କାରଣ ସେମାନେ ବୁଝିପାରନ୍ତି ଯେ ଆମେ ଇନ୍ଦ୍ରିୟ ସନ୍ତୁଷ୍ଟିର ବିପକ୍ଷରେ ଅଛୁ । ପ୍ରଭୁପାଦ: ହଁ । ଇନ୍ଦ୍ରିୟ ସନ୍ତୁଷ୍ଟି ପଶୁ ସଭ୍ୟତା ଅଟେ । ଏବଂ ଇନ୍ଦ୍ରିୟ ନିୟନ୍ତ୍ରଣ କରିବା ମାନବ ସଭ୍ୟତା... ଇନ୍ଦ୍ରିୟ ସନ୍ତୁଷ୍ଟି ମାନବ ସଭ୍ୟତା ନୁହେଁ । ଇନ୍ଦ୍ରିୟ ସନ୍ତୁଷ୍ଟି ମାନବ ସଭ୍ୟତା ନୁହେଁ । ନା । ତାହା ସେମାନେ ଜାଣି ନାହାଁନ୍ତି । ସେମାନଙ୍କର କେନ୍ଦ୍ରିୟ ପ୍ରସଙ୍ଗ ହେଉଛି ଇନ୍ଦ୍ରିୟ ସନ୍ତୁଷ୍ଟି କରିବା । ତାହା ହେଉଛି ତ୍ରୁଟି । ସେମାନେ ମାନବ ସଭ୍ୟତା ରୂପରେ ପଶୁ ସଭ୍ୟତା ଚଲଉଛନ୍ତି । ତାହା ହେଉଛି ତ୍ରୁଟି । ଇନ୍ଦ୍ରିୟ ସନ୍ତୁଷ୍ଟି ହେଉଛି ପଶୁ ସଭ୍ୟତା । ଏବଂ ବାସ୍ତବରେ ସେମାନେ ହେଉଛନ୍ତି ପଶୁ । ଯଦି ସେମାନେ ନିଜ ପିଲାକୁ ମାରି ପାରନ୍ତି, ସେ ହେଉଛି ପଶୁ । ଯେପରିକି ବିଲେଇ, କୁକୁର, ସେମାନେ ନିଜ ପିଲାକୁ ମାରିଦିଅନ୍ତି । ତାହା କ'ଣ? ଏହା ହେଉଛି ପଶୁ । କିଏ କହୁଥିଲା ଯେ ପିଲାକୁ, ତାହା କ'ଣ, ଛାଡି ଦେଇଥିବା ଜିନିଷପତ୍ରରେ ପକେଇ ଦେଇଥିଲା ।

ହରି ଶୋରୀ: ଛାଡି ଦେଇଥିବା ଜିନିଷପତ୍ର ସିନ୍ଦୁକରେ । ଜାପାନରେ, ତ୍ରିବିକ୍ରମ ମାହାରାଜ । ସେ କହୁଥିଲେ ଦୁଇଶହ ହଜାରରୁ ଅଧିକ, ଅହ, କୋଡିଏ ହଜାର ପିଲା, ସେମାନେ ସେମାନଙ୍କୁ ଛାଡି ଦେଇଥିବା ଜିନିଷପତ୍ର ସିନ୍ଦୁକରେ ପକେଇ ଦିଅନ୍ତି ଏବଂ ଛାଡି ଚାଲିଯାଆନ୍ତି ।

ପ୍ରଭୁପାଦ: ବସ୍ ଷ୍ଟେସନ୍? ରେଳ ଷ୍ଟେସନ୍? ଜିନିଷ ଛାଡି ଦିଅ । ପକେଇ ଦିଅ ଏବଂ ବନ୍ଦ କରିଦିଅ, ତାପରେ ଆସ ନାହିଁ । ତାପରେ ଯେତେବେଳେ ଦୁର୍ଗନ୍ଧ ଆସେ...ଏହା ଚାଲିଛି । ଏହା ହେଉଛି କେବଳ ପଶୁ ସଭ୍ୟତା । ଗାଈ ଠାରୁ ଶେଷ ବୁନ୍ଦା କ୍ଷୀର ନିଅଁନ୍ତି ଏବଂ ତୂରନ୍ତ ଏହାକୁ ବଧସ୍ଥଳୀକୁ ପଠେଇ ଦିଅଁନ୍ତି । ସେମାନେ ସେପରି କରୁଛନ୍ତି । ବଧସ୍ଥଳୀକୁ ପଠେଇବା ପୂର୍ବରୁ, ସେମାନେ ଗାଈଠାରୁ ଶେଷ ବୁନ୍ଦା କ୍ଷୀର କାଢ଼ି ନିଅଁନ୍ତି । ଏବଂ ତୂରନ୍ତ ହତ୍ୟା । ତେଣୁ ତୁମକୁ କ୍ଷୀରର ଆବଶ୍ୟକତା ଅଛି, ତୁମେ ଏତେ ସାରା କ୍ଷୀର ନେଉଛ, କ୍ଷୀର ବିନା ତୁମେ... ଏବଂ ଯେଉଁ ପଶୁଠାରୁ ତୁମେ କ୍ଷୀର ନିଅ, ସେ ହେଉଛି ତୁମର ମା । ସେମାନେ ଏହା ଭୁଲିଯାଉଛନ୍ତି । ମା କ୍ଷୀର ଯୋଗେଇ ଦିଏ, ସେ ତାର ଶରୀରରୁ କ୍ଷୀର ଯୋଗେଇ ଦିଏ, ଏବଂ ତୁମେ ମା ର ହତ୍ୟା କରୁଛ? ଏହା ସଭ୍ୟତା କି? ମା ର ହତ୍ୟା କରିବା? ଏବଂ କ୍ଷୀର ଅତ୍ୟାବଶ୍ୟକ । ସେଥିପାଇଁ ତୁମେ ଏହାର ଶେଷ ବୁନ୍ଦା କାଢ଼ି ନେଉଛ । ଅନ୍ୟଥା, ଗାଈଠାରୁ ଶେଷ ବୁନ୍ଦା କ୍ଷୀର କାଢ଼ି ନେବାର ଫାଇଦା କ'ଣ? ଏହା ଅତ୍ୟାବଶ୍ୟକ । ତେବେ କାହିଁକି ତାକୁ ବଞ୍ଚିବାକୁ ଦେଉନାହଁ ଏବଂ ତୁମକୁ କ୍ଷୀର ଯୋଗାଇ ଦେବାକୁ, ଏବଂ ତୁମେ କ୍ଷୀରରୁ ଶହେ ଏବଂ ହଜାରେ ଅତ୍ୟନ୍ତ ପୋଷ୍ଟିକ ଏବଂ ସ୍ଵାଦିଷ୍ଟ ବ୍ୟଂଜନ ବନେଇ ପାରିବ? ସେହି ବୁଦ୍ଧିମତା କାହିଁ? କ୍ଷୀର କିଛି ନୁହେଁ କିନ୍ତୁ ରକ୍ତର ପରିବର୍ତ୍ତନ । ତେଣୁ ରକ୍ତ ନେବା ବଦଳରେ, ପରିବର୍ତ୍ତନ ନିଅ ଏବଂ ଭଲରେ ସଚରିତ୍ର ଭଦ୍ର ବ୍ୟକ୍ତି ପରି ଜୀବନ ଯାପନ କର । ନା । ସେମାନେ ଭଦ୍ର ମଧ୍ୟ ନୁହଁନ୍ତି । ବଦମାସ, ଅସଭ୍ୟ । ଯଦି ତୁମେ ମାଂସ ଖାଇବାକୁ ଚାହୁଁଛ, ତେବେ ତୁମେ କିଛି ତୁଚ୍ଛ ପଶୁମାନଙ୍କୁ ମାରି ପାରିବ ଯେପରିକି ଘୁଷୁରି ଏବଂ କୁକୁର ଯେଉଁମାନଙ୍କର କୌଣସି ଉପଯୋଗ ନାହିଁ । ତୁମେ ସେମାନଙ୍କୁ ଖାଇ ପାରିବ, ଯଦି ତୁମେ ଖାଇବାକୁ ଚା‍ହୁଁଛ । ତାକୁ ଅନୁମତି ଦିଆଯାଇଛି, ଘୁଷୁରି ଏବଂ କୁକୁରକୁ ଅନୁମତି ଦିଆଯାଇଛି । କାରଣ କୌଣସି ବୁଦ୍ଧିମାନ ଶ୍ରେଣୀର ଲୋକମାନେ ମାଂସ ଖାଆନ୍ତି ନାହିଁ । ଏହା ହେଉଛି ନିଚ ଶ୍ରେଣୀ । ତେଣୁ ସେମାନଙ୍କୁ ଅନୁମତି ଅଛି, "ଠିକ୍ ଅଛି ତୁମେ ଘୁଷୁରି ଖାଇ ପାରିବ, ଶବ୍ପାଚ ।" ନିଚ ଶ୍ରେଣୀର ବ୍ୟକ୍ତି, ସେମାନେ ଘୁଷୁରି ଏବଂ କୁକୁର ଖାଆନ୍ତି । ଏପର୍ଯ୍ୟନ୍ତ ସେମାନେ ଖାଉଛନ୍ତି । ତେଣୁ ତୁମେ ଯଦି ମାଂସ ଚାହୁଁଛ, ତୁମେ ଏହି ନଗଣ୍ୟ ପଶୁମାନଙ୍କର ହତ୍ୟା କରିପାରିବ । କାହିଁକି ତୁମେ ସେହି ପଶୁକୁ ମାରୁଛ ଯାହାର ଶେଷ ବୁନ୍ଦା କ୍ଷୀର ତୁମକୁ ଆବଶ୍ୟକ? ଅଭିପ୍ରାୟ କ'ଣ? ଏବଂ ଯେତେବେଳେ ତୁମେ କୃଷ୍ଣଙ୍କୁ ନିଅ, ସେ ପୁତନାର ହତ୍ୟା କରିଥିଲେ କିନ୍ତୁ ତାକୁ ମା ର ସ୍ଥାନ ଦେଇଥିଲେ । କାରଣ କୃଷ୍ଣ ଆଭାରୀ ଥିଲେ, ଯେ "ପୁତନାର ଉଦ୍ଦେଶ୍ୟ ଯାହା କିଛି ହେଉ, କିନ୍ତୁ ମୁଁ ତାର ସ୍ତନ୍ୟପାନ କରିଥିଲି, ତେଣୁ ସେ ହେଉଛି ମୋର ମା ।" ତେଣୁ ଆମେ ଗାଈଠାରୁ କ୍ଷୀର ନେଉଛୁ । ଗାଈ ମୋର ମା ନୁହେଁ କି? କିଏ କ୍ଷୀର ବିନା ବଞ୍ଚିପାରିବ? ଏବଂ କିଏ ଗାଈର କ୍ଷୀର ପିଇ ନାହିଁ? ତୂରନ୍ତ, ସକାଳେ ତୁମକୁ କ୍ଷୀରର ଆବଶ୍ୟକତା ଥାଏ । ଏବଂ ପଶୁ, ସେ ତୁମକୁ କ୍ଷୀର ଯୋଗେଇ ଦିଏ, ସେ ମା ନୁହେଁ କି? ଅଭିପ୍ରାୟ କ'ଣ? ମାତୃ-ହତ୍ୟା କରୁଥିବା ସଭ୍ୟତା । ଏବଂ ସେମାନେ ଖୁସୀ ରହିବାକୁ ଚାହୁଁଛନ୍ତି । ଏବଂ ସମୟ ସମୟରେ ବଡ଼ ଯୁଦ୍ଧ ଏବଂ ପାଇକାରୀ ନରସଂହାର, ପ୍ରତିକ୍ରିୟା ହୁଏ ।