OR/Prabhupada 0150 - ଆମେ ଜପ କରିବା ଛାଡ଼ିବା କଥା ନୁହଁ



Lecture on SB 6.1.15 -- Denver, June 28, 1975

ଅଥାପି ତେ ଦେବ ପଦାମ୍ଭୁଜ ଦବ୍ୟମ୍ ପ୍ରସାଦ ଲେଶାନୁଗ୍ରହିତ ଏବ ହି, ଜାନାତି ତତ୍ଵମ ନ ଚାନ୍ୟ ଏକୋ ଅପି ବିଚିନବନ୍ (SB 10.14.29) ଯେଉଁମାନଙ୍କୁ କୃଷ୍ଣଙ୍କର ଅକାରଣ କୃପା ମିଳେ, ସେମାନେ କୃଷ୍ଣଙ୍କୁ ବୁଝିପାରିବେ । ଅନ୍ୟମାନେ, ନ ଚାନ୍ୟ ଏକୋ ଅପି ବିଚିନ୍ଵନ୍ । ଚିରମ୍ ଅର୍ଥାତ୍ ଲମ୍ଵା ସମୟ ପାଇଁ, ଅନେକ ବର୍ଷ ପାଇଁ, ଯଦି ସେମାନେ ଭଗବାନ କ'ଣ କେବଳ କଳ୍ପନା କରନ୍ତି, କିମ୍ଵା କୃଷ୍ଣ କ'ଣ, ସେହି ପ୍ରକ୍ରିୟା ଆମକୁ ସାହାର୍ଯ୍ୟ କରିପାରିବ ନାହିଁ । ଏହି ପ୍ରକାରର ଅନେକ ବୈଦିକ ଶ୍ଳୋକ ଅଛି ।

ଅହଃ ଶ୍ରୀ କୃଷ୍ଣ ନାମାଦି
ନ ଭବେଦ ଗ୍ରାହୟମ୍ ଇନ୍ଦ୍ରିୟୈଃ
ସେବନ୍ମୁଖେ ହି ଜିହ୍ଵାଦୌ
ସ୍ଵୟମ୍ ଏବ ସ୍ଫୁରତି ଅଦଃ
(CC Madhya 17.136)

କୃଷ୍ଣ, ତାଙ୍କର ନାମ, ତାଙ୍କର ପ୍ରସିଦ୍ଧି, ତାଙ୍କର ଗୁଣ, ତାଙ୍କର ଗତିବିଧି... ଶ୍ରୀ କୃଷ୍ଣ ନାମାଦି ନ ଭବେଦ...ନାମାଦି ଅର୍ଥାତ୍ "ପବିତ୍ର ନାମରୁ ଆରମ୍ଭ ।" ତେଣୁ ସମ୍ଭବ ନୁହେଁ...ତେଣୁ ଯଦି ଆମେ ନିଜକୁ ଭୌତିକ ମଞ୍ଚରେ ରଖିବା, ତେବେ ହଜାର ବର୍ଷ ପାଇଁ ଆମେ ଜପ କରିଲେ ମଧ୍ୟ, ଏହା କଷ୍ଟକର ହେବ । ଏହାକୁ ନାମଅପରାଧ କୁହାଯାଏ । ଅବଶ୍ୟ, ପବିତ୍ର ନାମ ଏତେ ଶକ୍ତିଶାଳୀ ଯେ ଅପରାଧ ସହିତ ଜପ କରିଲେ ମଧ୍ୟ, ଧିରେ ଧିରେ ଏହା ଶୁଦ୍ଧ ହୋଇଯାଏ । ସେଥିପାଇଁ, ଆମେ ଜପ କରିବା ଛାଡ଼ିବା କଥା ନୁହଁ । କୌଣସି ପରିସ୍ଥିତିରେ, ଆମେ ହରେ କୃଷ୍ଣ ଜପ କରିବା ଉଚିତ୍ । କିନ୍ତୁ ଚେତାବନି ହେଉଛି ଯେ ଯଦି ଆମେ ନିଜକୁ ଭୌତିକ ସ୍ତରରେ ରଖିବା, ତେବେ କୃଷ୍ଣଙ୍କୁ ବୁଝିବା ସମ୍ଭବ ହେବ ନାହିଁ, ତାଙ୍କର ପବିତ୍ର ନାମ, ତାଙ୍କର ଗୁଣ, ତାଙ୍କର ରୂପ, ତାଙ୍କର ଗତିବିଧି । ଏହା ସମ୍ଭବ ହେବ ନାହିଁ । ତେଣୁ ପ୍ରକ୍ରିୟା ହେଉଛି ଭକ୍ତି । ଏବଂ ଯେତେବେଳେ ତୁମେ କୃଷ୍ଣଙ୍କୁ ବୁଝିବା ସ୍ତରକୁ ଆସିଯିବ, ତେବେ ତୁରନ୍ତ ତୁମେ ଆଧ୍ୟାତ୍ମିକ ଦୁନିଆକୁ ସ୍ଥାନାନ୍ତରିତ ହେବା ପାଇଁ ଯୋଗ୍ୟ ହୋଇଯିବ । ତାହା ହେଉଛି...କୃଷ୍ଣ ଭଗବଦ୍ ଗୀତାରେ ମଧ୍ୟ କହିଛନ୍ତି, ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି (BG 4.9) ।