OR/Prabhupada 0152 - ଏକ ପାପି ମନୁଷ୍ୟ କୃଷ୍ଣ ଚେତନାଶୀଳ ହୋଇପାରିବ ନାହିଁ



Lecture on BG 1.31 -- London, July 24, 1973

ଯେ କେହି, ସମସ୍ତେ ଖୁସି ହେବା ପାଇଁ ଚାହୁଁଛନ୍ତି ଏହି ଗୃହ-କ୍ଷେତ୍ର-ସୁତାପ୍ତ-ବିତ୍ତୈଃ (SB 5.5.8) ଗୃହସ୍ଥ ଜୀବନ ସହିତ, ଏବଂ କିଛି ଜମି ରଖି । ସେହି ଦିନ ଗୁଡ଼ିକରେ, କୌଣସି ବାଣିଜ୍ୟ ନ ଥିଲା । ସେଥିପାଇଁ ବାଣିଜ୍ୟ ନାହିଁ । ଜମି । ଯଦି ତୁମର ଜମି ଅଛି, ତେବେ ତୁମେ ନିଜର ଖାଦ୍ୟ ଉତ୍ପାଦନ କରିପାରିବ । କିନ୍ତୁ ବାସ୍ତବରେ ତାହା ହେଉଛି ଆମର ଜୀବନ । ଏଠାରେ ଏହି ଗାଁରେ ଆମେ ଏତେ ସାରା ଜମି ଖାଲି ପଡ଼ିଥିବା ପାଇବା, କିନ୍ତୁ ସେମାନେ ସେମାନଙ୍କର ଖାଦ୍ୟ ଉତ୍ପାଦନ କରୁ ନାହାଁନ୍ତି । ସେମାନେ ଗାଈକୁ ନିଜର ଖାଦ୍ୟ ବନେଛନ୍ତି, ସେମାନଙ୍କୁ ମାରିବା ଏବଂ ସେମାନଙ୍କୁ ଖାଇବା । ଏହା ଭଲ ନୁହେଁ । ଗୃହ-କ୍ଷେତ୍ର । ତୁମେ ଗୃହସ୍ଥ ହୁଅ, କିନ୍ତୁ ତୁମର ଖାଦ୍ୟ ଜମିରୁ ଉତ୍ପାଦନ କର, ଗୃହ-କ୍ଷେତ୍ର । ଏବଂ ଯେତେବେଳେ ତୁମେ ଖାଦ୍ୟ ଉତ୍ପାଦନ କରିବ, ତେବେ ପିଲା ଜନ୍ମ କର, ଗୃହ-କ୍ଷେତ୍ର-ସୁତ-ଆପ୍ତ-ବିତ୍ତୈ । ଭାରତରେ, ଗାଁରେ, ସେଠାରେ, ଏବେ ମଧ୍ୟ ପ୍ରଣାଳୀ ଅଛି, ଗରୀବମାନଙ୍କ ମଧ୍ୟରେ, କୃଷକମାନଙ୍କ ମଧ୍ୟରେ, ଯେ ଯଦି କୃଷକ ଗୋଟିଏ ଗାଈର ଭରଣ ପୋଷଣ ନ କରି ପାରେ, ସେ ବିବାହ କରିବ ନାହିଁ । ଜୋରୁ ଏବଂ ଗୋରୁ । ଜୋରୁ ଅର୍ଥାତ୍ ସ୍ତ୍ରୀ, ଏବଂ ଗୋରୁ ଅର୍ଥାତ୍ ଗାଈ । ତେଣୁ ଜଣେ ସ୍ତ୍ରୀ ରଖି ପାରିବ ଯଦି ସେ ଗାଈ ମଧ୍ୟ ରଖିବା ପାଇଁ ସମର୍ଥ ହୋଇପାରିବ । ଜୋରୁ ଏବଂ ଗୋରୁ । କାରଣ ଯଦି ତୁମେ ସ୍ତ୍ରୀ ରଖ, ତୂରନ୍ତ ପିଲା ହେବେ । କିନ୍ତୁ ଯଦି ତୁମେ ସେମାନଙ୍କୁ ଗାଈ କ୍ଷୀର ନ ଦେଇ ପାରିବ, ପିଲାମାନେ ଦୁର୍ବଳ ହୋଇଯିବେ । ସେମାନେ ଯଥେଷ୍ଟ କ୍ଷୀର ପିଇବା ଉଚିତ୍ । ତେଣୁ ଗାଈକୁ ମା ବିଚାର କରାଯାଏ । କାରଣ ଏକ ମା ପିଲାକୁ ଜନ୍ମ ଦିଏ, ଅନ୍ୟ ଏକ ମା କ୍ଷୀର ଯୋଗାଇ ଦିଏ ।

ତେଣୁ ସମସ୍ତଙ୍କୁ ଗାଈ ମାତାର ଉପକୃତ ହେବା ଉଚିତ୍, କାରଣ ସେ କ୍ଷୀର ଯୋଗାଇ ଦିଏ । ତେଣୁ ଶାସ୍ତ୍ର ଅନୁସାରେ ଆମର ସାତ ଜଣ ମା ଅଛନ୍ତି । ଆଦୌ ମାତା, ପ୍ରକୃତ ମା, ଯାହା ଶରୀର ରୁ ମୁଁ ଜନ୍ମ ଗ୍ରହଣ କରିଛି । ଆଦୌ ମାତା, ସେ ହେଉଛି ମା । ଗୁରୁ ପତ୍ନୀ, ଶିକ୍ଷକଙ୍କର ସ୍ତ୍ରୀ । ସେ ମଧ୍ୟ ମାତା । ଆଦୌ ମାତା, ଗୁରୁ ପତ୍ନୀ, ବ୍ରହ୍ମଣୀ । ବ୍ରାହ୍ମଣର ସ୍ତ୍ରୀ, ସେ ମଧ୍ୟ ମା । ଅାଦୌ ମାତା, ଗୁରୁ ପତ୍ନୀ, ବ୍ରହ୍ମଣୀ, ରାଜା ପତ୍ନୀକା, ରାଣୀ ହେଉଛିନ୍ତି ମା । ତେବେ କେତେ ଜଣ? ଆଦୌ ମାତା ଗୁରୁ ପତ୍ନୀ ବ୍ରାହ୍ମଣୀ ରାଜା ପତ୍ନୀକା, ତାପରେ ଧେନୁ । ଧେନୁ ଅର୍ଥାତ୍ ଗାଇ । ସେ ମଧ୍ୟ ମା । ଏବଂ ଧାତ୍ରୀ । ଧାତ୍ରୀ ଅର୍ଥାତ୍ ଧାଈ । ଧେନୁ ଧାତ୍ରୀ ତଥା ପୃଥିବୀ, ପୃଥିବୀ ମଧ୍ୟ । ପୃଥିବୀ ମଧ୍ୟ ମା । ସାଧାରଣତଃ ଲୋକମାନେ ମାତୃଭୂମିର ଯତ୍ନ ନିଅନ୍ତି, ଯେଉଁଠାରେ ସେମାନେ ଜନ୍ମ । ତାହା ଭଲ । କିନ୍ତୁ ତା ସହିତ ମା ଗାଈର ମଧ୍ୟ ଯତ୍ନ ନେବା ଉଚିତ୍ । କିନ୍ତୁ ସେମାନେ ମା'ର ଯତ୍ନ ନେଉ ନାହାଁନ୍ତି । ସେଥିପାଇଁ ସେମାନେ ପାପି ଅଟନ୍ତି । ସେମାନଙ୍କୁ ପୀଡ଼ିତ ହେବାକୁ ପଡ଼ିବ । ଯୁଦ୍ଧ, ମହାମାରୀ, ଅକାଳ ସେଠାରେ ହେବା ଉଚିତ୍ । ଯଥା ଶୀଘ୍ର ଲୋକମାନେ ପାପି ହୋଇଯାଆନ୍ତି, ତୂରନ୍ତ ପ୍ରକୃତିର ଦଣ୍ଡ ସ୍ଵୟଂଚାଳିତ ରୂପରେ ଆସିବ । ତୁମେ ଏହାକୁ ପରିହାର କରି ପାରିବ ନାହିଁ ।

ସେଥିପାଇଁ କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଏହି ସମସ୍ତ ସମସ୍ୟାର ସମାଧାନ । ଲୋକମାନଙ୍କୁ ଶିକ୍ଷିତ କରିବା କି ସେମାନେ ପାପି ନ ହୁଅନ୍ତୁ । କାରଣ ଏକ ପାପି ମନୁଷ୍ୟ କୃଷ୍ଣ ଚେତନାଶୀଳ ହୋଇପାରିବ ନାହିଁ । କୃଷ୍ଣ ଚେତନାଶୀଳ ହେବା ଅର୍ଥାତ୍ ତାକୁ ତାର ପାପି କାର୍ଯ୍ୟକଳାପ ଗୁଡ଼ିକୁ ତ୍ୟାଗ କରିବାକୁ ହେବ ।