OR/Prabhupada 0157 - ଯେପର୍ଯ୍ୟନ୍ତ ତୁମର ହୃଦୟ ପରିଷ୍କାର ହୋଇ ନାହିଁ, ତୁମେ ବୁଝିପାରିବ ନାହିଁ ହରି କିଏ



Lecture on SB 6.2.11 -- Vrndavana, September 13, 1975

ଯଦି ତୁମେ ଶାସ୍ତ୍ରର ଉପଦେଶ ସ୍ଵୀକାର ନ କରିବ, ବିଶେଷ କରି ଯେତେବେଳେ କୃଷ୍ଣ, ପରମ ଭଗବାନ, ତୁମକୁ ଭଗବଦ୍ ଗୀତାରେ ଉପଦେଶ ଦେଇଛନ୍ତି... ତାହା ହେଉଛି ସମସ୍ତ ଶାସ୍ତ୍ରର ସାରାଂଶ । ତୁମେ ତାହା ଗ୍ରହଣ କର । ତେବେ ତୁମେ ସୁଖୀ ହୋଇପାରିବ । ଅନ୍ୟଥା ନୁହେଁ । ତେଣୁ ଏଠାରେ ଏହା କୁହାଯାଇଛି ଯେ ଅଘବାନ୍, ପାପି ବ୍ୟକ୍ତି, ଶୁଦ୍ଧ ହୋଇପାରିବେ ନାହିଁ, କେବଳ ଧାର୍ମିକ ବିଧି ବିଧାନ, ପ୍ରାୟଶ୍ଚିତ, ବ୍ରତ ଦ୍ଵାରା । ତେବେ ଏହା କିପରି ସମ୍ଭବ? କାରଣ ସମସ୍ତେ... ୟଥା ହରେର ନାମ । ସେଥିପାଇଁ ପ୍ରଦର୍ଶିତ ପନ୍ଥା ହେଉଛି, ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ (CC Adi 17.21) । ଏକା କଥା । ତୁମେ କେବେ ଶାସ୍ତ୍ରର ଉପଦେଶ ବିରୋଧାତ୍ମକ ପାଇବ ନାହିଁ । ଏହା ଅଗ୍ନି ପୁରାଣ ଏବଂ ଶ୍ରୀମଦ୍ ଭାଗବତରେ ସେହି ଏକା କଥା କୁହଯାଇଛି । ଅଗ୍ନି ପୁରାଣ କୁହେ, ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍, ଏବଂ ଏଠାରେ ଶ୍ରୀମଦ୍ ଭାଗବତରେ କୁହାଯାଇଛି, ଯଥା ହରେର୍ନାମ ପାଦୈର୍ ଉଦହରତୈହ୍ ତଦ୍ ଉତ୍ତମଶ୍ଳୋକ-ଗୁଣପାଲମ୍ଭକମ୍ । ହରେର୍ନାମ ଅର୍ଥ ହେଉଛି ପବିତ୍ର ନାମ ଜପ କରିବା । ତାହା ଅତି ସରଳ । କିନ୍ତୁ ଯେତେବେଳେ ତୁମେ ହରେର୍ନାମ ଜପ କରିବ ତେବେ ଧିରେ ଧିରେ ତୁମେ ବୁଝିପାରିବ, ହରି କିଏ, ତାଙ୍କର ରୂପ କ'ଣ, ତାଙ୍କର ଗୁଣ କ'ଣ, ତାଙ୍କର କାର୍ଯ୍ୟକଳାପ କ'ଣ । ତେବେ ତୁମେ ବୁଝିପାରିବ । କାରଣ ହରେର୍ନାମ ବିନା ତୁମର ହୃଦୟ ପ୍ରଦୁଷିତ- ଚେତୋ-ଦର୍ପଣ-ମାର୍ଜନମ୍ (CC Antya 20.12)- ଯେପର୍ଯ୍ୟନ୍ତ ତୁମର ହୃଦୟ ପରିଷ୍କାର ହୋଇ ନାହିଁ, ତୁମେ ବୁଝିପାରିବ ନାହିଁ ହରି କିଏ, ହରି କିଏ, ତାଙ୍କର ରୂପ କ'ଣ, ତାଙ୍କର ଗୁଣ କ'ଣ, ତାଙ୍କର କାର୍ଯ୍ୟକଳାପ କ'ଣ ।ତୁମେ ବୁଝିପାରିବ ନାହିଁ ।

ଅତଃ ଶ୍ରୀ କୃଷ୍ଣ ନାମାଦି ନା ଭାବେଦ ଗ୍ରହ୍ୟମ୍ ଇନ୍ଦ୍ରିୟାଃ (CC Madhya 17.136) । ତୁମର ଅଶୁଦ୍ଧ ନିରର୍ଥକ ଚେତନା, ଯଦି ତୁମେ ଉପଯୋଗ କରିବ, ତେବେ ତୁମେ କୃଷ୍ଣଙ୍କୁ ବୁଝିପାରିବ ନାହିଁ । ସେଥିପାଇଁ ଲୋକମାନେ ନା କୃଷ୍ଣଙ୍କୁ ବୁଝିପାରୁଛନ୍ତି, ନା ସେମାନେ ହରେର୍ନାମର ମୂଲ୍ୟ ବୁଝିପାରୁଛନ୍ତି । କାରଣ ସେମାନଙ୍କର ଇନ୍ଦ୍ରିୟ ଅଶୁଦ୍ଧ, ମାୟା ସଂସ୍ପର୍ଶରେ ଦୁଷିତ ହୋଇଯାଇଛି, ସେମାନେ ବୁଝିପାରିବେ ନାହିଁ । କିନ୍ତୁ ଏହା ହେଉଛି ଏକମାତ୍ର ମାର୍ଗ-ଚେତୋ ଦର୍ପଣ ମାର୍ଜନମ୍ ଭାବ ମାହା ଦ୍ଵାଗ୍ନି ନିର୍ବାପନମ୍ (CC Antya 20.12) । କାରଣ ତୁମକୁ ଶୁଦ୍ଧିକରଣ କରିବାକୁ ପଡିବ, ତେଣୁ ଏହା ହେଉଛି ଏକମାତ୍ର ପନ୍ଥା । ହରେ କୃଷ୍ଣ ଜପ କର । ତେବେ ତୁମେ ଧିରେ ଧିରେ ଶୁଦ୍ଧ ହୋଇଯିବ । ପୂଣ୍ୟ ଶ୍ରବଣ କୀର୍ତ୍ତନାଃ ପୂଣ୍ୟ ଶ୍ରବଣ କୀର୍ତ୍ତନାଃ ଶ୍ରଣ୍ଵତମ୍ ସ୍ଵ କଥା କୃଷ୍ଣାଃ ପୂଣ୍ୟ ଶ୍ରବଣ କୀର୍ତ୍ତନାଃ (SB 1.2.17) । ଯଦି ତୁମେ ଶ୍ରବଣ କରିବ, ଯଦି ତୁମେ କୃଷ୍ଣଙ୍କର ନାମ ଜପ କରିବ, ଉତ୍ତମଶ୍ଳୋକ, ଯେପରି ଏହା କୁହାଯାଇଛି, ତଦ୍ ଉତ୍ତମଶ୍ଳୋକ-ଗୁଣପାଲମ୍ଭକମ୍, ଅନେକ ଲାଭ ପାଇପାରିବ । ତେଣୁ ଏହି ହରେ କୃଷ୍ଣ ଆନ୍ଦୋଳନ ଅତି ମହତ୍ଵପୂର୍ଣ୍ଣ ଯାହାକୁ ସମସ୍ତେ ଗମ୍ଭୀର ଭାବରେ ନେବା ଉଚିତ୍ । କୀର୍ତ୍ତନୀୟ ସଦା ହରିଃ

ତ୍ରିନାଦ ଅପି ସୁନିଚେନ
ତୋରର୍ ଅପି ସହିଷ୍ଣୁନ
ଅମାନିନ ମାନଦେନ
କୀର୍ତ୍ତନୀୟ ସଦା ହରିଃ
(CC Adi 17.31)

ଏହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ଉପଦେଶ । କଷ୍ଟ...ପାଦମ୍ ପାଦମ୍ ଯଦ୍ ବିପଦମ୍ (SB 10.14.58) । ଏହି ଭୌତିକ ଜଗତରେ କେବଳ ବିପଦ ଅଛି । କୌଣସି ସମ୍ପଦ ନାହିଁ । ମୂର୍ଖଭାବରେ ଆମେ ଭାବୁଛୁ ଯେ "ବର୍ତ୍ତମାନ ମୁଁ ଭାରି ଭଲରେ ଅଛି ।" ଭଲ କ'ଣ? ପର ମୂହୁର୍ତ୍ତରେ ତୁମର ମୃତ୍ୟୁ ହୋଇପାରେ । ଭଲ କ'ଣ? କିନ୍ତୁ ଏହି ମୂର୍ଖ ବ୍ୟକ୍ତିମାନେ କହୁଛନ୍ତି, " ହଁ, ମୁଁ ଭାରି ଭଲ ଅଛି । "ତୁମେ ଯାହାକୁ ପଚାର, "ତୁମେ କିପରି ଅଛ?" "ହଁ, ଭାରି ଭଲ ।" ଭଲ କ'ଣ? ତୁମର କିଛି କ୍ଷଣରେ ମୃତ୍ୟୁ ହୋଇପାରେ । ତଥାପି ଭଲ । ବାସ୍ । ଏହା ଚାଲିଛି । ତେଣୁ ଏହା ପାଦମ୍ ପାଦମ୍ ଯଦ୍... ସେମାନେ ଖୁସୀ ହେବା ପାଇଁ ବୈଜ୍ଞାନିକ ଅନୁସନ୍ଧାନ କରୁଛନ୍ତି, କିନ୍ତୁ ଏହି ଦୁର୍ଜନମାନେ ଜାଣି ନାହାଁନ୍ତି ମୃତ୍ୟୁକୁ କିପରି ରୋକି ହେବ । ତେବେ ଭଲ କ'ଣ? କିନ୍ତୁ ଏହାକୁ ବୁଝିବା ପାଇଁ ସେମାନଙ୍କର ମସ୍ତିଷ୍କ ନାହିଁ । କିନ୍ତୁ କୃଷ୍ଣ କୁହଁନ୍ତି, "ମହାଶୟ, ଏଗୁଡ଼ିକ ହେଉଛି ସମସ୍ୟା । ତୁମେ ବୈଜ୍ଞାନିକ, ତୁମେ ଏତେ ସାରା ଜିନିଷ କରିବାକୁ ଚେଷ୍ଟା କରୁଛ ।" ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି-ଦୁଃଖ-ଦୋଷାନୁଦର୍ଶନମ୍ (BG 13.9) । ପ୍ରଥମେ ଜାଣ ତୁମର ସମସ୍ୟା କ'ଣ । ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି । ତୁମକୁ ଜନ୍ମ ନେବାକୁ ପଡ଼ିବ, ତୁମକୁ ମୃତ୍ୟୁବରଣ କରିବାକୁ ପଡ଼ିବ, ତୁମକୁ ରୋଗରେ ପୀଡ଼ିତ ହେବାକୁ ପଡ଼ିବ, ତୁମକୁ ବୃଦ୍ଧ ହେବାକୁ ପଡ଼ିବ । ପ୍ରଥମେ ଏହାକୁ ବନ୍ଦ କର; ତାପରେ ବୈଜ୍ଞାନିକ ଉନ୍ନତି ବିଷୟରେ କୁହ । ଅନ୍ୟଥା ତୁମେ ହେଉଛ ମୂର୍ଖ । ବହୁତ ବହୁତ ଧନ୍ୟବାଦ ।