OR/Prabhupada 0168 - ବିନମ୍ର ଏବଂ ନମ୍ର ହେବାର ସଂସ୍କୃତି



Room Conversation -- February 4, 1977, Calcutta

ପ୍ରଭୁପାଦ: ଆମେମାନେ ଭିକ୍ଷା ମାଗିପାରିବା । ଭାରତରେ ଏବେ ମଧ୍ୟ, ଉଚ୍ଚ ବିଦ୍ଵାନ୍ ସନ୍ୟାସିମାନେ ଭିକ୍ଷା ମାଗୁଛନ୍ତି । ତାହାର ଅନୁମତି ଅଛି । ଭିକ୍ଷୁ । ତ୍ରିଦଣ୍ଡି-ଭିକ୍ଷୁ । ତେଣୁ ବୈଦିକ ସଂସ୍କୃତିରେ ଭିକ୍ଷା ମାଗିବା ନା ଅବୈଧ ଏବଂ ନା ଲଜ୍ଜାକର - ଉପଯୁକ୍ତ ବ୍ୟକ୍ତି ଦ୍ଵାରା । ଭିକ୍ଷା ମାଗିବା ପାଇଁ ବ୍ରହ୍ମଚାରୀ ଏବଂ ସନ୍ୟାସୀମାନଙ୍କୁ ଅନୁମତି ଅଛି । ଏବଂ ସେମାନେ ଏହା ଖୋଲାଖୋଲି ଭାବରେ ପସନ୍ଦ କରନ୍ତି । ତ୍ରିଦଣ୍ଡି-ଭିକ୍ଷୁ । ଭିକ୍ଷୁ ଅର୍ଥାତ୍ ଭିକାରୀ ।

ସତ୍ଵସ୍ଵରୂପ: ତ୍ରିଦଣ୍ଡି-ଭିକ୍ଷୁ ।

ପ୍ରଭୁପାଦ: ହଁ । ଏଠାରେ ଭାରତୀୟ ସଂସ୍କୃତିରେ, ବ୍ରହ୍ମଚାରୀ, ସନ୍ୟାସୀ ଏବଂ ବ୍ରାହ୍ମଣ, ସେମାନଙ୍କୁ ଭିକ୍ଷା ମାଗିବା ପାଇଁ ଅନୁମତି ଅଛି । ତାହା ହେଉଛି ବୈଦିକ ସଂସ୍କୃତି । ଏବଂ ଗୃହସ୍ଥମାନେ ସେମାନଙ୍କୁ ନିଜର ସନ୍ତାନ ପରି ମାନନ୍ତି । ଏହା ହେଉଛି ସମ୍ପର୍କ ।

ସତ୍ଵସ୍ଵରୁପ: କିନ୍ତୁ ଯଦି ଏହା ଏକ ଭିନ୍ନ ସଂସ୍କୃତିରେ କରାଯାଏ, ତେବେ କ'ଣ ହେବ?

ପ୍ରଭୁପାଦ: ସେଥିପାଇଁ ହିପ୍ପି ଅଛନ୍ତି । ଏହା ତୁମର ସଂସ୍କୃତି - ହିପ୍ପି, ଏବଂ ହତ୍ୟାକାରୀ, ଧର୍ମ ନାମରେ । ଏହା ତାଙ୍କର ସଂସ୍କୃତି । ଏବଂ ଗର୍ଭପାତ । କିନ୍ତୁ ସେଠାରେ କୌଣସି ସଂସ୍କୃତି ନାହିଁ, ସେଥିପାଇଁ ପରିଣାମ ହେଉଛି ଗର୍ଭପାତ ଏବଂ ହତ୍ୟା ଏବଂ ବୋମା ବିସ୍ଫୋରଣ, ସମ୍ପୂର୍ଣ୍ଣ ବାତାବରଣକୁ ଅଶୁଦ୍ଧ କରିବା । ଏହା ହେଉଛି ତୁମର ସଂସ୍କୃତି । ପ୍ରୋଟେଷ୍ଟେଣ୍ଟ ଏବଂ କୈଥୋଲିକ ମଧ୍ୟରେ ଯୁଦ୍ଧ, ଏବଂ ବୋମା ବିସ୍ଫୋରଣ...ଲୋକମାନେ ଭୟଭିତ ହେଉଛନ୍ତି । ସେମାନେ ରାସ୍ତାକୁ ବାହାରି ପାରୁ ନାହାଁନ୍ତି । ଏହା ହେଉଛି ତୁମର ସଂସ୍କୃତି । ଏବଂ ଭିକ୍ଷା ମାଗିବା ଖରାପ । ଲୋକମାନଙ୍କୁ, ସମ୍ପୂର୍ଣ୍ଣ ଜନତାକୁ, ଭୟଭିତ ଅବସ୍ଥାରେ ରଖିବା ଭାରି ଭଲ, ଏବଂ ଯଦି ଜଣେ ବିନମ୍ର ହୋଇ ଭିକ୍ଷା ମାଗେ, ତାହା ଖରାପ । ଏହା ହେଉଛି ତୁମର ସଂସ୍କୃତି । ବୈଦିକ ରାସ୍ତା ବ୍ରହ୍ମଚାରୀମାନଙ୍କୁ କେବଳ ବିନମ୍ରତା ଶିଖିବା ପାଇଁ ଭିକ୍ଷା ମାଗିବାକୁ ଅନୁମତି ଦିଏ, ଭିକାରୀ ହେବା ପାଇଁ ନୁହେଁ । ବଡ଼, ବଡ଼ ପରିବାର ସମସ୍ତ ପରିବାରରୁ ଆସି, ସେମାନେ ଏହା ଅଭ୍ୟାସ କରୁଛନ୍ତି । ଏହା ଭିକ୍ଷା ମାଗିବା ନୁହେଁ । ଏହା ବିନମ୍ର ଏବଂ ନମ୍ର ହେବା ପାଇଁ ଶିକ୍ଷା ଅଟେ । ଏବଂ ଖ୍ରୀଷ୍ଟ କହିଛନ୍ତି, "ବିନମ୍ର ଏବଂ ନମ୍ରମାନଙ୍କ ପାଇଁ ଭଗବାନ ଉପଲବ୍ଧ ଅଛନ୍ତି ।" ଏହା ଭିକ୍ଷା ମାଗିବା ନୁହେଁ । ତୁମେ ଜାଣି ନାହଁ ଏହି ସଂସ୍କୃତି କ'ଣ । ତୁମର ନିଜର ସଂସ୍କୃତି ଅଛି, ଦାନବ ସଂସ୍କୃତି, ନିଜ ପିଲାର ହତ୍ୟା କରିବା ସଂସ୍କୃତି । କିପରି ତୁମେ ବୁଝିବ ଏହି ସଂସ୍କୃତି କ'ଣ? ମୁଁ ଠିକ୍ ନା ଭୁଲ?

ସତ୍ଵସ୍ଵରୁପ: ଆପଣ ଠିକ୍ ।

ପ୍ରଭୁପାଦ: ହଁ । ଚିଠିରେ ବର୍ଣ୍ଣନା କର । ତୁମର ସଂସ୍କୃତି ଚତୁର୍ଥ ଶ୍ରେଣୀ, ଦଶମ ଶ୍ରେଣୀର ଅଟେ । କିପରି ତୁମେ ବିନମ୍ର ଏବଂ ନମ୍ର ହେବାର ସଂସ୍କୃତି ବୁଝିପାରିବ ।

ସତ୍ଵସ୍ଵରୂପ: ଜିଲ୍ଲା ପ୍ରତିନିଦ୍ଧି ଯିଏ ଆମ ଉପରେ ମକଦ୍ଦମା କରିବାକୁ ଚାହୁଁଥିଲା, ଆଦିକେଶବ, ସେ ଏଠାରେ ତାର ରଣନୀତି ପ୍ରକାଶ କରିଛି, କାରଣ ଅନେକ ଓକିଲ କହୁଛନ୍ତି ଯେ ଆମକୁ ଆମର ଧାର୍ମିକ ଅଭ୍ୟାସ କରିବାକୁ ଅଧିକାର ଅଛି । ଏହା ହେଉଛି ଧର୍ମର ସ୍ଵତନ୍ତ୍ରତା । ସେ କୁହନ୍ତି...

ପ୍ରଭୁପାଦ: ନିଶୁଳ୍କ...ଏହା ବାସ୍ତବିକ ଧର୍ମ ।

ସତ୍ଵସ୍ଵରୂପ: ସେ କହିଲେ "କିନ୍ତୁ ଏହା ଧର୍ମର ପ୍ରଶ୍ନ ନୁହେଁ ।" ସେ କହିଲେ, "ଆମେ କ'ଣ..." ସେ କହିଲେ, "ମନକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟାର ଧର୍ମ ସହିତ କୌଣସି ସମ୍ପର୍କ ନାହିଁ । ଏହା ହେଉଛି ବ୍ୟକ୍ତିଗତ ସ୍ଵତନ୍ତ୍ରତା ଇଛାର ପ୍ରଶ୍ନ । ମୁଁ ଭାବୁ ନାହିଁ ଯେ ଜଣେ ବ୍ୟକ୍ତି ଯାହାର ମନ ଠିକ୍ ଅଛି ସେ ଅନ୍ୟ କାହାକୁ ନିଜର ମନ ଉପରେ ନିୟନ୍ତ୍ରଣ କରିବାର ଅନୁମତି ଦେଵ । କେବଳ ସମ୍ମୋହନ ଭାବରେ ଏହାକୁ ଭାବ ।"

ପ୍ରଭୁପାଦ: ମନକୁ ନିୟନ୍ତ୍ରଣ କରିବା ସବୁକିଛି ଅଟେ ।

ସତ୍ଵସ୍ଵରୂପ: କିଛି ଭି ।

ପ୍ରଭୁପାଦ: ତୁମେ ଚେଷ୍ଟା ମଧ୍ୟ କରୁଛ । ବର୍ତ୍ତମାନ ସେମାନେ ମଧ୍ୟ ମନକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି, ଆମର ଲୋକମାନଙ୍କୁ ବଳ ପୂର୍ବକ ଅପହରଣ କରାଯାଉଛି । ଏହା ହେଉଛି ଅନ୍ୟ ଏକ ପ୍ରକାରର ମନ ନିୟନ୍ତ୍ରଣ । ସେମାନେ ପୂର୍ବରୁ ସେମାନଙ୍କର ମନ ଆମକୁ ଦେଇଦେଇଛନ୍ତି, ଏବଂ ତୁମେ ତାଙ୍କର ମନ ବଳ ପୂର୍ବକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛ, ଅପହରଣ କରି । ଏହା ମନ ଉପରେ ନିୟନ୍ତ୍ରଣ ନୁହେଁ କି? ଏଠାରେ ତାର ମନ ପୂର୍ବରୁ କୃଷ୍ଣ ଚେତନାରେ ଅଛି, ଏବଂ ବଳ ପୂର୍ବକ ତୁମେ ତାକୁ ପଥଭ୍ରଷ୍ଟ କରିବାକୁ ଚାହୁଁଛ । ଏହା ମନ ଉପରେ ନିୟନ୍ତ୍ରଣ ନୁହେଁ କି? "ଏବଂ ତୁମର ମନ ନିୟନ୍ତ୍ରଣ ଭଲ । ମୋର ମନ ନିୟନ୍ତ୍ରଣ ଖରାପ ।" ଏହା ତୁମର ତତ୍ଵଜ୍ଞାନ । ତେବେ ଯେ କେହି, କୌଣସି ଦୁର୍ଜନ, କହିବ, "ମୋର କାର୍ଯ୍ୟକଳାପ ଭଲ, ଏବଂ ତୁମର କାର୍ଯ୍ୟକଳାପ ଖରାପ ।"