OR/Prabhupada 0171 - ଲକ୍ଷେ ବର୍ଷ ପାଇଁ ତୁମେ ଭଲ ସରକାର ଭୁଲିଯାଅ, ଯେ ପର୍ଯ୍ୟନ୍ତ...



Lecture on SB 1.2.28-29 -- Vrndavana, November 8, 1972

ତେବେ ବର୍ଣ୍ଣାଶ୍ରମ ଅନୁସାରେ, ପ୍ରଶିକ୍ଷଣ ହେବା ଉଚିତ୍ । କିଛି ଶ୍ରେଣୀର ବ୍ୟକ୍ତିମାନଙ୍କୁ ଭଲ ବ୍ରାହ୍ମଣ ରୂପରେ ପ୍ରଶିକ୍ଷିତ କରିବା ଉଚିତ୍ । କିଛି ଶ୍ରେଣୀର ବ୍ୟକ୍ତିମାନଙ୍କୁ ଭଲ କ୍ଷେତ୍ରିୟ ରୂପରେ ପ୍ରଶିକ୍ଷିତ କରିବା ଉଚିତ୍ । କିଛି ଶ୍ରେଣୀର ବ୍ୟକ୍ତିମାନଙ୍କୁ ଭଲ ବୈଶ୍ୟ ରୂପରେ ପ୍ରଶିକ୍ଷିତ କରିବା ଉଚିତ୍ । ଏବଂ ଶୂଦ୍ରମାନଙ୍କୁ କୌଣସି ଆବଶ୍ୟକତା ନାହିଁ...ସମସ୍ତେ ଶୂଦ୍ର । ଜନ୍ମନା ଜାୟତେ ଶୂଦ୍ରଃ । ଜନ୍ମରୁ ସମସ୍ତେ ଶୂଦ୍ର । ସମସ୍କାରାଦ ଭବେଦ ଦ୍ଵିଜଃ । ପ୍ରଶିକ୍ଷଣ ଦ୍ଵାରା ଜଣେ ବ୍ରାହ୍ମଣ ହୋଇପାରେ, ଜଣେ କ୍ଷେତ୍ରିୟ ହୋଇପାରେ, ଜଣେ ବୈଶ୍ୟ ହୋଇପାରେ । ସେହି ପ୍ରଶିକ୍ଷଣ କେଉଁଠାରେ ଅଛି? ସମାସ୍ତେ ଶୂଦ୍ର । ଏବଂ ତୁମେ କିପରି ଭଲ ସରକାର ଆଶା କରିବ, ଶୂଦ୍ର ସରକାର? ସମସ୍ତ ଶୂଦ୍ର କୌଣସି ପ୍ରକାରରେ ଭୋଟ ନେଉଛନ୍ତି । ଏବଂ ସେମାନେ ସରକାରୀ ପଦରେ ଅଧିକାର ଜମଉଛନ୍ତି । ସେଥିପାଇଁ ସେମାନଙ୍କର ଏକମାତ୍ର କାମ ହେଉଛି..., କଳି, ବିଶେଷ କରି ଏହି ଯୁଗରେ, ମ୍ଲେଚା ରାଜନ୍ୟ-ରୂପିନଃ, ଖାଇବା, ପିଇବା, ମାଂସ ଖାଇବା, ମଦ ପିଇବା । ମ୍ଲେଚା, ୟାବନମାନେ, ସେମାନେ ସରକାରି ପଦବୀ ସ୍ଵୀକାର କାରନ୍ତି । ଭଲ ସରକାର ତୁମେ କ'ଣ ଆଶା କରିବ? ଭୁଲିଯାଅ, ଲକ୍ଷେ ବର୍ଷ ପାଇଁ ତୁମେ ଭଲ ସରକାର ଭୁଲିଯାଅ, ଯେ ପର୍ଯ୍ୟନ୍ତ ତୁମେ ଏହି ବର୍ଣ୍ଣାଶ୍ରମ ଧର୍ମ ସ୍ଥାପନ କରି ନାହଁ । ଭଲ ସରକାରର କୌଣସି ପ୍ରଶ୍ନ ନାହିଁ । ପ୍ରଥମ ଶ୍ରେଣୀର କ୍ଷେତ୍ରିୟ ହେବା ଉଚିତ୍ ଯେଉଁମାନେ ସରକାରର ଦାୟିତ୍ଵ ନେଇପାରିବେ । ଯେପରିକି ପରୀକ୍ଷିତ ମାହାରାଜା । ସେ ତାଙ୍କ ଭ୍ରମଣରେ ଯାଇଥିଲେ, ଏବଂ ଯଥା ଶୀଘ୍ର ସେ ଏକ କଳା ବ୍ୟକ୍ତିକୁ ଦେଖିଲେ, ଯିଏ ଏକ ଗାଈର ହତ୍ୟା କରିବାକୁ ଚେଷ୍ଟା କରୁଥିଲା, ସେ ତୂରନ୍ତ ତାଙ୍କର ଖଣ୍ଡା ବାହାର କରିଲେ: "ଦୁର୍ଜନ, ତୁ କିଏ, ଏଠାରେ?" ସେ ହେଉଛି କ୍ଷେତ୍ରିୟ । ସେ ହେଉଛି ବୈଶ୍ୟ, ଯିଏ ଗାଈମାନଙ୍କୁ ସୁରକ୍ଷା ଦିଅନ୍ତି । କୃଷିଗୋରକ୍ଷ୍ୟବାଣିଜ୍ୟଂ ବୈଶ୍ୟକର୍ମ ସ୍ଵାଭାବଜମ୍ (BG 18.44) । ସବୁକିଛି ପରିଷ୍କାର ଭାବରେ ଦିଆଯାଇଛି । ସଂସ୍କୃତି କାହିଁ?

ସେଥିପାଇଁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଭାରି ମହତ୍ଵପୂର୍ଣ୍ଣ । ସମାଜର ନେତାମାନେ, ସେମାନେ ଗମ୍ଭୀରତାର ସହ ଧ୍ୟାନ ଦେବା ଉଚିତ୍ କି କିପରି ତୁମେ ଏହି ଦୁନିଆର ସାମାଜିକ ଅବସ୍ଥା ଉନ୍ନତ କରିପାରିବ । କେବଳ ଏଠାରେ ନୁହେଁ, ସବୁଆଡ଼େ, ମହାଶୟ । କେବଳ ଏହା ଅଜ୍ଞାନତା ଏବଂ ଭ୍ରମରେ ଚଲିଛି, ସବୁକିଛି । ଅସ୍ପଷ୍ଟ, କୌଣସି ସ୍ପଷ୍ଟ ବିଚାର ନାହିଁ । ଏଠାରେ ସ୍ପଷ୍ଟ ବିଚାର ଅଛି: ବାସିଦେବ-ପରା ବେଦଃ । ବେଦ, ଜ୍ଞାନ, ତୁମେମାନେ ଶିକ୍ଷିତ ଲୋକ, କିନ୍ତୁ ବାସୁଦେବ, କୃଷ୍ଣଙ୍କ ବିଷୟରେ ଲୋକମାନଙ୍କୁ କହିବା ପାଇଁ ତୁମର ଶିକ୍ଷା କାହିଁ । ଭଗବଦ୍ ଗୀତା ନିଷେଧ । ବାସୁଦେବ ନିଜେ ତାଙ୍କ ବିଷୟରେ କହୁଛନ୍ତି, କିନ୍ତୁ ତାହା ନିଷେଧ । ଏବଂ ଯଦି କେହି ପଢ଼େ, କେହି ଦୁର୍ଜନ ପଢ଼ୁଛି, ସେ ବାସୁଦେବଙ୍କୁ ଅନୁପସ୍ଥିତ କରିଦେଉଛି । ବାସ୍ । ଭଗବଦ୍ ଗୀତା କୃଷ୍ଣଙ୍କ ବିନା । ଏହା ଚାଲିଛି । ସମ୍ପୂର୍ଣ୍ଣ ନିରର୍ଥକ । ତୁମେ ମାନବ ସଭ୍ୟତା, ଏକ ନିରର୍ଥକ ସମାଜରେ ଆଶା କରିପାରିବ ନାହିଁ । ଏଠାରେ ମାନବ ଜୀବନର ପ୍ରକୃତ ଉଦ୍ଦେଶ୍ୟ ଅଛି: ବାସୁଦେବ-ପରା ବେଦ, ବାସୁଦେବ-ପରା ମଖାଃ, ବାସୁଦେବ-ପରା ଯୋଗାଃ । ଏତେ ସାରା ଯୋଗୀ ଅଛନ୍ତି । ମୁଁ ସ୍ପଷ୍ଟ ଭାବରେ କହିପାରିବି, ଯେ ବାସୁଦେବ ବିନା, ଯୋଗ - କେବଳ ନାକ ଚିପିବା । ବାସ୍ । ଏହା ଯୋଗ ନୁହେଁ ।