OR/Prabhupada 0173 - ଆମେ ସମସ୍ତଙ୍କର ସାଙ୍ଗ ହେବା ପାଇଁ ଚାହୁଁ



Lecture on SB 1.7.6 -- Vrndavana, April 23, 1975

ତେଣୁ ଆମେ କୃଷ୍ଣଙ୍କ ବିଷୟରେ ଭଗବଦ୍ ଗୀତା କିମ୍ଵା ଶ୍ରୀମଦ୍ ଭାଗବତରୁ ଜ୍ଞାନ ନେବା ଉଚିତ୍ । କୃଷ୍ଣ ପରମ ପୁରୁଷ ଭକ୍ତିର୍ ଉତ୍ପଦୟତେ । ଯଦି ତୁମେ ଶ୍ରୀମଦ୍ ଭାଗବତ ଶୁଣିବ... ଅବଶ୍ୟ, ଯଦି ତୁମେ ବୁଝିପାରିବନି କୃଷ୍ଣଙ୍କର ମୂଳ ସିଦ୍ଧାନ୍ତ କ'ଣ କିମ୍ଵା ପୂର୍ଣ୍ଣତାର ମୂଳ ସିଦ୍ଧାନ୍ତ କ'ଣ... ତାହା ପ୍ରାରମ୍ଭରେ ଶ୍ରୀମଦ୍ ଭାଗବତରେ କୁହାଯାଇଛି । ଧର୍ମଃ ପ୍ରୋଜ୍ହିତ କୈତବଃ ଅତ୍ର ପାରମୋ ନିର୍ମତ୍ସରାନାମ୍ (SB 1.1.2) । ଏଠାରେ ଶ୍ରୀମଦ୍ ଭାଗବତରେ ତଥା କଥିତ ନିର୍ମାଣ କରାଯାଇଥିବା ଧର୍ମ ପ୍ରଣାଳୀକୁ ବହିସ୍କାର କରାଯାଇଛି । ଏହା ପରମହଂସ ପାଇଁ ଅଛି । ନିର୍ମତ୍ସରାନାମ୍ । ନିର୍ମତ୍ସରାନାମ୍ ର ଅର୍ଥ ହେଉଛି ଯିଏ ଈର୍ଷା କରେ ନାହିଁ । ତେବେ ଆମର ଈର୍ଷାପୂର୍ଣ୍ଣତା, ଆମର ଈର୍ଷାପୂର୍ଣ୍ଣତା କୃଷ୍ଣଙ୍କ ଠାରୁ ଆରମ୍ଭ ହୋଇଛି । ଆମେ କୃଷ୍ଣଙ୍କୁ ସ୍ଵୀକାର କରୁ ନାହୁଁ । ଅଧିକାଂଶ ସେମାନେ କୁହନ୍ତି, "କେବଳ କୃଷ୍ଣ କାହିଁକି ପରମ ପୁରୁଷ ଅଟନ୍ତି? ଅନେକ ଅନ୍ୟମାନେ ଅଛନ୍ତି ।" ତାହା ହେଉଛି ଈର୍ଷା ।

ତେଣୁ ଆମର ଈର୍ଷା କୃଷ୍ଣଙ୍କ ଠାରୁ ଆରମ୍ଭ ହୋଇଛି, ଏବଂ ସେଥିପାଇଁ ଏହା ଅନେକ ପ୍ରକାରରେ ବିସ୍ତାରିତ ହୋଇଛି । ଏବଂ ଆମେ ଆମର ସାଧାରଣ ଜୀବନରେ ଈର୍ଷା କରୁଛୁ । ଆମେ ଆମ ସାଙ୍ଗକୁ ଈର୍ଷା କରୁଛୁ, ନିଜର ପିତାଙ୍କୁ ଈର୍ଷା କରୁଛୁ, ଏପରିକି ପୁତ୍ରକୁ ମଧ୍ୟ, ଅନ୍ୟମାନଙ୍କ କଥା କ'ଣ କହିବା - ବ୍ୟବସାୟି, ରାଷ୍ଟ୍ର, ସମାଜ, ସଂପ୍ରଦାୟ, କେବଳ ଈର୍ଷାନ୍ଵିତ । ମତ୍ସରତା । "ଆମେ କାହିଁକି ଆଗକୁ ଯିବା ?" ମୁଁ ଈର୍ଷାନ୍ଵିତ ହୋଇଯିବି । ଏହା ହେଉଛି ଭୌତିକ ପ୍ରକୃତି । ତେଣୁ ଯେତେବେଳେ ଜଣେ କୃଷ୍ଣଙ୍କୁ ବୁଝିପାରିବ, ସେ କୃଷ୍ଣ ଚେତନାଶୀଳ ଅଟେ, ସେ ଈର୍ଷା କରିବ ନାହିଁ, ଆଉ ଈର୍ଷା ରହେ ନାହିଁ । ସେ ସାଙ୍ଗ ହେବାକୁ ଚାହେଁ । ସୁହ୍ରଦଃ ସର୍ବ ଭୂତାତମ୍ । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଆମେ ସମସ୍ତଙ୍କର ସାଙ୍ଗ ହେବା ପାଇଁ ଚାହୁଁ । କାରଣ କୃଷ୍ଣ ଚେତନା ବିନା ସେମାନେ ପୀଡ଼ିତ ହେଉଛନ୍ତି, ଆମେ ଦ୍ଵାରରୁ ଦ୍ଵାର ଯାଉଛୁ, ସହରରୁ ସହର, ଗାଁରୁ ଗାଁ, ନଗରରୁ ନଗର, କୃଷ୍ଣ ଚେତନା ପ୍ରଚାର କରିବା ପାଇଁ । ଏବଂ କୃଷ୍ଣଙ୍କର କୃପାରୁ ଆମେ ବୁଦ୍ଧିମାନ ଶ୍ରେଣୀର ଲୋକମାନଙ୍କର ଧ୍ୟାନ ଆକର୍ଷଣ କରୁଛୁ । ତେଣୁ ଆମେ ଯଦି ଈର୍ଷା ନ କରିବା ପ୍ରକ୍ରିୟା ଜାରି ରଖିବା... ତାହା ପଶୁ ପ୍ରକୃତି, କୁକୁର ର ପ୍ରକୃତି, ଘୁଷୁରି ର ପ୍ରକୃତି । ମନୁଷ୍ୟର ପ୍ରକୃତି ପର-ଦୁଃଖ-ଦୁଃଖୀ ହେବା ଉଚିତ୍ । ଜଣେ ଅନ୍ୟମାନଙ୍କୁ ଦୟନୀୟ ଅବସ୍ଥାରେ ଦେଖି ଅତ୍ୟନ୍ତ ଦୁଃଖୀ ହେବା ଉଚିତ୍ । ତେଣୁ ସମସ୍ତେ କୃଷ୍ଣ ଚେତନାର ଅଭାବ ଯୋଗୁଁ ପୀଡ଼ିତ ହେଉଛନ୍ତି । କେବଳ ଆମର କାମ ହେଉଛି ତାର କୃଷ୍ଣ ଚେତନା ଭାବକୁ ଜାଗୃତ କରିବା, ଏବଂ ପୁରା ଦୁନିଆ ଖୁସୀ ହୋଇଯିବ । ଅନର୍ଥ ଉପାଶମମ୍ ସାକ୍ଶାଦ୍ ଭକ୍ତି ଯୋଗମ୍ ଅଧୋକ୍ଶଯେ, ଲୋକସ୍ୟ ଅଜାନତଃ । ଏହା ସମ୍ବନ୍ଧରେ ଲୋକମାନଙ୍କର କୌଣସି ଜ୍ଞାନ ନାହିଁ । ତେଣୁ ଆମକୁ ଏହି ଆନ୍ଦୋଳନ ଆଗକୁ ନେବାକୁ ହେବ । ଲୋକସ୍ୟାଜାନ...ବିଦ୍ଵାମସ୍ ଚକ୍ରେ ସାତ୍ଵତା-ସମି୍ହିତାମ୍ (SB 1.7.6) । ଶ୍ରୀମଦ୍ ଭାଗବତ । ତେଣୁ କୃଷ୍ଣ ଚେତନା ଆନ୍ଦୋଳନର ଅନ୍ୟ ନାମ ହେଉଛି ଭଗବତ-ଧର୍ମ । ଭଗବତ-ଧର୍ମ । ଯଦି ଆମେ ଏହା ସ୍ଵୀକାର କରିବା, ତେବେ ସମ୍ପୂର୍ଣ୍ଣ ମାନବ ସମାଜ ଖୁସୀ ହେବ।

ବହୁତ ବହୁତ ଧନ୍ୟବାଦ ।