OR/Prabhupada 0180 - ହରେ କୃଷ୍ଣ ମନ୍ତ୍ର ହେଉଛି ପ୍ରତିସଂକ୍ରାମକ



Lecture on SB 1.5.11 -- New Vrindaban, June 10, 1969

ପ୍ରଭୁପାଦ: ବିନାପି ପାଦ-ଚାତୁର୍ଯମ୍ ଭଗବଦ୍-ଯଶଃ-ପ୍ରଧାନମ୍ ବଚଃ ପବିତ୍ରମ ଇତି ଅହ ତଦ ବାଗ ପବିତ୍ର ଇତି । ଏହା ଏତେ ଶୁଦ୍ଧ । କ'ଣ କୁହାଯାଏ? ପ୍ରତିସଂକ୍ରାମକ । ସମଗ୍ର ଦୁନିଆ ମାୟାର ପ୍ରଭାବରେ ସଂକ୍ରମିତ, ଏବଂ ଏହି କୃଷ୍ଣ ଚେତନା ଅାନ୍ଦୋଳନ, ହରେ କୃଷ୍ଣ ମନ୍ତ୍ର, ହେଉଛି ପ୍ରତିସଂକ୍ରାମକ । ଏହା ନିଶ୍ଚିତ । ପ୍ରତିସଂକ୍ରାମକ । ତଦ-ବାଗ-ବିସର୍ଗୋ ଜନତାଧ-ବିପ୍ଳବଃ । ଭଗବଦ୍-ଯଶଃ-ପ୍ରଧାନମ୍ ବଚଃ ପବିତ୍ରମ ଇତି ଅହ ତଦ ବାଗ ଇତି, ସ ଚାସୌ ବାଗ-ବିସର୍ଗୋ ବଚଃ ପ୍ରୟୋଗଃ ଜନାନାମ ସମୁହୋ ଜନତା, ତସ୍ୟ ଅଧମ ବିପ୍ଲବତି ନଶୟତି । ବିପ୍ଳବ ଅର୍ଥାତ୍ ଏହା ମାରିଦିଏ । କାରଣ ଏହା ପ୍ରତିସଂକ୍ରାମକ । ଉଦାହରଣ ସ୍ଵରୂପ, ଆମେ ଦେଇପାରିବା, ବର୍ତ୍ତମାନ ଏହି କୃଷ୍ଣ ଚେତନା ଆନ୍ଦୋଳନ କିପରି ପ୍ରତିସଂକ୍ରାମକ ଅଟେ, ଯେଉଁମାନେ ଏହାକୁ ଗମ୍ଭୀରତାର ସହ ନିଅନ୍ତି, ସେମାନେ ତୂରନ୍ତ ପାପ ସଂକ୍ରମଣକୁ ବନ୍ଦ କରିଦିଅନ୍ତି । ଚାରୋଟି ସିଦ୍ଧାନ୍ତ, ନିୟନ୍ତ୍ରକ ସିଦ୍ଧାନ୍ତ, ଅବୈଧ ଯୌନ ଜୀବନ, ନିଶା, ଜୁଆ ଖେଳିବା ଏବଂ ମାଂସ ଭକ୍ଷଣ । କିପରି ଏହା ପ୍ରତିସଂକ୍ରାମକ ଅଟେ । ଏହି ଚାରୋଟି ଅଭ୍ୟାସ ଯୋଗୁଁ ପାପି କାର୍ଯ୍ୟକଳାପ ବଢ଼ିଯାଏ । ଅନ୍ୟ ସମସ୍ତ ପାପି କାର୍ଯ୍ୟକଳାପ ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ଅାସିଯାଏ । ଚୋରି କରିବା, ତାପରେ ଛଳ କରିବା, ତାପରେ...ଅନେକ ଅନ୍ୟ ଜିନିଷ ଅସିବ ଯଦି ଆମେ ଏହି ଚାରୋଟି ଅଭ୍ୟାସ ଅନୁସରଣ କରିବା । ଏବଂ ଯଦି ଆମେ ଏହି ଚାରୋଟି ଅଭ୍ୟାସ ବନ୍ଦ କରିଦେବା, ତେବେ ପାପ କାର୍ଯ୍ୟ କରିବା ବନ୍ଦ ହୋଇଯିବ । ତୁମେ ତାହା ଜାଣିବା ଉଚିତ୍ । ଏବଂ ଏହା କିପରି ବଜାୟ ରଖାଯାଇ ପାରିବ? ଏହି ପ୍ରତିସଂକ୍ରାମକ ବିଧି ଦ୍ଵାରା, ହରେ କୃଷ୍ଣ ଜପ କରିବା । ଅନ୍ୟଥା, ଏହା ହେବ ନାହିଁ, କେବଳ ତାତ୍ତ୍ଵିକ ଜ୍ଞାନ ଦ୍ଵାରା କାମ ଚଳିବ ନାହିଁ ।

ତେଣୁ ବାସ୍ତବରେ, ଏହା ହେଉଛି ପ୍ରତିସଂକ୍ରାମକ । ଜନତାଘ-ବିପ୍ଳବଃ । ଏହା ଜଣେ ବ୍ୟକ୍ତିକୁ ଅଧିକ ପାପ କାର୍ଯ୍ୟ କରିବାରୁ ଅଟକାଏ । ଏବଂ ଯଦି ଆମେ ଜାରି ରଖୁ, ଯେ "ଠିକ୍ ଅଛି, ମୋ ପାଖରେ ଏକ ପ୍ରତିସଂକ୍ରାମକ ବିଧି ଅଛି, ହରେ କୃଷ୍ଣ ଜପ କରିବା । ସେଥିପାଇଁ ମୁଁ ଏହି ଚାରୋଟି ପାପ କରୁଥିବି, ଏବଂ ମୁଁ ସଂକ୍ରମିତ ହୋଇଯିବି ।" ଯେପରିକି ଖ୍ରୀଷ୍ଟିୟାନ ଚର୍ଚ୍ଚରେ ସେମାନେ ସ୍ଵୀକାର କରିବା ପାଇଁ ଯାଆନ୍ତି । ଠିକ୍ ଅଛି, ସ୍ଵୀକାର କରିବା ପ୍ରତିସଂକ୍ରାମକ ଅଟେ । କିନ୍ତୁ କିପରି ତୁମେ ତାହା ପୁଣି କରୁଛ? ଏହାର ଅର୍ଥ କ'ଣ? ତୁମେ ଚର୍ଚ୍ଚ ଯାଉଛ, ସ୍ଵୀକାର କରୁଛ । ତାହା ଭାରୀ ଭଲ ।ବର୍ତ୍ତମାନ ତୁମର ପାପ କର୍ମ ନିଷ୍ଫଳ ହୋଇଯିବ । ତହା ଠିକ୍ ଅଛି । କିନ୍ତୁ ତୁମେ ପୁଣି କାହିଁକି କରୁଛ? ଏହାର ଉତ୍ତର କ'ଣ? ହମ୍? ଯଦି ମୁଁ କୌଣସି ଖ୍ରୀଷ୍ଟିୟାନ୍ ବ୍ୟକ୍ତିକୁ ପଚାରିବି ତେବେ ସମ୍ଭବ ଉତ୍ତର କ'ଣ ହୋଇପାରେ, "ତୁମେ ପାପ କର୍ମ କରୁଛ, ଠିକ୍ ଅଛି, ଚର୍ଚ୍ଚରେ ଭଗବାନ ଜୀଶୁ ଖ୍ରୀଷ୍ଟ, ତାଙ୍କର ପ୍ରତିନିଧି, କିମ୍ଵା ଭଗବାନଙ୍କ ସାମ୍ନାରେ ସ୍ଵୀକାର କରୁଛ । ତୁମର ସମସ୍ତ ପାପ କର୍ମ ନିଷ୍ଫଳ ହୋଇଯାଉଛି । ତାହା ଠିକ୍ ଅଛି । କିନ୍ତୁ ତୁମେ ପୁଣି ଥରେ କାହିଁକି କରୁଛ? ଉତ୍ତର କ'ଣ ହେବ?

ନର-ନାରାୟଣ: ସେମାନେ ପୁଣି ସ୍ଵୀକାର କରିବେ ।

ପ୍ରଭୁପାଦ: ସେମାନେ ପୁଣି ସ୍ଵୀକାର କରିବେ । ଏହାର ଅର୍ଥ ହେଉଛି ଏହା ଏକ ବ୍ୟବସାୟ ପାଲିଟି ଯାଇଛି । ଯେ "ମୁଁ କରିବି..." ତାହା ବିଚାର ନୁହେଁ । ଆମର ଏହି ଅପରାଧ ତାଲିକା ତୁମେ ଲେଖିଛ, ଅପରାଧ ତାଲିକା, ତାହା ନିଷେଧ କରେ ଯେ... ନାମନୋ ବଲାଦି ଯସ୍ୟ ହି ପାପ ବୁଦ୍ଧିହି । ଯେ କେହି ସେପରି ଭାବେ ଯେ "କାରଣ ମୁଁ ଏହି ପ୍ରତିସଂକ୍ରାମକ ବିଧି ପାଇଛି, ତେଣୁ ମୁଁ ପାପ କର୍ମ କରିବି ଏବଂ ହରେ କୃଷ୍ଣ ମନ୍ତ୍ର ଜପ କରିବି, ଏବଂ ଏହା ନିଷ୍ଫଳ ହୋଇ ଯିବ," ତେବେ ତାହା ହେଉଛି ସବୁଠାରୁ ବଡ଼ ପାପ ।