OR/Prabhupada 0185 - ଆମେ ଏହି ଲଘୁ କଥାବାର୍ତ୍ତା ଦ୍ଵାରା ଅଶାନ୍ତ ହେବା ଉଚିତ୍ ନୁହେଁ



Lecture on SB 3.26.35-36 -- Bombay, January 12, 1975

ଏକ ପ୍ରଣାଳୀରେ ଅଟକି ଯାଅ ନାହିଁ । ପ୍ରଣାଳୀ ଆବଶ୍ୟକ, ଯଦି ତୁମେ ସର୍ବୋଚ୍ଚ ଅନୁଭୂତି ଦିଗରେ ପ୍ରଗତି କର । କିନ୍ତୁ ତୁମେ ଯଦି କେବଳ ଏକ ପ୍ରଣାଳୀ ଅନୁସରଣ କର କିନ୍ତୁ ସର୍ବୋଚ୍ଚ ଅନୁଭୁତି ବିଷୟରେ ଉନ୍ନତି ନ କର, ତେବେ, ଶ୍ରୀମଦ୍ ଭାଗବତ ଅନୁସାରେ କିମ୍ଵା ବୈଦିକ ସଂସ୍କରଣ ଅନୁସାରେ, ଏହା କେବଳ ପ୍ରେମର ଶ୍ରମ । ଏହା...ଏହାର କୌଣସି ମୂଲ୍ୟ ନାହିଁ । ସେଥିପାଇଁ ଭାଗବତ କୁହେ, "ତାହା ହେଉଛି ପ୍ରଥମ ଶ୍ରେଣୀ ଧର୍ମ ପ୍ରଣାଳୀ ।" ଫରକ ପଡ଼େ ନାହିଁ ତୁମେ ଏହାକୁ ହିନ୍ଦୁ ବା ମୁସଲମାନ ବା ଖ୍ରୀଷ୍ଟିୟାନ ବା ବୁଦ୍ଧ କୁହ । "ତାହା ହେଉଛି ପ୍ରଥମ ଶ୍ରେଣୀ ଧର୍ମ ଯାହା ତୁମକୁ ଅଧୋକ୍ଷଜ ଅନୁଭତିରେ ପ୍ରଗତି ପାଇଁ ସାହାର୍ଯ୍ୟ କରିବ ।" ଅଧୋକ୍ଷଜ, କୃଷ୍ଣଙ୍କର ଅନ୍ୟ ନାମ । ଅଧୋକ୍ଷଜ ଅର୍ଥାତ୍ ବିଷୟ ବସ୍ତୁ ଯାହା ତୁମେ ମାନସିକ କଳ୍ପନା କରି ବୁଝିପାରିବ ନାହିଁ, କିମ୍ଵା ପ୍ରୟୋଗସିଦ୍ଧି ଜ୍ଞାନ ଦ୍ଵାରା, ଯୋଗ ଏବଂ ପ୍ରୟୋଗସିଦ୍ଧି ଜ୍ଞାନ ଦ୍ଵାରା । ତାହାକୁ ଅଧୋକ୍ଷଜ କୁହାଯାଏ । ଅଧଃ କ୍ରତମ ଅକ୍ଷଜମ ଜ୍ଞାନମ୍ । ତେଣୁ ଅଧୋକ...ଆମକୁ ସେହି ଅଧୋକ୍ଷଜ ପାଖରେ ପହଞ୍ଚିବାକୁ ହେବ । ଜ୍ଞାନର ବିଭିନ୍ନ ସ୍ତର ଅଛି: ପ୍ରତ୍ୟକ୍ଷ, ପରୋକ୍ଷ, ଅପରୋକ୍ଷ, ଅଧୋକ୍ଷଜ, ଅପ୍ରାକୃତ । ତେଣୁ ଆମକୁ ଅପ୍ରାକୃତ ପାଖରେ ପହଞ୍ଚିବାକୁ ହେବ, ଦିବ୍ୟ, ଭୌତିକ ପ୍ରକୃତିର ଉର୍ଦ୍ଧ୍ଵରେ । ଅଧୋକ୍ଷଜ ଜ୍ଞାନର ନୀଚ ଶ୍ରେଣୀ ଠାରୁ ପ୍ରାୟ ପାଖରେ ଅଛି, ପ୍ରତ୍ୟକ୍ଷ, ପରୋକ୍ଷପରୋକ୍ଷ । ସେମାନେ କନିଷ୍ଟ ଅଧିକାରୀରେ ଅଛନ୍ତି ।

ଅର୍ଚାୟମ ଏବ ହରୟେ
ପୂଜାମ ଯଃ ଶ୍ରଦ୍ଧୟେହତେ
ନ ତଦ ଭକ୍ତେଶୁ ଚାନ୍ୟେଶୁ
ସ ଭକ୍ତଃ ପ୍ରକୃତଃ ସ୍ମ୍ରତଃ
(SB 11.2.47)

ତେବେ ପ୍ରକୃତ ସ୍ତର ହେଉଛି ପ୍ରତ୍ୟକ୍ଷ ଜ୍ଞାନ, ପ୍ରତ୍ୟକ୍ଷ ଅନୁଭୂତି, ଏବଂ ପରମ୍ପରା ମାଧ୍ୟମରେ ପ୍ରାପ୍ତ କରାଯାଇଥିବା ଜ୍ଞାନ । ପ୍ରତ୍ୟକ୍ଷ, ପରୋକ୍ଷ, ତାପରେ ଅପରୋକ୍ଷ, ଆତ୍ମାନୁଭୂତି, ତାପରେ ଅଧୋକ୍ଷଜ, ଅପ୍ରାକୃତ । ତେଣୁ କୃଷ୍ଣ ଚେତନା ହେଉଛି ଅପ୍ରାକୃତ ଜ୍ଞାନ । କୃଷ୍ଣଙ୍କୁ ଜାଣିବା ପାଇଁ ଏହା ହେଉଛି ସର୍ବୋଚ୍ଚ ସ୍ତର, ଅପ୍ରାକୃତ ଜ୍ଞାନ । ତେଣୁ ଯେ ପର୍ଯ୍ୟନ୍ତ ଆମେ ଅଧୋକ୍ଷଜ ଜ୍ଞାନର ସ୍ତରରେ ଅଛୁ, ତାହା ହେଉଛି ନିୟନ୍ତ୍ରକ ସିଦ୍ଧାନ୍ତ । ଆମକୁ ନିୟନ୍ତ୍ରକ ସିଦ୍ଧାନ୍ତଗୁଡ଼ିକୁ ଗମ୍ଭୀରତାର ସହ ଅନୁସରଣ କରିବାକୁ ହେବ । ଏବଂ ଅପ୍ରାକୃତ ଜ୍ଞାନ ହେଉଛି ପରମହଂସମାନଙ୍କ ପାଇଁ । ସେଠାରେ... ତାହାକୁ ରାଗ-ଭକ୍ତି କୁହାଯାଏ । ଏହି ସ୍ତର ଗୁଡ଼ିକରେ, ପ୍ରତ୍ୟକ୍ଷ, ପରୋକ୍ଷ, ସେମାନଙ୍କୁ ବିଧି-ଭକ୍ତି କୁହାଯାଏ । କିନ୍ତୁ ବିଧି-ଭକ୍ତି ବିନା, ତୁମେ ରାଗ-ଭକ୍ତି ସ୍ତରରେ ପହଁଞ୍ଚି ପାରିବ ନାହିଁ, ଯଦିଓ ତାହା ଆମର ଲକ୍ଷ୍ୟ । ରାଗାନୁଗ, ରାଗ-ଭକ୍ତି ନିଷ୍ପାଦିତ କରାଯାଏ ବୃନ୍ଦାବନ ଭକ୍ତମାନଙ୍କର ପଦ ଚିହ୍ନ ଅନୁସରଣ କରି । ତାହାକୁ ରାଗ-ଭକ୍ତି କୁହାଯାଏ । କୃଷ୍ଣଙ୍କର ବ୍ୟକ୍ତିଗତ ସହଯୋଗୀ । ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କର ସହଯୋଗୀ ହେବା ପାଇଁ ନୁହେଁ, କିନ୍ତୁ କୃଷ୍ଣଙ୍କର ଶାଶ୍ଵତ ସହଯୋଗୀମାନଙ୍କର ପଦାନୁସରଣ କରି, ଆମେ ରାଗ-ଭକ୍ତି ସ୍ତରକୁ ଆସିପାରିବା । ଏହାକୁ ପରା-ଭକ୍ତି କୁହାଯାଏ । ସେହି ପରା-ଭକ୍ତି ଆବଶ୍ୟକ ।

ବ୍ରହ୍ମଭୂତଃ ପ୍ରସନ୍ନାତ୍ମା
ନ ଶୋଚତି ନ କାଙକ୍ଷତି
ସମଃ ସର୍ବେଷୁ ଭୂତେଷୁ
ମଦ୍ଭକ୍ତଂ ଲଭତେ ପରାମ୍
(BG 18.54)

ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ଧିରେ ଧିରେ ରାଗ-ଭକ୍ତି କିମ୍ଵା ପରା-ଭକ୍ତି ସ୍ତରକୁ ବିକସିତ କରିବାକୁ ହେବ । ତେବେ ଜୀବନ ସଫଳ ହେବ । ସେହି ପ୍ରକାରରେ ଆମେ ଏହି ଲଘୁ କଥାବାର୍ତ୍ତା ଦ୍ଵାରା ଅଶାନ୍ତ ହେବା ଉଚିତ୍ ନୁହେଁ । ଯେପରି ଏଠାରେ କୁହାଯାଇଛି, ମ୍ରଦୁତ୍ଵମ୍ କଠିନତ୍ଵମ୍ ଚ ଶୌତ୍ୟମ ଉଶ୍ନତ୍ଵମ ଏବ ଚ । ଆମେମାନେ ଏହି କଥାଗୁଡିକ ଦ୍ଵାରା ଅଶାନ୍ତ ଅଛୁ । ମନେକର ଆମେ ଚଟାଣରେ ଶୋଇଛୁ । ଏହା କଠିନତ୍ଵମ୍ ଅଟେ: ଏହା ଭାରୀ ଶକ୍ତ । କିନ୍ତୁ ଯଦି ତୁମକୁ ଏକ ତକିଆ କିମ୍ଵା ଭଲ ଗଦି ଦିଆଯିବ, ତାହା ହେଉଛି ମ୍ରଦୁତ୍ଵମ । ସେହିପରି, ଶୀତୋଶ୍ନ । ପାଣି ବେଳେ ବେଳେ ଭାରୀ ଥଣ୍ଡା ଏବଂ ବେଳେ ବେଳେ ଭାରୀ ଗରମ ଲାଗେ । ସେହି ଏକା ପାଣି; ବାୟୁମୟ ବ୍ୟବସ୍ଥା ପରିବର୍ତ୍ତନ ଅନୁସାରେ, ଏହା ବିଭିନ୍ନ ସ୍ତରରେ, ବିଭିନ୍ନ ଅବସ୍ଥାରେ ଅଛି । ଏବଂ ଏହା ହେଉଛି ଦୁଃଖ ଏବଂ ସୁଖର ସ୍ରୋତ ଏହି ସ୍ପର୍ଶ ଯୋଗୁଁ, ତ୍ଵଚା । ତ୍ଵାଚା ସ୍ପର୍ଶ ହୁଏ । ତେଣୁ ଯଦି ଆମେ ସଂପୂର୍ଣ୍ଣ ରୂପରେ ବୁଝିପାରିବେ ଯେ "ମୁଁ ଏହି ଶରୀର ନୁହେଁ," ତାହା ଅନୁଭୂତି ଆବଶ୍ୟକ କରେ, ଆତ୍ମାନୁଭୂତି ।

ଆମେ ଆଧ୍ୟାତ୍ମିକ ଚେତନାରେ ଯେତେ ଉନ୍ନତ ହେବା, ସେତିକି ଆମେ ଆତ୍ମସ୍ଥରେ ସ୍ଥିତ ହୋଇପାରିବା । ତାହାକୁ ସ୍ଥିତ-ପ୍ରଜ୍ଞା କୁହାଯାଏ । ତାପରେ ଆମେ ଅଶାନ୍ତ ହେବା ନାହିଁ । ଏବଂ ଆମେ ଏହି ସର୍ତ୍ତ କିମ୍ଵା ବାୟୁମୟ ପରିବର୍ତ୍ତନ ଯୋଗୁଁ ଅଶାନ୍ତ ନ ହେବା ପାଇଁ ଅଭ୍ୟାସ କରିବା ଉଚିତ୍ । ଆମକୁ ଦରକାର । କାରଣ ଆମର ସମ୍ଵନ୍ଧ ନାହିଁ, ଆତ୍ମା, ଅହଂ ବ୍ରହ୍ମାସ୍ମୀ, ମୋର ଏହି ଭୌତିକ ବ୍ୟବସ୍ଥା ସହିତ ସମ୍ଵନ୍ଧ ନାହିଁ, କିନ୍ତୁ ମୋତେ ଏହାର ଅଭ୍ୟାସ ହୋଇଯାଇଛି । ତେଣୁ ଅଭ୍ୟାସ ଦ୍ଵାରା ମୋତେ ଆଧ୍ୟାତ୍ମିକ ସ୍ଥିତି ପର୍ଯ୍ୟନ୍ତ ଆସିବାକୁ ହେବ । ଏବଂ ଅଭ୍ୟାସ ସମୟରେ ସହିଷ୍ଣୁତା ଆବଶ୍ୟକ । ତାକୁ ଭଜନ, ସାଧନା, କିମ୍ଵା ତପସ୍ୟା, ସହିଷ୍ଣୁତା କୁହାଯାଏ । ଯାହା ଆମେ ନାହୁଁ, କିନ୍ତୁ କୌଣସି ପ୍ରକାରରେ, ଆମେ ଏପରି ଭୌତିକ ଜିନିଷ ସହିତ ନିଜର ପରିଚୟ କରିଛୁ, ଏବଂ ପୁଣି ଥରେ ଅଭ୍ୟାସ କରି, ଆଧ୍ୟାତ୍ମିକ ସ୍ତରକୁ ଆସିବା, ସେହି ସହିଷ୍ଣୁତାକୁ ତପସ୍ୟା କୁହାଯାଏ । ଏହା ହେଉଛି ତପସ୍ୟାର ଅର୍ଥ । ତପ ଅର୍ଥାତ୍ ଯନ୍ତ୍ରଣା, ସ୍ଵଇଛାରେ କିଛି ଯନ୍ତ୍ରଣା ସ୍ଵୀକାର କରିବା ।