OR/Prabhupada 0191 - କୃଷ୍ଣଙ୍କୁ ନିୟନ୍ତ୍ରଣ କରିବା - ତାହା ହେଉଛି ବୃନ୍ଦାବନ ଜୀବନ



Lecture on SB 6.1.52 -- Detroit, August 5, 1975

ପ୍ରଭୁପାଦ: କୃଷ୍ଣଙ୍କ କୃପା ଦ୍ଵାରା, ଗୁରୁଙ୍କର କୃପା ଦ୍ଵାରା, ଉଦ୍ଭୟ... ଜଣଙ୍କର କୃପା ପାଇବା ପାଇଁ ଚେଷ୍ଟା କର ନାହିଁ । ଗୁରୁ କୃଷ୍ଣ କୃପାୟ ପାଏ ଭକ୍ତି-ଲତା-ବୀଜ । ଗୁରୁଙ୍କର କୃପାରୁ କୃଷ୍ଣ ମିଳନ୍ତି । ଏବଂ କୃଷ୍ଣ ସେଇ ତୋମାର, କୃଷ୍ଣ ଦିତେ ପାରୋ । ଏକ ଗୁରୁଙ୍କ ପାଖକୁ ଯିବା ଅର୍ଥାତ୍ ତାଙ୍କ ଠାରୁ କେବଳ କୃଷ୍ଣଙ୍କୁ ଭିକ୍ଷା କରିବା । କୃଷ୍ଣ ସେଇ ତୋମାର । କାରଣ କୃଷ୍ଣ ହେଉଛନ୍ତି ଭକ୍ତମାନଙ୍କର କୃଷ୍ଣ । କୃଷ୍ଣ ହେଉଛନ୍ତି ମାଲିକ, କିନ୍ତୁ କୃଷ୍ଣଙ୍କୁ କିଏ ନିୟନ୍ତ୍ରଣ କରିପାରିବ? ତାଙ୍କର ଭକ୍ତ । କୃଷ୍ଣ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ, କିନ୍ତୁ ସେ ଭକ୍ତମାନଙ୍କ ଦ୍ଵାରା ନିୟନ୍ତ୍ରିତ ହୁଅନ୍ତି । ତାହା ହେଉଛି, କୃଷ୍ଣ ହେଉଛନ୍ତି ଭକ୍ତ-ବାତ୍ସଲ୍ୟ । ଯେପରି ଏକ ବଡ଼ ପିତା, ଏକ ଉଚ୍ଚ ନ୍ୟାୟାଳୟ ବିଚାରପତି ଏବଂ... ଏକ କାହାଣୀ ଅଛି ଯେ ପ୍ରଧାନମନ୍ତ୍ରୀ ଗ୍ଲାଡଷ୍ଟୋନ୍, ତାଙ୍କ ସହିତ ମିଶିବା ପାଇଁ ଜଣେ ଅାସିଥିଲେ । ଏବଂ ମହାଶୟ ଗ୍ଲାଡଷ୍ଟୋନ ସୂଚିତ କରିଲେ ଯେ "ଅପେକ୍ଷା କର । ମୁଁ ବ୍ୟସ୍ତ ଅଛି ।" ତେଣୁ ସେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଲେ, ତାପରେ ସେ ଜିଜ୍ଞାସୁ ହୋଇଗଲେ: "ଏହି ଭଦ୍ର ବ୍ୟକ୍ତି କ'ଣ କରୁଛନ୍ତି?" ତେଣୁ ସେ ଭିତରକୁ ଦେଖିବାକୁ ଚାହୁଁଥିଲେ, କି... ସେ ଏକ ଘୋଡ଼ା ହୋଇ ଥିଲେ, ଏବଂ ପିଠିରେ ତାଙ୍କ ସନ୍ତାନକୁ ବସେଇ ଥିଲେ । ସେହି କାମ ସେ କରୁଥିଲେ । ତୁମେ ଦେଖୁଛ? ପ୍ରଧାନମନ୍ତ୍ରୀ, ସେ ବ୍ରିଟିସ୍ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ସ୍ନେହ ଦ୍ଵାରା ଏକ ଶିଶୁର ନିୟନ୍ତ୍ରଣରେ ଅଛନ୍ତି । ତାହାକୁ ସ୍ନେହ କୁହାଯାଏ ।

ତେଣୁ ସେହିପରି, କୃଷ୍ଣ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ ।

ଈଶ୍ଵରଃ ପରମଃ କୃଷ୍ଣଃ
ସତ୍-ଚିତ୍-ଆନନ୍ଦ-ବିଗ୍ରହଃ
ଅନାଦିର୍ ଆଦିର୍ ଗୋବିନ୍ଦଃ
ସର୍ବ-କାରଣ-କାରଣମ୍
(ବ୍ର ସଂ ୫.୧)

ସେ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ, କିନ୍ତୁ ସେ ତାଙ୍କର ଭକ୍ତ ଦ୍ଵାରା ନିୟନ୍ତ୍ରିତ, ଶ୍ରୀମତି ରାଧାରାଣୀ । ସେ ନିୟନ୍ତ୍ରିତ ହୁଅନ୍ତି । ତେଣୁ ଏହା ସହଜରେ ବୁଝାଯାଇ ପାରିବ ନାହିଁ ତାଙ୍କ ମଧ୍ୟରେ କ'ଣ... କିନ୍ତୁ କୃଷ୍ଣ ଭକ୍ତମାନଙ୍କ ଦ୍ଵାରା ସ୍ଵଇଛାରେ ନିୟନ୍ତ୍ରିତ ହେବା ପାଇଁ ରାଜି ହୁଅଁନ୍ତି । ତାହା ହେଉଛି କୃଷ୍ଣଙ୍କର ପ୍ରକୃତି । ଯେପରିକି ଯଶୋଦା ମାତା । ମାତା ଯଶୋଦା କୃଷ୍ଣଙ୍କୁ ନିୟନ୍ତ୍ରଣ କରୁଥିଲେ, ତାଙ୍କୁ ବାନ୍ଧୁ ଥିଲେ: "ତୁ ଭାରୀ ଦୁଷ୍ଟ, ମୁଁ ତୋତେ ବାନ୍ଧିବି ।" ମାତା ଯଶୋଦାଙ୍କ ପାଖରେ ଏକ ବାଡି ଥିଲା, ଏବଂ କୃଷ୍ଣ କାନ୍ଦୁଥିଲେ । କୃଷ୍ଣ କାନ୍ଦୁଥିଲେ । ଏହିସବୁ ଜିନିଷଗୁଡ଼ିକୁ ତୁମେ ଅଧ୍ୟୟନ କର । ଏହା ଶ୍ରୀମଦ୍ ଭାଗବତରେ କୁହାଯାଇଛି, କୁନ୍ତିଙ୍କର ପ୍ରାର୍ଥନା, କିପରି ସେ ପ୍ରଶଂସା କରୁଛନ୍ତି ଯେ "ମୋର ପ୍ରିୟ କୃଷ୍ଣ, ତୁମେ ହେଉଛ ସର୍ବୋଚ୍ଚ । କିନ୍ତୁ ଯେତେବେଳେ ତୁମେ ମାତା ଯଶୋଦାଙ୍କର ବାଡିକୁ ଡରି କାନ୍ଦ, ସେହି ଦୃଶ୍ୟ ମୁଁ ଦେଖିବାକୁ ଚାହୁଁଛି ।" ତେଣୁ କୃଷ୍ଣ ଏତେ ଭକ୍ତ-ବତ୍ସଳ ଯେ ସେ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ । କିନ୍ତୁ ମାତା ଯଶୋଦାଙ୍କ ପରି ଜଣେ ଭକ୍ତ, ରାଧାରାଣୀଙ୍କ ପରି ଜଣେ ଭକ୍ତ, ଗୋପିମାନଙ୍କ ପରି ଭକ୍ତ, ଗୋପାଳ ବାଳକମାନଙ୍କ ପରି ଭକ୍ତ, ସେମାନେ କୃଷ୍ଣଙ୍କୁ ନିୟନ୍ତ୍ରଣ କରିପାରିବେ । ତାହା ହେଉଛି ବୃନ୍ଦାବନ ଜୀବନ ।

ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ତୁମକୁ ସେଠାକୁ ନେବା ପାଇଁ ଚେଷ୍ଟା କରୁଛି । ମୂର୍ଖ ବ୍ୟକ୍ତି, ସେମାନେ ପଥଚ୍ୟୁତ ହେଉଛନ୍ତି । ସେମାନେ ଜାଣି ନାହାଁନ୍ତି କୃଷ୍ଣ ଚେତନା ଆନ୍ଦୋଳନର ମୂଲ୍ୟ କ'ଣ । ସେମାନେ ମାନବ ସମାଜକୁ ସର୍ବୋଚ୍ଚ ଲାଭ ଦେବା ପାଇଁ ଚେଷ୍ଟା କରୁଛନ୍ତି, ସ୍ଥିତି । ସେମାନେ ଭଗବାନଙ୍କ ସହିତ ଏକ ହେବା ପାଇଁ ଚାହୁଁ ନାହାଁନ୍ତି, କିନ୍ତୁ ସେମାନେ ଭଗବାନଙ୍କୁ ନିୟନ୍ତ୍ରଣ କରିବାର ଅଧିକାର ଦେଉଛନ୍ତି । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ ।

ବହୁତ ବହୁତ ଧନ୍ୟବାଦ । ଭକ୍ତଗଣ: ଜୟ!