OR/Prabhupada 0194 - ଏଠାରେ ଆଦର୍ଶ ବ୍ୟକ୍ତି ଅଛନ୍ତି



Lecture on SB 7.6.4 -- Toronto, June 20, 1976

ତେଣୁ ଆମେ ଶାସ୍ତ୍ର-ବିଧି ଗ୍ରହଣ କରିବା ଉଚିତ୍, ଅର୍ଥାତ୍, ଏହା ହେଉଛି ସଭ୍ୟତାର ବାସ୍ତବ ଉନ୍ନତି । କାରଣ ଜନ୍ମ ପରେ ଜନ୍ମ ଆମେ ଭଗବାନଙ୍କ ସହିତ ନିଜର ସମ୍ପର୍କ ଭୁଲିଯାଉଛୁ, ଏବଂ ଏହା ହେଉଛି ଏକ ମାତ୍ର ସୁଯୋଗ, ମନୁଷ୍ୟ ଜୀବନ, ଆମେ ଭଗବାନଙ୍କ ସହିତ ଆମର ସମ୍ପର୍କ ପୁନଃ ଜାଗୃତ କରିପାରିବା । ଚୈତନ୍ୟ ଚରିତ୍ରାମୃତରେ ଏହା କୁହାଯାଇଛି ଯେ: ଅନାଦି ବହିର ମୁଖ ଜୀବ କୃଷ୍ଣ ଭୁଲି ଗେଲା ଅତେବ କୃଷ୍ଣ ବେଦ ପୁରାଣ କରିଲା । ଏହି ବେଦ, ପୁରାଣ କାହିଁକି ଅଛି? ବିଶେଷ କରି ଭାରତରେ, ଆମେ ଏତେ ସାରା ବୈଦିକ ସାହିତ୍ୟ ପାଇବା । ସର୍ବପ୍ରଥମେ, ଚାରୋଟି ବେଦ - ସାମ, ଯଜୁର୍ବେଦ, ଋଗ୍, ଅର୍ଥବ । ତାପରେ ସେମାନଙ୍କର ସାର ତତ୍ତ୍ଵଜ୍ଞାନ, ବେଦାନ୍ତ ସୂତ୍ର । ତାପରେ ବେଦାନ୍ତ ବିବରଣ, ପୁରାଣ । ପୁରାଣ ଅର୍ଥାତ୍ ଅନୁପୂରକ । ସାଧାରଣ ବ୍ୟକ୍ତି, ସେମାନେ ବୈଦିକ ଭାଷା ବୁଝିପାରିବେ ନାହିଁ । ସେଥିପାଇଁ ବୈଦିକ ପ୍ରସଙ୍ଗରୁ ଏହି ବୈଦିକ ସିଦ୍ଧାନ୍ତ ଶିକ୍ଷା ଦିଆଯାଏ । ତାହାକୁ ପୁରାଣ କୁହାଯାଏ । ଏବଂ ଶ୍ରୀମଦ୍ ଭାଗବତକୁ ମହା ପୁରାଣା କୁହାଯାଏ । ଏହା ଦାଗ ବିହୀନ ପୁରାଣ ଅଟେ, ଶ୍ରୀମଦ୍ ଭାଗବତ, କାରଣ ଅନ୍ୟ ପୁରାଣମାନଙ୍କରେ ଭୌତିକ କାର୍ଯ୍ୟକଳାପ ଅଛି, କିନ୍ତୁ ମହା ପୁରାଣରେ, ଶ୍ରୀମଦ୍ ଭାଗବତ, କେବଳ ଆଧ୍ୟାତ୍ମିକ କାର୍ଯ୍ୟକଳାପ ଅଛି । ତାହା ଆବଶ୍ୟକ । ତେବେ ଏହି ଶ୍ରୀମଦ୍ ଭାଗବତ ବ୍ୟାସଦେବଙ୍କ ଦ୍ଵାରା ନାରଦଙ୍କର ନିର୍ଦ୍ଦେଶ ଅନୁସାରେ ଲେଖାଯାଇଥିଲା । ମହା ପୁରାଣ । ତେବେ ଆମକୁ ଏହାର ଲାଭ ନେବା ଉଚିତ୍ । ଏତେ ସାରା ମୂଲ୍ୟବାନ ସାହିତ୍ୟ । ମନୁଷ୍ୟ ଜୀବନ ସେଥିପାଇଁ ହୋଇଛି । ତୁମେ କାହିଁକି ଅବହେଳା କରୁଛ? ଆମର ପ୍ରୟାସ, ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି, କିପରି ବେଦ ଏବଂ ପୁରାଣର ଏହି ଜ୍ଞାନକୁ ବିସ୍ତାର କରିବା, ଯେପରି ମାନବ ଏହାର ଲାଭ ନେବେ ଏବଂ ସେମାନଙ୍କର ଜୀବନ ସାର୍ଥକ କରିବେ । ଅନ୍ୟଥା, ଯଦି କେବଳ ସେ କଠୋର ପରିଶ୍ରମ କରିବ, ଦିନ ଏବଂ ରାତି, ଘୁଷୁରିମାନଙ୍କ ପରି... ଘୁଷୁରି ଦିନ ଏବଂ ରାତି କଠୋର ପରିଶ୍ରମ କରେ ଖୋଜିବା ପାଇଁ "ମଳ କେଉଁଠାରେ ଅଛି? ମଳ କେଉଁଠାରେ ଅଛି?" ଏବଂ ମଳ ଖାଇବା ପରେ, ଯଥା ଶୀଘ୍ର ସେ ଟିକିଏ ମୋଟା ହୋଇଯାଏ... ସେଥିପାଇଁ ଘୁଷୁରିମାନେ ମୋଟା, କାରଣ ମଳରେ ଖାଦ୍ୟର ସମସ୍ତ ସାର ଥାଏ । ଚିକିତ୍ସା ବିଜ୍ଞାନ ଅନୁସାରେ, ମଳ ହାଇଡ୍ରୋଫସଫେଟରେ ପୂର୍ଣ୍ଣ । ତେଣୁ ହାଇଡ୍ରୋଫସଫେଟ ଭଲ ବଳବର୍ଦ୍ଧକ ଅଟେ । ତେଣୁ ଯଦି କେହି ଚାହେଁ ଚେଷ୍ଟା କରିପାରିବ ।(ହସ) କିନ୍ତୁ ବାସ୍ତବରେ ଏହା ହେଉଛି ତଥ୍ୟ । ଘୁଷୁରି ବହୁତ ମୋଟା ହୋଇଯାଏ କାରଣ ଏହା ହେଉଛି ମଳ ।

ତେଣୁ ଏହି ଜୀବନ ଏକ ଘୁଷୁରି ହେବା ପାଇଁ ହୋଇନାହିଁ । ଜଣେ ସାଧୁ ବ୍ୟକ୍ତି ହେବା ଉଚିତ୍ । ତାହା ହେଉଛି ମାନବ ସଭ୍ୟତା । ସେଥିପାଇଁ ବୈଦିକ ସଭ୍ୟତାରେ - ବ୍ରାହ୍ମଣ, ପ୍ରଥମ ଶ୍ରେଣୀର ପୁରୁଷ । ବର୍ତ୍ତମାନ ସମାଜରେ କୌଣସି ପ୍ରଥମ ଶ୍ରେଣୀ ପୁରୁଷ ନାହାଁନ୍ତି । ସମସ୍ତେ ହେଉଛନ୍ତି ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ପଞ୍ଚମ ଶ୍ରେଣୀ । ସତ୍ୟ-ସମ-ଦମ-ତିତୀକ୍ଶ ଆର୍ଜବ ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ଵଭାବକମ୍ (BG 18.42) । ଏହା ହେଉଛି ପ୍ରଥମ ଶ୍ରେଣୀର ପୁରୁଷ । ବିଶ୍ଵସ୍ଥ, ଅତି ଶାନ୍ତିପୂର୍ଣ୍ଣ, ଜ୍ଞାନପୂର୍ଣ୍ଣ, ବହୁତ ସରଳ, ସହିଷ୍ଣୁ ଏବଂ ଶାସ୍ତ୍ର ବିଶ୍ଵାସୀ । ଏଗୁଡ଼ିକ ହେଉଛି ପ୍ରଥମ ଶ୍ରେଣୀ ପୁରୁଷମାନଙ୍କର ଲକ୍ଷଣ । ତେଣୁ ସମଗ୍ର ଦୁନିଆରେ ପ୍ରଥମ ଶ୍ରେଣୀର ପୁରୁଷ କେଉଁଠାରେ ଅଛନ୍ତି? ...କୃଷ୍ଣ ଚେତନା ଆନ୍ଦୋଳନ ଅତିକମରେ, ପ୍ରଥମ ଶ୍ରେଣୀ ପରୁଷମାନଙ୍କର ଏକ ଦଳ ବନେଇବାକୁ ଚେଷ୍ଟା କରୁଛି, ଯେପରିକି ଲୋକମାନେ ଦେଖିପାରିବେ, "ଓ, ଏଠାରେ ଆଦର୍ଶ ବ୍ୟକ୍ତି ଅଛନ୍ତି ।" ତେଣୁ ସେଥିପାଇଁ ଯେଉଁମାନେ କୃଷ୍ଣ ଚେତନା ଆନ୍ଦୋଳନରେ ଯୋଗ ଦେଇଛନ୍ତି ସେମାନଙ୍କୁ ମୋର ଅନୁରୋଧ, ସେମାନେ ନିଜକୁ ଅତି ସତର୍କତାର ସହିତ ପ୍ରଥମ ଶ୍ରେଣୀ ବ୍ୟକ୍ତି ରୂପରେ ବନେଇ ରଖନ୍ତୁ । ଲୋକମାନେ ପ୍ରଶଂସା କରିବେ ଏବଂ ସେମାନେ ତୁମକୁ ଅନୁସରଣ କରିବାକୁ ଚେଷ୍ଟା କରିବେ । ଯଦ୍ ଯଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ (BG 3.21) । ଯଦି ଏକ ଶ୍ରେଣୀର ପୁରୁଷ ଅଛନ୍ତି, ପ୍ରଥମ ଶ୍ରେଣୀ, ତେବେ ଲୋକମାନେ ପ୍ରଶଂସା କରିବେ । ଅତି କମରେ, ସେମାନେ ଅନୁସରଣ କରିବାକୁ ଚେଷ୍ଟା କରିବେ, ଏପରିକି ଯଦିଓ ସେମାନେ ପ୍ରଥମ ଶ୍ରେଣୀର ହେବା ପାଇଁ ଯୋଗ୍ୟ ନୁହଁନ୍ତି । ସେମାନେ ଅନୁସରଣ କରିବାକୁ ଚେଷ୍ଟା କରିବେ । ତଦ୍ ତଦ୍ ଏବ, ସ ଯତ ପ୍ରମାଣମ୍ କୁରୁତେ ଲୋକସ ତଦ ଅନୁବର୍ତତେ । ସେଥିପାଇଁ ପ୍ରଥମ ଶ୍ରେଣୀ ବ୍ୟକ୍ତିମାନଙ୍କର ଆବଶ୍ୟକତା ଅଛି । ଯଦି ସେ କାର୍ଯ୍ୟ କରେ, ତେବେ ଅନ୍ୟମାନେ ଅନୁସରଣ କରିବେ । ଯଦି ଏକ ଶିକ୍ଷକ ଧୁମ୍ରପାନ କରେ ନାହିଁ, ତେବେ ଛାତ୍ରମାନେ ମଧ୍ୟ ସ୍ଵାଭାବିକ ଭାବରେ ଧୁମ୍ରପାନ କରିବା ବନ୍ଦ କରିଦେବେ । କିନ୍ତୁ ଯଦି ଶିକ୍ଷକ ଧୁମ୍ରପାନ କରେ, କିପରି ଛାତ୍ରମାନେ...? ସେମାନେ ମଧ୍ୟ ଶ୍ରେଣୀରେ ଧୁମ୍ରପାନ କରିବେ । ମୁଁ ନ୍ୟୁୟର୍କରେ ଦେଖିଛି । ଅତି କମରେ ଏହା ଭାରତରେ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହା ଆରମ୍ଭ ହେବ । କାରଣ ସେମାନେ ମଧ୍ୟ ପ୍ରଗତି କରୁଛନ୍ତି ।(ହସ) ଏହି ଦୁର୍ଜନମାନେ ପ୍ରଗତି କରୁଛନ୍ତି, ନର୍କକୁ ଯାଉଛନ୍ତି ।(ହସ)

ତେଣୁ, ପ୍ରହଲ୍ଲାଦ ମହାରାଜା ପରାମର୍ଶ ଦିଅନ୍ତି, ତୁମର ମୂଲ୍ୟବାନ ସମୟ ତଥା କଥିତ ଅର୍ଥନୈତିକ ଉନ୍ନତି ଏବଂ ନିରର୍ଥକ କାର୍ଯ୍ୟକଳାପରେ ନଷ୍ଟ କର ନାହିଁ । ମୁକୁନ୍ଦଙ୍କର ଭକ୍ତ ହେବା ପାଇଁ ଚେଷ୍ଟା କର । ତେବେ ତୁମର ଜୀବନ ସଫଳ ହେବ ।