OR/Prabhupada 0197 - ତୁମେ ଭଗବଦ୍ ଗୀତା ମୌଳିକ ରୂପରେ ଉପସ୍ଥାପନ କରିବା ଉଚିତ୍



Lecture on SB 5.5.30 -- Vrndavana, November 17, 1976

ଯଦି ତୁମେ ଭଲ ଭାବରେ ଚେଷ୍ଟ କରିବ, କୃଷ୍ଣ ତୁମକୁ ଶକ୍ତି ଦେବେ । କୃଷ୍ଣ ତୁମକୁ ସାହାର୍ଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ, ଯଦି ତୁମେ ତାଙ୍କର ସହାୟତା ନେବାକୁ ଚାହଁ । ସେ ପ୍ରସ୍ତୁତ । ସେ ତୁମକୁ ସାହାର୍ଯ୍ୟ କରିବାକୁ ଆସିଛନ୍ତି । ଅନ୍ୟଥା କୃଷ୍ଣ ଏଠାକୁ ଅସିଛନ୍ତି ପ୍ରଚାର କରିବାର ଉପଯୋଗ କ'ଣ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ (BG 18.66) । ତାହା ହେଉଛି ଆମର ହିତ ପାଇଁ । ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କର କିମ୍ଵା ନ କର, କୃଷ୍ଣଙ୍କୁ କିଛି ଫରକ ପଡ଼େ ନାହିଁ । କୃଷ୍ଣ ତୁମର ସେବା ଉପରେ ନିର୍ଭର କରନ୍ତି ନାହିଁ । ସେ ହେଉଛନ୍ତି ସଂପୂର୍ଣ୍ଣ । ସେ କ୍ଷଣକ ମଧ୍ୟରେ ତୁମ ପରି ଲକ୍ଷେ ସେବକ ସୃଷ୍ଟି କରିପାରିବେ । ତେବେ ସେ ତୁମର ସେବା କାହଁକି ଆବଶ୍ୟକ କରିବେ? ସେ ତୁମ ସେବା ପାଇଁ କାହିଁକି ଦାବି କରିବେ? ତାଙ୍କ ସେବା ତୁମର ଆବଶ୍ୟକତାରେ ପୀଡ଼ିତ ହେଉ ନାହିଁ । କିନ୍ତୁ ଏହା ତୁମର ଇଛା ତାଙ୍କୁ ଆତ୍ମସମର୍ପଣ କରିବା । ଏହା ତୁମର ଇଛା । ଏହି କୃଷ୍ଣ ଦେଖିବାକୁ ଚାହାଁନ୍ତି, ଯେ ତୁମେ ତାଙ୍କୁ ଆତ୍ମସମର୍ପଣ କର ଏବଂ ପରିପୂର୍ଣ୍ଣ ହୁଅ ଏବଂ ଘରକୁ, ଭଗବତ ଧାମକୁ ଫେରିଯାଅ । ତାହା ହେଉଛି କୃଷ୍ଣଙ୍କର ଲକ୍ଷ୍ୟ । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ସେହି ଏକା ଲକ୍ଷ୍ୟ: ପ୍ରଚାର କରିବା ।

ଦନ୍ତେ ନିଧାୟ ତ୍ରନକମ୍ ପଦୟୋର ନିପତ୍ୟ
କାକୁ-ଶଶ୍ଟମ କ୍ରତ୍ଵା ଚାହମ୍ ବ୍ରବିମି
ହେ ସାଧବଃ ସକଳମ ଏବ ବିହାୟ ଦୁରାଦ
ଚୈତନ୍ୟ-ଚନ୍ଦ୍ର-ଚରଣେ କୁରୁତାନୁରାଗମ

ଏହା ହେଉଛି ଆମର ଲକ୍ଷ୍ୟ, ଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷ୍ୟ । କାହିଁକି ପ୍ରଭୋଦାନନ୍ଦ ସରସ୍ଵତୀ ଅନୁରୋଧ କରୁଛନ୍ତି, ଚୈତନ୍ୟ-ଚନ୍ଦ୍ର-ଚରଣେ କୁରୁତାନୁରାଗମ : "ତୁମେ କେବଳ ଚୈତନ୍ୟଙ୍କର ପାଦପଦ୍ମର ସେବା କରିବା ପାଇଁ ଇଛୁକ ହୁଅ"? କାରଣ ବ୍ୟକ୍ତିଗତ ଭାବରେ ସେ ହେଉଛନ୍ତି କୃଷ୍ଣ, ଏବଂ ସେ କିପରି କୃଷ୍ଣଙ୍କ ପାଖରେ ପହଞ୍ଚି ପାରିବା ତାହା ଶିଖେଇବା ପାଇଁ ଆସିଥିଲେ । ସେ ହେଉଛନ୍ତି ଚୈତନ୍ୟ । କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମନେ ଗୌର ତ୍ଵିଶେ ନମଃ । ଶ୍ରୀଲା ରୂପ ଗୋସ୍ଵାମୀ, ସେ ବୁଝିପାରିଲେ । ସର୍ବଭୌମ ଭଟ୍ଟାଚାର୍ଯ୍ୟ, ସେ ବୁଝିପାରିଲେ ।

ବୈରାଗ୍ୟ ବିଦ୍ୟା-ନିଜ-ଭକ୍ତି-ଯୋଗ
ଶିକ୍ଷାର୍ଥମ ଏକଃ ପୁରୁଶଃ ପୁରାଣଃ
ଶ୍ରୀ-କୃଷ୍ଣ-ଚୈତନ୍ୟ-ଶରୀର-ଧାରୀ
କ୍ରପାମବୁଧିର ଯସ ତମ ଅହମ ପ୍ରପଦୟେ
(CC Madhya 6.254)

ଯଦି ଆମେ କୃଷ୍ଣଙ୍କୁ ଚୈତନ୍ୟ ମହାପ୍ରଭୁଙ୍କର ମାଧ୍ୟମରେ ବୁଝିବା... ଚୈତନ୍ୟ ମାହାପ୍ରଭୁ କୁହଁନ୍ତି ଯେ "ତୁମେ ଗୁରୁ ହୁଅ ।" କିପରି? ଯାର ଦେଖା ତାରେ କହ କୃଷ୍ଣ ଉପଦେଶ (CC Madhya 7.128) । ପରିବର୍ତ୍ତନ କର ନାହିଁ, ବଦଳାଅ ନାହିଁ । ତୁମେ କେବଳ କୃଷ୍ଣ ଯାହା କହିଛନ୍ତି ତାହା ପ୍ରଚାର କରିବାକୁ ଚେଷ୍ଟା କର । ଏହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ନିର୍ଦ୍ଦେଶ । ଯଦି ତୁମେ ଏହି ନିର୍ଦ୍ଦେଶ ପାଳନ କରିବ... ତୁମର ତଥା କଥିତ ବିଦ୍ଵାନ ବିଦ୍ୟାବୃତ୍ତି ଅନୁସାରେ କିଛି ଯୋଡ ନାହିଁ ଏବଂ ପରିବର୍ତ୍ତନ କର ନାହିଁ । ତାହା ତୁମକୁ ସାହାର୍ଯ୍ୟ କରିବ ନାହିଁ । ତୁମେ ଭଗବଦ୍ ଗୀତା ମୌଳିକ ରୂପରେ ଉପସ୍ଥାପନ କରିବା ଉଚିତ୍ । ଯାର ଦେଖା ତାରେ କହ କୃଷ୍ଣ ଉପଦେଶ । ସବୁକିଛି ଆଛି, ବହୁତ ସହଜରେ କରାଯାଇପାରିବ, ଯଦି ଆମେ ପରମ୍ପରା ପ୍ରଣାଳୀ ଅନୁସରଣ କରିବା ।

ତେଣୁ କୃଷ୍ଣ ଚେତନା ଆନ୍ଦୋଳନକୁ ଅତି ବିନମ୍ର ଭାବରେ ଆଗକୁ ବଢ଼େଇବାକୁ ହେବ ।

ତ୍ରନାଦି ଅପି ସୁନିଚେନ
ତରୋର ଅପି ସହିଷ୍ନୁନା
ଅମାନିନା ମାନଦେନ
(CC Adi 17.31)

କୀର୍ତ୍ତନୀୟ । ଏହି ପ୍ରଚାର ହେଉଛି କୀର୍ତ୍ତନ, ଏହା ନୁହେଁ ଯେ କେବଳ ମୃଦଙ୍ଗ ସହିତ ମଧୁର କୀର୍ତ୍ତନ କରିପାରିବା । ନା । ପ୍ରଚାର ମଧ୍ୟ କୀର୍ତ୍ତନ ଅଟେ । ଅଭବଦ ବୈୟାସକି-କୀର୍ତ୍ତନ । ବୈୟାସକି, ବ୍ୟାସଦେବଙ୍କର ପୁତ୍ର, ଶୁକଦେବ ଗୋସ୍ଵାମୀ, ସେ କେବଳ ଶ୍ରୀମଦ ଭାଗବତ ବର୍ଣ୍ଣନା କରିଥିଲେ ଏବଂ ନିପୁଣ ହୋଇୟାଇଥିଲେ । ଅଭବଦ ବୈୟାସକି-କୀର୍ତ୍ତନ । ଶ୍ରୀ ବିଷ୍ଣୁ-ଶ୍ରବଣେ ପରିକ୍ଷୀତ । ପରୀକ୍ଷିତ ମାହାରାଜା କେବଳ ଶୁଣିଲେ; ସେ ନପୁଣ ହୋଇଗଲେ । ଏବଂ ଶୁକଦେବ ଗୋସ୍ଵାମୀ କେବଳ ବର୍ଣ୍ଣନା କରିଲେ । ତାହା ମଧ୍ୟ ପ୍ରଚାର । ତେଣୁ ଏହା ହେଉଛି ପ୍ରଚାର । ଯେପରି ପ୍ରଭୋଦାନନ୍ଦ ସରସ୍ଵତୀ ଆମକୁ ଶିକ୍ଷା ଦେଇଛନ୍ତି, ହେ ସାଧବଃ ସକଳମ ଏବ ବିହାୟ ଦୂରାଦ ଚୈତନ୍ୟ-ଚନ୍ଦ୍ର-ଚରଣେ କୁରୁତାନୁରାଗମ: "ତୁମେ ସାଧୁ, ସର୍ବଶ୍ରେଷ୍ଠ ବ୍ୟକ୍ତି, ମହାନ, କିନ୍ତୁ ଏହା ମୋର ଅନୁରୋଧ ।" ଏହା ହେଉଛି ବିନମ୍ରତା । ଯଦି ତୁମେ କହିବ, "ଓ, ତୁମେ ଏକ କର୍ମୀ, ତୁମେ ଏକ ମୂଢ଼ା..." ବାସ୍ତବରେ ସେ ହେଉଛି ମୂଢ଼ା, କିନ୍ତୁ ଜାଣିନାହିଁ...ପ୍ରାରମ୍ଭରେ, ଯଦି ତୁମେ କହିବ, ତେବେ କଥା କହିବାର କୌଣସି ସୁଯୋଗ ମିଳିବ ନାହିଁ । ସେ ହେଉଛି ମୂଢ଼ା, ସେଥିରେ କୌଣସି...ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ଦିନ ରାତି ଘୁଷୁରି ଏବଂ କୁକୁର ପରି କାମ କରିବା, ନିଶ୍ଚିତ ଭାବରେ ସେ ହେଉଛି ମୂଢ଼ା, କର୍ମୀ । ସେହିପରି, ଜ୍ଞାନୀ, ସେମାନେ କେବଳ କଳ୍ପନା କରନ୍ତି । ସେହି ତର୍କ, କାକା-ତଲିୟା ନ୍ୟାୟ: "ପ୍ରଥମେ କାଉ ତାଳ ଉପରେ ବସିଲା; ତାପରେ ତାଳ ତଳେ ପଡ଼ିଗଲା? କିମ୍ଵା ତାଳ ତଳେ ପଡ଼ିଗଲା; ସେଥିପାଇଁ କାଉ ତାଳ ଉପରେ ବସିପାରିଲା ନାହିଁ?" ତର୍କ । ଜଣେ ପଣ୍ଡିତ କହିଲେ, "ନା,ନା । ସର୍ବପ୍ରଥମେ, ତାଳ ତଳେ ପଡ଼ିଗଲା, ଏବଂ କାଉ ତା ଉପରେ ବସିବାକୁ ଚାହୁଁଥିଲା, ତେବେ ସେ ବସିପାରିଲା ନାହିଁ । ବର୍ତ୍ତମାନ ଅନ୍ୟ ଏକ ପଣ୍ଡିତ କହିଲା, "ନା,ନା । ତାଳ ସେଠାରେ ଥିଲା, ଏବଂ କାରଣ କାଉ ତା ଉପରେ ବସି ପଡ଼ିଲା, ଏହା ତଳେ ପଡ଼ିଗଲା ।" ବର୍ତ୍ତମାନ ଏହା ହେଉଛି ତର୍କ । ସେମାନେ କଳ୍ପନା କରିବାରେ ସମୟ ନଷ୍ଟ କରୁଛନ୍ତି । କାକ-ତଳିୟ ନ୍ୟାୟ । କୂପ-ମଂଣ୍ଡୁକ-ନ୍ୟାୟ ।