OR/Prabhupada 0199 - ଦୁର୍ଜନମାନେ ତଥା କଥିତ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ପରିହାର କରିବାକୁ ଚାହୁଁଛନ୍ତି



Lecture on BG 13.8-12 -- Bombay, September 30, 1973

ତତ୍ତ୍ଵଜ୍ଞାନ ବିନା କୌଣସି ବୁଝାମଣା, ତାହା କଳ୍ପନା ଅଟେ । ଏବଂ ଧାର୍ମିକ ଧାରଣା ବିନା ତତ୍ତ୍ଵଜ୍ଞାନ ହେଉଛି ମାନସିକ ପରିକଳ୍ପନା । ଏହି ଦୁଇଟି ଜିନିଷ ଚାଲିଛି, ସଂଯୁକ୍ତ ହୋଇନାହିଁ, ସମଗ୍ର ଦୁନିଆରେ । ଅନେକ ତଥା କଥିତ ଧାର୍ମିକ ପ୍ରଣାଳୀ ଅଛି, କିନ୍ତୁ କୌଣସି ତତ୍ତ୍ଵଜ୍ଞାନ ନାହିଁ । ସେଥିପାଇଁ ତଥା କଥିତ ଧାର୍ମିକ ପ୍ରଣାଳୀ ଅାଧୁନିକ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଆକର୍ଷିତ କରେ ନାହିଁ । ସେମାନେ ଧର୍ମ ତ୍ୟାଗ କରୁଛନ୍ତି, ଖ୍ରଷ୍ଟିୟାନ, ମୁସଲିମ, ହିନ୍ଦୁ ଯାହାଭି । କେବଳ ଔପଚାରିକତା, ବିଧି, ସେମାନେ ପସନ୍ଦ କରନ୍ତି ନାହିଁ । ସେମାନେ ସବୁକିଛି ତତ୍ତ୍ଵଜ୍ଞାନ ଆଧାରରେ ଜାଣିବାକୁ ଚାହୁଁଛନ୍ତି । ତାହା ହେଉଛି ଭଗବଦ୍ ଗୀତା ।

ଭଗବଦ୍ ଗୀତା ତତ୍ତ୍ଵଜ୍ଞାନ ଉପରେ ଆଧାରିତ, ଏହି ପ୍ରଣାଳୀ, କୃଷ୍ଣ ଭକ୍ତି । ଭଗବଦ୍ ଗୀତା ଅର୍ଥାତ୍ କୃଷ୍ଣ ଭକ୍ତି, କୃଷ୍ଣଙ୍କ ପ୍ରତି ଭକ୍ତି, କୃଷ୍ଣ ଚେତନା । ତାହା ହେଉଛି ଭଗବଦ୍ ଗୀତା । ଭଗବଦ୍ ଗୀତା, ଶିକ୍ଷଣ ହେଉଛି ମନ୍ମାନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) । ଏହା ହେଉଛି ଭଗବଦ୍ ଗୀତା । "ସର୍ବଦା ମୋ ବିଷୟରେ ଭାବ ।" କୃଷ୍ଣ ଚେତନା, ଶୁଦ୍ଧ ଏବଂ ସରଳ । ମନ୍ମାନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) । ସର୍ବତ୍ର କୃଷ୍ଣ ତାଙ୍କର ବ୍ୟକ୍ତିତ୍ଵ ଉପରେ ଜୋର ଦେଇଛନ୍ତି । ଅହମାଦିର୍ହି ଦେବାନାଂ: (BG 10.2) । "ମୁଁ ସବୁ ଦେବତାମାନଙ୍କର ମୂଳ ।" ମତ୍ତଃ ପରତରଂ ନାନ୍ୟତ୍ କିଞ୍ଚିଦସ୍ତି ଧନଞୟ (BG 7.7) ।

ଅହଂ ସର୍ବସ୍ୟ ପ୍ରଭବୋ
ମତ୍ତଃ ସର୍ବଂ ପ୍ରବର୍ତତେ
ଇତି ମତ୍ଵା ଭଜନ୍ତେ ମାଂ
ବୁଧା ଭାବସମନ୍ଵିତାଃ
(BG 10.8)

ସବୁକିଛି ସେଥିରେ ଅଛି ।

ତେଣୁ ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66), ମାମ, ଅହଂ, "ମୁଁ ।" ତେଣୁ ପ୍ରତ୍ୟେକ ଶ୍ଳୋକରେ, ପ୍ରତ୍ୟେକ ଅଧ୍ୟାୟରେ, କୃଷ୍ଣ । ମୟାସକ୍ତ ମନାଃ ପାର୍ଥ ଯୋଗଂ ଯୁଞନ୍ମଦାଶ୍ରୟଃ । ମୟାସକ୍ତ, "ଯିଏ ମୋ ସହିତ ଆସକ୍ତ ଅଛି," ଆସକ୍ତମନାଃ, "ମନ ମୋ ଠାରେ ଆସକ୍ତ, ତାହା ହେଉଛି ଯୋଗ ।" ଯୋଗିନାମପି ସର୍ବେଷାଂ ମଦ୍ ଗତେନାନ୍ତରାତ୍ମନା । ମଦ୍-ଗତ, ପୁଣି ମତ (BG 6.47) । ମଦ୍ ଗତେନାନ୍ତରାତ୍ମନା, ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ । ତେଣୁ ସବୁଜିନିଷରେ ଜୋର ଦିଆଯାଇଛି, କୃଷ୍ଣ । କିନ୍ତୁ ବଦମାସ୍ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ବାହାର କରିବା ପାଇଁ ଚାହୁଁଛନ୍ତି ।

ଏହି ଦୁର୍ଜନାତା ଭାରତରେ ପ୍ରଳୟ କରୁଛି । ଏହି ଦୁର୍ଜନମାନେ ତଥା କଥିତ ଭାଷ୍ୟକାରମାନେ, ସେମାନେ କୃଷ୍ଣଙ୍କୁ ପରିହାର କରିବାକୁ ଚାହୁଁଛନ୍ତି । ସେଥିପାଇଁ କୃଷ୍ଣ ଚେତନା ଆନ୍ଦୋଳନ ଏହି ଦୁର୍ଜନମାନଙ୍କ ପାଇଁ ଏକ ଆହ୍ଵାନ ଅଟେ । ଏହା ଏକ ଆହ୍ଵାନ ଯେ " ତୁମେ କୃଷ୍ଣଙ୍କ ବିନା କୃଷ୍ଣ ବନେଇବାକୁ ଚାହୁଁଛ । ଏହା ହେଉଛି ନିରର୍ଥକ ।"