OR/Prabhupada 0205 - ମୁଁ କଦାପି ଆଶା କରି ନ ଥିଲି ଯେ ଏହି ଲୋକମାନେ ସ୍ଵୀକାର କରିବେ



Morning Walk -- May 20, 1975, Melbourne

ପ୍ରଭୁପାଦ: ଏହା ନୁହେଁ ଯେ ତୁମକୁ ଦେଖିବାକୁ ପଡ଼ିବ ସେ କୃଷ୍ଣ ଚେତନାଶୀଳ ହୋଇଗଲା । କୃଷ୍ଣ ଚେତନାଶୀଳ ହେବା ଏତେ ସହଜ ନୁହେଁ । ଏହା ଏତେ ସହଜ ନୁହେଁ । ଅନେକ, ଅନେକ ଜନ୍ମ ପରେ, ବହୂନାଂ ଜନ୍ମନାମନ୍ତେ (BG 7.19) । କିନ୍ତୁ ତୁମକୁ ତୁମର କର୍ତ୍ତବ୍ୟ କରିବାକୁ ହେବ । ଯାଅ ଏବଂ ପ୍ରଚାର କର । ଯାରେ ଦେଖ, ତାରେ କହ କୃଷ୍ଣ ଉପଦେଶ (CC Madhya 7.128) । ତୁମର କର୍ତ୍ତବ୍ୟ ସମାପ୍ତ । ଅବଶ୍ୟ, ତୁମେ ତାକୁ ପରିବର୍ତ୍ତନ କରିବାକୁ ଚହିଁବ । ଯଦି ସେ ପରିବର୍ତ୍ତୀତ ନ ହୁଏ, ତାହା ତୁମ କର୍ତ୍ତବ୍ୟରୁ ବିଚ୍ୟୁତ ହେବା ନୁହେଁ । ତୁମକୁ କେବଳ ଯିବାର ଅଛି ଏବଂ କଥା ହେବାର ଅଛି । ଯେପରି ଯେତେବେଳେ ମୁଁ ତୁମ ଦେଶକୁ ଆସିଲି, ମୁଁ କୌଣସି ସଫଳତା ଆଶା କରି ନ ଥିଲି । କାରଣ ମୁଁ ଜାଣିଥିଲି, "ଯଥା ଶୀଘ୍ର ମୁଁ କହିବି, 'ଅବୈଧ ଯୌନ ନାହିଁ, ମାଂସ ଭକ୍ଷଣ ନାହିଁ,' ସେମାନେ ତୂରନ୍ତ ମୋତେ ଅସ୍ଵୀକାର କରିବେ ।" (ହସ) ତେଣୁ ମୋତେ ଆଦୌ ଆଶା ନ ଥିଲା ।

ଭକ୍ତ(୧): ସେମାନେ ଭାରୀ ଆସକ୍ତ ।

ପ୍ରଭୁପାଦ: ହଁ । କିନ୍ତୁ ଏହା ତୁମର ଅନୁକମ୍ପା ଯେ ତୁମେ ମୋତେ ସ୍ଵୀକାର କରିଲ । କିନ୍ତୁ ମୁଁ କଦାପି ଆଶା କରି ନ ଥିଲି । ମୁଁ କଦାପି ଆଶା କରି ନ ଥିଲି ଯେ "ଏହି ଲୋକମାନେ ସ୍ଵୀକାର କରିବେ ।" ମୁଁ କଦାପି ଆଶା କରି ନ ଥିଲି ।

ହରି-ଶୌରି: ତେବେ ଯଦି କେବଳ ଆମେ କୃଷ୍ଣଙ୍କ ଉପରେ ବିଶ୍ଵାସ କରିବା...

ପ୍ରଭୁପାଦ: ହଁ, ତାହା କେବଳ ଆମର ଏକମାତ୍ର କାମ । ହରି-ଶୌରି: ଏବଂ ଯଦି ଆମେ ପରିଣାମ ଦେଖିବା, ତେବେ...ପ୍ରଭୁପାଦ: ଏବଂ ଆମେ ଆମର କର୍ତ୍ତବ୍ୟ ଆଧ୍ୟାତ୍ମିକ ଗୁରୁଙ୍କ ଦ୍ଵାରା ନିର୍ଧାରିତ ରିତୀରେ କରିବା ଉଚିତ୍ । ଗୁରୁ-କୃଷ୍ଣ-କୃପାୟ (CC Madhya 19.151) । ତେବେ ଉଦ୍ଭୟ ପକ୍ଷରୁ, ତୁମକୁ କୃପା ପ୍ରାପ୍ତ ହେବ, ଆଧ୍ୟାତ୍ମିକ ଗୁରୁ ଏବଂ କୃଷ୍ଣଙ୍କ ଠାରୁ । ଏବଂ ତାହା ହେଉଛି ସଫଳତା ।