OR/Prabhupada 0212 - ବୈଜ୍ଞାନିକ ଦୃଷ୍ଟିକୋଣରୁ, ମୃତ୍ୟୁପରେ ଜୀବନ ଅଛି



Garden Conversation -- June 10, 1976, Los Angeles

ପ୍ରଭୁପାଦ: ଆଧୁନିକ ଶିକ୍ଷା, ସେମାନେ ବୁଝିପାରନ୍ତି ନାହିଁ ଯେ ଏହି ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିର ପୁନରାବୃତ୍ତି ହେଉଛି ବିରକ୍ତିକର । ସେମାନେ ତାହା ବୁଝିପାରନ୍ତି ନାହିଁ । କାହିଁକି ସେମାନେ ଏହା ସ୍ଵୀକାର କରନ୍ତି? ସ୍ଵୀକାର କର, ସେମାନେ ଭାବନ୍ତି ଅନ୍ୟ କୌଣସି ମାର୍ଗ ନାହିଁ । କିନ୍ତୁ ଯଦି ଏହାକୁ ବନ୍ଦ କରିବା ପାଇଁ ଏକ ମାର୍ଗ ଅଛି, ତେବେ ସେମାନେ ଏହା କାହିଁକି ସ୍ଵୀକାର କରୁ ନାହାଁନ୍ତି? ହମ୍? ଏହି ଶିକ୍ଷାର ମୂଲ୍ୟ କ'ଣ? ସେମାନେ ଠିକ୍ ଏବଂ ଭୁଲ ମଧ୍ୟରେ ଅନ୍ତର କରି ପାରନ୍ତି ନାହିଁ । କେହି ମୃତ୍ୟକୁ ଭଲ ପାଆନ୍ତି ନାହିଁ, କିନ୍ତୁ ମୃତ୍ୟ ଅଛି । କେହି ବୃଦ୍ଧ ହେବାକୁ ପସନ୍ଦ କରନ୍ତି ନାହଁ, କିନ୍ତୁ ବାର୍ଦ୍ଧକ୍ୟ ଅଛି । ତେବେ କାହିଁକି ସେମାନେ ଏହି ବଡ ବଡ ସମସ୍ୟାକୁ ପାଖକୁ ପକାଇ ଦେଇଛନ୍ତି ଏବଂ ସେ ବୈଜ୍ଞାନିକ ଜ୍ଞାନର ପ୍ରଗତିରେ ଗର୍ବ ଅନୁଭବ କରୁଛନ୍ତି? ଏହା କେଉଁ ପ୍ରକାରର ଶିକ୍ଷା? ଯଦି ସେମାନେ ଠିକ ଏବଂ ଭୁଲ ମଧ୍ୟରେ ଅନ୍ତର ଜାଣିପାରନ୍ତି ନାହିଁ, ତେବେ ତାଙ୍କ ଶିକ୍ଷା ନେବାର ପରିଣାମ କ'ଣ? ଶିକ୍ଷା ଗ୍ରହଣ କରିବା ଅର୍ଥ ହେଉଛି ଜଣେ ଠିକ ଏବଂ ଭୁଲ ମଧ୍ୟରେ ଅନ୍ତର ଜାଣିବା । କିନ୍ତୁ ସେମାନେ ପାରିବେ ନାହିଁ, ବା ଏପରିକି ସେମାନେ ଜାଣିନାହାଁନ୍ତି ଯେ ମୃତ୍ୟବରଣ କରିବା ଭଲ କଥା ନୁହେଁ, କିନ୍ତୁ ସେମାନେ କାହିଁକି ମୃତ୍ୟୁକୁ ରୋକିବାକୁ ଚେଷ୍ଟା କରୁନାହାନ୍ତି? ଉନ୍ନତି କାହିଁ? ସେମାନେ ବିଜ୍ଞାନର ଉନ୍ନତିରେ ବହୁତ ଗର୍ବ ଅନୁଭବ କରୁଛନ୍ତି । ଉନ୍ନତି କାହିଁ? ତୁମେ ମୃତ୍ୟୁକୁ ରୋକି ପାରିବ ନାହିଁ । ତୁମେ ବୃଦ୍ଧାବସ୍ଥାକୁ ରୋକି ପାରିବ ନାହିଁ । ତୁମେ ଉନ୍ନତ ଔଷଧ ତିଆରି କରିପାରିବ, କିନ୍ତୁ କିହିଁକି ତୁମେ ରୋଗକୁ ରୋକୁ ନାହଁ? ଏହି ବଟିକା ଖାଅ, ଆଉ କୌଣସି ରୋଗ ହେବ ନାହିଁ । ସେହି ବିଜ୍ଞାନ କାହିଁ? ହମ୍?

ନଳୀନିକଣ୍ଠ: ସେମାନେ କହୁଛନ୍ତି ସେମାନେ ଏହା ଉପରେ କାମ କରୁଛନ୍ତି ।

ପ୍ରଭୁପାଦ: ତାହା ଅନ୍ୟ ଏକ ମୂର୍ଖତା । ବୋକା ବନଉଛନ୍ତି ।

ଗୋପବୃନ୍ଦାପାଳ: ଯେପରି ଆମେ କହୁଛୁ କୃଷ୍ଣ ଚେତନା ହେଉଛି ଏକ କ୍ରମିକ ପ୍ରକ୍ରିୟା, ସେମାନେ କହୁଛନ୍ତି ସେମାନଙ୍କର ବୈଜ୍ଞାନିକ ଉନ୍ନତି ମଧ୍ୟ ଏକ କ୍ରମିକ ପ୍ରକ୍ରିୟା ।

ପ୍ରଭୁପାଦ: କ୍ରମିକ ପ୍ରକ୍ରିୟା, କିନ୍ତୁ ସେମାନେ ଭାବୁଛନ୍ତି କି ସେମାନେ ମୃତ୍ୟୁକୁ ରୋକି ପାରିବେ? ଆମର ବିଶ୍ଵାସ ଅଛି ଯେ ଆମେ ଘରକୁ ଫେରିବୁ, ଭଗବଦ୍ ଧାମକୁ, କୃଷ୍ଣ । କିନ୍ତୁ ତାଙ୍କର ବିଶ୍ଵାସ କାହିଁ ଯେ ସେମାନେ ମୃତ୍ୟୁ, ବୃଦ୍ଧାବସ୍ଥା, ରୋଗକୁ ରୋକି ପାରିବେ?

ଡ଼ା.ଉଲ୍ଫ: ଆଧୁନିକ ଫେଶନ ବର୍ତ୍ତମାନ ହେଉଛି ଯେ ସେମାନେ କହୁଛନ୍ତି ସେମାନେ ଚେଷ୍ଟା କରୁଛନ୍ତି, ସେମାନେ ଏହି ତଥ୍ୟ ପ୍ରତିଷ୍ଠା କରିଛନ୍ତି ଯେ ମୃତ୍ୟୁ ପରେ ଜୀବନ ଅଛି ।

ପ୍ରଭୁପାଦ: ଅଛି ।

ଡ଼ା.ଉଲ୍ଫ: ସେମାନେ ଏହାକୁ ବୈଜ୍ଞାନିକ ଭାବରେ ପୁଣି ଏହାକୁ କରିବାକୁ ଚାହୁଁଛନ୍ତି ।

ପ୍ରଭୁପାଦ: ସେମାନଙ୍କୁ କରିବାକୁ ଦିଅନ୍ତୁ । ବୈଜ୍ଞାନିକ ଦୃଷ୍ଟିକୋଣରୁ, ମୃତ୍ୟୁପରେ ଜୀବନ ଅଛି । ତାହା ବାରମ୍ଵାର କୁହାଯାଇଛି, ଯେ ମୋର ଶିଶୁ ଶରୀର ମରିଯାଇଛି, ଏହା ଚାଲିଯାଇଛି, ଲୁପ୍ତ ହୋଇଯାଇଛି । ମୁଁ ଅନ୍ୟ ଏକ ଶରୀର ପାଇଛି । ତେଣୁ ମୃତ୍ୟୁ ପରେ ଜୀବନ ଅଛି । ତାହା ହେଉଛି ବ୍ୟବହାରିକ । ତେଣୁ କୃଷ୍ଣ ଏହା କୁହଁନ୍ତି, ତଥା ଦେହାନ୍ତର-ପ୍ରାପ୍ତିଃ (BG 2.13) । ତେଣୁ ସେହିପରି, ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ଏହା ଭଗବାନଙ୍କର ଅଧିକୃତ ବକ୍ତବ୍ୟ, ଏବଂ ବ୍ୟବହାରିକ ଭାବରେ ଆମେ ଦେଖିବା ଯେ ଆମେ ଗୋଟିଏ ଶରୀର ପରେ ଗୋଟିଏ ଶରୀର ପାଉଛୁ, କିନ୍ତୁ ମୁଁ ରହୁଛି । ତେଣୁ ଆପତ୍ତି କେଉଁଠାରେ ଅଛି? ତେଣୁ ମୃତ୍ୟୁ ପରେ ଜୀବନ ଅଛି । ତଥା କଥିତ ମୃତ୍ୟୁ ଅର୍ଥାତ୍ ଶରୀର ନଷ୍ଟ ହେବା । ତେଣୁ ଆମେ ଯଦି ସେହି ଜୀବନ ସହିତ ଲାଗି ରହିବା, ଯେ ଆଉ ମୃତ୍ୟୁ ନାହିଁ, ତେବେ ତାକୁ ଖୋଜିବାକୁ ହେବ । ତାହା ହେଉଛି ବୁଦ୍ଧିମାନତା । ତାହା ଭଗବଦ୍ ଗୀତାରେ ଉଲ୍ଲେଖ କରାଯାଇଛି, ଯେ ଯଦି ତୁମେ କେବଳ କୃଷ୍ଣଙ୍କୁ ବୁଝିପାରୁଛ, ଏବଂ ତୁମେ ତାଙ୍କ ପାଖକୁ ଯିବା ପାଇଁ ଯୋଗ୍ୟ ହୋଇଯାଉଛ, ତେବେ ଆଉ ମୃତ୍ୟୁ ନାହିଁ ।