OR/Prabhupada 0214 - ଏହି ଆନ୍ଦୋଳନ ଦୃଢ଼ତାର ସହିତ ଆଗକୁ ବଢ଼ି ପାରିବ ଯେ ପର୍ଯ୍ୟନ୍ତ ଆମେ ଭକ୍ତ ଅଛୁ



Room Conversation 1 -- July 6, 1976, Washington, D.C.

ପ୍ରଭୁପାଦ: ଭାରତରେ ଆମକୁ ଏତେ ସାରା ଭୂମି ଯଚା ଯାଇଛି । କିନ୍ତୁ ଆମ ପାଖରେ ଲୋକ ନାହାଁନ୍ତି ଏହାକୁ ସମ୍ଭାଳିବା ପାଇଁ ।

ସ୍ଵରୂପ ଦାମୋଦର: ମୁଁ ମଧ୍ୟ ମଣିପୁରରୁ ଏକ ଚିଠି ପାଇଛି । ସେହି ଆଜୀବନ ସଦସ୍ୟ, କୂଳବିଦା ସିଂ, ସେ ଚିନ୍ତିତ ଥିଲେ ଯେ ଯୁବକମାନେ ଧାର୍ମିକ ବିଚାରକୁ ତ୍ୟାଗ କରୁଛନ୍ତି, ସେଥିପାଇଁ ସେ ଏକ ପ୍ରକାରର ବିଦ୍ୟାଳୟ ନିର୍ମାଣ କରିବାକୁ ଚାହୁଁ ଥିଲେ...

ପ୍ରଭୁପାଦ: ତାହା (ଅସ୍ପଷ୍ଟ) ବିନାଶ ବିବେକାନ୍ଦଙ୍କ ଦ୍ଵାରା କରାଯାଇଛି, ଯତୋ ମତ ତତୋ ପଥୋ, (ଅସ୍ପଷ୍ଟ) ।

ସ୍ଵରୂପ ଦାମୋଦର: ତେଣୁ ଯଥା ଶିଘ୍ର...ସେମାନେ ଇସ୍କନ୍ ର ଏକ ଶାଖା ଆରମ୍ଭ କରିବାକୁ ଚାହୁଁ ଥିଲେ, ଏବଂ ସେ ଏକ ଥିଲା...

ପ୍ରଭୁପାଦ: ମୋତେ ଲାଗୁଛି ଏହା କଷ୍ଟକର ହେବ ନାହିଁ । ମଣିପୁର ହେଉଛି...

ସ୍ଵରୂପ ଦାମୋଦର: ଏହା ଅତି ସରଳ ହେବ, କାରଣ...

ପ୍ରଭୁପାଦ:...ବୈଷ୍ଣବ । ତେବେ ଯଦି ସେ ବୁଝିପାରିବେ, ତାହା ଭାରୀ ଭଲ ହେବ ।

ସ୍ଵରୂପ ଦାମୋଦର: ସମସ୍ତେ, ଏପରିକି ସରକାର ମଧ୍ୟ ଭାଗ ନେଉଛନ୍ତି । ତେଣୁ ସେମାନେ ମୋତେ ଚିଠି ଲେଖି କହିଲେ ଯେ ସେମାନେ ଆମକୁ ଭଲ ଭୂମି ଦେଇପାରିବେ, ଏବଂ...

ପ୍ରଭୁପାଦ: ଓ, ଭଲ । ବର୍ତ୍ତମାନ ଗୋବିନ୍ଦଜୀ ମନ୍ଦିର?

ସ୍ଵରୂପ ଦାମୋଦର: ଗୋବିନ୍ଦଜୀ ମନ୍ଦିର ସରକାର ନେଇ ଯାଇଛନ୍ତି, ତେଣୁ ମୁଁ କଥା ହୋଇଛି, ମୁଁ ଏକ ଚିଠି ଲେଖିଛି...

ପ୍ରଭୁପାଦ: ସରକାର, ସେମାନେ ସମ୍ଭାଳି ପାରିବେ ନାହିଁ ।

ସ୍ଵରୂପ ଦାମୋଦର: ସେମାନେ ଠିକ୍ ଭାବରେ ସମ୍ଭାଳୁ ନାହାଁନ୍ତି ।

ପ୍ରଭୁପାଦ: ସେମାନେ କରିପାରିବେ ନାହିଁ । ଯଥା ଶୀଘ୍ର କିଛି ସରକାରଙ୍କ ପାଖକୁ ଯାଏ, ବିଶେଷ କରି ଭାରତରେ, ସରକାରଙ୍କର ନଜରକୁ ଯାଏ, ଏହା ନଷ୍ଟ ହୋଇଯାଏ । ସରକାର ଅର୍ଥାତ୍ ସମସ୍ତେ ଚୋର ଏବଂ ବଦମାସ । ସେମାନେ କିପରି ସମ୍ଭାଳିବେ? ସେମାନେ ଯାହା କିଛି ପାଇବେ କେବଳ ଗିଳି ଦେବେ । ସରକାର ଅର୍ଥାତ୍...ସେମାନେ ସମ୍ଭାଳି ପାରିବେ ନାହିଁ, ସେମାନେ ଭକ୍ତ ନୁହଁନ୍ତି । ଏହା ଭକ୍ତଙ୍କ ହାତରେ ରହିବା ଉଚିତ୍ । ତେଣୁ (ଅସ୍ପଷ୍ଟ), ବେତନରେ କାମକରୁ ଥିବା ବ୍ୟକ୍ତି, ସେମାନେ କିଛି ଟଙ୍କା ଚାହାଁନ୍ତି, ବାସ୍ । ସେମାନେ ମନ୍ଦିର କିପରି ସମ୍ଭାଳିବେ? ଏହା ଅସମ୍ଭବ ।

ସ୍ଵରୂପ ଦାମୋଦର: ଏହା ଏକ ରାଜନୈତିକ ସମସ୍ୟା ହୋଇଯାଇଛି ।

ପ୍ରଭୁପାଦ: ବାସ୍ । ହମ୍?

ସ୍ଵରୂପ ଦାମୋଦର: ଏହା ରାଜନିତୀରେ ସଂପୃକ୍ତ ହୋଇଯାଇଛି । ତେଣୁ ତାହା...ପୂଜା ସହିତ କୌଣସି ସମ୍ପର୍କ ନାହିଁ ।

ପ୍ରଭୁପାଦ: ଯାହା ହେଉ, ସେଥିପାଇଁ ସରକାରଙ୍କୁ ଭକ୍ତଙ୍କ ହାତରେ ଦେବା ଉଚିତ୍, ଅାମେମାନେ ମାନ୍ୟତା ପ୍ରାପ୍ତ ଭକ୍ତ, ଇସ୍କନ୍ । ଯଦି ସେମାନେ ଚାହାଁନ୍ତି, ପ୍ରକୃତରେ ବ୍ୟବସ୍ଥା । ଆମେମାନେ ସମ୍ଭାଳୁଛୁ, ଏତେ ସାରା କେନ୍ଦ୍ର, ଭକ୍ତମାନଙ୍କ ଯୋଗୁଁ । ଏହି ସବୁ ଜିନିଷ ସମ୍ଭାଳିବା ବେତନ ନେଉଥିବା ବ୍ୟକ୍ତିମାନଙ୍କ ଦ୍ଵାରା ସମ୍ଭବ ନୁହେଁ । ଏହା ସମ୍ଭବ ନୁହେଁ ।

ଭକ୍ତ: ନା ।

ପ୍ରଭୁପାଦ: ସେମାନେ କଦାପି କରିପାରିବେ ନାହିଁ...ସେମାନେ କଦାପି କରିପାରିବେ ନାହିଁ... ଏହି ଆନ୍ଦୋଳନ ଦୃଢ଼ତାର ସହିତ ଆଗକୁ ବଢ଼ି ପାରିବ ଯେ ପର୍ଯ୍ୟନ୍ତ ଆମେ ଭକ୍ତ ଅଛୁ, ଅନ୍ୟଥା ଏହା ସମାପ୍ତ ହୋଇଯିବ । ଏହା କୌଣସି ବାହାର ବ୍ୟକ୍ତି ଦ୍ଵାରା ଆୟୋଜିତ କରାଯାଇ ପାରିବ ନାହିଁ । ନା । କେବଳ ଭକ୍ତ । ତାହା ହେଉଛି ରହସ୍ୟ ।

ଭକ୍ତ: ତୁମେ ଭକ୍ତକୁ ବେତନ ଦେଇପାରିବ ନାହିଁ ।

ପ୍ରଭୁପାଦ: ହମ୍?

ଭକ୍ତ:ତୁମେ ଭକ୍ତକୁ କିଣି ପାରିବ ନାହିଁ ।

ପ୍ରଭୁପାଦ: ତାହା ସମ୍ଭବ ନୁହେଁ ।

ଭକ୍ତ: ତୁମେ ଝାଡ଼ୁ କରିବା ପାଇଁ ଜଣକୁ କିଣି ପାରିବ, କିନ୍ତୁ ତୁମେ ଏକ ପ୍ରଚାରକକୁ କିଣି ପାରିବ ନାହିଁ ।

ପ୍ରଭୁପାଦ: ନା, ତାହା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । ତେଣୁ ଯେ ପର୍ଯ୍ୟନ୍ତ ଆମେ ଭକ୍ତ ଅଛୁ, ଆମର ଅନ୍ଦୋଳନ କୌଣସି ପ୍ରତିବନ୍ଧ ବିନା ଚାଲିବ ।

ଭକ୍ତ: ଭକ୍ତମାନଙ୍କୁ ଦୁନିଆ ଉପରେ ଶାସନ କରିବା ଉଚିତ୍ ।

ପ୍ରଭୁପାଦ: ହଁ, ତାହା ହେଉଛି...ତାହା ଦୁନିଆ ପାଇଁ ଭଲ ।

ଭକ୍ତ: ହଁ ।

ପ୍ରଭୁପାଦ: ଯଦି ଭକ୍ତମାନେ ସମଗ୍ର ଦୁନିଆକୁ ଶାସନ କରିବାର ଭାର ବହନ କରନ୍ତି, ତେବେ ସମସ୍ତେ ଖୁସୀ ହେବେ । ଏଥିରେ କୌଣସି ସନ୍ଦେହ ନାହିଁ । କୃଷ୍ଣ ତାହା ଚାହାଁନ୍ତି । ସେ ଚାହୁଁଥିଲେ ପାଣ୍ଡବମାନେ ସରକାର ଚଲାନ୍ତୁ । ସେଥିପାଇଁ ସେ ଯୁଦ୍ଧରେ ଅଶଂ ଗ୍ରହ୍ମଣ କରିଲେ । "ହଁ, ତୁମେ ହେବା ଉଚିତ୍... ସମସ୍ତ କୌରବମାନଙ୍କୁ ମରିବାକୁ ହେବ, ଏବଂ ମହାରାଜା ଯୁଦ୍ଧିଷ୍ଠିରଙ୍କୁ ସ୍ଥାପନ କରାଯିବା ଉଚିତ୍ ।" ତାହା ସେ କରିଲେ । ଧର୍ମସଂସ୍ଥାପନାର୍ଥାୟ । ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍ଖୃତାମ୍ (BG 4.8) । ସେ ଚାହୁଁ ଥିଲେ ସବୁକିଛି ଭଲରେ ହୋଇଯାଉ ଏବଂ ଲୋକମାନେ ଭଗବାନଙ୍କ ପ୍ରତି ସଚେତ ହୋଇ ଯାଆନ୍ତୁ । ତେବେ ତାଙ୍କର ଜୀବନ ସଫଳ ହେବ । ତାହା ହେଉଛି କୃଷ୍ଣଙ୍କର ଯୋଜନା । ତାହା, "ଏହି ଦୁର୍ଜନମାନେ ପଥଚ୍ୟୁତ କରୁଛନ୍ତି ଏବଂ ସେମାନଙ୍କର...ସେମାନେ ମନୁଷ୍ୟ ଜନ୍ମ ପାଇଛନ୍ତି ଏବଂ ଏହା ନଷ୍ଟ ହୋଇଯାଇଛି ।" ସେଥିପାଇଁ ମୁଁ କହୁଥିଲି "ସ୍ଵତନ୍ତ୍ରତାର ଅର୍ଥ କ'ଣ? କୁକୁର ନାଚ ।" ଜୀବନ ନଷ୍ଟ ହୋଇଯାଇଛି । ଏବଂ ସେମାନେ ତାଙ୍କର ଜୀବନ ନଷ୍ଟ କରୁଛନ୍ତି ଏବଂ ପରବର୍ତ୍ତୀ ଜୀବନରେ ଏକ କୁକୁର ହୋଇଯିବେ, ଏବଂ ଏହି ବଡ଼, ବଡ଼ କୋଠାଘର ନିରେଖିବେ, ବାସ୍ । ଏହି ବଡ଼ କୋଠାଘର ଲୋକମାନଙ୍କର କ'ଣ ଲାଭ କରିବ ଯିଏ ପରବର୍ତ୍ତୀ ଜୀବନରେ କୁକୁର ହେବାକୁ ଯାଉଛନ୍ତି? ସିଦ୍ଧାନ୍ତ ରୂପରେ ନେଲେ, ଯେଉଁମାନେ ଏହି ବଡ଼, ବଡ଼ କୋଠାଘର ନିର୍ମାଣ କରିଛନ୍ତି, ଏବଂ ପରବର୍ତ୍ତୀ ଜନ୍ମରେ କୁକୁର ହେବାକୁ ଯାଉଛନ୍ତି ।

ସ୍ଵରୂପ ଦାମୋଦର: କିନ୍ତୁ ସେମାନେ ଜାଣି ନାହାଁନ୍ତି ଯେ ପରବର୍ତ୍ତୀ ଜନ୍ମରେ ସେମାନେ କୁକୁର ହେବାକୁ ଯାଉଛନ୍ତି ।

ପ୍ରଭୁପାଦ: ତାହା ହେଉଛି ଅସୁବିଧା । ସେମାନେ ଏହା ଜାଣି ନାହାଁନ୍ତି । ସେଥିପାଇଁ ମାୟା ।