OR/Prabhupada 0216 - କୃଷ୍ଣ ହେଉଛନ୍ତି ପ୍ରଥମ ଶ୍ରେଣୀର, ତାଙ୍କର ଭକ୍ତ ମଧ୍ୟ ପ୍ରଥମ ଶ୍ରେଣୀର



Lecture on SB 1.7.47-48 -- Vrndavana, October 6, 1976

ଏହା ହେଉଛି ବୈଷ୍ଣବର ମନୋଭାବ । ପର ଦୁଃଖ ଦୁଃଖୀ । ବୈଷ୍ଣବ ହେଉଛି ପର ଦୁଃଖ ଦୁଃଖୀ । ତାହା ହେଉଛି ବୈଷ୍ଣବର ଯୋଗ୍ୟତା । ସେ ନିଜର ବ୍ୟକ୍ତିଗତ ଦୁଃଖକୁ ଖାତିର୍ କରେ ନାହିଁ । କିନ୍ତୁ ସେ, ଏକ ବୈଷ୍ଣବ ଅସନ୍ତୁଷ୍ଟ ହୁଏ, ଦୁଃଖୀ, ଯେତେବେଳେ ଅନ୍ୟମାନେ ପୀଡ଼ିତ ହୁଅଁନ୍ତି । ସେ ହେଉଛି ବୈଷ୍ଣବ । ପ୍ରହଲ୍ଲାଦ ମହାରାଜା କହିଛନ୍ତି,

ନୈବୋଦବିଜେ ପର ଦୁରତ୍ୟୟ ବୈତରନ୍ୟାସ
ତ୍ଵଦ ବୀର୍ଯ ଗାୟନ ମହାମୃତ ମଗ୍ନ ଚିତ୍ତଃ
ଶୋଚେ ତତୋ ବିମୁଖ ଚେତସା ଇନ୍ଦ୍ରିୟାର୍ଥ
ମାୟା ସୁଖାୟ ଭରମ ଉଦବହତୋ ବିମୂଢ଼ାନ
(SB 7.9.43)

ପ୍ରହଲ୍ଲାଦ ମହାରାଜା ତାଙ୍କ ପିତାଙ୍କ ଦ୍ଵରା ଏତେ ହଇରାଣ ହୋଇଥିଲେ, ଏବଂ ତାଙ୍କ ପିତାଙ୍କର ହତ୍ୟା କରାଯାଇଥିଲା । ଏବଂ ତଥାପି, ଯେତେବେଳେ ଭଗବାନଙ୍କ ଦ୍ଵାରା ବରଦାନ ଦିଆଗଲା, ନୃସିଂହ ଦେବ, ସେ ସ୍ଵୀକାର କରିଲେ ନାହିଁ । ସେ କହିଲେ, ସ ବୈ ବଣିକ । ମୋ ପ୍ରଭୁ, ଆମେମାନେ ରଜୋ ଗୁଣ, ତମୋ ଗୁଣ ପରିବାରରେ ଜନ୍ମ ଗ୍ରହଣ କରିଛୁ । ରଜୋ ଗୁଣ, ତମୋ ଗୁଣ । ଅସୁରମାନେ, ସେମାନେ ଦୁଇଟି ନୀଚ ଗୁଣ ଦ୍ଵରା ପ୍ରଭାବିତ ହୁଅଁନ୍ତି, ରଜୋ ଗୁଣ ଏବଂ ତମୋ ଗୁଣ । ଏବଂ ଯେଉଁମାନେ ଦେବତା, ସେମାନେ ସତ୍ଵ ଗୁଣ ଦ୍ଵାରା ପ୍ରଭାବିତ ହୁଅଁନ୍ତି ।

ଭୌତିକ ଜଗତରେ ତିନୋଟି ଗୁଣ ଅଛି । ସତ୍ଵ ଗୁଣ...ତ୍ରୀ ଗୁଣମୟୀ । ଦୈବୀ ହେଷ୍ୟା ଗୁଣମୟୀ (BG 7.14) । ଗୁଣମୟୀ, ତ୍ରୀଗୁଣମୟୀ । ଏହି ଭୌତିକ ଜଗତରେ, ସତ୍ଵ ଗୁଣ, ରଜୋ ଗୁଣ, ତମୋ ଗୁଣ । ତେଣୁ ଯେଉଁମାନେ ସତ୍ଵ ଗୁଣ ଦ୍ଵାରା ପ୍ରଭାବିତ, ସେମାନେ ହେଉଛନ୍ତି ପ୍ରଥମ ଶ୍ରେଣିର । ପ୍ରଥମ ଶ୍ରେଣୀ ଅର୍ଥାତ୍ ଭୌତିକ ଜଗତରେ ପ୍ରଥମ ଶ୍ରେଣୀ । ଆଧ୍ୟାତ୍ମିକ ଦୁନିଆରେ ନୁହେଁ । ଆଧ୍ୟାତ୍ମିକ ଦୁନିଆ ହେଉଛି ଭିନ୍ନ । ତାହା ହେଉଛି ନିର୍ଗୁଣ, ଭୌତିକ ଗୁଣ ନାହିଁ । ସେଠାରେ ପ୍ରଥମ ଶ୍ରେଣୀ, ଦ୍ଵିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ନାହିଁ । ସମସ୍ତେ ପ୍ରଥମ ଶ୍ରେଣୀର । ତାହା ହେଉଛି ପରମ । କୃଷ୍ଣ ହେଉଛନ୍ତି ପ୍ରଥମ ଶ୍ରେଣୀର, ତାଙ୍କର ଭକ୍ତ ମଧ୍ୟ ପ୍ରଥମ ଶ୍ରେଣୀର । ବୃକ୍ଷ ପ୍ରଥମ ଶ୍ରେଣୀର, ପକ୍ଷୀ ପ୍ରଥମ ଶ୍ରେଣୀର, ଗାଈ ପ୍ରଥମ ଶ୍ରେଣୀର, ବାଛୁରୀ ପ୍ରଥମ ଶ୍ରେଣୀର । ସେଥିପାଇଁ ଏହାକୁ ପରମ କୁହାଯାଏ । ସାପେକ୍ଷର ସଂକଳ୍ପନା ନାହିଁ, ଦ୍ଵିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ । ସବୁକିଛି ପ୍ରଥମ ଶ୍ରେଣୀର । ଆନନ୍ଦ ଚିନ୍ମୟ ରସ ପ୍ରତିଭାବିତାଭିଃ (Bs 5.37) । ସବୁକିଛି ଆନନ୍ଦ ଚିନ୍ମୟ ରସ ର ସଂରଚନା । ବର୍ଗୀକରଣ ନାହିଁ । ଜଣେ ଦାସ୍ୟ ରସରେ ସ୍ଥିତ ହେଉ, ସାଖ୍ୟ ରସରେ ସ୍ଥିତ ହେଉ, କିମ୍ଵା ବାତ୍ସଲ୍ୟ ରସରେ ସ୍ଥିତ ହେଉ କିମ୍ଵା ମାଧୁର୍ଯ୍ୟ ରସରେ ସ୍ଥିତ ହେଉ, ସେମାନେ ସମସ୍ତେ ଏକ । କୌଣସି ଅନ୍ତର ନାହିଁ । କିନ୍ତୁ ସେଠାରେ ବିଭିନ୍ନତା ଅଛି । ତୁମେ ଏହି ରସ ପସନ୍ଦ କର, ମୁଁ ଏହି ରସ ପସନ୍ଦ କରୁଛି, ଏହାର ଅନୁମତି ଅଛି ।

ତେଣୁ ଏଠାରେ, ଏହି ଭୌତିକ ଦୁନିଆରେ, ସେମାନେ ତିନୋଟି ରସ ଦ୍ଵାରା ପ୍ରଭାବିତ, ଏବଂ ପ୍ରହଲ୍ଲାଦ ମହାରାଜା, ହିରଣ୍ୟକସ୍ୟପୁର ପୁତ୍ର ହୋଇଥିବାରୁ, ସେ ଭାବୁଥିଲେ ଯେ, "ମୁଁ ରଜୋ ଗୁଣ ଏବଂ ତମୋ ଗୁଣ ଦ୍ଵାରା ପ୍ରଭାବିତ ।" ସେ ହେଉଛନ୍ତି ଏକ ବୈଷ୍ଣବ, ସେ ସମସ୍ତ ଗୁଣ ଉର୍ଦ୍ଧ୍ଵରେ, କିନ୍ତୁ ଜଣେ ବୈଷ୍ଣବ ନିଜ ଗୁଣ ଉପରେ କଦାପି ଗର୍ବ କରେ ନାହିଁ । ବାସ୍ତବରେ, ସେ ସେପରି ଅନୁଭବ କରନ୍ତି ନାହିଁ, ଯେ ସେ ଅତି ଉନ୍ନତ, ସେ ଅତି ପ୍ରବୃଦ୍ଧ । ସେ ସର୍ବଦା ଭାବନ୍ତି, "ମୁଁ ହେଉଛି ନିମ୍ନତମ ।"

ତୃନାଦ ଅପି ସୁନିଚେନ
ତରୋର ଅପି ସହିଶ୍ନୁନା
ଅମାନିନା ମାନଦେନ
କୀର୍ତ୍ତନୀୟ ସଦା ହରିଃ
(CC Adi 17.31)

ସେ ହେଉଛି ବୈଷ୍ଣବ ।