OR/Prabhupada 0221 - ମାୟାବଦୀମାନେ, ସେମାନେ ଭାବନ୍ତି ଯେ ସେମାନେ ଭଗବାନଙ୍କ ସହିତ ଏକ ହୋଇଯାଇଛନ୍ତି



Janmastami Lord Sri Krsna's Appearance Day -- Bhagavad-gita 7.5 Lecture -- Vrndavana, August 11, 1974

କୃଷ୍ଣ, ଯେତେବେଳେ ଅର୍ଜୁନ ତାଙ୍କୁ ପଚାରିଥିଲେ ଯେ - "ଆପଣ କହିଲେ ଯେ ଭଗବଦ୍ ଗୀତାର ଏହି ତତ୍ତ୍ଵଜ୍ଞାନ ଆପଣ ସୂର୍ଯ୍ୟ ଭଗବାନଙ୍କୁ ଶିକ୍ଷା ଦେଇ ଥିଲେ । ମୁଁ କିପରି ଏହା ବିଶ୍ଵାସ କରିବି?" - ଉତ୍ତର ହେଉଛି ଯେ "କଥା ହେଉଛି ଯେ ଆମେ ଦୁଇଜଣ ଉପସ୍ଥିତ ଥିଲୁ, କିନ୍ତୁ ତୁମେ ଭୁଲିଯାଇଛ । ମୁଁ ଭୁଲିନାହିଁ ।"

ତାହା ହେଉଛି କୃଷ୍ଣ ଏବଂ ସାଧାରଣ ଜୀବ ମଧ୍ୟରେ ଅନ୍ତର... ସେ ହେଉଛନ୍ତି ସମ୍ପୂର୍ଣ୍ଣ, ଆମେ ଅସମ୍ପୂର୍ଣ୍ଣ । ଆମେ ଅସମ୍ପୂର୍ଣ୍ଣ, କୃଷ୍ଣଙ୍କର କ୍ଷୁଦ୍ର ଅଂଶ । ସେଥିପାଇଁ ଆମେ କୃଷ୍ଣଙ୍କ ଦ୍ଵାରା ନିୟନ୍ତ୍ରିତ ହେବା ଉଚିତ୍ । ଯଦି ଆମେ କୃଷ୍ଣଙ୍କ ଦ୍ଵାରା ନିୟନ୍ତ୍ରିତ ହେବା ପାଇଁ ଇଛା ପ୍ରକାଶ କରିବା ନାହିଁ, ତେବେ ଆମେ ଭୌତିକ ଶକ୍ତି ଦ୍ଵାରା ନିୟନ୍ତ୍ରିତ ହେବା, ଏହି ଭୂମିରାପୋଽନଳୋ ବାୟୁଃ (BG 7.4 ବାସ୍ତବରେ ଆମେମାନେ ଆଧ୍ୟାତ୍ମିକ ଶକ୍ତି । ଆମେମାନେ ସ୍ଵଇଛାରେ କୃଷ୍ଣଙ୍କ ଦ୍ଵାରା ନିୟନ୍ତ୍ରିତ ହେବା ଉଚିତ୍ । ତାହା ହେଉଛି ଭକ୍ତି ସେବା । ତାହା ହେଉଛି ଭକ୍ତି ସେବା । ଆମେ ମାନେ ଆଧ୍ୟାତ୍ମକି ଶକ୍ତି, ଏବଂ କୃଷ୍ଣ ହେଉଛନ୍ତି ପରମାତ୍ମା । ତେଣୁ ଆମେ ଯଦି କୃଷ୍ଣଙ୍କ ଦ୍ଵାରା ନିୟନ୍ତ୍ରିତ ହେବା ପାଇଁ ରାଜି ହେବା, ତେବେ ଆମେ ଆଧ୍ୟାତ୍ମିକ ଦୁନିଆକୁ ପଦୋନ୍ନତି କରିବା । ଯଦି ଆମେ ରାଜି ହେବା । କୃଷ୍ଣ ଆମର ସ୍ଵଳ୍ପ ସ୍ଵାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ । ଯଥେଚ୍ଛସି ତଥା କୁରୁ (BG 18.63) । କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, "ଯାହା ତୁମର ଇଛା, ତାହା ତୁମେ କରି ପାରିବ ।" ସେହି ସ୍ଵାଧୀନତା ଆମେ ପାଇଛୁ ।

ତେଣୁ ସେହି ସ୍ଵାଧିନତା ଯୋଗୁଁ ଆାମେ ଏହି ଭୌତିକ ଜଗତକୁ ଆସିଛୁ, ସ୍ଵତନ୍ତ୍ରତା ପୂର୍ବକ ଉପଭୋଗ କରିବା ପାଇଁ । ତେଣୁ କୃଷ୍ଣ ଆମକୁ ସ୍ଵତନ୍ତ୍ରତା ଦେଇଛନ୍ତି, "ତୁମେ ସ୍ଵତନ୍ତ୍ର ଭାବରେ ଉପଭୋଗ କରିପାରିବ ।" ଏବଂ ଆମେ ତାହା କରିବାକୁ ଚେଷ୍ଟା କରୁଛୁ । କିନ୍ତୁ ପରିଣାମ ହେଉଛି ଆମେ ଫଶି ଯାଉଛୁ । ଆମକୁ ଏହି ଭୌତିକ ଜଗତରେ କାର୍ଯ୍ୟ କରିବାକୁ ସ୍ଵାଧିନତା ଦିଆଯାଇଛି । ସମସ୍ତେ ଏହି ଭୌତିକ ଜଗତର ମାଲିକ ହେବାକୁ ଚେଷ୍ଟା କରୁଛନ୍ତି । କେହି ସେବକ ହେବା ପାଇଁ ଚେଷ୍ଟା କରୁ ନାହାଁନ୍ତି । କେବଳ ଆମେ, ବୈଷ୍ଣବମାନେ, ଆମେ ସେବକ ହେବା ପାଇଁ ଚେଷ୍ଟା କରୁଛୁ । କର୍ମୀ ଏବଂ ଜ୍ଞାନୀମାନେ, ସେମାନେ ସେବକ ହେବା ପାଇଁ ପସନ୍ଦ କରନ୍ତି ନାହିଁ । ସେମାନେ ଆମକୁ ସମାଲୋଚନା କରନ୍ତି ଯେ "ତୁମେ ବୈଷ୍ଣବମାନେ ତୁମର ଦାସତ୍ଵ ଚିନ୍ତାଧାରା ।" ହିଁ, ଆମର ଦାସତ୍ଵ ଚିନ୍ତାଧାରା...ଚୈତନ୍ୟ ମହାପ୍ରଭୁ ଶିକ୍ଷା ଦେଇଛନ୍ତି, ଗୋପୀ-ଭର୍ତୁ-ପଦ-କମଲୟୋର, ଦାସ-ଦାସାନୁଦାସ (CC Madhya 13.80) । ତାହା ହେଉଛି ଆମର ସ୍ଥିତି । ଅପ୍ରାକୃତିକ ଭାବରେ ଦାବୀ କରିବାର ଲାଭ କ'ଣ, "ମୁଁ ହେଉଛି ମାଲିକ"? ଯଦି ମୁଁ ମାଲିକ ହୋଇଥାନ୍ତି, ତେବେ ପଙ୍ଖାର ଅବଶ୍ୟକତା କ'ଣ? ମୁଁ ଗ୍ରୀଷ୍ମଋତୁର ପ୍ରଭାବର ସେବକ । ସେହିପରି, ମୁଁ ଶୀତଋତୁ ର ସେବକ, ଅତ୍ୟଧିକ ଥଣ୍ଡା ।

ତେଣୁ ଆମେ ସର୍ବଦା ସେବକ । ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଜୀବର ସ୍ଵରୂପ ହୋୟ ନିତ୍ୟ-କୃଷ୍ଣ-ଦାସ (CC Madhya 20.108-109) । ବାସ୍ତବିକ, ଆମର ପ୍ରାକୃତିକ ସ୍ଥିତି ହେଉଛି କୃଷ୍ଣଙ୍କର ନିତ୍ୟ ସେବକ ହେବା । କୃଷ୍ଣ ହେଉଛନ୍ତି ସର୍ବୋଚ୍ଚ ନିୟନ୍ତ୍ରକ । ଏହି କୃଷ୍ଣ ଚେତନା ଅନ୍ଦୋଳନ ଏହି ଉଦ୍ଦେଶ୍ୟ ପାଇଁ ହୋଇଛି, ଯେ ଏହି ମୂର୍ଖ ବ୍ୟକ୍ତି କିମ୍ଵା ଦୁର୍ଜନମାନେ, ମୂଢ଼ାଃ... ମୁଁ "ମୂର୍ଖ" ଏବଂ "ଦୁର୍ଜନ" ଆଦି ଶଦ୍ଦ ତିଆରି କରୁ ନାହିଁ । ଏହା କୃଷ୍ଣଙ୍କ ଦ୍ଵାରା କୁହାଯାଇଛି । ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଧମାଃ (BG 7.15) । ସେ ସେହିପରି ଭାବରେ କହିଛନ୍ତି । ତୁମେ ସେ ସେହିପରି ଭାବରେ କହିଛନ୍ତି । ତୁମେ ଖୋଜି ପାଇବ । ଦୁଷ୍କୃତିନୋ, ସର୍ବଦା ପାପ କାର୍ଯ୍ୟ କରିବା, ଏବଂ ମୂଢ଼ାଃ, ଏବଂ ଦୁର୍ଜନ, ଗଧ । ନରାଧାମଃ, ମାନବ ଜାତିର ନିମ୍ନତର । "ଓଃ, ତୁମେ କି...? କୃଷ୍ଣ, ଆପଣ ଏହି ଭୌତିକ ବୈଜ୍ଞାନିକମାନଙ୍କ ବିଷୟରେ ଏତେ ମନ୍ଦ କଥା କହୁଛନ୍ତି? ବହୁତ ସାରା ଦାର୍ଶନିକ ଅଛନ୍ତି । ସେମାନେ ସମସ୍ତେ ନରାଧାମଃ?" "ହଁ, ସେମାନେ ନରାଧାମଃ ।" "କିନ୍ତୁ ସେମାନେ ଶିକ୍ଷିତ ।" "ହଁ, ତାହା ମଧ୍ୟ..." କିନ୍ତୁ କେଉଁ ପରକାରର ଶିକ୍ଷା? ମାୟାୟ ଅପହୃତ ଜ୍ଞାନଃ । "ସେମାନଙ୍କର ଶିକ୍ଷାର ପରିଣାମ - ତାଙ୍କ ଜ୍ଞାନ ମାୟା ନେଇଯାଇଛି ।" ଜଣେ ଯେତେ ଅଧିକା ଶିକ୍ଷିତ, ସେତେ ଅଧିକା ସେ ନାସ୍ତିକ ।

ବର୍ତ୍ତମାନ ମୂହୁର୍ତ୍ତରେ...ଅବଶ୍ୟ ଶିକ୍ଷାର ମାନେ ନୁହେଁ... ଶିକ୍ଷା ଅର୍ଥାତ୍ ବୁଝିବା । ଜ୍ଞାନୀ । ଶିକ୍ଷା, ଶିକ୍ଷିତ ଅର୍ଥାତ୍ ବୁଦ୍ଧିମାନ ବ୍ୟକ୍ତି, ଶିକ୍ଷିତ ବ୍ୟକ୍ତି, ଜ୍ଞାନୀ । ବାସ୍ତବ ଜ୍ଞାନୀ ଅର୍ଥାତ୍ ମାଂ ପ୍ରପଦ୍ୟତେ । ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ (BG 7.19) । ତାହା ହେଉଛି ଶିକ୍ଷା । ଶିକ୍ଷାର ଅର୍ଥ ନୁହେଁ ନାସ୍ତିକ ହେବା, "ଭଗବାନ ନାହାଁନ୍ତି । ମୁଁ ହେଉଛି ଭଗବାନ, ତୁମେ ହେଉଛ ଭଗବାନ, ସମସ୍ତେ ଭଗବାନ ଅଟନ୍ତି ।" ଏହା ଶିକ୍ଷା ନୁହେଁ । ଏହା ହେଉଛି ଅଜ୍ଞାନ । ମାୟାବଦୀମାନେ, ସେମାନେ ଭାବନ୍ତି ଯେ ସେମାନେ ଭଗବାନଙ୍କ ସହିତ ଏକ ହୋଇଯାଇଛନ୍ତି । ତାହା ଶିକ୍ଷା ନୁହେଁ ।