OR/Prabhupada 0230 - ବୈଦିକ ସଭ୍ୟତା ଅନୁସାରେ, ସମାଜର ଚାରି ପ୍ରକାରର ବିଭାଜନ ଅଛି



Lecture on BG 2.1-5 -- Germany, June 16, 1974

ତେବେ ଏହା କୁରୁକ୍ଷେତ୍ରର ଯୁଦ୍ଧଭୁମିରେ ଅର୍ଜୁନ ଏବଂ କୃଷ୍ଣଙ୍କର ମଧ୍ୟରେ ଏକ ଆଲୋଚନା ଥିଲା । ତେବେ ଆଲୋଚନାର ବିଷୟ ବସ୍ତୁ ଏହା ଥିଲା ଯେ ଯଦିଓ ଯୁଦ୍ଧର ଘୋଷଣା ହୋଇସାରି ଥିଲା, ଅର୍ଜୁନ, ଯେତେବେଳେ ସେ ବାସ୍ତବରେ ପାଇଲେ ଯେ "ଅନ୍ୟ ପକ୍ଷରେ ମୋର ସମ୍ପର୍କୀୟମାନେ ଅଛନ୍ତି," କିପରି ସେ ସେମାନଙ୍କର ହତ୍ୟା କରି ପାରିବେ? କୃଷ୍ଣ ପରାମର୍ଶ ଦେଲେ ଯେ "ସମସ୍ତଙ୍କୁ ତାଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ ସଂପାଦନ କରିବାକୁ ପଡ଼ିବ କୌଣସି ବ୍ୟକ୍ତିଗତ ଲାଭ ଏବଂ କ୍ଷତି ବିଚାର କରିବା ବିନା ।" ବୈଦିକ ସଭ୍ୟତା ଅନୁସାରେ, ସମାଜର ଚାରି ପ୍ରକାରର ବିଭାଜନ ଅଛି । ସବୁ ଆଡ଼େ ସେହି ବିଭାଜନ ଅଛି ସମଗ୍ର ଦୁନିଆରେ । ଏହା ଅତି ସ୍ଵାଭାବିକ । ଯେପରି ଆମେ ଅାମ ନିଜ ଶରୀରରୁ ଅଧ୍ୟୟନ କରିପାରିବା, ମୁଣ୍ଡ ଅଛି, ହାତ ଅଛି, ପେଟ ଅଛି, ଗୋଡ଼ ଅଛି, ସେହିପରି, ସମାଜରେ ଏକ ବର୍ଗର ପୁରୁଷ ରହିବା ଉଚିତ୍ ଯେଉଁମାନଙ୍କୁ ମସ୍ତିଷ୍କ ଭାବରେ ବିଚାର କରାଯିବା ଉଚିତ୍, ଅନ୍ୟ ଏକ ବର୍ଗର ପୁରୁଷ ରହିବା ଉଚିତ୍ ଯେଉଁମାନେ ବିପଦରୁ ସମାଜକୁ ରକ୍ଷା କରି ପାରିବେ, ଅନ୍ୟ ଏକ ବର୍ଗର ଲୋକ ଯେଉଁମାନେ ଖାଦ୍ୟ ଶସ୍ୟ ଉତ୍ପାଦନରେ ଦକ୍ଷ ଥିବେ ଏବଂ ଗାଈମାନଙ୍କୁ ସୁରକ୍ଷା ଦେବେ ଏବଂ ବାଣିଜ୍ୟ କରିବେ । ତେବେ...ଏବଂ ବଳକା ବର୍ଗର ପୁରୁଷ, ଯେଉଁମାନେ ମସ୍ତିଷ୍କର କାମ କରିପାରିବେ ନାହିଁ, ନା ସମାଜକୁ ବିପଦରୁ ରକ୍ଷା କରିବାର କାମ କରିପାରିବେ, ନା ଖାଦ୍ୟ ଶସ୍ୟ ଉତ୍ପାଦନ କରି ପାରିବେ କିମ୍ଵା ଗାଈମାନଙ୍କର ରକ୍ଷା କରିପାରିବେ, ସେମାନଙ୍କୁ ଶୂଦ୍ର କୁହାଯାଏ: ଯାହାକୁ ତୁମେ ପରିହାର କରିପାରିବ ନାହିଁ, ତୁମ ଶରୀର ପୂର୍ଣ୍ଣ କରିବା ପାଇଁ, ମସ୍ତଷ୍କ ବିଭାଗ, ହାତ ବିଭାଗ, ପେଟ ବିଭାଗ ଏବଂ ଚାଲିବା କିମ୍ଵା କାମକରିବା ବିଭାଗ ।

ତେବେ ଅର୍ଜୁନ ପୁରୁଷଙ୍କର ସେହି ବର୍ଗର ଥିଲେ ଯେଉଁମାନେ ସମାଜର ସୁରକ୍ଷା ପାଇଁ ଅଛନ୍ତି । ତେବେ ସେ ଯେତେବେଳେ ଯୁଦ୍ଧ କରିବା ପାଇଁ ମନା କରିଦେଲେ, ଅର୍ଜୁନ, ସେ ଯେତେବେଳେ ଯୁଦ୍ଧ କରିବା ପାଇଁ ମନା କରିଦେଲେ, ସେହି ସମୟରେ କୃଷ୍ଣ ତାଙ୍କୁ ପରାମର୍ଶ ଦେଲେ ଯେ "ଯୁଦ୍ଧ କରିବା ତୁମର କର୍ତ୍ତବ୍ୟ ।" ତେବେ ହତ୍ୟା କରିବା ସାଧାରଣତଃ ଆଦୌ ଭଲ ନୁହେଁ, କନ୍ତୁ ଯେତେବେଳେ ଶତୃ, ଆକ୍ରମଣ କାରୀ ଅଛନ୍ତି, ତେବେ ଆକ୍ରମଣ କାରୀକୁ ହତ୍ୟା କରିବା ପାପ ନୁହେଁ । ତେଣୁ ଅନ୍ୟ ଏକ ଦଳ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ, ସେମାନେ ଅର୍ଜୁନଙ୍କ ଦଳ ପାଇଁ ଆକ୍ରମଣ କାରୀ ହୋଇଛନ୍ତି । ବର୍ତ୍ତମାନ, ଏହା ହେଉଛି ଭଗବଦ୍ ଗୀତାର ମଞ୍ଚ । ପ୍ରକୃତ ଉଦ୍ଦେଶ୍ୟ ହେଉଛି ଅର୍ଜୁନଙ୍କୁ ଆଧ୍ୟାତ୍ମିକ ବୁଝାମଣା ବିଷୟରେ ନିର୍ଦ୍ଦେଶ ଦେବା ।

ତେବେ ଆଧ୍ୟାତ୍ମିକ ବୁଝାମଣା ଅର୍ଥାତ୍ ସର୍ବପ୍ରଥମେ ଜାଣିବା ଆତ୍ମା କ'ଣ । ଯଦି ତୁମେ ଜାଣି ନାହଁ ଆତ୍ମା କ'ଣ, ତେବେ ଆଧ୍ୟାତ୍ମିକ ବୁଝାମଣା କାହିଁ? ଲୋକମାନେ ଶରୀରରେ ଅତ୍ୟଧିକ ମଗ୍ନ । ତାହାକୁ ଭୌତିକବାଦ କୁହାଯାଏ । କିନ୍ତୁ ତୁମେ ଯଦି ଜାଣିଛ ଆତ୍ମା କ'ଣ ଏବଂ ସେହି ଅନୁସାରେ କାମ କର, ତାକୁ ଆଧ୍ୟାତ୍ମିକତା କୁହାଯାଏ । ତେବେ ଅର୍ଜୁନ ଅନ୍ୟ ଦଳ ସହ ଯୁଦ୍ଧ କରିବା ପାଇଁ ସଂକୋଚ କରୁଥିଲେ କାରଣ ସେମାନଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ ଥିଲା । ତେଣୁ ଅର୍ଜୁନ ଏବଂ କୃଷ୍ଣଙ୍କର ମଧ୍ୟରେ ଆଲୋଚନା ହୋଇଥିଲା, କିନ୍ତୁ ତାହା ମିତ୍ରତାପୂର୍ଣ୍ଣ ଆଲୋଚନା ଥିଲା । ସେଥିପାଇଁ, ଯେତେବେଳେ ବୁଝିପାରିଲେ ଯେ କେବଳ ମିତ୍ରତାପୂର୍ଣ୍ଣ ଆଲୋଚନା ସମସ୍ୟାର ସମାଧାନ କରି ପାରିବ ନାହିଁ, ସେ ତାଙ୍କର ଶିଷ୍ୟ ହୋଇଗଲେ । ଅର୍ଜୁନ କୃଷ୍ଣଙ୍କୁ ଆତ୍ମସମର୍ପଣ କରିଲେ, ଶିଷ୍ୟସ୍ତେଽହଂ ଶାଧି ମାଂ ପ୍ରପନ୍ନମଂ (BG 2.7) "ମୋର ପ୍ରିୟ କୃଷ୍ଣ, ଏବେ ପର୍ଯ୍ୟନ୍ତ ଆମେ ମିତ୍ର ପରି କଥା ହେଉଥିଲେ । ବର୍ତ୍ତମାନ ମୁଁ ତୁମର ନିୟମିତ ଶିଷ୍ୟ ହୋଇଯାଇଛି । ଦୟାକରି କରି ମୋତେ ନିର୍ଦ୍ଦେଶ ଦ୍ଵାରା ରକ୍ଷା କର । ମୋତେ କ'ଣ କରିବାକୁ ହେବ?" ସେଥିପାଇଁ, ଯେତେବେଳେ ଏହି ସ୍ଥିତି ଆସିଲା, କୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେଲେ: ଶ୍ରୀ ଭଗବାନ ଉବାଚ । ବର୍ତ୍ତମାନ, ଏଠାରେ ଏହା କୁହାଯାଇଛି...କିଏ ଅର୍ଜୁନଙ୍କୁ କହୁଛନ୍ତି? ଲେଖକ କିମ୍ଵା ରେକଡର୍ ଭଗବଦ୍ ଗୀତାର...ଭଗବଦ୍ ଗୀତା କୃଷ୍ଣଙ୍କ ଦ୍ଵାରା କୁହାଯାଇଥିଲା । ଏହା କୃଷ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ଏକ ଆଲୋଚନା ଥିଲା, ଏବଂ ଏହା ବ୍ୟାସଦେବଙ୍କ ଦ୍ଵାରା ଲେଖା ଯାଇଥିଲା, ପରେ ଏହା ପୁସ୍ତକ ହୋଇଗଲା । ଯେପରି ଆମେ ଯେତେବେଳେ କହୁଛୁ ଏହା ରେକଡ୍ କରାଯାଉଛି ଏବଂ ପରେ ଏହା ପୁସ୍ତକ ଭାବରେ ପ୍ରକାଶିତ କରାଯାଉଛି । ସେଥିପାଇଁ ଏହି ପୁସ୍ତକରେ କୁହାଯାଇଛି, ଭଗବାନ ଉବାଚ । ବ୍ୟାସଦେବ ହେଉଛନ୍ତି ଲେଖକ । ସେ କହି ନାହାଁନ୍ତି ଯେ, "ମୁଁ କହୁଛି ।" ସେ କହିଛନ୍ତି, ଭଗବାନ ଉବାଚ - "ଏବଂ ପରମ ପୁରୁଷ ଭଗବାନ କହିଛନ୍ତି ।"