OR/Prabhupada 0233 - ଆମେ କୃଷ୍ଣ ଚେତନା ଗୁରୁ ଏବଂ କୃଷ୍ଣଙ୍କର କୃପା ମାଧ୍ୟମରେ ପ୍ରାପ୍ତ କରୁ



Lecture on BG 2.4-5 -- London, August 5, 1973

ତେବେ କୃଷ୍ଣଙ୍କର ଶତୃ ଅଛନ୍ତି । ଅରିସୂଦନ । ଏବଂ ତାଙ୍କୁ ମାରିବାକୁ ପଡ଼େ । କୃଷ୍ଣଙ୍କ ଦୁଇଟି କାମ ଅଛି: ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ (BG 4.8) । ନାସ୍ତିକ...ସେମାନେ ହେଉଛନ୍ତି ନାସ୍ତିକ । ଅସୁରମାନେ ଯେଉଁମାନେ କୃଷ୍ଣଙ୍କୁ ଆହ୍ଵାନ ଦିଅନ୍ତି, କିଏ କୃଷ୍ଣଙ୍କ ସହିତ ପ୍ରତିଯୋଗିତା କରିବାକି ଚାହେଁ, କିଏ କୃଷ୍ଣଙ୍କ ସହିତ ସମ୍ପତ୍ତି ବାଣ୍ଟିବାକୁ ଚାହେଁ, ସେମାନେ ସମସ୍ତେ କୃଷ୍ଣଙ୍କର ଶତୃ, ଏବଂ ସେମାନଙ୍କର ହତ୍ୟା କରାଯିବା ଉଚିତ୍ । ତେଣୁ ହତ୍ୟା କରିବା କାମ ଏଠାରେ ଶତୃମାନଙ୍କ ପାଇଁ ଠିକ୍, ସାଧାରଣତଃ ନୁହେଁ । ତାପରେ ପରବର୍ତ୍ତୀ ପ୍ରଶ୍ନ ହେଉଛି, "ଠିକ୍ ଅଛି, ଶତୃମାନଙ୍କୁ, ତୁମେ ମାରି ପାରିବ, ସ୍ଵୀକୃତ । କିନ୍ତୁ ତୁମେ କିପରି ମୋତେ ମୋର ଗୁରୁ ମାହାରାଜଙ୍କର ହତ୍ୟା କରିବା ପାଇଁ ପରାମର୍ଶ ଦେଉଛ? ଗୁରୁ ଅହତ୍ଵା । କିନ୍ତୁ ଯଦି କୃଷ୍ଣଙ୍କ ପାଇଁ, ଯଦି ଆବଶ୍ୟକତା ଅଛି, ତୁମକୁ ତୁମ ଗୁରୁଙ୍କୁ ମଧ୍ୟ ମାରିବାକୁ ହେବ । ତାହା ହେଉଛି ତତ୍ତ୍ଵଜ୍ଞାନ । କୃଷ୍ଣଙ୍କ ପାଇଁ । ଯଦି କୃଷ୍ଣ ଚାହାଁନ୍ତି, ତେବେ ତୁମେ କରି ପାରିବ ନାହିଁ... ଯଦି କୃଷ୍ଣ ଚାହାଁନ୍ତି ଯେ ତୁମେ ତୁମ ଗୁରୁଙ୍କୁ ମାରିବା ଉଚିତ୍, ତେବେ ତୁମକୁ ତାହା କରିବାକୁ ପଡ଼ିବ । ତାହା ହେଉଛି କୃଷ୍ଣ ଚେତନା । ଅବଶ୍ୟ, କୃଷ୍ଣ ତୁମକୁ ଗୁରୁଙ୍କୁ ମାରିବା ପାଇଁ କହିବେ ନାହିଁ, କିନ୍ତୁ... କାରଣ ଗୁରୁ ଏବଂ କୃଷ୍ଣ ଦୁହେଁ ସମାନ । ଗୁରୁ କୃଷ୍ଣ କୃପାୟ (CC Madhya 19.151) । ଆମେ କୃଷ୍ଣ ଚେତନା ଗୁରୁ ଏବଂ କୃଷ୍ଣଙ୍କର କୃପା ମାଧ୍ୟମରେ ପ୍ରାପ୍ତ କରୁ । ତେଣୁ ପ୍ରକୃତ ଗୁରୁଙ୍କୁ କଦାପି ହତ୍ୟା କରାଯାଏ ନାହିଁ, କିନ୍ତୁ ତଥା କଥିତ ଗୁରୁଙ୍କର ହତ୍ୟା କରାଯାଏ । ତଥା କଥିତ, ନକଲୀ ଗୁରୁ, ତାଙ୍କୁ ହତ୍ୟା କରାଯିବା ଉଚିତ୍ । ଯେପରି ପ୍ରହଲ୍ଲାଦ ମାହାରାଜା । ଯେତେବେଳେ ପ୍ରହଲ୍ଲାଦ ମାହାରାଜା... ସେ ଠିଆ ହୋଇଥିଲେ । ଏପଟେ, ନୃସିଂହ ଦେବ ତାଙ୍କ ପିତାଙ୍କର ହତ୍ୟା କରୁଥିଲେ । ପିତା ହେଉଛନ୍ତି ଗୁରୁ । ସର୍ବ ଦେବମୟୋ ଗୁରୁଃ (SB 11.17.27) । ସେହିପରି, ପିତା ମଧ୍ୟ ଗୁରୁ, ଅତି କମରେ, ପ୍ରାମାଣିକ ଗୁରୁ । ଭୌତିକ ଦୃଷ୍ଟିରୁ ସେ ହେଉଛନ୍ତି ଗୁରୁ । ତେଣୁ ପ୍ରହଲ୍ଲାଦ ମାହାରାଜା କିପରି ନୃସିଂହ ଦେବଙ୍କୁ ତାଙ୍କ ଗୁରୁଙ୍କର ହତ୍ୟା କରିବା ପାଇଁ ଅନୁମତି ଦେଲେ? ତାଙ୍କ ପିତା । ସମସ୍ତେ ଜାଣିଛନ୍ତି ଯେ ହିରଣ୍ୟକଶ୍ୟପୁ ହେଉଛନ୍ତି ତାଙ୍କର ପିତା । ତୁମେ ଦେଖିବାକୁ ଚାହିଁବ କି ତୁମ ପିତାଙ୍କର ହତ୍ୟା କାହା ଦ୍ଵାରା ହେଉଛି ଏବଂ ତୁମେ ଛିଡ଼ା ହୋଇଛ? ତୁମେ ବିରୋଧ କରିବ ନାହିଁ? ତାହା ତୁମର କର୍ତ୍ତବ୍ୟ କି? ନା, ତାହା ତୁମର କର୍ତ୍ତବ୍ୟ ନୁହେଁ । ଯେତେବେଳେ ତୁମ ପିତାଙ୍କୁ ଆକ୍ରମଣ କରାଯାଉଛି, ତୁମେ ବିରୋଧ କରିବା ଉଚିତ୍ । ଅତି କମରେ, ଯଦି ତୁମେ ଅସମର୍ଥ, ତୁମକୁ ଲଢ଼େଇ କରିବାକୁ ହେବ । ସର୍ବ ପ୍ରଥମେ ତୁମକୁ ତୁମର ଜୀବନ ଦେବାକୁ ହେବ: "ତାହା କିପରି ହେବ, ମୋର ପିତାଙ୍କୁ ମୋ ସମ୍ମୁଖରେ ହତ୍ୟା କରାଯାଉଛି?" ତାହା ହେଉଛି ଆମର କର୍ତ୍ତବ୍ୟ । କିନ୍ତୁ ପ୍ରହଲ୍ଲାଦ ମାହାରାଜା ବିରୋଧ କରିଲେ ନାହିଁ । ସେ ଅନୁରୋଧ କରି ପାରି ଥାନ୍ତେ - ସେ ହେଉଛନ୍ତି ଭକ୍ତ - "ମୋର ପ୍ରିୟ ମହାଶୟ, ପ୍ରଭୁ, ମୋର ଭଗବାନ, ଆପଣ ମୋର ପିତାଙ୍କୁ କ୍ଷମା କରନ୍ତୁ ।" ସେ ଏହା କରିଲେ । କିନ୍ତୁ ସେ ଜାଣିଥିଲେ ଯେ "ମୋର ପିତାଙ୍କର ହତ୍ୟା କରାଯାଉ ନାହିଁ । ଏହା ହେଉଛି ପିତାଙ୍କର ଶରୀର ।" ତାପରେ ସେ ଭିନ୍ନ ପ୍ରକାରରେ ତାଙ୍କ ପିତାଙ୍କ ପାଇଁ ବିନତୀ କରିଲେ । ସର୍ବ ପ୍ରଥମେ, ଯେତେବେଳେ ନୃସିଂହ ଦେବ କ୍ରୋଧିତ ଥିଲେ, ସେ ଶରୀରର ହତ୍ୟା କରୁଥିଲେ, ସେ ଜାଣିଥିଲେ ଯେ "ଶରୀର ମୋ ପିତା ନୁହଁନ୍ତି । ଆତ୍ମା ହେଉଛି ମୋର ପିତା । ତେଣୁ ଭଗବାନଙ୍କୁ ସନ୍ତୁଷ୍ଟ ହେବାକୁ ଦିଅ ମୋର ପିତାଙ୍କର ଶରୀରର ହତ୍ୟା କରି, ତାପରେ ମୁଁ ତାଙ୍କୁ ରକ୍ଷା କରିବି ।"