OR/Prabhupada 0235 - ଅଯୋଗ୍ୟ ଗୁରୁ ଅର୍ଥାତ୍ ଯିଏ ଶିଷ୍ୟମାନଙ୍କୁ ପଥ ପ୍ରଦର୍ଶନ କିପରି କରିବ ତାହା ଜାଣି ନାହିଁ



Lecture on BG 2.4-5 -- London, August 5, 1973

ତେବେ ଗୁରୁନ ଅହତ୍ଵା । କୃଷ୍ଣଙ୍କର ଭକ୍ତ, ଯଦି ଆବଶ୍ୟକ, ଯଦି ସେ ଅଯୋଗ୍ୟ ଗୁରୁ... ଅଯୋଗ୍ୟ ଗୁରୁ ଅର୍ଥାତ୍ ଯିଏ ଶିଷ୍ୟମାନଙ୍କୁ ପଥ ପ୍ରଦର୍ଶନ କିପରି କରିବ ତାହା ଜାଣି ନାହିଁ । ଗୁରୁଙ୍କର କର୍ତ୍ତବ୍ୟ ହେଉଛି ପଥ ପ୍ରଦର୍ଶନ କରିବା । ତେଣୁ ଅତି କମରେ ସେହି ପ୍ରକାରର ଗୁରୁମାନଙ୍କୁ ଅସ୍ଵୀକାର କରାଯାଇ ପାରିବ । ତାହା ହେଉଛି ଜୀବ ଗୋସ୍ଵାମୀଙ୍କର...କାର୍ଯ୍ୟ କାର୍ଯ୍ୟମ ଅଜାନତଃ । ଏକ ଗୁରୁ ଯିଏ ଜାଣି ନାହିଁ କି କ'ଣ କରିବା କଥା ଏବଂ କ'ଣ କରିବା କଥା ନୁହେଁ, କିନ୍ତୁ ଭୁଲରେ, ମୁଁ ଜଣଙ୍କୁ ଗୁରୁ ଭାବରେ ସ୍ଵୀକାର କରିଛି, ତାଙ୍କୁ ଅସ୍ଵୀକାର କରାଯାଇ ପାରିବା । ତାଙ୍କୁ ଅସ୍ଵୀକାର କରି, ତୁମେ ଏକ ବାସ୍ତବିକ ଯଥାର୍ଥ ଗୁରୁ ସ୍ଵୀକାର କରି ପାରିବ । ତେଣୁ ଗୁରୁଙ୍କର ହତ୍ୟା କରାଯାଏ ନାହିଁ, କିନ୍ତୁ ତାଙ୍କୁ ଅସ୍ଵୀକାର କରାଯାଇ ପାରିବ । ଏହା ଶାସ୍ତ୍ରର ଆଦେଶ ଅଟେ । ତେବେ ଭୀଷ୍ମ ଦେବ କିମ୍ଵା ଦ୍ରୋଣାଚାର୍ଯ୍ୟ, ନିଶ୍ଚିତ ଭାବରେ ସେମାନେ ଗୁରୁ, କିନ୍ତୁ କୃଷ୍ଣ ପରୋକ୍ଷ ଭାବରେ ଅର୍ଜୁନଙ୍କୁ ସଂକେତ ଦେଲେ, ଯେ "ଯଦିଓ ସେମାନେ ଗୁରୁଙ୍କର ସ୍ଥିତିରେ ଅଛନ୍ତି, ତୁମେ ସେମାନଙ୍କୁ ଅସ୍ଵୀକାର କରି ପାରିବ ।" କାର୍ଯ୍ୟ କାର୍ଯ୍ୟମ ଅଜାନତଃ । "ସେମାନେ ବାସ୍ତବରେ ଜାଣି ନାହାଁନ୍ତି ।" ଏହି ଭୀଷ୍ମଦେବ, ସେ ଭୌତିକ ଭାବରେ ନିଜର ସ୍ଥିତି ବିଚାର କରିଲେ । ସେ ପ୍ରଥମରୁ ସବୁକିଛି ଜାଣିଛନ୍ତି, ଯେ ପାଣ୍ଡବମାନେ, ସେମାନେ ଅନାଥ, ପିତାହୀନ ସନ୍ତାନ, ଏବଂ ସେ ପ୍ରଥମରୁ ସେମାନଙ୍କର ପାଳନ ପୋଷଣ କରୁଛନ୍ତି । କେବଳ ସେତିକି ନୁହେଁ, ସେ ପାଣ୍ଡବମାନଙ୍କ ପ୍ରତି ଏତେ ସ୍ନେହି ଥିଲେ ଯେ ସେ ଭାବୁଥିଲେ, ଯେତେବେଳେ ସେମାନଙ୍କୁ ଜଙ୍ଗଲକୁ ପଠାଯାଇଥିଲା, ନିର୍ବାସୀତ, ସେହି ସମୟରେ ଭୀଷ୍ମଦେବ କାନ୍ଦୁଥିଲେ, ଯେ "ଏହି ପଞ୍ଚୋଟି ବାଳକ, ସେମାନେ ଏତେ ଶୁଦ୍ଧ, ଏତେ ବିଶ୍ଵସ୍ଥ । ଏବଂ କେବଳ ଶୁଦ୍ଧ ଏବଂ ବିଶ୍ଵସ୍ଥ ନୁହଁ, ଅତି ଶକ୍ତିଶାଳୀ ଯୋଦ୍ଧା, ଅର୍ଜୁନ ଏବଂ ଭୀମ । ଏବଂ ଏହି ଦ୍ରୋପଦି ହେଉଛନ୍ତି ବ୍ୟବହାରିକ ରୂପରେ ପ୍ରତ୍ୟକ୍ଷ ଭାବରେ ଧନର ଦେବୀ । ଏବଂ ସେମାନଙ୍କର ବନ୍ଧୁ ହେଉଛନ୍ତି, ପରମ ପୁରୁଷ ଭଗବାନ, କୃଷ୍ଣ । ଏବଂ ସେମାନେ ପୀଡ଼ିତ ହେଉଛନ୍ତି?" ସେ କାନ୍ଦିଲେ । ସେ ଏପରି ସ୍ନେହି ଥିଲେ । ସେଥିପାଇଁ ଅର୍ଜୁନ ବିଚାର କରୁଥିଲେ, "ମୁଁ କିପରି ଭୀଷ୍ମଙ୍କୁ ମାରି ପାରିବି?" କିନ୍ତୁ କର୍ତ୍ତବ୍ୟ ହେଉଛି ଅତି ବଳବାନ । କୃଷ୍ଣ ପରାମର୍ଶ ଦେଲେ, "ହଁ, ତାଙ୍କୁ ହତ୍ୟା କରାଯିବା ଉଚିତ୍ କାରଣ ସେ ଅନ୍ୟ ପକ୍ଷକୁ ଚାଲି ଯାଇଛନ୍ତି । ସେ ତାଙ୍କର କର୍ତ୍ତବ୍ୟ ଭୁଲି ଯାଇଛନ୍ତି । ସେ ତୁମ ସହିତ ଯୋଗଦାନ କରିବାର ଥିଲା । ସେଥିପାଇଁ ସେ ଆଉ ଗୁରୁ ସ୍ଥିତିରେ ନାହାଁନ୍ତି । ତୁମେ ତାଙ୍କର ହତ୍ୟା କରିବା ଉଚିତ୍ । ସେ ଭୁଲରେ ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ତେଣୁ ତାଙ୍କୁ ମାରିବାରେ କୌଣସି କ୍ଷତି ନାହିଁ । ସେହିପରି, ଦ୍ରୋଣାଚାର୍ଯ୍ୟ । ସେହିପରି, ଦ୍ରୋଣାଚାର୍ଯ୍ୟ । ମୁଁ ଜାଣିଛି ସେମାନେ ମହାନ୍ ବ୍ୟକ୍ତିତ୍ଵ ଅଟନ୍ତି, ସେମାନେ ବହୁତ ସ୍ନେହ କରନ୍ତି । କିନ୍ତୁ କେବଳ ଭୌତିକ ଭାବରେ ବିଚାର କରିଲେ ସେମାନେ ସେଠାକୁ ଚାଲି ଯାଇଛନ୍ତି ।" ସେହି ଭୌତିକ ବିଚାର କ'ଣ? ଭୀଷ୍ମ ଭାବିଲେ ଯେ "ମୁଁ ଦୁର୍ଯ୍ୟୋଧନ ଟଙ୍କାରେ ନିଜର ଭରଣ ପୋଷଣ କରୁଛି । ଦୁର୍ଯ୍ୟୋଧନ ମୋର ଭରଣ ପୋଷଣ କରୁଛି । ବର୍ତ୍ତମାନ ସେ ବିପଦରେ ଅଛି । ଯଦି ମୁଁ ଅନ୍ୟ ପକ୍ଷକୁ ଚାଲିଯିବି ତେବେ ମୁଁ ଅକୃତଜ୍ଞ ହୋଇଯିବି । ସେ ମୋର ଏବେ ପର୍ଯ୍ୟନ୍ତ ଭରଣ ପୋଷଣ କରିଛି । ଏବଂ ଯଦି ମୁଁ, ବିପଦ ସମୟରେ, ଯେତେବେଳେ ଯୁଦ୍ଧ ହେଉଛି, ଯଦି ମୁଁ ଅନ୍ୟ ପକ୍ଷକୁ ଚାଲିଯିବି, ତେବେ ଏହା..." ସେ ଏପରି ଭାବୁଥିଲେ । ସେ ଭାବିଲେ ନାହିଁ ଯେ "ଦୁର୍ଯ୍ୟୋଧନ ମୋର ଭରଣ ପୋଷଣ କରିପାରେ, କିନ୍ତୁ ସେ ପାଣ୍ଡବମାନଙ୍କର ସମ୍ପତ୍ତି ଦଖଲ କରି ନେଇଛି ।" କିନ୍ତୁ ଏହା ହେଉଛି ତାଙ୍କର ମାହାନତା । କାରଣ ସେ ଜାଣିଥିଲେ ଅର୍ଜୁନଙ୍କର ହତ୍ୟା କଦାପି କରାଯାଇ ପାରିବ ନାହିଁ କାରଣ ସେଠାରେ କୃଷ୍ଣ ଅଛନ୍ତି । "ତେଣୁ ଭୌତିକ ଦୃଷ୍ଟି କୋଣରୁ, ମୁଁ ଦୁର୍ଯ୍ୟୋଧନ ନିକଟରେ କୃତଜ୍ଞ ।" ସେହି ସମାନ ସ୍ଥିତି ଦ୍ରୋଣାଚାର୍ଯ୍ୟଙ୍କ ପାଇଁ । ସେମାନଙ୍କର ଭରଣ ପୋଷଣ କରାଯାଉ ଥିଲା ।