OR/Prabhupada 0237 - ଆମେ କୃଷ୍ଣଙ୍କର ସଂସ୍ପର୍ଶରେ ରହିପାରିବା ତାଙ୍କ ନାମ ଜପ କରିବା ଦ୍ଵାରା, ହରେ କୃଷ୍ଣ



Lecture on BG 2.3 -- London, August 4, 1973

ପ୍ରଦ୍ୟୁମ୍ନ: ଅନୁବାଦ - "ହେ ପୃଥା ପୁତ୍ର, ଏହି ଅପମାନଜନକ ନପୁଂସକତାର ଅଧିନସ୍ତ ହୁଅ ନାହିଁ । ଏହା ତୁମକୁ ଶୋଭା ଦିଏ ନାହିଁ । ହୃଦୟର ଏହି ଦୁର୍ବଳତାକୁ ତ୍ୟାଗ କର ଏବଂ ଉଠ, ହେ ଶତୃମାନଙ୍କର ଅନୁଶାସକ।"

ପ୍ରଭୁପାଦ: ତେବେ ଭଗବାନ, କୃଷ୍ଣ, ଉତ୍ସାହିତ କରୁଛନ୍ତି, କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ । "ଏକ କ୍ଷେତ୍ରିୟ ଏପରି କହିବା ଯେ, 'ନା ନା, ମୁଁ ମୋର ଭାଈମାନଙ୍କୁ ମାରି ପାରିବି ନାହିଁ । ମୁଁ ମୋର ଅସ୍ତ୍ରଶସ୍ତ୍ର ତ୍ୟାଗ କରୁଛି, ଏହା ହେଉଛି ଦୁର୍ବଳତା, ଭୀରୁତା । ତୁମେ କାହିଁକି ଏହି ସବୁ ନିରର୍ଥକ କାମ କରୁଛ?" କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ । "ଏହି ପ୍ରକାରର କରୁଣା, ହେଉଛି କ୍ଷେତ୍ରିୟ ହିସାବରେ ନିଜର କର୍ତ୍ତବ୍ୟକୁ ତ୍ୟାଗ କରିବା, ଏହା କେବଳ ହୃଦୟର ଦୁର୍ବଳତା । ଏହାର କୌଣସି ଅର୍ଥ ନାହିଁ ।" କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ଵଯ୍ୟୁପପଦ୍ୟତେ । "ବିଶେଷ କରି ତୁମ ପାଇଁ । ତୁମେ ମୋର ସାଙ୍ଗ । ଲୋକମାନେ କ'ଣ କହିବେ? ତେଣୁ ହୃଦୟର ଏହି ଦୁର୍ବଳତାକୁ ତ୍ୟାଗ କର ଏବଂ ଉତ୍ତିଶ୍ଠ, ଦଣ୍ଡାୟମାନ ହୁଅ, ସାହାସୀ ହୁଅ ।" ତେବେ ଦେଖ କିପରି କୃଷ୍ଣ ଅର୍ଜୁନଙ୍କୁ ପ୍ରେରଣା ଦେଉଛନ୍ତି ଯୁଦ୍ଧ କରିବା ପାଇଁ । ଲୋକମାନେ ଭାରୀ ଅଜ୍ଞାତ ଏବଂ ସେମାନେ ବେଳେ ବେଳେ ଆଲୋଚନା କରନ୍ତି ଯେ "କୃଷ୍ଣ ଅର୍ଜୁନଙ୍କୁ ଉତ୍ତେଜିତ କରୁଛନ୍ତି । ସେ ଭାରୀ ଭଦ୍ର ବ୍ୟକ୍ତି, ଅହିଂସକ, ଏବଂ କୃଷ୍ଣ ତାଙ୍କୁ ଯୁଦ୍ଧ କରିବା ପାଇଁ ଉତ୍ତେଜିତ କରୁଛନ୍ତି ।" ଏହାକି ଜଡ ଦର୍ଶନ କୁହାଯାଏ । ଜଡ ଦର୍ଶନ । ଜଡ ଦର୍ଶନ ଅର୍ଥାତ୍ ଭୌତିକ ଦୃଷ୍ଟି । ସେଥିପାଇଁ ଶାସ୍ତ୍ର କୁହଁନ୍ତି, ଅତଃ ଶ୍ରୀ କୃଷ୍ଣ ନାମାଦି ନ ଭବେଦ ଗ୍ରହ୍ୟମ ଇନ୍ଦ୍ର୍ୟିଃ (CC Madhya 17.136) ଶ୍ରୀ କୃଷ୍ଣ ନାମାଦି । ଆମେ କୃଷ୍ଣଙ୍କର ସଂସ୍ପର୍ଶରେ ରହିପାରିବା ତାଙ୍କ ନାମ ଜପ କରିବା ଦ୍ଵାରା, ହରେ କୃଷ୍ଣ । ତାହା କୃଷ୍ଣଙ୍କ ସହିତ ଅମ ସମ୍ପର୍କର ଆରମ୍ଭ । ନାମାଦି । ତେଣୁ ଶାସ୍ତ୍ର କୁହଁନ୍ତି, ଅତଃ ଶ୍ରୀ କୃଷ୍ଣ ନାମାଦି । ଆଦି ଅର୍ଥାତ୍ ଆରମ୍ଭ ।

ତେଣୁ କୃଷ୍ଣଙ୍କର ସହିତ ଆମର କୌନସି ସମ୍ପର୍କ ନାହିଁ । କିନ୍ତୁ ତୁମେ ଯଦି ହରେ କୃଷ୍ଣ ମାହାମନ୍ତ୍ର ଜପ କରିବ, ତୂରନ୍ତ ଆମର କୃଷ୍ଣଙ୍କ ସହିତ ସମ୍ପର୍କ କରିବାର ଆମର ପ୍ରଥମ ସୁଯୋଗ ଆରମ୍ଭ ହୋଇଯିବ । ତେଣୁ ଏହା ଅଭ୍ୟାସ କରାଯିବା ଉଚିତ୍ ।ନା କି ମୁଁ ତୂରନ୍ତ କୃଷ୍ଣଙ୍କୁ ଅନୁଭବ କରିବି । ତାହା ନୁହେଁ...ଅବଶ୍ୟ ଯଦି ଜଣେ ଉନ୍ନତ, ଏହା ତୂରନ୍ତ ସମ୍ଭବ ହେବ । ତେଣୁ ଶ୍ରୀକୃଷ୍ଣ ନାମାଦି । ନାମ ଅର୍ଥାତ୍ ନାମ । ତେବେ କୃଷ୍ଣ କେବଳ ନାମ ନୁହଁନ୍ତି । ଅାଦି, ତାହା ହେଉଛି ଆରମ୍ଭ, କିନ୍ତୁ ରୂପ, କାର୍ଯ୍ୟକଳାପ । ଯେପରି, ଶ୍ରବଣଂ କୀର୍ତ୍ତନଂ (SB 7.5.23) । ତେବେ ଶ୍ରବଣଂ କୀର୍ତ୍ତନଂ, ପ୍ରଶଂସା କରିବା କିମ୍ଵା କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରିବା... ତେବେ ତାଙ୍କର ରୂପ ଅଛି । ତେବେ ନାମ ଅର୍ଥାତ୍ ନାମ, ଏବା ତାପରେ, ରୂପ ଅର୍ଥାତ୍ ଆକାର । ନାମ, ରୂପ...ଲୀଳା ଅର୍ଥାତ୍ ଲୀଳାଗୁଡ଼ିକ; ଗୁଣ ଅର୍ଥାତ୍ ଗୁଣ; ସହଚରବର୍ଗ, ତାଙ୍କର ସହଯୋଗୀମାନେ; ଏହି ସବୁ... ଅତଃ ଶ୍ରୀ କୃଷ୍ଣ ନାମାଦି ନ ଭବେଦ (CC Madhya 17.136) । ନ ଭବେଦ ଗ୍ରହ୍ୟମ ଇନ୍ଦ୍ର୍ୟିଃ । ସାଧାରଣ ଇନ୍ଦ୍ରିୟ ଦ୍ଵାରା ଆମେ ବୁଝିପାରିବା ନାହିଁ...ଶ୍ରୀ କୃଷ୍ଣଙ୍କର ନାମକୁ... ଆମେ ଶ୍ରୀ କୃଷ୍ଣଙ୍କର ନାମ ଶୁଣୁଛୁ ଆାମର, କର୍ଣ ମାଧ୍ୟମରେ, କିନ୍ତୁ ଆମେ ଯଦି ବିନା ଶୁଦ୍ଧିରେ ଆମର କାନ ରଖୁଛୁ... ଅବଶ୍ୟ, ଶୁଣିବା ଦ୍ଵାରା, ଏହା ଶୁଦ୍ଧ ହୋଇଯାଏ । ଆମକୁ ସାହାର୍ଯ୍ୟ କରିବାକୁ ହେବ । ସାହାର୍ଯ୍ୟ ଅର୍ଥାତ୍ ଅପରାଧକୁ ପରିହାର କରିବା, ଦଶ ପ୍ରକାରର ଅପରାଧ । ତେଣୁ ଏହିପରି ଭାବରେ ଆମେ ଶୁଦ୍ଧିକରଣ ପ୍ରକ୍ରିୟାରେ ସାହାର୍ଯ୍ୟ କରି ପାରିବା । ଯେପରି ମୁଁ ଯଦି ନିଅାଁ ଲଗେଇବାକୁ ଚାହୁଁଛି, ତେବେ ମୋତେ ପ୍ରଥେମେ କାଠକୁ ଶୁଖେଇ ନିଆଁ ଲଗେଇବା ପ୍ରକ୍ରିୟାରେ ସାହାର୍ଯ୍ୟ କରୁଛି । ଏହା ଅତି ଶୀଘ୍ର ନିଆଁ ଧରିବ । ସେହିପରି, କେବଳ ଜପ କରିବା, ତାହା ଆମକୁ ସାହାର୍ଯ୍ୟ କରିବ ତେବେ ଏଥିରେ ସମୟ ଲାଗିବ । କିନ୍ତୁ ଯଦି ଆମେ ଅପରାଧ ପରିହାର କରିବା, ତେବେ ଏହା ଅତି ଶୀଘ୍ର ଶୁଦ୍ଧ ହୋଇଯିବ । ପରିଣାମ ଦେଖାଦେବ ।