OR/Prabhupada 0240 - ଯେଉଁ ପୂଜା ଗୋପୀମାନଙ୍କ ଦ୍ଵାରା କରାଯାଏ ତା ଠାରୁ ଅଧିକ ଭଲ ପୂଜା ନାହିଁ



Lecture on BG 2.3 -- London, August 4, 1973

ଅଦର୍ଶନମ୍ । ସମସ୍ତେ କୃଷ୍ଣଙ୍କୁ ଦେଖିବାକୁ ଚାହାଁନ୍ତି, କିନ୍ତୁ ଏକ ଶୁଦ୍ଧ ଭକ୍ତ କୁହେ ଯେ "ନା, ତୁମେ ଯଦି ମୋତେ ଦେଖିବାକୁ ଚାହୁଁ ନାହଁ, ତେବେ ଠିକ୍ ଅଛି । ତୁମେ ମୋର ହୃଦୟ ଭାଙ୍ଗିପାର । ମୁଁ ସର୍ବଦା ଆପଣଙ୍କୁ ଦେଖିବା ପାଇଁ ପ୍ରାର୍ଥନା କରୁ ଥିବି । କିନ୍ତୁ ଆପଣ ଦର୍ଶନ ଦିଅନ୍ତି ନାହିଁ, ଏବଂ ମୋର ହୃଦୟ ଭାଙ୍ଗନ୍ତି, ତାହା ମଧ୍ୟ ସ୍ଵୀକୃତ । ତଥାପି, ମୁଁ ଆପଣଙ୍କୁ ପୂଜା କରିବି ।" ଏହା ହେଉଛି ଶୁଦ୍ଧ ଭକ୍ତି । ନା କି "ମୁଁ କୃଷ୍ଣଙ୍କୁ କହିଲି ମୋ ସମ୍ମୁଖକୁ ନାଚି ନାଚି ଆସିବା ପାଇଁ । ସେ ଆସିଲେ ନାହିଁ । ତେଣୁ ଏହି ନିରର୍ଥକ ତ୍ୟାଗ କର । କୃଷ୍ଣ ଚେତନା ଆନ୍ଦୋଳନର କୌଣସି ମୂଲ୍ୟ ନାହିଁ ।" ଏପରି ନୁହେଁ । ଏହା ହେଉଛି ରାଧାରାଣୀଙ୍କର ଢ଼ଙ୍ଗ । ତେବେ କୃଷ୍ଣ ବୃନ୍ଦାବନ ଛାଡ଼ି ଚାଲିଗଲେ । ସମସ୍ତ ଗୋପୀମାନେ, ସେମାନେ କେବଳ କୃଷ୍ଣଙ୍କ ପାଇଁ କାନ୍ଦି ଦିନ ଅତିବାହିତ କରିଲେ, କିନ୍ତୁ କୃଷ୍ଣଙ୍କର ନିନ୍ଦା କରିଲେ ନାହିଁ । ଯେତେବେଳେ ଜଣେ ଆସେ...କୃଷ୍ଣ ମଧ୍ୟ ସେମାନଙ୍କ ବିଷୟରେ ଭାବୁଥିଲେ କାରଣ ଗୋପୀମାନେ ସର୍ବୋଚ୍ଚ ଭକ୍ତ ଥିଲେ, ସବୁଠାରୁ ବଡ଼ । ଗୋପୀମାନଙ୍କର ଭକ୍ତି ସହିତ କୌଣସି ତୁଳନା ନାହିଁ । ସେଥିପାଇଁ କୃଷ୍ଣ ସେମାନଙ୍କ ପ୍ରତି ସର୍ବଦା କୃତଜ୍ଞ ଥିଲେ । କୃଷ୍ଣ ଗୋପୀମାନଙ୍କୁ କହିଲେ ଯେ "ତୁମକୁ ତୁମ କାମରୁ ସନ୍ତୁଷ୍ଟ ହେବାକୁ ପଡ଼ିବ । ମୁଁ ତୁମକୁ ତୁମର ପ୍ରେମ ବଦଳରେ କିଛି ଦେଇ ପାରିବି ନାହିଁ ।" କୃଷ୍ଣ, ଯିଏ ପରମ, ସର୍ବ ଶକ୍ତିମାନ, ସେ ଗୋପୀମାନଙ୍କର ଋଣ ସୁଜିବା ପାଇଁ ଅସମର୍ଥ ଥିଲେ । ତେଣୁ ଗୋପୀମାନେ...ଚୈତନ୍ୟ ମହାପ୍ରଭୁ କହିଲେ, ରମ୍ୟ କାଚିଦ୍ ଉପାସନା ବ୍ରଜ ବନ୍ଧୁ ବର୍ଗେନ ଯା କଳ୍ପିତା । ଯେଉଁ ପୂଜା ଗୋପୀମାନଙ୍କ ଦ୍ଵାରା କରାଯାଏ ତା ଠାରୁ ଅଧିକ ଭଲ ପୂଜା ନାହିଁ । ତେଣୁ ଗୋପୀମାନେ ହେଉଛନ୍ତି ସର୍ବୋଚ୍ଚ ଭକ୍ତ । ଏବଂ ଗୋପୀମାନଙ୍କ ମଧ୍ୟରୁ, ରଧାରାଣୀ ହେଉଛନ୍ତି ସର୍ବୋଚ୍ଚ । ସେଥିପାଇଁ ରାଧାରାଣୀ କୃଷ୍ଣଙ୍କ ଠାରୁ ଉଚ୍ଚତର ।

ତେବେ ଏହା ହେଉଛି ଗୌଡ଼ିୟ ବୈଷ୍ଣବ ତତ୍ତ୍ଵଜ୍ଞାନ । ଏଥିପାଇଁ ସମୟର ଆବଶ୍ୟକତା ଅଛି । ତେଣୁ କୃଷ୍ଣଙ୍କର କାର୍ଯ୍ୟକଳାପଗୁଡ଼ିକୁ, ଦୁର୍ଜନମାନେ, ଯଦି ସେମାନେ କେବଳ ଦେଖିବେ ଯେ "କୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ ଉତ୍ତେଜିତ କରୁଛନ୍ତି; ସେଥିପାଇଁ କୃଷ୍ଣ ହେଉଛନ୍ତି ଅନୈତିକ," ତାହା ହେଉଛି, ଅର୍ଥାତ୍ ଭୁଲ୍ ଦୃଷ୍ଟି । ତୁମକୁ ଭିନ୍ନ ଆଖିରେ କୃଷ୍ଣଙ୍କୁ ଦେଖିବାକୁ ହେବ । ସେଥିପାଇଁ କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି, ଜନ୍ମ କର୍ମ ମେ ଦିବ୍ୟମ୍ ଚ । ଦିବ୍ୟମ୍ (BG 4.9) । କୃଷ୍ଣଙ୍କର ଏହି ଦିବ୍ୟ କାର୍ଯ୍ୟକଳାପ, ଯଦି କେହି ବୁଝିପାରିବ, କେବଳ ଯଦି କେହି ବୁଝିପାରିବ, ତେବେ ସେ ତୂରନ୍ତ ମୁକ୍ତ ହୋଇଯିବ । ମୁକ୍ତ । ସାଧାରଣ ମୁକ୍ତି ନୁହେଁ, କିନ୍ତୁ ଘରକୁ ଫେରିବା ପାଇଁ, ଭଗବତ ଧାମକୁ । ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି କୌନ୍ତେୟ (BG 4.9) । ସର୍ବୋଚ୍ଚ ମୁକ୍ତି । ବିଭିନ୍ନ ପ୍ରକାରର ମୁକ୍ତି ମଧ୍ୟ ଅଛି । ସାୟୁଜ୍ୟ ସାରୂପ୍ୟ ସାର୍ଶଟି ସାଲୋକ୍ୟ ସାୟୁଜ୍ୟ...(CC Madhya 6.266) । ପାଞ୍ଚ ପ୍ରକାରର ମୁକ୍ତି । ତେଣୁ ସାୟୁଜ୍ୟ ଅର୍ଥାତ୍ ଅସ୍ତିତ୍ଵରେ ଲୀନ ହେବା, ବ୍ରାହ୍ମଣ, ବ୍ରାହ୍ମଣ ଲୟ । ତାହା ମଧ୍ୟ ମୁକ୍ତି । ମାୟାବାଦୀମାନେ କିମ୍ଵା ଜ୍ଞାନୀ ସଂପ୍ରଦାୟ, ସେମାନେ ଅସ୍ତିତ୍ଵରେ ଲୀନ ହେବା ପାଇଁ ଚାହାଁନ୍ତି, ବ୍ରାହ୍ମଣ ଅସ୍ତିତ୍ଵ । ତାହା ମଧ୍ୟ ମୁକ୍ତି । ତାକୁ ସାୟୁଜ୍ୟ ମୁକ୍ତି କୁହାଯାଏ । କିନ୍ତୁ ଏକ ଭକ୍ତ ପାଇଁ, ଏହି ସାୟୁଜ୍ୟ ମୁକ୍ତି ଏକ ନର୍କ ସଦୃଶ । କୈବଲ୍ୟମ୍ ନରକାୟତେ । ତେଣୁ ବୈଷ୍ଣବମାନଙ୍କ ପାଇଁ, କୈବଲ୍ୟମ୍... ଅଦୈତବାଦ, ପରମଙ୍କର ଅସ୍ତିତ୍ଵରେ ଲୀନ ହେବାକୁ, ନର୍କ ସହିତ ତୁଳନା କରାଯାଏ । କୈବଲ୍ୟମ୍ ନରକାୟତେ ତ୍ରୀ-ଦଶ-ପୂର ଅାକାଶ-ପୁଶ୍ପାୟତେ (Caitanya-candrāmṛta 5) । ଏବଂ କର୍ମୀମାନେ...ଜ୍ଞାନୀମାନେ ବ୍ରହ୍ମଜ୍ୟୋତିର ଅସ୍ତିତ୍ଵରେ ଲୀନ ହେବା ପାଇଁ ଉତ୍ସୁକ, ଏବଂ କର୍ମୀମାନେ, ସେମାନଙ୍କର ସର୍ବୋଚ୍ଚ ଲକ୍ଷ୍ୟ ହେଉଛି କିପରି ଉଚ୍ଚ ଗ୍ରହରେ ପହଞ୍ଚି ପାରିବେ । ସ୍ଵର୍ଗଲୋକ, ଯେଉଁଠାରେ ଭଗବାନ ଇନ୍ଦ୍ର ଅଛନ୍ତି, କିମ୍ଵା ବ୍ରହ୍ମା ଅଛନ୍ତି । ତାହା ହେଉଛି କର୍ମୀମାନଙ୍କର ଅଭିଳାଷା, ସ୍ଵର୍ଗକୁ ଯିବା । ସେମାନେ ସମସ୍ତେ, ବୈଷ୍ଣବ ତତ୍ତ୍ଵଜ୍ଞାନ ବ୍ୟତୀତ, ଅନ୍ୟସମସ୍ତ ସାହିତ୍ୟରେ, ଅନ୍ୟସମସ୍ତ ଶାସ୍ତ୍ରରେ, ଅର୍ଥାତ୍ ଖ୍ରୀଷ୍ଟିୟାନ୍ ଏବଂ ମୁସଲମାନ, ସେମାନଙ୍କର ଲକ୍ଷ୍ୟ ହେଉଛି କିପରି ସ୍ଵର୍ଗକୁ ଉନ୍ନତ ହେବା ।