OR/Prabhupada 0261 - ଭଗବାନ ଏବଂ ଭକ୍ତ, ସେମାନେ ସମାନ ସ୍ଥିତିରେ ଅଛନ୍ତି



Lecture -- Seattle, September 27, 1968

ପ୍ରଭୁପାଦ: ବର୍ତ୍ତମାନ ତୁମ ଦେଶରେ ଏହି ବାଳକମାନେ କୃଷ୍ଣ ଚେତନା ଆନ୍ଦୋଳନର ପ୍ରଚାର କରିବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ତୁମ ସମସ୍ତଙ୍କୁ ମୋର ବିନମ୍ର ଅନୁରୋଧ ଏହି କି ଯେ ଜୀବନର ଏହି ବିଶିଷ୍ଟ ଆର୍ଶୀବାଦକୁ ବୁଝିବାକୁ ଚେଷ୍ଟା କର । କେବଳ ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ଵରା, ତୁମେ ଧିରେ ଧିରେ କୃଷ୍ଣଙ୍କ ପାଇଁ ଦିବ୍ୟ ଭଲ ପାଇବା ବିକସିତ କରି ପାରିବ । ଏବଂ ଯଥା ଶିଘ୍ର ତୁମେ କୃଷ୍ଣଙ୍କୁ ଭଲ ପାଇବା ଆରମ୍ଭ କରିବ, ତୁମର ସମସ୍ତ ଅସୁବିଧା... ତାହାର ଅର୍ଥ ହେଉଛି ତୁମେ ସମ୍ପୂର୍ଣ୍ଣ ସନ୍ତୁଷ୍ଟତା ଅନୁଭବ କରି ପାରିବ । ଅସୁବିଧା କିମ୍ଵା ସଂକଟ ମନରେ ଅଛି । ଜଣେ ବ୍ୟକ୍ତି ମାସକୁ ୬୦୦୦ ଡଲାର ପାଉଛି; ଜଣେ ବ୍ୟକ୍ତି ମାସକୁ ୨୦୦ ଡଲାର ପାଉଛି । କିନ୍ତୁ ମୁଁ କଳିକତାରେ ଏକ ଭଦ୍ର ବ୍ୟକ୍ତିଙ୍କୁ ଦେଖିଛି; ସେ ୬୦୦୦ ପାଉଥିଲେ; ସେ ଆତ୍ମହତ୍ୟା କରିଲେ । ଆତ୍ମହତ୍ୟା କରିଲେ । କାହିଁକି? ସେହି ଟଙ୍କା ତାଙ୍କୁ ସନ୍ତୁଷ୍ଟ କରି ପାରିଲା ନାହିଁ । ସେ ଆଉ କିଛି ପାଇବାକୁ ଚେଷ୍ଟା କରୁଥିଲେ । ତେଣୁ ଏହି ଭୌତିକ ବାତାବରଣ, ଅଧିକ ଟଙ୍କା ରୋଜଗାର କରିବା ଦ୍ଵାରା, କଦାପି ତୁମକୁ ସନ୍ତୁଷ୍ଟତା ଦେଇପାରିବ ନାହିଁ, କାରଣ ଅମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଇନ୍ଦ୍ରିୟମାନଙ୍କର ସେବକ ଅଟନ୍ତି । ଇନ୍ଦ୍ରିୟମାନଙ୍କୁ ସେବା କରିବାର ଏହି ସ୍ତରକୁ କୃଷ୍ଣଙ୍କୁ ସେବା କରିବା ସ୍ତରକୁ ସ୍ଥାନାନ୍ତରିତ କରିବା ଉଚିତ୍, ଏବଂ ତାପରେ ତୁମକୁ ସମସ୍ତ ସମସ୍ୟାର ସମାଧାନ ମିଳିଯିବ । ବହୁତ ବହୁତ ଧନ୍ୟବାଦ । (ଭକ୍ତମାନେ ଦଣ୍ଡବତ ପ୍ରଣାମ କରିଲେ) କୌଣସି ପ୍ରଶ୍ନ?

ଭକ୍ତ: ପ୍ରଭୁପାଦ, କୃଷ୍ଣଙ୍କର ଏକ ଛବି ହେଉଛି ପୂର୍ଣ୍ଣ, ଠିକ୍ ଅଛି? ସେ ହେଉଛନ୍ତି କୃଷ୍ଣ । ଏକ ଶୁଦ୍ଧ ଭକ୍ତର ଛବି ସେହି ପରି ପୂର୍ଣ୍ଣ ଅଟେ କି?

ପ୍ରଭୁପାଦ: ଭକ୍ତର ଛବି?

ଭକ୍ତ: ଏକ ଶୁଦ୍ଧ ଭକ୍ତ ।

ପ୍ରଭୁପାଦ: ହଁ ।

ଭକ୍ତ: ଏହା ସେହି ପରି ପୂର୍ଣ୍ଣ...

ପ୍ରଭୁପାଦ: ହଁ ।

ଭକ୍ତ: ମନେକର ପ୍ରହଲ୍ଲାଦ ମାହାରାଜାଙ୍କର ଛବି ଏବଂ ଭଗବାନ ନୃସିଂହ ଦେବଙ୍କର ମଧ୍ୟ... ପ୍ରହଲ୍ଲାଦ ମାହାରାଜା ବି ସେତିକି ଯେତିକି ଭଗବାନ ନୃସିଂହ ଦେବ ଅଟନ୍ତି ।

ପ୍ରଭୁପାଦ: ହଁ । ଭଗବାନ ଏବଂ ଭକ୍ତ, ସେମାନେ ସମାନ ସ୍ଥିତିରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ସମସ୍ତେ । ଭଗବାନ, ତାଙ୍କର ନାମ, ତାଙ୍କର ରୂପ, ତାଙ୍କର ଗୁଣ, ତାଙ୍କର ସହଯୋଗୀ, ତାଙ୍କର ସାମଗ୍ରୀ । ସବୁକିଛି, ସେମାନେ ପୂର୍ଣ୍ଣ । ନାମ ଗୁଣ ରୂପ ଲୀଳା ପରି...ଏବଂ ଲୀଳାଗୁଡ଼ିକ । ଯେପରି ଆମେ କୃଷ୍ଣଙ୍କ ବିଷୟରେ ଶୁଣୁଛୁ, ତେବେ ଏହା କୃଷ୍ଣଙ୍କ ଠାରୁ ଭିନ୍ନ ନୁହେଁ । ଯେତେବେଳେ ହରେ କୃଷ୍ଣ ଜପ କରାଯାଏ, ଏହି ହରେ କୃଷ୍ଣ, ଏହି କମ୍ପନ, କୃଷ୍ଣଙ୍କ ଠାରୁ ଭିନ୍ନ ନୁହେଁ । ସବୁକିଛି ହେଉଛି ପୂର୍ଣ୍ଣ । ସେଥିପାଇଁ କୃଷ୍ଣଙ୍କର ପୂର୍ଣ୍ଣ ଭକ୍ତ କୃଷ୍ଣଙ୍କ ଠାରୁ ଅଭିନ୍ନ । ଏହା ଏକା ସାଙ୍ଗରେ ଏକ ଏବଂ ଭିନ୍ନ । ଅଚିନ୍ତ୍ୟ-ଭେଦାଭେଦ-ତତ୍ଵ ଏହି ତତ୍ତ୍ଵଜ୍ଞାନ ବୁଝିବାକୁ ହେବ, ଯେ କୃଷ୍ଣ ହେଉଛନ୍ତି ପରମ ପୁରୁଷ, ଶକ୍ତିଶାଳୀ, ଏବଂ ସବୁକିଛି, ଯାହା ଆମେ ଦେଖୁଛୁ, ଯାହା ଆମେ ଅନୁଭବ କରୁଛୁ, ସେଗୁଡ଼ିକ ହେଉଛି କୃଷ୍ଣଙ୍କର ବିଭିନ୍ନ ଶକ୍ତି । ଏବଂ ଶକ୍ତି ଏବଂ ଶକ୍ତିଶାଳୀକୁ ଅଲଗା କରାଯାଇ ପାରିବ ନାହିଁ । ସେଥିପାଇଁ ସେମାନେ ପୂର୍ଣ୍ଣ ସ୍ତରରେ ଅଛନ୍ତି । କେବଳ ଯେତେବେଳେ ଏହା ମାୟା କିମ୍ଵା ଅଜ୍ଞାନତା ଦ୍ଵାରା ଆଛାଦିତ, ଏହା ଭିନ୍ନ ଅଟେ । ବାସ୍ ।