OR/Prabhupada 0263 - ଯଦି ତୁମେ ଏହି ସୂତ୍ରକୁ ଗମ୍ଭୀରତାର ସହ ନେବ, ତେବେ ତୁମେ ପ୍ରଚାର କରି ଚାଲିବ



Lecture -- Seattle, September 27, 1968

ପ୍ରଭୁପାଦ: ହଁ ।

ମଧୁଦ୍ଵିଷ: ପ୍ରଭୁପାଦ, ବାସ୍ତବରେ ଚୈତନ୍ୟ ମହାପ୍ରଭୁ କ'ଣ ଭବିଷ୍ୟବାଣୀ କରିଥିଲେ ଯେତେବେଳେ ସେ କଳିର ସ୍ଵର୍ଣ୍ଣ ଯୁଗର ଭବିଷ୍ୟବାଣୀ କରିଲେ, (ଅସ୍ପଷ୍ଟ) ଯେତେବେଳେ ଲୋକମାନେ ହରେ କୃଷ୍ଣ ମନ୍ତ୍ର ଜପ କରିବେ?

ପ୍ରଭୁପାଦ: ହଁ । ଲୋକମାନେ...ଯେପରି ଆମେ ବର୍ତ୍ତମାନ ହରେ କୃଷ୍ଣ ମନ୍ତ୍ରର ପ୍ରଚାର କରୁଛୁ । ତୁମ ଦେଶରେ ସେପରି କୌଣସି ପ୍ରଚାର ନ ଥିଲା । ତେଣୁ ଆମେ ଇଉରୋପ, ଜର୍ମାନୀ, ଲଣ୍ଡନକୁ ଆମର ଛାତ୍ରମାନଙ୍କୁ ପଠେଇଛୁ - ତୁମେ ମଧ୍ୟ ପ୍ରସାରିତ ହେଉଛ । ଏହିପରି ଭାବରେ, ଏହା କେବଳ, ଆମେମାନେ, ଆମର କାର୍ଯ୍ୟକଳାପ ୧୯୬୬ରୁ ବ୍ୟବହାରିକ ରୂପରେ । ଆମେ ୧୯୬୬ରେ ସଂଘକୁ ପଞ୍ଜିକୃତ କରିଲୁ, ଏବଂ ଏହା ହେଉଛି ୬୮ । ତେଣୁ ଧିରେ ଧିରେ ଆମେ ବିସ୍ତାର କରୁଛୁ । ଏବଂ ଅବଶ୍ୟ, ମୁଁ ଏକ ବୃଦ୍ଧବ୍ୟକ୍ତି । ମୁଁ ମୃତ୍ୟୁବରଣ କରିପାରେ । ଯଦି ତୁମେ ଏହି ସୂତ୍ରକୁ ଗମ୍ଭୀରତାର ସହ ନେବ, ତେବେ ତୁମେ ପ୍ରଚାର କରି ଚାଲିବ, ଏବଂ ଏହା ପୁରା ବିଶ୍ଵରେ ବିସ୍ତାରିତ ହୋଇପାରେ । ଅତି ସରଳ ଜିନିଷ । କେବଳ ଅମକୁ ଟିକିଏ ବୁଦ୍ଧିମତାର ଆାବଶ୍ୟକ ଅଛି । ବାସ୍ । ତେବେ ଯେ କୌଣସି ବୁଦ୍ଧିମାନ ବ୍ୟକ୍ତି ପ୍ରସଂଶା କରିବେ । କିନ୍ତୁ ଯଦି କେହି ଠକି ହେବାକୁ ଚାହୁଁଛି, ତେବେ ତାକୁ କିପରି ବଞ୍ଚାଇପାରିବ, ଯଦି ସ୍ଵଇଛାରେ ଠକି ହେବାକୁ ଚାହୁଁଛି? ତେବେ ତାକୁ ବୁଝାଇବା ଅତ୍ୟନ୍ତ ଅତ୍ୟନ୍ତ କଷ୍ଟକର । କିନ୍ତୁ ଯେଉଁମାନେ ଖୋଲାମନ ବାଲା, ସେମାନେ ଏହି ଅତି ଭଲ ଆନ୍ଦୋଳନ, କୃଷ୍ଣ ଚେତନାକୁ ନିଶ୍ଚିତରେ ଗ୍ରହଣ କରିବେ । ହଁ ।

ଜୟ ଗୋପାଳ: ଯେତେବେଳେ ଆମେ ନିମ୍ନ ଶକ୍ତି ନିଯୁକ୍ତ କରୁ, ଆନ୍ତରିକ ଶକ୍ତି, କୃଷ୍ଣଙ୍କ ସେବାରେ, ଏହା ଆଧ୍ୟାତ୍ମିକ ହୋଇଯାଏ, ଏହା ନୁହେଁ କି?

ପ୍ରଭୁପାଦ: ନା ଯେତେବେଳେ ତୁମେ ତୁମର ଶକ୍ତି ପ୍ରୟୋଗ କର, ଏହା ଭୌତିକ ହୋଇ ରୁହେ ନାହିଁ; ଏହା ଆଧ୍ୟାତ୍ମିକ ହୋଇଯାଏ । ଠିକ୍ ଯେପରି ତମ୍ଵାର ତାର ବିଦ୍ୟୁତ୍ ସହିତ ସମ୍ପର୍କରେ ଆସେ, ଏହା ତମ୍ଵା ହୋଇରୁହେ ନାହିଁ; ଏହା ବିଦ୍ୟୁତ୍ ଅଟେ । ତେଣୁ କୃଷ୍ଣଙ୍କର ସେବା କରିବା ଅର୍ଥାତ୍ ଯଥାଶିଘ୍ର ତୁମର ନିଜକୁ କୃଷ୍ଣଙ୍କ ସେବାରେ ନିଯୁକ୍ତ କରିବ, ତୁମେ କୃଷ୍ଣଙ୍କ ଠାରୁ ଭିନ୍ନ ନୁହଁ । ତାହା ଭଗବଦ୍ ଗୀତାରେ କୁହାଯାଇଛି: ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ । ଏହି ଶଦ୍ଦ, ସେବତେ । ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ (BG 14.26) । "ଯେ କେହି ନିଜକୁ ଗମ୍ଭୀର ଭାବରେ ମୋ ସେବାରେ ନିଯୁକ୍ତ କରେ, ତୂରନ୍ତ ସେ ଭୌତିକ ଗୁଣର ଉର୍ଦ୍ଧ୍ଵକୁ ଚାଲିଯାଏ ଏବଂ ସେ ବ୍ରହ୍ମାଙ୍କର ମଞ୍ଚ ଉପରକୁ ଆସେ ।" ବ୍ରହ୍ମଭୂୟାୟ କଳ୍ପତେ । ତେଣୁ ତୁମେ ଯେତେବେଳେ କୃଷ୍ଣଙ୍କର ସେବା ପାଇଁ ପ୍ରୟୋଗ କର, ତୁମେ ଭାବ ନାହିଁ ଯେ ସେଠାରେ ତୁମର ଭୌତିକ ଗୁଣ ଅଛି । ନା । ଯେପରି ଏହି ଫଳ । ଏହି ଫଳଗୁଡ଼ିକ, ଜଣେ ଭାବି ପାରେ, "ଏହି ପ୍ରସାଦ କ'ଣ? ଏହି ଫଳଗୁଡ଼ିକୁ କିଣା ଯାଇଛି, ଆମେ ମଧ୍ୟ ଘରେ ଫଳ ଖାଉ, ଏବଂ ଏହା ହେଉଛି ପ୍ରସାଦ?" ନା । କାରଣ ଏହା କୃଷ୍ଣଙ୍କୁ ଅର୍ପଣ କରାଯାଇଛି, ତୂରନ୍ତ ଏହା ଆଉ ଭୌତିକ ହୋଇ ରୁହେ ନାହିଁ । ପରିଣାମ? ତୁମେ କେବଳ ପ୍ରସାଦ ଖାଅ ଏବଂ ଦେଖ ତୁମେ କିପରି କୃଷ୍ଣ ଚେତନାରେ ପ୍ରଗତି କରୁଛ । ଯେପରି ଯଦି ଚିକିତ୍ସକ ତୁମକୁ କିଛି ଔଷଧ ଦିଅନ୍ତି ଏବଂ ତୁମେ ଯଦି ଭଲ ହୋଇଯାଅ, ତାହା ହେଉଛି ଔଷଧର ପ୍ରଭାବ । ଅନ୍ୟ ଏକ ଉଦାହରଣ ହେଉଛି କିପରି ଭୌତିକ ଜିନିଷ ଆଧ୍ୟାତ୍ମିକ ହୋଇଯାଉଛି । ଏକ ଭାରୀ ଭଲ ଉଦାହରଣ । ଠିକ୍ ଯେପରି ତୁମେ ଅଧିକ ପରିମାଣର କ୍ଷୀର ନିଅ । ତେବେ ତୁମର ଅନ୍ତବୁଜୁଳିରେ କିଛି ଉପଦ୍ରବ ହୁଏ । ତୁମେ ଚିକିତ୍ସକଙ୍କ ପାଖକୁ ଯାଅ । ଅତି କମରେ, ବୈଦିକ ପ୍ରଣାଳୀ ଅନୁସାରେ..., ଔଷଧି ମିଶ୍ରଣ ଦିଅନ୍ତି ଯାହାକୁ ଦହି କୁହାଯାଏ । ତାହ କ୍ଷୀର୍ର ପ୍ରସ୍ତୁତ କରାଯାଏ । ସେହି ଦହି ସହିତ ଟିକିଏ ଔଷଧ ଭଲ କରିଦେବ । ବର୍ତ୍ତମାନ ତୁମର ରୋଗ କ୍ଷୀର ଯୋଗୁଁ ହୋଇଥିଲା, ଏବଂ ମଧ୍ୟ କ୍ଷୀର ଦ୍ଵାରା ଭଲ ହେଲା । କାହିଁକି? ଏହା ଚିକିତ୍ସଙ୍କ ଦ୍ଵାରା ନିର୍ଦ୍ଦେଶିତ କରାଯାଇଥିଲା । ସେହିପରି, ସବୁକିଛି... ଉଚ୍ଚ ଚେତନାରେ ପଦାର୍ଥର କୌଣସି ଅସ୍ତିତ୍ଵ ନାହିଁ; ଏହା ହେଉଛି କେବଳ ଭ୍ରମ । ଯେପରି ଆଜି ସକାଳେ ମୁଁ ସୂର୍ଯ୍ୟ ଏବଂ କୁହୁଡ଼ିର ଉଦାହରଣ ଦେଉଥିଲି । କୁହୁଡ଼ି ଥିଲେ; ସୂର୍ଯ୍ୟଙ୍କୁ ଦେଖୁ ହୁଏ ନାହିଁ । ମୂର୍ଖ ବ୍ୟକ୍ତିମାନେ କୁହଁନ୍ତି ଯେ "ସୂର୍ଯ୍ୟ ନାହାଁନ୍ତି । ଏହା କେବଳ କିୁହୁଡ଼ି ।" କିନ୍ତୁ ବୁଦ୍ଧିମାନ ବ୍ୟକ୍ତି କୁହଁନ୍ତି ଯେ "ସୂର୍ଯ୍ୟ ଅଛନ୍ତି, କିନ୍ତୁ କୁହୁଡ଼ି ଆମ ଆଖିକୁ ଆଛାଦିତ କରି ଦେଇଛି । ଆମେ ସୂର୍ଯ୍ୟଙ୍କୁ ଦେଖିପାରୁ ନାହିଁ ।" ସେହିପରି, ସବୁକିଛି, ସୂର୍ଯ୍ୟଙ୍କର ଶକ୍ତି ହୋଇଥିବାରୁ, କିଛି ବି ଭୌତିକ ନୁହେଁ । କେବଳ ଆମର, ଏହି ମାନସିକତା ଯେ ଆମେ ଏହା ଉପରେ ଶାସନ କରିବାକୁ ଚାହୁଁଛୁ, ତାହା ହେଉଛି ମିଥ୍ୟା, ଭ୍ରମ । ତାହା କୃଷ୍ଣଙ୍କ ସହିତ ଆମ ସମ୍ପର୍କକୁ ଆଛାଦିତ କରେ । ତେବେ ତାହା ତୁମେ ଧିରେ ଧିରେ ବୁଝିପାରିବ । ସେବନ୍ମୁଖେ ହି ଜିହ୍ଵାବାଦୌ ସ୍ଵୟଂ ଏବ ସ୍ଫୁରତି ଅଦଃ (Brs. 1.2.234) । ଯେପରି ତୁମେ ସେବା ମନୋଭାବରେ ପ୍ରଗତି କରିବ, ସବୁକିଛି ସ୍ପଷ୍ଟ ହୋଇଯିବ, କିପରି ତୁମର ଶକ୍ତି ଆଧ୍ୟାତ୍ମିକ ହୋଇଯାଇଛି ।