OR/Prabhupada 0276 - ଗୁରୁଙ୍କର କାମ ହେଉଛି କିପରି ତୁମକୁ କୃଷ୍ଣ ଦେବେ, କୌଣସି ଭୌତିକ ଜିନିଷ ନୁହେଁ



Lecture on BG 2.7 -- London, August 7, 1973

ତେବେ ଏହି ଜ୍ଞାନ ଆବଶ୍ୟକ, କିପରି ବାସ୍ତବ ଗୁରୁ ପାଇବ ଏବଂ କିପରି ତାଙ୍କୁ ଆତ୍ମସମର୍ପଣ କରିବ । ଗୁରୁମାନେ ନୁହେଁ ଯେ ମୁଁ ଏକ ଗୁରୁ ରଖିବି, ତେଣୁ, ଏକ ଆଦେଶ ପ୍ରଦାୟକ । "ମୋର ପ୍ରିୟ ଗୁରୁ, ମୁଁ ଏଥିରେ ପୀଡ଼ିତ । ଆପଣ ମୋତେ କିଛି ଔଷଧ ଦେଇପାରିବେ କି?" "ହଁ, ହଁ । ଏହି ଔଷଧ ନିଅ ।" "ହଁ ।" ସେହି ଗୁରୁ ନୁହେଁ । ଯଦି ତୁମେ କିଛି ରୋଗରେ ପୀଡ଼ିତ ଅଛ, ତୁମେ ଚିକିତ୍ସକ ପାଖକୁ ଯାଅ । ଏହା ଗୁରୁଙ୍କର କାମ ନୁହେଁ ତୁମକୁ କିଛି ଔଷଧ ଦେବା । ଏକ ଗୁରୁଙ୍କର କାମ ହେଉଛି ତୁମକୁ କୃଷ୍ଣ ଦେବା । କୃଷ୍ଣ ସେଇ ତୋମାର, କୃଷ୍ଣ ଦିତେ ପାର । ଏକ ବୈଷ୍ଣବ ଗୁରୁଙ୍କୁ ପ୍ରାର୍ଥନା କରେ: "ମହାଶୟ, ଆପଣ କୃଷ୍ଣଙ୍କର ଭକ୍ତ ।" "ଆପଣ ଯଦି ଚାହିଁବେ ମୋତେ କୃଷ୍ଣ ଦେଇପାରିବେ ।" ଏହା ହେଉଛି ଶିଷ୍ୟର ସ୍ଥିତି । ଗୁରୁଙ୍କର କାମ ହେଉଛି କିପରି ତୁମକୁ କୃଷ୍ଣ ଦେବେ, କୌଣସି ଭୌତିକ ଜିନିଷ ନୁହେଁ । ଭୌତିକ ଜିନିଷ ପାଇଁ, ଏତେ ସାରା ଅନୁଷ୍ଠାନ ଅଛି । କିନ୍ତୁ ଯଦି ତୁମେ କୃଷ୍ଣଙ୍କୁ ଚାହଁ, ତେବେ ଗୁରୁଙ୍କର ଆବଶ୍ୟକତା ଅଛି । କିଏ, କିଏ ଗୁରୁ ଆବଶ୍ୟକ କରେ?

ତସ୍ମାଦ୍ ଗୁରୁମ ପ୍ରପଦୟେତ
ଜିଜ୍ଞାସୁ ଶ୍ରେୟ ଉତ୍ତମମ
ଶଦ୍ଦେ ପରେ ଚ ନିଷ୍ନାତମ
ବ୍ରହମନୀ ଉପସମାଶ୍ରୟମ
(SB 11.3.21)

କିଏ ଗୁରୁ ଆବଶ୍ୟକ କରେ? ଗୁରୁ ଏକ ବେଶଭୂଷା ନୁହଁନ୍ତି । "ଓ, ମୁଁ ଏକ ଗୁରୁ ପାଇଲି । ମୁଁ ଏକ ଗୁରୁ ବନେଇବି ।" ଗୁରୁ ଅର୍ଥାତ୍, ଜଣେ ଯିଏ ଗମ୍ଭୀର । ତସ୍ମାଦ୍ ଗୁରୁମ ପ୍ରପଦୟତେ । ଜଣେ ଗୁରୁଙ୍କୁ ଖୋଜିବା ଉଚିତ୍ । କାହିଁକି? ଜିଜ୍ଞାସୁ ଶ୍ରେୟ ଉତ୍ତମମ । ଜଣେ ଯିଏ ପରମ ବିଷୟରେ ଜିଜ୍ଞାସୁ । ଗୁରୁଙ୍କୁ ବେଶଭୂଷା ବନାଅ ନାହିଁ । ଯେପରି ଆମେ କୁକୁର ରଖୁଛୁ । ସେହିପରି, ଆମେ ଗୁରୁ ରଖିବା । ତାହା ଗୁରୁ ନୁହେଁ... "ଗୁରୁ ମୋର ନିଷ୍ପତି ଅନୁସାରେ କାର୍ଯ୍ୟ କରିବେ ।" ସେପରି ନୁହେଁ । ଗୁରୁ ଅର୍ଥାତ୍ ଯିଏ ତୁମକୁ କୃଷ୍ଣ ଦେଇପାରିବେ । ସେ ହେଉଛନ୍ତି ଗୁରୁ । କୃଷ୍ଣ ସେଇ ତୋମାର । କାରଣ କୃଷ୍ଣ ହେଉଛନ୍ତି ଗୁରୁ । ତାହା ବ୍ରହ୍ମ ସଂହିତାରେ କୁହାଯାଇଛି । ବେଦେଶୁ ଦୁର୍ଲଭମ ଅଦୁର୍ଲଭମ ଆତ୍ମା-ଭକ୍ତୌ (Bs 5.33) । ବେଦେଶୁ ଦୁର୍ଲଭମ । ଯଦି ତୁମେ ଖୋଜିବାକୁ ଚାହୁଁଛ... ଯଦିଓ ବେଦ ଅର୍ଥାତ୍ ଜ୍ଞାନ, ଏବଂ ଅନ୍ତିମ ଜ୍ଞାନ ହେଉଛି କୃଷ୍ଣଙ୍କୁ ବୁଝିବା । ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ (BG 15.15) । ଏହା ହେଉଛି ନିର୍ଦ୍ଦେଶ । ତେଣୁ ଯଦି ତୁମେ ସ୍ଵତନ୍ତ୍ର ଭାବରେ ବେଦ ପଢ଼ିବାକୁ ଚାହୁଁଛ, ଯେପରି, କିଛି ଦୁର୍ଜନ ଅଛନ୍ତି... ସେମାନେ କୁହଁନ୍ତି: "ଆମେ କେବଳ ବେଦ ବୁଝିପାରୁ ।" ତୁମେ ବେଦ କ'ଣ ବୁଝ? ତୁମେ କିପରି ବେଦ ବୁଝ? ତେଣୁ ବେଦ କୁହଁନ୍ତି, ତଦ୍ ବିଜ୍ଞାନାର୍ଥମ ସ ଗୁରୁମ ଏବ ଅଭିଗଚ୍ଛେତ (MU 1.2.12) । ତୁମେ ବେଦ ବୁଝିପାର ଗୋଟିେ ନେଇ, ଗୋଟିଏ ପୁସ୍ତକ କିଣି, କିମ୍ଵା ନେଇ, ତୁମେ ବେଦ ବୁଝିପାର? ବେଦ ଏତେ ଶସ୍ତା ଜିନିଷ ନୁହେଁ । ବ୍ରାହ୍ମଣ ନ ହୋଇ, କେହି ବେଦ ବୁଝିପାରିବେ ନାହିଁ, ବେଦ କ'ଣ? ସେଥିପାଇଁ, ଏହା ନିଷେଧ କରାଯାଇଛି । ବ୍ରାହ୍ମଣ ନ ହୋଇ, କାହାକୁ ବେଦ ପଢ଼ିବାର ଅନୁମତି ଦିଆଯାଇ ନାହିଁ । ଏହି ସବୁ ନିରର୍ଥକ । ତୁମେ ବେଦ ବିଷୟରେ କ'ଣ ବୁଝିପାରିବ? ସେଥିପାଇଁ ବ୍ୟାସଦେବ, ଚାରୋଟି ବେଦ ପୁରା କରିସାରିଲା ପରେ, ଚାରୋଟି ବେଦର ବିଭାଜନ କରି, ସେ ମାହାଭାରତ ପ୍ରସ୍ତୁତ କରିଲେ । କାରନ ବେଦଗୁଡ଼ିକ, ବେଦଗୁଡ଼ିକର ବିଷୟବସ୍ତୁ ଅତି କଷ୍ଟକର । ସ୍ତ୍ରୀ ଶୂଦ୍ର ଦ୍ଵଜ ବନ୍ଧୁନାମ ତ୍ରଈ ନ ଶ୍ରୁତୀ ଗୋଚରଃ (SB 1.4.25) । ସ୍ତ୍ରୀମାନଙ୍କ ପାଇଁ, ଶୂଦ୍ରମାନଙ୍କ ପାଇଁ, ଏବଂ ଦ୍ଵିଜ ବନ୍ଧୁମାନଙ୍କ ପାଇଁ । ସେମାନେ ବୁଝିପାରିବେ ନାହିଁ ବେଦ କ'ଣ । ତେଣୁ ଏହି ସମସ୍ତ ଦୁର୍ଜନ ଦ୍ଵିଜ ବନ୍ଧୁମାନେ ଏବଂ ଶୂଦ୍ରମାନେ, ସେମାନେ ବେଦର ଅଧ୍ୟୟନ କରିବାକୁ ଚାହାଁନ୍ତି । ନା, ତାହା ସମ୍ଭବ ନୁହେଁ । ଜଣକୁ ସର୍ବପ୍ରଥମେ ବ୍ରାହ୍ମଣବାଦୀ ଯୋଗ୍ୟତାରେ ସ୍ଥିତ ହେବାକୁ ପଡ଼ିବ, ସତ୍ୟମ ଶମୋ ଦମସ୍ କ୍ଷାନ୍ତିରାର୍ଜବମେବ ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ଵଭାବ...(BG 18.42) ତେବେ ବେଦ ସ୍ପର୍ଶ କର । ଅନ୍ୟଥା, ତୁମେ ବେଦ କ'ଣ ବୁଝିପାରିବ? ନିରର୍ଥକ । ସେଥିପାଇଁ ବେଦ କୁହଁନ୍ତି: ତଦ୍ ବିଜ୍ଞାନର୍ଥମ ସ ଗୁରୁମ (MU 1.2.12) । ବେଦକୁ ବୁଝିବା ପାଇଁ ତୁମକୁ ଗୁରୁଙ୍କ ପାଖକୁ ଯିବାକୁ ହେବ । ଏବଂ ସେହି ବେଦ କ'ଣ? ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ (BG 15.15) । ବେଦ ଅର୍ଥାତ୍, ବେଦ ଅଧ୍ୟୟନ ଅର୍ଥାତ୍ କୃଷ୍ଣଙ୍କୁ ବୁଝିବା । ଏବଂ ତାଙ୍କୁ ଆତ୍ମ ସମର୍ପଣ କରିବା । ଏହା ହେଉଛି ବୈଦିକ ଜ୍ଞାନ । ଏଠାରେ ଅର୍ଜୁନ କହୁଛନ୍ତି ଯେ: ପ୍ରାପନ୍ନମ । "ବର୍ତ୍ତମାନ ମୁଘ ଆପଣଙ୍କୁ ଆତ୍ମ ସମର୍ପଣ କରିଲି । ମୁଁ ବର୍ତ୍ତମାନ ଆପଣଙ୍କ ସହିତ ସମାନ ସ୍ତରରେ ରହି କଥା ହେବି ନାହିଁ ଯେପରି ମୁଁ ବହୁତ ସାରା ଜିନିଷ ଜାଣିଛି ।" ସେ ଠିକ୍ ଥିଲେ, କିନ୍ତୁ ସେ ଭୌତିକ ସ୍ତରରେ ରହି ବିଚାର କରୁଥିଲେ । ସେ ଭାବୁଥିଲେ ଯେ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ (BG 1.40) । ଯଦି ସମସ୍ତେ...ଏହା ହେଉଛି ଭୌତିକ ପ୍ରସଙ୍ଗ । କିନ୍ତୁ ବୈଦିକ ଜ୍ଞାନ ହେଉଛି ଆଧ୍ୟାତ୍ମିକ, ଉତ୍ତମମ୍ । ତସ୍ମାଦ୍ ଗୁରୁମ ପ୍ରପଦୟେତ ଜିଜ୍ଞାସୁ ଶ୍ରେୟ ଉତ୍ତମମ୍ (SB 11.3.21) । ଏହା ଶ୍ରେୟ । ଉତ୍ତମମ୍ । ଯଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ । ସ୍ଥିର ରହିବା । ପରିବର୍ତ୍ତନର ପ୍ରଶ୍ନ ନାହିଁ । ସେହି ନିର୍ଦ୍ଦେଶ ହେଉଛି, ବର୍ତ୍ତମାନ କୃଷ୍ଣଙ୍କ ଦ୍ଵାରା ଦିଆଯିବ । ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ । ଏବଂ ଏହା ହୁଏ - ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ (BG 7.19) ।

ତେଣୁ ସେଥିପାଇଁ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ, ଜଣେ କୃଷ୍ଣଙ୍କୁ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିବା ଉଚିତ୍ କିମ୍ଵା ତାଙ୍କର ପ୍ରତିନିଧିଙ୍କୁ । ତେବେ ତାର ଜୀବନ ସଫଳ ହେବ । ବହୁତ ବହୁତ ଧନ୍ୟବାଦ ।