OR/Prabhupada 0282 - ଆମକୁ ଆଚାର୍ଯ୍ୟମାନଙ୍କର ପଦାନୁସରଣ କରିବାକୁ ହେବ



Lecture on BG 7.2 -- San Francisco, September 11, 1968

ତେଣୁ,

ମନୁଷ୍ୟାଣାଂ ସହସ୍ରେଷୁ
କଶ୍ଚିଦ୍ ଯତତି ସିଦ୍ଧୟେ
ଯତତାମପି ସିଦ୍ଧାନାଂ
କଶ୍ଚିନ୍ମାଂ ବେତ୍ତି ତତ୍ତ୍ଵତଃ
(BG 7.3)

ଏଠାରେ କୁହାଯାଇଛି ଯେ ମନୁଷ୍ୟସ ତେଶାମ ଶାସ୍ତ୍ର ଅଧିକାର ଯଜ୍ଞାନାମ ସହସ୍ର-ମଧ୍ୟ । ବର୍ତ୍ତମାନ, ମୁଁ କିଏ, ଭଗବାନ କିଏ, ଭୌତିକ ଜଗତ କ'ଣ, ଏହା କିପରି କାମ କରୁଛି, ଏହି କଥାଗୁଡ଼ିକ ଶିକ୍ଷିତ ବ୍ୟକ୍ତିର କାମ । ଏକ ମୂର୍ଖ ବ୍ୟକ୍ତି ନେଇ ପାରିବ ନାହିଁ । ସେଥିପାଇଁ ଶାସ୍ତ୍ର ଅଧିକାର । ଶାସ୍ତ୍ର ଅର୍ଥାତ୍ ଜଣଙ୍କର ଶାସ୍ତ୍ରରେ କିଛି ଜ୍ଞାନ ରହିବା, ଜ୍ଞାନର ପୁସ୍ତକମାନଙ୍କରେ । ଯଥା ଶିଘ୍ର ଆମେ ପାଇବା ଜଣଙ୍କ ପାଖରେ ଜ୍ଞାନର ପୁସ୍ତକ ଅଛି, ପୁସ୍ତକମାନଙ୍କରେ ଜ୍ଞାନ, କିମ୍ଵା ଶାସ୍ତ୍ର, ମାତ୍ରା କମ ହୋଇଯାଏ । ଯଦି ଏହି ସ୍ଥାନରେ କେତେ ଜଣ ଅଶିକ୍ଷିତ ବ୍ୟକ୍ତି ଅଛନ୍ତି ତାହା ତୁମେ ଖୋଜିବାକୁ ଚାହଁ, ଓ, ତୁମେ ଅନେକ ପାଇବ । ଏବଂ ଯଥାଶିଘ୍ର ତୁମେ କେତେ ଜଣ ଏମ୍.ଏ ଅଛନ୍ତି ତାହା ଖୋଜିବାକୁ ଚାହିଁବ, ଏକାଥରକେ ସଂଖ୍ୟା କମିଯିବ । ସେହିପରି, ଅନେକ ବ୍ୟକ୍ତି ଅଛନ୍ତି, କିନ୍ତୁ ତୁମେ ଯଦି କିଛି ବ୍ୟକ୍ତିଙ୍କୁ ଖୋଜିବାକୁ ଚାହୁଁଛ ଯେଉଁମାନେ ଜୀବନକୁ ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି, ଏକାଥରକେ ସଂଖ୍ୟା କମିଯିବ । ଏବଂ ସେମାନଙ୍କ ମଧ୍ୟରୁ ଯେପରି ଅତିନ୍ଦ୍ରିୟବାଦୀମାନେ, ସ୍ଵାମୀମାନେ, ଯୋଗୀମାନେ ଅଛନ୍ତି । ଯଦି ତୁମେ ସେମାନଙ୍କ ମଧ୍ୟରୁ ଗଣିବାକୁ ଚାହିଁବ କେଉଁମାନେ ଭଗବାନଙ୍କୁ ବୁଝିବାକୁ ଚେଷ୍ଟା କରୁଛନ୍ତି, କେଉଁମାନଙ୍କର ଭଗବାନଙ୍କ ବିଷୟରେ ଜ୍ଞାନ ଅଛି, ଏକାଥରକେ ସଂଖ୍ୟା କମ ହୋଇଯିବ । ପୁଣି ।

ସେଥିପାଇଁ କୃଷ୍ଣ କୁହଁନ୍ତି ଅନେକ, ଅନେକ ହଜାର ଲୋକମାନଙ୍କ ମଧ୍ୟରୁ, କେହି ଜଣେ ଜୀବନକୁ ପୂର୍ଣ୍ଣ କରିବାକୁ ରୁଚି ରଖେ । ଏବଂ ଅନେକ, ଅନେକ ହଜାର ଲୋକମାନଙ୍କ ମଧ୍ୟରୁ ଯିଏ ବାସ୍ତବରେ ସେମାନଙ୍କର ଜୀବନ ପୂର୍ଣ୍ଣ କରିବାକୁ ଚେଷ୍ଟା କରେ, ତୁମେ ଜଣକୁ ପାଇବ - କିମ୍ଵା ତୁମେ ପାଇ ନାହିଁ - ଯିଏ କୃଷ୍ଣ କିମ୍ଵା ଭଗବାନଙ୍କୁ ଜାଣିଛି । କିନ୍ତୁ କୃଷ୍ଣ ଏତେ ଦୟାଳୁ ଯେ ସେ ନିଜେ ଆସନ୍ତି ସମସ୍ତଙ୍କ ଦ୍ଵାରା ଜଣାଯିବା ପାଇଁ । ଏବଂ ସେ ଭାରୀ ଦୟାଳୁ ମଧ୍ୟ ଯେ ଏହି ଭୌତିକ ଦୁନିଆରୁ ତାଙ୍କର ପ୍ରସ୍ଥାନ ପୂର୍ବରୁ, ସେ ତାଙ୍କ ପଛରେ ଭଗବଦ୍ ଗୀତା ଛାଡ଼ି ଯାଆନ୍ତି ଯେପରିକି ତୁମେ ତାଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପରୁ ଜାଣିପାରିବ ଭଗବାନ କିଏ । ତେଣୁ ଯଦି ତୁମେ ସଠିକ୍ ଭାବରେ ଭଗବଦ୍ ଗୀତା ପଢ଼, ଯେପରି ଏହା କୃଷ୍ଣଙ୍କ ଦ୍ଵାରା କୁହାଯାଇଥିଲା, ନା କି ମୂର୍ଖ ଭାବରେ ବ୍ୟାଖ୍ୟା କରି ନିରର୍ଥକ ଭାବରେ, କିନ୍ତୁ ମୌଳିକ ରୂପରେ, ମୌଳିକ ରୂପରେ... କୋଦାଳକୁ କୋଦାଳ କୁହ । କୃଷ୍ଣ କୁହଁନ୍ତି ଯେ "ମୁଁ ହେଉଛି ପରମ ପୁରୁଷ ଭଗବାନ ।" ଏହି ସଂସ୍କରଣକୁ ନିଜର ମୂର୍ଖ ବ୍ୟାଖ୍ୟା ଦ୍ଵାରା ବର୍ଣ୍ଣନା କର ନାହିଁ, କିନ୍ତୁ କୃଷ୍ଣଙ୍କୁ ପରମ ପୁରୁଷ ଭଗବାନ ରୂପରେ ସ୍ଵୀକାର କର । ଏବଂ ତାର କାର୍ଯ୍ୟ ଦ୍ଵାରା, ତାର ଶାସ୍ତ୍ରିକ ଜ୍ଞାନ ଦ୍ଵାରା, ପାଣ୍ଡିତ୍ୟ...ସମସ୍ତେ ପୂର୍ବରୁ ସ୍ଵୀକାର କରିଛନ୍ତି, ସମସ୍ତ ଆଚାର୍ଯ୍ୟମାନେ ।

ତେବେ ଆମକୁ ଆଚାର୍ଯ୍ୟମାନଙ୍କର ପଦାନୁସରଣ କରିବାକୁ ହେବ । ମହାଜନୋ ଜେନ ଗତଃ ସ ପଥଃ (CC Madhya 17.186) । ଆମେ ଉଚ୍ଚତର ଜିନିଷଗୁଡ଼ିକୁ ବୁଝିପାରିବା ନାହିଁ ଯେ ପର୍ଯ୍ୟନ୍ତ ଆମେ ମହାନ୍ ବ୍ୟକ୍ତିମାନଙ୍କର ପଦାନୁସରଣ କରି ନାହୁଁ । ଯେପରିକି ବୈଜ୍ଞାନିକ ଦୁନିଆରେ ମଧ୍ୟ, ମାଧ୍ୟାକର୍ଷଣ ଶକ୍ତିର ନିୟମ । ତୁମେ ମାଧ୍ୟାକର୍ଷଣ ଶକ୍ତିର ନିୟମ ବିଷୟରେ କିଛି ଜାଣି ନାହଁ, କିନ୍ତୁ ମହାଶୟ ଆଇଜାକ୍ ନିଉଟନ୍, ସେ କହିଥିଲେ ମାଧ୍ୟାକର୍ଷଣ ଶକ୍ତିର ନିୟମ ଅଛି । ସେ ସ୍ଵୀକାର କରିଥିଲେ । ବାସ୍ । ତାହାର ଅର୍ଥ ହେଉଛି ତୁମେ ଏକ ମହାନ୍ ବ୍ୟକ୍ତିକୁ ଅନୁସରଣ କରୁଛ । ସେହିପାରି, କୃଷ୍ଣଙ୍କୁ ପରମ ପୁରୁଷ ଭଗବାନଙ୍କ ରୂପରେ ସ୍ଵୀକାର କରାଯିବା ଉଚିତ୍ ମନଇଛା ନୁହେଁ । କିନ୍ତୁ ତାଙ୍କୁ ସ୍ଵୀକାର କରାଯାଇଛି, ଯେପରି, ବ୍ୟକ୍ତିତ୍ଵ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା, ରାମାନୁଜାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ, ମହାନ୍ ବ୍ୟକ୍ତିତ୍ଵ ଯିଏ ଆଧ୍ୟାତ୍ମିକ ଦୁନିଆର ପଥ ପ୍ରଦର୍ଶନ କରନ୍ତି । ସେଥିପାଇଁ ତୁମକୁ ସେହିପାରି ଭାବରେ ସ୍ଵୀକାର କରିବାକୁ ହେବ ।