OR/Prabhupada 0289 - ଯେଉଁମାନେ ଭଗବାନଙ୍କ ସାମ୍ରାଜ୍ୟରୁ ଆସନ୍ତି - ସେମାନେ ସମାନ ଅଟନ୍ତି



Lecture -- Seattle, September 30, 1968

ପ୍ରଭୁପାଦ: ହଁ?

ମହିଳା: ରାମ ଏବଂ ଜୀଶୁ ଖ୍ରୀଷ୍ଟ ସମାନ କି?

ଭକ୍ତ: "ରାମ ସମାନ କି, ଜୀଶୁଙ୍କ ପରି ।"

ପ୍ରଭୁପାଦ: ସମାନ..., ପୁରା ସମାନ ନୁହେଁ, କିନ୍ତୁ ଅଭିନ୍ନ । ସମାନ କହି ହେବ ନାହିଁ, ଅଭିନ୍ନ ।

ମହିଳା: ଓ, ଅଭିନ୍ନ ।

ପ୍ରଭୁପାଦ: ହଁ । ପୂର୍ଣ୍ଣ ମଞ୍ଚରେ ସବୁକିଛି ଅଭିନ୍ନ । ସାପେକ୍ଷ ଦୁନିଆରେ ମଧ୍ୟ । ଯେପରି ତୁମେ କିଛି ବି ନିଅ, ଏହା ହେଉଛି ଭୌତିକ । ତେଣୁ ଭୌତିକ ପରିଚୟ । ସେହିପରି, ଆଧ୍ୟାତ୍ମିକ ଦୁନିଆରେ ସବୁକିଛି ହେଉଛି ଆଧ୍ୟାତ୍ମିକ । ତେଣୁ ଆଧ୍ୟାତ୍ମିକ ଦୁନିଆରେ ଭଗବାନ ଏବଂ ଭଗବାନଙ୍କର ପୁତ୍ର କିମ୍ଵା ଭଗବାନଙ୍କର ସାଙ୍ଗ କିମ୍ଵା ଭଗବାନଙ୍କର ପ୍ରେମି, ଯେ କେହି, ଅଛନ୍ତି...ସେମାନେ ସମାନ ମଞ୍ଚରେ ଅଛନ୍ତି, ଆଧ୍ୟାତ୍ମିକ । ସେଥିପାଇଁ ସେମାନେ ହେଉଛନ୍ତି ଅଭିନ୍ନ ।

ମହିଳା: କିନ୍ତୁ ରାମ ସେହି ବ୍ୟକ୍ତି ସହ ସମ୍ବନ୍ଧିତ ନୁହଁନ୍ତି କି ଯିଏ ଜନ୍ମ ହୋଇଥିଲେ...,ମୁଁ ନୁହେଁ, ଭାରତରେ କିମ୍ଵା କେଉଁଠାରେ, ଏବଂ ଜୀଶୁ ଖ୍ରୀଷ୍ଟ ଇଉରୋପରେ ଜନ୍ମ ହୋଇଥିଲେ? ଦୁଇ ଜଣ ଭିନ୍ନ ବ୍ୟକ୍ତି, କିନ୍ତୁ ତଥାପି ସମାନ, ସମାନ...

ପ୍ରଭୁପାଦ: ହଁ, ସୂର୍ଯ୍ୟ ପ୍ରତିଦିନ ଭାରତରେ ଜନ୍ମ ହୁଅନ୍ତି, ଇଉରୋପରେ ଜନ୍ମ ହୁଅନ୍ତି, ଆମେରିକାରେ ଜନ୍ମ ହୁଅନ୍ତି । ଏହାର ମାନେ କ'ଣ ଏହା ଯେ ସେ ଭାରତୀୟ କିମ୍ଵା ଆମେରିକୀୟ କିମ୍ବା ଚିନୀ?

ମହିଳା: ନା, ମୋର କହିବାର ଅର୍ଥ ଏହା ନୁହେଁ ।

ପ୍ରଭୁପାଦ: ତେବେ? ସେଥିପାଇଁ ଏହା ହେଉଛି ସେପରି । ଯେତେବେଳେ... ଏହା ହେଉଛି ଆମର ସୀମିତ ଜ୍ଞାନ । ଆମକୁ ସେହିପରି ବ ଭାବରେ ଶିକ୍ଷା ଦିଆଯାଇଛି, ଯେ ଭଗବାନ ହେଉଛନ୍ତି ମାହାନ । ଯେପରି ସୂର୍ଯ୍ୟ ହେଉଛି ମାହାନ; ସେଥିପାଇଁ ଏପରିକି ସୂର୍ଯ୍ୟ ଭାରତରେ ଦେଖା ଯାଉ କିମ୍ଵା ଆମେରିକାରେ କିମ୍ଵା ଚୀନରେ, କେଉଁଠାରେ ବି, ଦୁନିଆର ଯେକୌଣସି ଭାଗରେ, ବ୍ରହ୍ମାଣ୍ଡର ଯେକୌଣସି ଭାଗରେ, ସୂର୍ଯ୍ୟ ହେଉଛି ଏକ । କେହି କହି ପାରିବେ ନାହିଁ, "ଓ, ଏହା ହେଉଛି ଆମେରିକୀୟ ସୂର୍ଯ୍ୟ" କିମ୍ଵା "ଏହା ହେଉଛି ଭାରତୀୟ ସୂର୍ଯ୍ୟ ।" ତେଣୁ ଜୀଶୁ ଖ୍ରୀଷ୍ଟ କିମ୍ଵା ରାମ କିମ୍ଵା କୃଷ୍ଣ, ଯେକେହି ଭଗବାନଙ୍କର ସାମ୍ରାଜ୍ୟରୁ ଆସନ୍ତି, ସେମାନେ ସମାନ ଅଟନ୍ତି । କୌଣସି ଅନ୍ତର ନାହିଁ । କିନ୍ତୁ ଅନ୍ତର ହେଉଛି, ଯେପରି ତୁମ ଦେଶରେ ସୂର୍ଯ୍ୟଙ୍କର ତାପମାତ୍ରା କମ, ଏବଂ ଉଷ୍ମ ମଣ୍ଡଳୀୟ ଦେଶମାନଙ୍କରେ ସୂର୍ଯ୍ୟଙ୍କର ତାପମାତ୍ରା ବହୁତ ବେଶୀ । ଏହାର ମାନେ କି ସୂର୍ଯ୍ୟଙ୍କର ତାପମାତ୍ରା ବଦଳି ଯାଇଛି? ଏହା ଅଭିଗ୍ରହଣ ହିସାବରେ ହୁଏ । ଏହି ଦେଶର ବାତାବରଣ ଏହିପରି ଭାବରେ ଅଧିଭାର ଯେ ତୁମେ ଠିକ ଭାବରେ ସୂର୍ଯ୍ୟକିରଣ ପ୍ରାପ୍ତ କରି ପାରିବ ନାହିଁ, କିନ୍ତୁ ସୂର୍ଯ୍ୟକିରଣ ଏହାର କିରଣକୁ ସର୍ବତ୍ର ସମାନ ଭାବରେ ବିତରଣ କରନ୍ତି । ସେହିପରି, ଦେଶ ଅନୁସାରେ, ପରିସ୍ଥିତି ଅନୁସାରେ, ଗ୍ରହ ଅନୁସାରେ, ଭଗବାନ ବିଭିନ୍ନ ଢ଼ଙ୍ଗରେ ପ୍ରକଟ ହୁଅନ୍ତି, କିନ୍ତୁ ସେ ଭିନ୍ନ ନୁହଁନ୍ତି । ତୁମେ କିଛି ଶୀତ ବସ୍ତ୍ର ଦ୍ଵାରା ନିଜ ଶରୀରକୁ ଢ଼ାଙ୍କୁଛ । ସେହି ସମୟରେ, ଭାରତରେ ଟେଲିଗ୍ରାଫ୍, ଓ, ସେମାନେ ପଙ୍ଖା ଚଲଉଛନ୍ତି । ତାପମାତ୍ରା ଭିନ୍ନ କାହିଁକି? ସେଥିପାଇଁ ଯାହା କିଛି ପ୍ରଭୁ ଜୀଶୁ ଖ୍ରୀଷ୍ଟ କହିଛନ୍ତି, କିମ୍ଵା ଯାହା କିଛି କୃଷ୍ଣ କହିଛନ୍ତି, କିମ୍ଵା ଯାହା ରାମ କହିଛନ୍ତି, ତହା ହେଉଛି ସ୍ଥାନ, ପରିସ୍ଥିତି, ବାତାବରଣ, ବ୍ୟକ୍ତି, ଶ୍ରୋତା ଅନୁସାରେ । ଏହା ଭିନ୍ନ ଅଟେ । ଗୋଟିଏ କଥା ଯାହା ମୁଁ ଏକ ପିଲାକୁ ବୁଝେଇବାକୁ ଚେଷ୍ଟା କରୁଛି, ଏହା ସମ୍ଭବ ନୁହେଁ ତାର ପିତାକୁ ବୁଝେଇ ପାରିବି । କିମ୍ଵା ଏକ ପିଲା ବୁଝିପାରିବ ନାହିଁ ଯୌନ ଜୀବନ କ'ଣ, କିନ୍ତୁ ଏକ ଯୁବକ ବୁଝିପାରିବ । ସେହି ପିଲା, ଯେତେବେଳେ ସେ ବଡ ହୁଏ, ସେ ଜାଣିପାରିବ । ତେଣୁ ତୁମେ ଭାବ ନାହିଁ ଯେ ସମସ୍ତେ ସବୁକିଛି ବୁଝି ପାରିବେ । ତେବେ ବାଇବେଲ କିଛି ନିଶ୍ଚିନ୍ତ ପରିସ୍ଥିତିରେ କୁହାଯାଇଥିଲା; ଭଗବଦ୍ ଗୀତା କିଛି ନିଶ୍ଚିନ୍ତ ପରିସ୍ଥିତିରେ କୁହାଯାଇଥିଲା । ଏହା ହେଉଛି ପରିସ୍ଥିତିର ଅନ୍ତର । ଅନ୍ୟଥା, ସିଦ୍ଧାନ୍ତ ହେଉଛି ସମାନ । ବାଇବେଲରେ ମଧ୍ୟ ଏହା କୁହାଯାଇଛି, "ଭଗବାନଙ୍କୁ ପ୍ରେମ କର," ଏବଂ ଭଗବଦ୍ ଗୀତା ମଧ୍ୟ କୁହଁନ୍ତି, "ଭଗବାନଙ୍କୁ ପ୍ରେମ କର ।" କିଛି ଅନ୍ତର ନାହିଁ ।