OR/Prabhupada 0293 - ବାର ପ୍ରକାରର ରସ, ଭାବ



Lecture -- Seattle, October 4, 1968

କୃଷ୍ଣ ଅର୍ଥାତ୍ "ସର୍ବ ଆକର୍ଷକ ।" ସେ ପ୍ରେମି ପାଇଁ ଆକର୍ଷକ, ସେ ବୁଦ୍ଧିମାନ ପାଇଁ ଆକର୍ଷକ, ସେ ରାଜନେତା ପାଇଁ ଆକର୍ଷକ, ସେ ବୈଜ୍ଞାନିକ ପାଇଁ ଆକର୍ଷକ, ସେ ବଦମାସ ପାଇଁ ଆକର୍ଷକ । ବଦମାସ ପାଇଁ ମଧ୍ୟ । ଯେତେବେଳେ କୃଷ୍ଣ କଂସର ରଣଭୁମିରେ ପ୍ରବେଶ କରିଲେ, ବିଭିନ୍ନ ପ୍ରକାରର ଲୋକ ତାଙ୍କୁ ବିଭିନ୍ନ ରୂପରେ ଦେଖିଲେ । ଯେଉଁମାନେ ବୃନ୍ଦାବନରୁ ଆମନ୍ତ୍ରିତ ହୋଇ ଆସିଥିଲେ, ସେମାନେ ଯୁବତୀ ଥିଲେ । ସେମାନେ କୃଷ୍ଣଙ୍କୁ ଦେଖିଲେ, "ଓ, ସବୁଠାରୁ ସୁନ୍ଦର ବ୍ୟକ୍ତି ।" ଯେଉଁମାନେ ମଲ୍ଲ ଯୋଦ୍ଧା, ସେମାନେ କୃଷ୍ଣଙ୍କୁ ବଜ୍ରପାତ ରୂପରେ ଦେଖୁଥିଲେ । ସେମାନେ ମଧ୍ୟ କୃଷ୍ଣଙ୍କୁ ଦେଖୁଥିଲେ, କିନ୍ତୁ ସେମାନେ କହୁଥିଲେ, "ଓ, ଏଠାରେ ବଜ୍ରପାତ ଅଛି ।" ଯେପରି, ତୁମେ ଯେତେ ବଳବାନ ହେଲେ ମଧ୍ୟ, ଯଦି ସେଠାରେ ବଜ୍ରପାତ ହୁଏ ସବୁକିଛି ସମାପ୍ତ ହୋଇଯାଏ । ତେଣୁ ସେମାନେ କୃଷ୍ଣଙ୍କୁ ବଜ୍ରପାତ ରୂପରେ ଦେଖୁଥିଲେ, ମଲ୍ଲ ଯୋଦ୍ଧାମାନେ । ହଁ । ଏବଂ ବୟସ୍କ ବ୍ୟକ୍ତିମାନେ, ବୟସ୍କ ମହିଳାମାନେ, ସେମାନେ କୃଷ୍ଣଙ୍କୁ ସ୍ନେହୀ ପିଲା ରୂପରେ ଦେଖୁଥିଲେ । ତେବେ ତୁମେ କୃଷ୍ଣଙ୍କ ସହିତ ଯେ କୌଣସି ଭାବରେ ସମ୍ପର୍କ ସ୍ଥାପନ କରି ପାରିବ । ବାର ପ୍ରକାରର ରସ ଅଛି, ଭାବ । ଯେପରି ବେଳେ ବେଳେ କିଛି ନାଟକରେ ଆମେ ବହୁତ ଦୟନୀୟ ଦୃଶ୍ୟ ଦେଖିବାକୁ ଚାହୁଁଛୁ, କିଛି ଭୟାନକ ଦୃଶ୍ୟ । କେହି କାହାର ହତ୍ୟା କରୁଛନ୍ତି ଏବଂ ଆମେ ତାହା ଦେଖି ଖୁସୀ ହେଉ । ନିର୍ଦ୍ଧିଷ୍ଟ ପ୍ରକାରର ବ୍ୟକ୍ତି ଅଛନ୍ତି...ବିଭିନ୍ନ ପ୍ରକାରର ଖେଳ ଅଛି । ମଣ୍ଟ୍ରିୟାଲରେ ଆମର ଜଣେ ଛାତ୍ର, ସେ କହୁଥିଲା ଯେ ତାଙ୍କର ପିତା ସ୍ପେନରେ ଷଣ୍ଡ ଲଢ଼େଇରେ ଅନନ୍ଦ ପାଆନ୍ତି । ଯେତେବେଳେ ଷଣ୍ଡ ଲଢ଼େଇରେ ମରିଯାଏ, ସେ ଖୁସୀ ପାଆନ୍ତି - ବିଭିନ୍ନ ପ୍ରକାରର ବ୍ୟକ୍ତି । ଏକ ବ୍ୟକ୍ତି ଦେଖୁଛି, "ଏହା ଭୟାନକ ଅଟେ, "ଅନ୍ୟ ଏକ ବ୍ୟକ୍ତି ଆନନ୍ଦ ନେଉଛି, "ଓ, ଏହା ଭାରୀ ଭଲ ।" ତୁମେ ଦେଖୁଛ? ତେଣୁ କୃଷ୍ଣ ସମାୟୋଜିତ କରିପାରିବେ । ଯଦି ତୁମେ ଭୟାନକ ଜିନିଷ ଭଲ ପାଇବାକୁ ଚାହଁ, କୃଷ୍ଣ ନୃସିଂହ ଦେବ ରୂପରେ ତୁମ ସମ୍ମୁଖରେ ଉପସ୍ଥିତ ହୋଇ ପାରିବେ, "ଅହ ।" (ହସ) ହଁ । ଏବଂ ଯଦି ତୁମେ କୃଷ୍ଣଙ୍କୁ ଦେଖିବାକୁ ଚାହୁଁଛ ସ୍ନେହି ବନ୍ଧୁ ରୂପରେ, ସେ ହେଉଛନ୍ତି ବଂସୀ ଧାରୀ, ବୃନ୍ଦାବନ ବିହାରୀ । ଯଦି ତୁମେ କୃଷ୍ଣଙ୍କୁ ସ୍ନେହି ପିଲା ରୂପରେ ଚାହୁଁଛ, ତେବେ ସେ ହେଉଛନ୍ତି ଗୋପାଳ । ଯଦି ତୁମେ ପିଲା ରୂପରେ ସ୍ନେହି ବନ୍ଧୁ ଚାହୁଁଛ, ସେ ହେଉଛନ୍ତି ଅର୍ଜୁନ । ଯେପରି ଅର୍ଜୁନ ଏବଂ କୃଷ୍ଣ । ତେଣୁ ବାର ପ୍ରକାରର ଭାବ ଅଛି । କୃଷ୍ଣ ସମସ୍ତ ଭାବ ସହିତ ସମାୟୋଜିତ ହୋଇ ପାରିବେ; ସେଥିପାଇଁ ତାଙ୍କର ନାମ ହେଉଛି ଅଖିଳ-ରସାମୃତ-ସିନ୍ଧୁ । ଅଖିଳ-ରସାମୃତ-ସିନ୍ଧୁ । ଅଖିଳ ଅର୍ଥାତ୍ ସାର୍ବଭୌମିକ; ରସ ଅର୍ଥାତ୍ ମଧୁର, ଭାବ ଏବଂ ସାଗର । ଯେପରି ତୁମେ ଜଳ ଖୋଜିବାକୁ ଚେଷ୍ଟା କରୁଛ, ଏବଂ ଯଦି ତୁମେ ପ୍ରଶାନ୍ତ ମାହାସାଗର ପାଖରେ ପହଞ୍ଚ, ଓ, ଅସୀମିତ ଜଳ । ସେଠାରେ କେତେ ଜଳ ଅଛି କୌଣସି ତୁଳନା ନାହିଁ । ସେହିପରି, ଯଦି ତୁମେ କିଛି ଚାହୁଁଛ ଏବଂ ଯଦି ତୁମେ କୃଷ୍ଣଙ୍କ ପାଖରେ ପହଞ୍ଚ, ତୁମେ ଅସୀମିତ ସାମଗ୍ରୀ ପାଇବ, ଅସୀମିତ ସାମଗ୍ରୀ, ଯେପରି ସମୁଦ୍ର । ସେଥିପାଇଁ ଏହା ଭଗବଦ୍ ଗୀତାରେ ଏହା କୁହାଯାଇଛି, ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ (BG 6.20-23)। ଯଦି କେହି ସେହି ପରମ ପୂର୍ଣ୍ଣ ପାଖରେ ପହଞ୍ଚି ପାରେ କିମ୍ଵା ପ୍ରାପ୍ତ କରିପାରେ, ତାପରେ ସେ ସନ୍ତୁଷ୍ଟ ହେବେ ଏବଂ ସେ କହିବେ, "ଓ, ମୋର ଆଉ ଉତ୍କଣ୍ଠା ନାହିଁ । ମୋତେ ପୁରା ସବୁକିଛି ମିଳି ଯାଇଛି, ପୁରା ସନ୍ତୁଷ୍ଟି ।" ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ଯସ୍ମିନ୍ ସ୍ଥିତେ (BG 6.20-23)। ଏବଂ ଯଦି ଜଣେ ସେହି ଦିବ୍ୟ ସ୍ଥିତିରେ ଅବସ୍ଥିତ, ତେବେ କ'ଣ ହେବ? ଗୁରୁଣାପି ଦୁଃଖେନ ନ ବିଚାଲ୍ୟତେ (BG 6.20-23) । ଯଦି ସଙ୍କଟର ଅତି ଗମ୍ଭୀତ ପରୀକ୍ଷା ଅଛି, ତେବେ ସେ ନାହିଁ, ମୋର କହିବାର ଅର୍ଥ ହେଉଛି, ବିଚଳିତ ହୁଏ ନାହିଁ ।

ଶ୍ରୀମଦ ଭାଗବତରେ ଅନେକ ଉଦାହରଣ ଅଛି । ଯେପରି ଭାଗବତ ଗୀତାରେ ପାଣ୍ଡବମାନଙ୍କୁ ଏତେ ସାରା ଦୂରାବସ୍ଥାରେ ରଖାଯାଇଥିଲା, କିନ୍ତୁ ସେମାନେ କେବେ ବିଚଳିତ ହୋଇ ନ ଥିଲେ । ସେମାନେ କୃଷ୍ଣଙ୍କୁ କେବେ ପଚାରି ନ ଥିଲେ, "ମୋର ପ୍ରିୟ କୃଷ୍ଣ, ଆପଣ ମୋର ବନ୍ଧୁ, ଆପଣ ଆମର ବନ୍ଧୁ, ପାଣ୍ଡବମାନଙ୍କର । କାହିଁକି ଆମେମାନେ ଏତେ ସାରା ବିପଦର ଗମ୍ଭୀର ପରୀକ୍ଷଣ ଦେଇ ଗତି କରୁଛୁ?" ନା । ସେମାନେ କେବେ ନୁହେଁ । କାରଣ ସେମାନେ ସୁନିଶ୍ଚିତ ଥିଲେ ଯେ "ଏହି ସମସ୍ତ ବାଧା ଥିଲେ ମଧ୍ୟ, ଆମେ ବିଜୟୀ ହେବୁ କାରଣ କୃଷ୍ଣ ଅଛନ୍ତି । କାରଣ କୃଷ୍ଣ ଅଛନ୍ତି ।" ଏହି ଆତ୍ମବିଶ୍ଵାସ । ଏହାକୁ ଶରଣାଗତି କୁହାଯାଏ, ଆତ୍ମସମର୍ପଣ ।