OR/Prabhupada 0296 - ଯଦିଓ ପ୍ରଭୁ ଜୀଶୁଖ୍ରୀଷ୍ଟଙ୍କୁ କୁଶବୀଦ୍ଧ କରାଯାଇଥିଲା, ସେ ତାଙ୍କର ମତ ପରିବର୍ତ୍ତନ କରି ନ ଥିଲେ



Lecture -- Seattle, October 4, 1968

ବେଦରେ ପ୍ରମାଣ ଅଛି ଯେ ଭଗବାନ ଅଛନ୍ତି । ସବୁ ଶାସ୍ତ୍ରରେ, ସମସ୍ତ ମହାନ ବ୍ୟକ୍ତିତ୍ଵ, ଭକ୍ତ, ଭଗବାନଙ୍କର ପ୍ରତିନିଧି... ଯେପରି ପ୍ରଭୁ ଜୀଶୁ ଖ୍ରୀଷ୍ଟ, ସେ ଭଗବାନଙ୍କର ସୂଚନା ଦେଇଥିଲେ । ଯଦିଓ ତାଙ୍କୁ କୁଶବୀଦ୍ଧ କରାଯାଇଥିଲା, ସେ କଦାପି ତାଙ୍କର ମତ ପରିବର୍ତ୍ତନ କରି ନ ଥିଲେ । ତେବେ ଶାସ୍ତ୍ରରୁ ଆମ ପାଖରେ ପ୍ରମାଣ ଅଛି, ବେଦରୁ, ମାହାନ ବ୍ୟକ୍ତିତ୍ଵମାନଙ୍କ ଠାରୁ, ତଥାପି, ଯଦି ମୁଁ କୁହେ, "ଭଗବାନ ହେଉଛନ୍ତି ମୃତ । କୌଣସି ଭଗବାନ ନାହାଁନ୍ତି," ତେବେ ମୁଁ କେଉଁ ପ୍ରକାରର ମନୁଷ୍ୟ? ଏହାକୁ ଆସୁର କୁହାଯାଏ । ସେମାନେ କଦାପି ବିଶ୍ଵାସ କରନ୍ତି ନାହିଁ । ସେମାନେ କଦାପି ବିଶ୍ଵାସ କରନ୍ତି ନାହିଁ... ଠିକ୍ ବିପରୀତ ଅସୁରରୁ ବୁଧା । ବୁଧା ଅର୍ଥାତ୍ ଅତି ବୁଦ୍ଧିମାନ, ବୁଦ୍ଧିମାନ ବ୍ୟକ୍ତି । ଚୈତନ୍ୟ ଚରିତ୍ରାମୃତରେ ଏହା କୁହାଯାଇଛି, ସେଥିପାଇଁ, କୃଷ୍ଣ ଯେ ଭଜେ ସେ ବଡ଼ ଚତୁର । ଯେକେହି କୃଷ୍ଣଙ୍କ ଦ୍ଵରା ଆକର୍ଷିତ ହୁଏ ଏବଂ ତାଙ୍କୁ ପୂଜା କରେ... ପୂଜା ଅର୍ଥାତ୍ ଭଲ ପାଇବା । ପ୍ରଥମେ ଏହା ପୂଜା ରୂପେ ଥାଏ, କିନ୍ତୁ ଶେଷରେ ଏହା ପ୍ରେମରେ ପରିଣତ ହୁଏ । ପୂଜା କରିବା ।

ତେବେ ଇତି ମତ୍ଵା ଭଜନ୍ତେ ମାଂ ବୁଧା । ଯେକେହି ଚତୁର ଅଟେ, ଯିଏ ବୁଦ୍ଧିମାନ, ଯିଏ ଜାଣିଛି କୃଷ୍ଣ ହେଉଛନ୍ତି ସବୁ କାରଣର କାରଣ...

ଈଶ୍ଵରଃ ପରମଃ କୃଷ୍ଣଃ
ସତ୍-ଚିତ୍-ଆନନ୍ଦ-ବିଗ୍ରହଃ
ଅନାଦିର୍ ଅଦି ଗୋବିନ୍ଦ
ସର୍ବ-କାରଣ-କାରଣମ୍
(Bs 5.1)

ସର୍ବ-କାରଣ: ସବୁକିଛିର କାରଣ ଅଛି, କାରଣ ଏବଂ ପ୍ରଭାବ । ତେଣୁ ତୁମେ ଖୋଜି ଚାଲ ଏହାର କାରଣ କ'ଣ, ଏହାର କାରଣ କ'ଣ, ଏହାର କାରଣ କ'ଣ, ତାପରେ ତୁମେ କୃଷ୍ଣଙ୍କୁ ପାଇବ । ସର୍ବ-କାରଣ-କାରଣମ । ଏବଂ ବେଦାନ୍ତ କୁହେ, ଜନ୍ମାଦି ଅସ୍ୟ ଯତଃ (SB 1.1.1) । ତୁମେ କହିପାରିବ ନାହିଁ ସବୁକିଛି ସ୍ଵଚାଳିତ ଭାବରେ ବାହାରିଛି । ଏହା ହେଉଛି ମୂର୍ଖତା । ସବୁକିଛିର ଉତ୍ପତ୍ତିର ସ୍ରୋତ ଅଛି । ସବୁକିଛି । ତାହା ହେଉଛି ବୁଦ୍ଧିମାନତା । କୁହ ନାହିଁ...ଯେପରି, ଆଧୁନିକ ସାହିତ୍ୟ କୁହେ, ଯେ "ଏକ ଖଣ୍ଡ ଥିଲା ଏବଂ ନିର୍ମାଣ ହେଲା - ସମ୍ଭବତଃ ।" ତାହା ମଧ୍ୟ "ସମ୍ଭବତଃ," ତୁମେ ଦେଖୁଛ । ତେଣୁ ଏହି ପ୍ରକାରର ଜ୍ଞାନ ହେଉଛି ବେକାର । ତୁମେ ଖୋଜିବା ଉଚିତ୍ । ଯଦି ମୁଁ ବୈଜ୍ଞାନିକକୁ ପଚାରେ, "ଏହି ଖଣ୍ଡର କାରଣ କ'ଣ?" ସେମାନେ ଉତ୍ତର ଦେଇ ପାରିବେ ନାହିଁ । ତେଣୁ କାରଣ ଖୋଜ, ଏବଂ ତୁମେ ପାଇବ ଯେ... ଯଦି ମୁଁ ଖୋଜିପାରିବି ନାହିଁ, ତେବେ ଆମକୁ ଅନୁସରଣ କରିବାକୁ ହେବ...ମହାଜନୋ ଯେନ ଗତଃ ସ ପଥଃ (CC Madhya 17.186) । ଆମେ ଅଧିକୃତ ଆଚାର୍ଯ୍ୟମାନଙ୍କୁ ଅନୁସରଣ କରିବା ଉଚିତ୍ । ଯଦି ତୁମେ ଖ୍ରୀଷ୍ଟିୟାନ, କେବଳ ଜୀଶୁ ଖ୍ରୀଷ୍ଟଙ୍କୁ ଅନୁସରଣ କର । ସେ କୁହଁନ୍ତି, "ଭଗବାନ ଅଛନ୍ତି ।" ତେବେ ତୁମେ ସ୍ଵୀକାର କର କି ଭଗବାନ ଅଛନ୍ତି । ସେ କୁହଁନ୍ତି ଯେ "ଭଗବାନ ଏହା ତିଆରି କରିଛନ୍ତି ।" ସେ କୁହଁନ୍ତି ଯେ 'ସୃଷ୍ଟି ହେବାକୁ ଦିଅ,' ଏବଂ ସୃଷ୍ଟି ହେଲା । ତେଣୁ ଆମେ ଏହା ସ୍ଵୀକାର କରୁ, "ହଁ । ଭଗବାନ ସୃଷ୍ଟି କରିଛନ୍ତି ।" ଏଠାରେ ଭଗବଦ୍ ଗୀତାରେ ମଧ୍ୟ ଭଗବାନ କୁହଁନ୍ତି, କୃଷ୍ଣ କୁହଁନ୍ତି, ଅହଂ ସର୍ବସ୍ୟ ପ୍ରଭବୋ (BG 10.8), "ମୁଁ ହେଉଛି ମୂଳ ।" ତେଣୁ ଭଗବାନ ହେଉଛନ୍ତି ସୃଷ୍ଟିର ମୂଳ । ସର୍ବ-କାରଣ-କାରଣମ (Bs 5.1) ସେ ହେଉଛନ୍ତି ସମସ୍ତ କାରଣର କାରଣ ।

ତେବେ ଆମେ ମାହାନ ବ୍ୟକ୍ତିତ୍ଵମାନଙ୍କର ଉଦାହରଣ ନେବା କଥା, ଆମେ ଅଧିକୃତ ପୁସ୍ତକ ଏବଂ ବେଦ ପଢ଼ିବା ଉଚିତ୍, ଏବଂ ଆମେ ସେମାନଙ୍କର ଉଦାହରଣ ଅନୁସରଣ କରିବା ଉଚିତ୍; ତାପରେ କୃଷ୍ଣ ଚେତନା କିମ୍ଵା ଭଗବାନ ଅନୁଭୂତି କିମ୍ଵା ଭଗବାନ ଚେତନା କଷ୍ଟକର ହେବ ନାହିଁ । ଏହା ଅତି ସରଳ । ସେଥିରେ କୌଣସି, ମୋର କହିବାର ଅର୍ଥ ହେଲା, କୌଣସି ବାଧା ନାହିଁ ତୁମେ ଏହା ବୁଝିବା ପାଇଁ କି ଭଗବାନ କିଏ । ସବୁକିଛି ଅଛି । ଭଗବଦ୍ ଗୀତା ଅଛି, ଶ୍ରୀମଦ୍ ଭାଗବତ ଅଛି । ଏପରିକି ତୁମେ ସ୍ଵୀକାର କର, ତୁମର ବାଇବେଲ ମଧ୍ୟ ଅଛି, କୋରାନ ଅଛି, ସବୁକିଛି । ଭଗବାନଙ୍କ ବିନା, କୌଣସି ପୁସ୍ତକ କିମ୍ଵା ଶାସ୍ତ୍ର ହୋଇ ପାରିବ ନାହିଁ । ଆଜିକାଲି, ଅବଶ୍ୟ, ସେମାନେ ଏତେ ସାରା ଜିନିଷ ନିର୍ମାଣ କରୁଛନ୍ତି । କିନ୍ତୁ ଯେ କୌଣସି ମାନବ ସମାଜରେ ଭଗବାନଙ୍କର ଧାରଣା ଅଛି - ସମୟ ଅନୁସାରେ, ଲୋକମାନଙ୍କ ଅନୁସାରେ, କିନ୍ତୁ ଧାରଣା ଅଛି । ବର୍ତ୍ତମାନ ତୁମକୁ ବୁଝିବାକୁ ହେବ, ଜିଜ୍ଞାସା । ସେଥିପାଇଁ ବେଦାନ୍ତ ସୂତ୍ର କୁହଁନ୍ତି ଯେ ତୁମେ ଅନୁସନ୍ଧାନ ଦ୍ଵାରା ଭଗବାନଙ୍କୁ ବୁଝିବାକୁ ଚେଷ୍ଟା କର, ଅନୁସନ୍ଧାନ । ଏହି ଅନୁସନ୍ଧାନ ଅତି ମହତ୍ତ୍ଵପୂର୍ଣ୍ଣ ।