OR/Prabhupada 0298 - ଯଦି ତୁମେ କୃଷ୍ଣଙ୍କୁ ସେବା କରିବାରେ ଉତ୍କଣ୍ଠିତ, ତାହା ହେଉଛି ପ୍ରକୃତ ସମ୍ପତି



Lecture -- Seattle, October 4, 1968

ପ୍ରଭୁପାଦ: କିଛି ପ୍ରଶ୍ନ?

ବିଷ୍ଣୁଜନ: କିପରି ଆମେ କୃଷ୍ଣଙ୍କୁ ଉଚିତ ସେବା ପ୍ରଦାନ କରିପାରିବା?

ପ୍ରଭୁପାଦ: ତୁମର ଉତ୍କଣ୍ଠା ଦ୍ଵାରା । (ହସ, "ହରିବୋଲ!") ଯଦି ତୁମେ କୃଷ୍ଣଙ୍କୁ ସେବା କରିବାରେ ଉତ୍କଣ୍ଠିତ, ତାହା ହେଉଛି ପ୍ରକୃତ ସମ୍ପତି । କୃଷ୍ଣ ହେଉଛନ୍ତି ଅସୀମିତ । ଆମେ ତାଙ୍କର କି ସେବା କରିପାରିବା? ଏବଂ ତାଙ୍କର ମଧ୍ୟ ଅସଂଖ୍ୟ ସେବକ ଅଛନ୍ତି । ତୁମ ଠାରୁ ଏବଂ ମୋ ଠାରୁ ତାଙ୍କର କେଉଁ ସେବା ଆବଶ୍ୟକ? ସେ ସ୍ଵୟଂରେ ପୂର୍ଣ୍ଣ । ସେ ମଧ୍ୟ କୌଣସି ସେବା ଆବଶ୍ୟକ କରନ୍ତି ନାହିଁ । କିନ୍ତୁ ଯଦି ତୁମେ ତାଙ୍କ ସେବା କରିବାରେ ଉତ୍କଣ୍ଠିତ, ତେବେ ସେ ମନା କରନ୍ତି ନାହିଁ । ତାହା ହେଉଛି ତାଙ୍କର କୃପା, ତାହା ହେଉଛି ଉଦାରତା । ଯେତେ ଅଧିକ ତୁମେ କୃଷ୍ଣଙ୍କୁ ସେବା କରିବାରେ ଉତ୍କଣ୍ଠା ବଢାଇବ, ସେତେ ଅଧିକ ଏହା ଦୋଷହୀନ ହୋଇଯିବ । ସେ ହେଉଛନ୍ତି ଅସୀମିତ । ତୁମର ଉତ୍କଣ୍ଠା, ତୁମେ ଅସୀମିତ ହୋଇଯାଅ । ତେଣୁ ପ୍ରତିଯୋଗିତା ଅଛି । ଯେତେ ଅଧିକ ତୁମେ କୃଷ୍ଣଙ୍କର ସେବା କରିବ, ସେତେ ଅଧିକ ସେ ତୁମକୁ ଗ୍ରହଣ କରିବେ ଏବଂ ସେତେ ଅଧିକ ସେ ତୁମକୁ ବୁଦ୍ଧି ଦେବେ । ତୁମେ ଦେଖୁଛ? ତେଣୁ ଆଧ୍ୟାତ୍ମିକ ଜଗତ ହେଉଛି ଅସୀମିତ । ସେବାର କୌଣସି ସୀମା ନାହିଁ, ଏବଂ ସେବା ଗ୍ରହଣ କରିବାରେ କୌଣସି ସୀମା ନାହିଁ । ଏମିତିଆ ନୁହେଁ । ତେଣୁ ଉତ୍କଣ୍ଠା । ତତ୍ର ଲୌଲ୍ୟମ ଏକ ମୂଲ୍ୟମ୍ । ତାହା ହେଉଛି... ମୁଁ ଉତ୍ତର ତିଆରି କରୁନାହିଁ, କିନ୍ତୁ ମୁଁ ତୁମକୁ ରୂପ ଗୋସ୍ଵାମୀଙ୍କ ଠାରୁ ପ୍ରମାଣ ଦେଉଛି, ଆମର ଆଚାର୍ଯ୍ୟ । ସେ କହୁଛନ୍ତି, କୃଷ୍ଣ ଭକ୍ତି-ରସ-ଭାବିତା ମତିଃ କ୍ରୀୟତାମ୍ ଯଦି କୁତୋ ଅପି ଲଭ୍ୟତେଃ : "ମୋର ପ୍ରିୟ ଭଦ୍ରବ୍ୟକ୍ତି ଗଣ, ମୋର ପ୍ରିୟ ବାଳକ ଏବଂ ବାଳିକାମାନେ, ଯଦି ତୁମେ କିଣିପାରିବ..., କୃଷ୍ଣଙ୍କୁ ଭଲପାଇବା ପାଇଁ ତୁମର ଚେତନାକୁ - 'କିପରି ମୁଁ କୃଷ୍ଣଙ୍କୁ ଅଧିକରୁ ଅଧିକ କିପରି ଭଲପାଇବି' - ଏତିକି, ଏତିକି ଉତ୍କଣ୍ଠା, ଯଦି ତୁମେ କିଣିପାରିବ ଏହି ମତିଃକୁ," - ମାନେ ବୁଦ୍ଧି, ଏହା ଅତ୍ୟନ୍ତ ଭଲ ବୁଦ୍ଧିମତ୍ତା, " 'କିପରି ମୁଁ କୃଷ୍ଣଙ୍କୁ ସେବା କରିବି...' " କୃଷ୍ଣ ଭକ୍ତି-ରସ-ଭାବିତା ମତିଃ । ମତିଃ ମାନେ ବୁଦ୍ଧି କିମ୍ଵା ମନର ସ୍ଥିତି, ଯେ "ମୁଁ କୃଷ୍ଣଙ୍କର ସେବା କରିବି ।" "ଯଦି ତୁମେ ମନର ଏହି ସ୍ଥିତିକୁ କୌଣସି ଜାଗାରୁ କିଣିପାରିବ, ଦୟାକରି ସଙ୍ଗେ ସଙ୍ଗେ କିଣିଦିଅ ।" ତେବେ ପରବର୍ତ୍ତୀ ପ୍ରଶ୍ନ ହେଉଛି, "ଠିକ ଅଛି, ମୁଁ କିଣିବି । ତାହାର ମୂଲ୍ୟ କେତେ, ଆପଣ ଜାଣିଛନ୍ତି କି?" "ହଁ, ମୁଲ୍ୟ କେତେ ମୁଁ ଜାଣିଛି ।" "ତାହାର ମୂଲ୍ୟ କେତେ?" "ଲୌଲ୍ୟମ୍, କେବଳ ତୁମର ଆଗ୍ରହ, ବାସ୍ ସେତିକି ।" ଲୌଲ୍ୟମ୍ ଏକମ୍ ମୂଲ୍ୟମ୍ । "ଆହ, ତାହାକୁ ମୁଁ ପାଇପାରିବି ।" ନାହିଁ, ନା ଜନ୍ମ କୋଟିଭିସ କୁକୃତିଭିର୍ ଲଭ୍ୟତେ । ଏହି ଆଗ୍ରହତା, କୃଷ୍ଣଙ୍କୁ କିପରି ଭଲପାଇବି, ଏହି ଅନେକ ଜନ୍ମ ପରେ ମଧ୍ୟ ଉପଲବ୍ଧ ହୁଏ ନାହିଁ । ତେଣୁ ଯଦି ତୁମର ଚିମୁଟାଏ ବି ସେହି ଉତ୍କଣ୍ଠା ଅଛି, "କିପରି ମୁଁ କୃଷ୍ଣଙ୍କର ସେବା କରିବି?" ତୁମେ ଜାଣିବା ଉଚିତ୍ ଯେ ତୁମେ ହେଉଛ ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତି । କେବଳ ଏକ ଚିମୁଟା, ଲୌଲ୍ୟ, ଏହି ଉତ୍କଣ୍ଠା, "କିପରି ମୁଁ କୃଷ୍ଣଙ୍କର ସେବା କରିବି?" ଏହା ଭାରୀ ଭଲ । ତାପରେ କୃଷ୍ଣ ତୁମକୁ ବୁଦ୍ଧି ଦେବେ ।

ତେଷାଂ ସତତଯୁକ୍ତାନାଂ
ଭଜତାଂ ପ୍ରୀତିପୂର୍ବକମ୍
ବୁଦ୍ଧିଯୋଗଂ ଦଦାମି ତଂ...
(BG 10.10)

"ଯେ କେହି ମୋ ସେବାରେ ପ୍ରେମ ଏବଂ ସ୍ନେହର ସହିତ ନିଯୁକ୍ତ, କୌଣସି କପଟ ବିନା," ତେବେ କୃଷ୍ଣ ସବୁକିଛି ବୁଝିପାରନ୍ତି । ସେ ମୋ ଭିତରେ ଅଛନ୍ତି, ତୁମ ଭିତରେ ଅଛନ୍ତି । ତେବେ ସେ ତୁମକୁ ବୁଦ୍ଧି ଦେବେ: "ମୋର ପ୍ରିୟ ବାଳକ, ତୁମେ ଏପରି କର ।" ଏବଂ ତାହା କରିବା ଦ୍ଵାରା, ସେ କ'ଣ ପ୍ରାପ୍ତ କରିପାରିବ? ଯେନ ମାମୁପଯାନ୍ତି ତେ: "ସେ ମୋ ପାଖକୁ ଫେରି ଆସିବ ।" ଏବଂ ସେ ସେଠାକୁ ଯାଇ କେଉଁ ଲାଭ ପାଇବ? ଯଦ୍ ଗତ୍ଵା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) ମାଂ ହି ପାର୍ଥ ବ୍ୟାପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ (BG 9.32) । ଦୁଃଖାଳୟମଶାଶ୍ଵତମ୍ (BG 8.15) । ସେଠାରେ ବହୁତ ଅଛନ୍ତି । ଦୟାକରି ଭଗବଦ୍ ଗୀତା ମୌଳିକ ରୂପରେ ପଢ଼ । ତୁମେ ସଠିକ୍ ଜ୍ଞାନ ପାଇବ, ଭଗବାନଙ୍କର ବିଜ୍ଞାନ । ତାହା ମନୁଷ୍ୟ ପାଇଁ ଏକମାତ୍ର ଅଧ୍ୟୟନ ଅଟେ ।

ତେଣୁ କେବଳ ତୁମର ଆଗ୍ରହ ହେଉଛି କୃଷ୍ଣଙ୍କୁ ସେବା କରିବା ପାଇଁ ପୂର୍ଣ୍ଣତା । ସେହି ଆଗ୍ରହକୁ ବଢ଼ାଅ । ଏବଂ ଆଗ୍ରହ ଅର୍ଥାତ୍ ଯଦି ତୁମେ କୃଷ୍ଣଙ୍କୁ ଭଲପାଅ, ସେହି ଆଗ୍ରହ ତୁମର ଭଲ ପାଇବାର ବୃଦ୍ଧି ସହିତ ବୃଦ୍ଧି ହେବ: "କିପରି ମୁଁ କୃଷ୍ଣଙ୍କର ସେବା କରିବି?" କାରଣ ତୁମେ ସ୍ଵଇଛାରେ ସେବକ ହୋଇଛ, କେହି ବାଧ୍ୟ କରୁ ନାହାଁନ୍ତି । ତାହାର ଅର୍ଥ ହେଉଛି ଯେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କୁ ଭଲ ପାଇ ନାହଁ, ସେହି ଆଗ୍ରହ କିପରି ବୃଦ୍ଧି ହେବ? ତେବେ ଏତେ ସାରା ଜିନିଷ ଅଛି କୃଷ୍ଣଙ୍କୁ ଭଲ ପାଇବା ପାଇଁ । ପ୍ରାରମ୍ଭ ହେଉଛି ଏହି ଶ୍ରବଣଂ କୀର୍ତ୍ତନଂ । ଏହି ଶ୍ରବଣଂ, ଶୁଣିବା, ଏବଂ ଜପ କରିବା । ଶୁଣିବା, ତୁମେ ଶୁଣୁଛ ହରେ କୃଷ୍ଣ, ତୁମେ ଭଗବାଦ୍ ଗୀତା ଶୁଣୁଛ, ତୁମେ କୃଷ୍ଣଙ୍କ ବିଷୟରେ ଶ୍ରୀମଦ୍ ଭାଗବତ ଶୁଣୁଛ, ଏବଂ ଜପ କରୁଛ । ଏହା ହେଉଛି ପ୍ରାରମ୍ଭ । ତାପରେ, ସ୍ଵାଭାବିକ ଭାବରେ,

ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ
ସ୍ମରଣଂ ପାଦସେବନମ୍
ଅର୍ଚନଂ ବନ୍ଦନଂ ଦାସ୍ୟଂ
ସଖ୍ୟମ୍ ଆତ୍ମନିବେଦନମ୍
(SB 7.5.23)

କୃଷ୍ଣଙ୍କୁ ସେବା କରିବାର ଏହି ନଅ ପ୍ରକାରର ବିଭିନ୍ନ ପ୍ରକାର ତୁମକୁ ପ୍ରବୃଦ୍ଧ କରିବ , କୃଷ୍ଣ ଚେତନାରେ ଉନ୍ନତି କରିବା ପାଇଁ, ଏବଂ ତୁମର ଜୀବନ ସଫଳ ହେବ । ଅନ୍ୟ କୌଣସି ପ୍ରଶ୍ନ? ବୁଝିବାକୁ ଚେଷ୍ଟା କର? ପ୍ରଶ୍ନ । ଏହା ନୁହେଁ ଯେ ଆମେ ବଳପୂର୍ବକ ଜୋର ଦେଉଛୁ । ତୁମର ବୁଦ୍ଧି ଅଛି । କୃଷ୍ଣ ତୁମକୁ ବୁଦ୍ଧି ଦେଇଛନ୍ତି । ତୁମର ବୁଦ୍ଧି ସହିତ ବୁଝିବାକୁ ଚେଷ୍ଟା କର କିନ୍ତୁ ପରିହାର କରିବାକୁ ଚେଷ୍ଟା କର ନାହିଁ । ଏହାକୁ ବୁଝିବା ପାଇଁ ପ୍ରଶ୍ନ କର, ଏହାକୁ ପରିହାର କରିବା ପାଇଁ ପ୍ରଶ୍ନ କର ନାହିଁ । ଦୁଇ ପ୍ରକାରର ପ୍ରଶ୍ନ ଅଛି । ସେହି ପ୍ରଶ୍ନ ତୁମକୁ ସାହାର୍ଯ୍ୟ କରିବ ନାହିଁ । ଯଦି ତୁମେ ପରିହାର କରିବାକୁ ଚେଷ୍ଟା କର, ତେବେ କୃଷ୍ଣ ତୁମକୁ ପରିହାର କରିବା ପାଇଁ ସାହାର୍ଯ୍ୟ କରିବେ, ଏବଂ ଯଦି ତୁମେ କୃଷ୍ଣଙ୍କୁ ଧରିବାକୁ ଚାହଁ, ତେବେ କୃଷ୍ଣ ତୁମକୁ ସାହାର୍ଯ୍ୟ କରିବେ କି କିପରି ତୁମେ ଧରିପାରିବ । ଦୁଇଟି ଜିନିଷ ଚାଲିଛି । ଯେଉଁ ରାସ୍ତା ତୁମେ ଚାହୁଁଛ, ତୁମେ ସ୍ୱୀକାର କରିପାରିବ । ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ (BG 4.11) । କୃଷ୍ଣ ବ୍ୟକ୍ତିର ଦୃଷ୍ଟିକୋଣ ଅନୁସାରେ ସାହାର୍ଯ୍ୟ କରନ୍ତି । ଯଦି...ସେଠାରେ...ଯେପରିକି ଏତେ ସାରା ଦାର୍ଶନିକମାନେ, ସେମାନେ କୃଷ୍ଣଙ୍କୁ ଭୁଲିଯିବା ପାଇଁ ଚାହୁଁଛନ୍ତି । ଯେପରି ତୁମେ ଡା.ରାଧାକୃଷ୍ଣନଙ୍କର ପୁସ୍ତକରେ ପାଇବ, ନବମ ଅଧ୍ୟାୟରେ କୃଷ୍ଣ କହିଛନ୍ତି, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) । ଅନୁବାଦ ଠିକ ଅଛି, କିନ୍ତୁ ସେ ଟିପ୍ପଣୀ ଦିଅନ୍ତି "ସେ କୃଷ୍ଣ ନୁହଁନ୍ତି ଯାହାକୁ ତୁମେ ଆତ୍ମସମର୍ପଣ କରିବ ।" ଟିକିଏ ଦେଖ । ତାହାର ଅର୍ଥ ପୁସ୍ତକ ଲେଖିବାର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ହେଉଛି ଲୋକମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ, କିପରି ଜଣେ କୃଷ୍ଣଙ୍କୁ ଭୁଲି ପାରିବ । ତେଣୁ ଯଦି ଜଣେ କୃଷ୍ଣଙ୍କୁ ଭୁଲିବାକୁ ଚାହୁଁଛି, କୃଷ୍ଣ ତାକୁ ଏପରି ବୁଦ୍ଧି ଦେବେ ଯେ ସେ କଦାପି କୃଷ୍ଣଙ୍କୁ ବୁଝିବା ପାଇଁ ସକ୍ଷମ ହୋଇ ପାରିବ ନାହିଁ । କିନ୍ତୁ ଯଦି ଜଣେ କୃଷ୍ଣଙ୍କୁ ଭଲ ପାଇବାକୁ ଚେଷ୍ଟା କରୁଛି, କୃଷ୍ଣଙ୍କୁ ବୁଝିବା ପାଇଁ, ସେ ପୂର୍ଣ୍ଣ ଜ୍ଞାନ ଦେବେ । ତୁମେ ବୁଝିପାରିବ । ସେ ହେଉଛନ୍ତି କୃଷ୍ଣ । ତୁମର ପୂର୍ଣ୍ଣ ସ୍ଵତନ୍ତ୍ରତା ଅଛି । କିନ୍ତୁ ଯଦି ତୁମେ କୃଷ୍ଣଙ୍କୁ ଭୁଲି ଯାଅ, ତେବେ ତୁମକୁ ମାୟାର ସେବା କରିବାକୁ ହେବ, ଏବଂ ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ମାୟା ତୁମକୁ ଛାଡିଦେବ ।