OR/Prabhupada 0307 - କେବଳ କୃଷ୍ଣଙ୍କୁ ଭାବିବା ନୁହେଁ, କିନ୍ତୁ କାମ ମଧ୍ୟ କରିବା, ଅନୁଭବ କରିବା



Lecture -- Seattle, October 2, 1968

ପ୍ରଭୁପାଦ: ତୁମର ମନ କୁହେ, "ଚାଲ ଆମେ ସେହି ନୂଆରେ ଆରମ୍ଭ ହୋଇଥିବା ଇସ୍କନ ସୋଶାଇଟିକୁ ଯିବା," ତେଣୁ ତୁମକୁ ତୁମର ଗୋଡ଼ ଏଠାକୁ ନେଇ ଆସିଲା । ତେଣୁ ମନ... ଭାବିବା, ଅନୁଭବ କରିବା, ଇଛା କରିବା, ଏଗୁଡ଼ିକ ହେଉଛି ମନର କାମ । ତେବେ ମନ ଭାବେ, ଅନୁଭବ କରେ, ଏବଂ ସେମାନେ କାମ କରନ୍ତି । ତେଣୁ ତୁମକୁ ତୁମର ମନକୁ ନା କେବଳ କୃଷ୍ଣଙ୍କ ବିଷୟରେ ଭାବିବାରେ ଲଗେଇବାର ଅଛି, କିନ୍ତୁ କୃଷ୍ଣଙ୍କ ପାଇଁ କାମରେ ମଧ୍ୟ, କୃଷ୍ଣଙ୍କ ପାଇଁ ଅନୁଭବ କରିବାରେ ଲଗେଇବାର ଅଛି । ତାହା ହେଉଛି ସମ୍ପୂର୍ଣ୍ଣ ଧ୍ୟାନ । ତାହାକୁ ସମାଧି କୁହାଯାଏ । ତୁମର ମନ ବାହାରକୁ ଯାଇପାରିବ ନାହିଁ । ତୁମକୁ ତୁମର ମନ ଏପରି ଭାବରେ ନିଯୁକ୍ତ କରିବାର ଅଛି ଯେ ମନ କୃଷ୍ଣଙ୍କର ବିଷୟରେ ଭାବିବ, କୃଷ୍ଣଙ୍କ ପାଇଁ ଭାବିବ, କୃଷ୍ଣଙ୍କ ପାଇଁ କାମ କରିବ । ତାହା ହେଉଛି ପୂର୍ଣ୍ଣ ଧ୍ୟାନ ।

ଯୁବକ(୨): ଆପଣ ଆପଣଙ୍କର ଆଖିରେ କ'ଣ କରନ୍ତି? ଆପଣଙ୍କର ଆଖି ବନ୍ଦ କରନ୍ତି?

ପ୍ରଭୁପାଦ: ହଁ, ଆଖି ହେଉଛି ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଗୋଟିଏ । ମନ ହେଉଛି ସାଧାରଣ ଇନ୍ଦ୍ରିୟ, ଏବଂ ଗଭର୍ରନର୍ ଜେନେରାଲ ଅଧିନରେ, ନିର୍ଦ୍ଧିଷ୍ଟ ପ୍ରତିନିଧି ଏବଂ ଅଧିନସ୍ଥ ଅଧିକାରୀ ଅଛନ୍ତି । ତେଣୁ ଆଖି, ହାତ, ଗୋଡ଼, ଜିଭ, ଦଶ ଇନ୍ଦ୍ରିୟଗୁଡ଼ିକ, ସେମାନେ ମନର ନିର୍ଦ୍ଦେଶରେ କାମ କରନ୍ତି । ତେଣୁ ମନକୁ ଇନ୍ଦ୍ରିୟ ମାଧ୍ୟମରେ ବର୍ଣ୍ଣନା, ପ୍ରକଟ କରାଯାଏ । ସେଥିପାଇଁ ଯେ ପର୍ଯ୍ୟନ୍ତ ତୁମେ ତୁମର ମନକୁ ଏହିପରି ଭାବରେ ନିଯୁକ୍ତ କରି ନାହଁ ଯେପରି ତୁମର ମନ ଭାବୁଛି, ଅନୁଭବ କରୁଛି, ସେଥିରେ କୌଣସି ପୂର୍ଣ୍ଣତା ନାହିଁ । ଅଶାନ୍ତି ରହିବ । ଯଦି ତୁମର ମନ କୃଷ୍ଣଙ୍କର ବିଷୟରେ ଭାବିବ ଏବଂ ତୁମର ଆଖି ଆଉ କିଛି ଦେଖୁଛି, ବିଘଟନ କିମ୍ଵା ବିରୋଧାଭାସ ହେବ । ସେଥିପାଇଁ ଅଧିନରେ...ତୁମକୁ ପ୍ରଥମେ ତୁମର ମନ କୃଷ୍ଣଙ୍କ ଠାରେ ସଂଲଗ୍ନ କରିବାକୁ ହେବ, ଏବଂ ତାପରେ ଅନ୍ୟ ସମସ୍ତ ଇନ୍ଦ୍ରିୟ କୃଷ୍ଣଙ୍କର ସେବାରେ ନିଯୁକ୍ତ ହେବେ । ତାହା ହେଉଛି ଭକ୍ତି ।

ସର୍ବୋପାଧି-ବିନିର୍ମୁକ୍ତମଂ
ତତ୍-ପରତ୍ଵେନ ନିର୍ମଳମ
ହୃଷୀକେନ ହୃଷୀକେଶ-
ସେବନମଂ ଭକ୍ତିର୍ ଉଚ୍ଚ୍ୟତେ
(CC Madhya 19.170)

ହୃଷୀକ, ହୃଷୀକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ । ଯେତେବେଳେ ତୁମେ ତୁମର ଇନ୍ଦ୍ରିୟଗୁଡ଼ିକୁ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନିଯୁକ୍ତ କର... କୃଷ୍ଣଙ୍କୁ ହୃଷୀକେଶ କୁହାଯାଏ, କିମ୍ଵା ଇନ୍ଦ୍ରିୟମାନଙ୍କର ମାଲିକ । ଇନ୍ଦ୍ରିୟମାନଙ୍କର ମାଲିକ ଅର୍ଥାତ୍, ବୁଝିବାକୁ ଚେଷ୍ଟା କର । ଯେପରି ଏହି ହାତ । ହାତ ଭଲ ଭାବରେ କାମ କରେ, କିନ୍ତୁ ହାତ ଯଦି ପକ୍ଷଘାତର ଶିକାର ହୁଏ କିମ୍ଵା କୃଷ୍ଣ ଶକ୍ତି ବାହର କରି ନେଲେ, ତେବେ ତୁମର ହାତ ବେକାର ଅଟେ । ତୁମେ ଏହାକୁ ଠିକ କରିପାରିବ ନାହିଁ । ସେଥିପାଇଁ ତୁମେ ତୁମର ହାତର ମାଲିକ ନୁହେଁ । ତୁମେ ଭୁଲରେ ଭାବ ଯେ "ମୁଁ ହେଉଛି ମୋର ହାତର ମାଲିକ ।" କିନ୍ତୁ ବାସ୍ତବରେ, ତୁମେ ମାଲିକ ନୁହଁ । ମାଲିକ ହେଉଛନ୍ତି କୃଷ୍ଣ । ସେଥିପାଇଁ ଯେତେବେଳେ ତୁମର ଇନ୍ଦ୍ରିୟଗୁଡ଼ିକ ଇନ୍ଦ୍ରିୟମାନଙ୍କର ମାଲିକଙ୍କର ସେବାରେ ନିଯୁକ୍ତ ହେବେ, ତାହାକୁ ଭକ୍ତି କୁହାଯାଏ, ଭକ୍ତି ସେବା । ବର୍ତ୍ତମାନ ଇନ୍ଦ୍ରିୟଗୁଡ଼ିକ ମୋର ପଦବୀରେ ସଂଲଗ୍ନ । ମୁଁ ଭାବୁଛି ଯେ "ଏହି ଶରୀର ହେଉଛି ମୋର ସ୍ତ୍ରୀର ସନ୍ତୁଷ୍ଟି ପାଇଁ କିମ୍ଵା ଏହା କିମ୍ଵା ତାହା," ଏତେ ସାରା ଜିନିଷ, "ମୋର ଦେଶ, ମୋର ସମାଜ ।" ଏହା ହେଉଛି ପଦବୀ । କିନ୍ତୁ ଯେତେବେଳେ ତୁମେ ଆଧ୍ୟାତ୍ମିକ ସ୍ତରକୁ ଆସ, ତୁମେ ବୁଝିପାରିବ ଯେ "ମୁଁ ହେଉଛି ପରମଙ୍କର ଅଂଶ ବିଶେଷ; ସେଥିପାଇଁ ମୋର କାମ ହେଉଛି ପରମଙ୍କୁ ସନ୍ତୁଷ୍ଟ କରିବା ।" ତାହା ହେଉଛି ଭକ୍ତି । ସର୍ବୋପାଧି-ବିନିର୍ମୁକ୍ତମ (CC Madhya 19.170), ସବୁ ପଦବୀରୁ ମୁକ୍ତ ହେବା । ଯେତେବଳେ ତୁମର ଇନ୍ଦ୍ରିୟଗୁଡ଼ିକ ଶୁଦ୍ଧ ହୁଏ, ଏବଂ ଯେତେବେଳେ ସେହି ଇନ୍ଦ୍ରିୟଗୁଡ଼ିକ ଇନ୍ଦ୍ରିୟମାନଙ୍କର ମାଲିକର ସେବାରେ ନିଯୁକ୍ତ ହୁଅନ୍ତି, ତାହାକୁ କୃଷ୍ଣ ଚେତନାରେ କାର୍ଯ୍ୟ କରିବା କୁହାଯାଏ । ତୁମର ପ୍ରଶ୍ନ କ'ଣ? ତେଣୁ ଧ୍ୟାନ, ମନର ସଂଲଗ୍ନତା, ସେହିପରି ହେବା ଉଚିତ୍ । ତେବେ ଏହା ପୂର୍ଣ୍ଣ ହେବ । ଅନ୍ୟଥା, ମନ ଏତେ ଅସ୍ଥିର ଏବଂ ପରିବର୍ତ୍ତନଶୀଳ ଯେ ଯଦି ତୁମେ ଏକ ନିଶ୍ଚିତ ସେବାରେ ନ ଲାଗାଅ... ଲଗେଇବା ଅର୍ଥାତ୍...ମନ କିଛି କରିବାକୁ ଚାହେଁ କାରଣ ମନର ଲକ୍ଷଣ ହେଉଛି ଭାବିବା, ଅନୁଭବ କରିବା ଏବଂ ଇଛା କରିବା । ତେଣୁ ତୁମକୁ ତୁମର ମନ ଏପରି ଭାବରେ ପ୍ରଶିକ୍ଷିତ କରିବାକୁ ହେବ ଯେ ତୁମେ କୃଷ୍ଣଙ୍କର ବିଷୟରେ ଭାବିବ, ତୁମେ କୃଷ୍ଣଙ୍କ ପାଇଁ ଅନୁଭବ କରିବ, କୃଷ୍ଣଙ୍କ ପାଇଁ କାମ କରିବ । ତେବେ ଏହା ହେଉଛି ସମାଧି । ତାହା ହେଉଛି ସଠିକ୍ ଧ୍ୟାନ ।