OR/Prabhupada 0309 - ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଶାଶ୍ଵତ



Lecture -- Seattle, October 2, 1968

ମଧୁଦ୍ଵିଶ: ଖ୍ରୀଷ୍ଟିୟାନମାନଙ୍କ ପାଇଁ କୌଣସି ଉପାୟ ଅଛି କି, ଆଧ୍ୟାତ୍ମିକ ଗୁରୁଙ୍କର ସାହାର୍ଯ୍ୟ ବିନା, ପରବ୍ୟୋମରେ ପହଞ୍ଚିବା ପାଇଁ ଜୀଶୁ ଖ୍ରୀଷ୍ଟଙ୍କର ଶଦ୍ଦରେ ବିଶ୍ଵାସ କରି ଏବଂ ତାଙ୍କର ଶିକ୍ଷାକୁ ଅନୁସରଣ କରିବାକୁ ଚେଷ୍ଟା କରି?

ପ୍ରଭୁପାଦ: ମୁଁ ଅନୁସରଣ କରୁ ନାହିଁ ।

ତମାଳ କୃଷ୍ଣ: ଏହି ଯୁଗରେ ଏକ ଖ୍ରୀଷ୍ଟିୟାନ କରିପାରିବ କି, ଏକ ଆଧ୍ୟାତ୍ମିକ ଗୁରୁଙ୍କ ବିନା, କିନ୍ତୁ ବାଇବେଲ ପଢ଼ିବା ଦ୍ଵାରା ଏବଂ ଜୀଶୁଙ୍କର ଶଦ୍ଦକୁ ଅନୁସରଣ କରି, ପହଞ୍ଚିବା ପାଇଁ...

ପ୍ରଭୁପାଦ: ଯେତେବେଳେ ତୁମେ ବାଇବେଲ ପଢ଼, ତୁମେ ଆଧ୍ୟତ୍ମିକ ଗୁରୁଙ୍କୁ ଅନୁସରଣ କରୁଛ । କିପରି ତୁମେ କହିପାରିବ ବିନା? ଯଥା ଶିଘ୍ର ତୁମେ ବାଇବେଲ ପଢ଼, ତାହାର ଅର୍ଥ ହେଉଛି ତୁମେ ପ୍ରଭୁ ଜୀଶୁଙ୍କର ନିର୍ଦ୍ଦେଶ ଅନୁସରଣ କରୁଛ, ତାହାର ଅର୍ଥ ତୁମେ ଆଧ୍ୟାତ୍ମିକ ଗୁରୁଙ୍କୁ ଅନୁସରଣ କରୁଛ । ତେବେ ଆଧ୍ୟାତ୍ମିକ ଗୁରୁଙ୍କ ବିନା ରହିବାର ଅବକାଶ କାହିଁ?

ମଧୁଦ୍ଵିଶ: ମୁଁ ଜୀବିତ ଆଧ୍ୟାତ୍ମିକ ଗୁରୁଙ୍କ ବିଷୟରେ କହୁଥିଲି ।

ପ୍ରଭୁପାଦ: ଆଧ୍ୟାତ୍ମିକ ଗୁରୁର ପ୍ରଶ୍ନ ନାହିଁ...ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଶାଶ୍ଵତ । ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଶାଶ୍ଵତ । ତେବେ ତୁମର ପ୍ରଶ୍ନ ହେଉଛି ଆଧ୍ୟାତ୍ମିକ ଗୁରୁଙ୍କର ବିନା । ଆଧ୍ୟାତ୍ମିକ ଗୁରୁଙ୍କର ବିନା ତୁମେ କରିପାରିବ ନାହିଁ, ତୁମ ଜୀବନର ଯେ କୌଣସି ସ୍ଥିତିରେ । ତୁମେ ଏହି ଆଧ୍ୟାତ୍ମିକ ଗୁରୁଙ୍କୁ ସ୍ଵୀକାର କରିପାର କିମ୍ଵା ସେହି ଆଧ୍ୟାତ୍ମିକ ଗୁରୁଙ୍କୁ । ତାହା ହେଉଛି ଅନ୍ୟ ଏକ କଥା । କିନ୍ତୁ ତୁମକୁ ସ୍ଵୀକାର କରିବାକୁ ହେବ । ଯେପରି ତୁମେ କୁହ ଯେ "ବାଇବେଲ ପଢ଼ିବା ଦ୍ଵାରା," ଯେତେବେଳେ ତୁମେ ବାଇବେଲ ପଢ଼ ତାହାର ଅର୍ଥ ହେଉଛି ତୁମେ ଆଧ୍ୟାତ୍ମିକ ଗୁରୁଙ୍କୁ ଅନୁସରଣ କରୁଛ କୌଣସି ପାଦ୍ରୀ ଦ୍ଵାରା ପ୍ରତିନିଧିତ୍ଵ କରାଯାଇଥିବା କିମ୍ଵା ପ୍ରଭୁ ଜୀଶୁଙ୍କର ପରମ୍ପରାରେ କେହି ପାଦ୍ରୀ । ତେଣୁ ଯେ କୌଣସି ସ୍ଥିତିରେ, ତୁମକୁ ଏକ ଆଧ୍ୟାତ୍ମିକ ଗୁରୁଙ୍କୁ ଅନୁସରଣ କରିବାକୁ ହେବ । ଆଧ୍ୟାତ୍ମିକ ଗୁରୁଙ୍କ ବିନା ପ୍ରଶ୍ନ ହିଁ ନାହିଁ । ବୁଝିପାରିଲ ତ?

ମଧୁଦ୍ଵିଶ: ମୋର କହିବାର ଅର୍ଥ ହେଲା ଯେପରି ଆମେ ଭଗବଦ୍ ଗୀତାର ଶିକ୍ଷା ବୁଝିପାରୁ ନାହୁଁ ଆପଣଙ୍କର ସାହାର୍ଯ୍ୟ ବିନା, ଆପଣଙ୍କର ଉପସ୍ଥାପନା ବିନା ।

ପ୍ରଭୁପାଦ: ସେହିପାର, ତୁମକୁ ବାଇବେଲ ଚର୍ଚ୍ଚର ପାଦ୍ରୀଙ୍କର ସହାୟତାରେ ବୁଝିବାକୁ ହେବ ।

ମଧୁଦ୍ଵିଶ: ହଁ । କିନ୍ତୁ ସେ ତାଙ୍କର ପରମ୍ପରା ଉତ୍ତରାଧିକାରୀଙ୍କ ଠାରୁ କିମ୍ଵା ଧର୍ମଜାଯକଙ୍କ ଠାରୁ ଭଲ ବ୍ୟାଖ୍ୟା ପ୍ରାପ୍ତ କରୁଛନ୍ତି? କାରଣ ବାଇବେଲର ବ୍ୟାଖ୍ୟାରେ କିଛି ପ୍ରକାରର ଅସଙ୍ଗତି ଥିବାର ପ୍ରତୀତ ହେଉଛି । ଖ୍ରୀଷ୍ଟିୟାନ ଧର୍ମର ଅନେକ ଭିନ୍ନ ଭିନ୍ନ ସଂପ୍ରଦାୟ ଅଛି ଯାହା ବାଇବେଲକୁ ଭିନ୍ନ ଭିନ୍ନ ପ୍ରକାରରେ ବ୍ୟାଖ୍ୟା କରେ ।

ପ୍ରଭୁପାଦ: ଅବଶ୍ୟ, ବାଇବେଲରେ କୌଣସି ବ୍ୟାଖ୍ୟା ହୋଇ ନ ପାରେ । ତେବେ ବାଇବେଲର କୌଣସି ଅଧିକାର ରୁହେ ନାହିଁ । ଯଦି ତୁମେ କୌଣସି ଜିନିଷର ବ୍ୟାଖ୍ୟା କର... ଯେପରି "ଏକ କୋଦାଳକୁ ଏକ କୋଦାଳ କହିବା ।" ତେବେ ତୁମେ ଯଦି ଆଉ କିଛି କହିବ, ତାହା ଅନ୍ୟ ଏକ କଥା । ସେ ଆଧ୍ୟାତ୍ମିକ ଗୁରୁ ନୁହେଁ । ଯେପରି ଏହା ଏକ ଘଣ୍ଟା । ସମସ୍ତେ ଏହାକୁ ଘଣ୍ଟା କୁହଁନ୍ତି, ଏବଂ ଯଦି ମୁଁ ଏହାକୁ ଚଷମା କହିବି, ତେବେ ମୁଁ ଆଧ୍ୟାତ୍ମିକ ଗୁରୁ ହେବାର ମୂଲ୍ୟ କ'ଣ? ମୁଁ ପଥଭ୍ରଷ୍ଟ କରୁଛି । ଏହା ହେଉଛି ଘଣ୍ଟା, ତାହା ମୋତେ କହିବାକୁ ହେବ । (ହସ) ତେବେ ସେଠାରେ...ଯେତେବେଳେ ବ୍ୟାଖ୍ୟା କରାଯାଏ, ସେ ଏକ ଯଥାର୍ଥ ଆଧ୍ୟାତ୍ମିକ ଗୁରୁ ନୁହେଁ । ସେ ଆଧ୍ୟାତ୍ମିକ ଗୁରୁ ନୁହେଁ, ଯାହାକୁ ଯଥାର୍ଥ କୁହାଯାଏ । ଯଦି ମୁଁ ତୁମକୁ ଏହି ଘଣ୍ଟା କିପରି ଦେଖିବ ଶିଖାଏ, ମୁଁ କହିପାରିବି ଯେ "ଏହାକୁ ଘଣ୍ଟା କୁହାଯାଏ, ଏବଂ ଏହାକୁ ହାତ କୁହାଯାଏ, ଏବଂ ଏହାକୁ ସମୟର ସଂକେତ କୁହାଯାଏ; ଏହା ହେଉଛି, ଏହାକୁ କୁହାଯାଏ..." ତେବେ ତାହା ଭଲ । କିନ୍ତୁ ଯଦି ମୁଁ କହିବି ଯେ "ସମସ୍ତେ ଏହାକୁ ଘଣ୍ଟା କୁହଁନ୍ତି । ମୁଁ ଏହାକୁ ଚଷମା କୁହେ," ତେବେ ମୁଁ କେଉଁ ପ୍ରକାରର ଆଧ୍ୟାତ୍ମିକ ଗୁରୁ? ତାକୁ ତୂରନ୍ତ ଅସ୍ଵୀକାର କର । ସେହି ବୁଦ୍ଧିମତା ତୁମର ରହିବା ଉଚିତ୍, କିଏ ନକଲି ଆଧ୍ୟାତ୍ମିକ ଗୁରୁ କିମ୍ଵା କିଏ ପ୍ରକୃତ ଆଧ୍ୟାତ୍ମିକ ଗୁରୁ । ଅନ୍ୟଥା ତୁମେ ଠକି ହୋଇଯିବ । ଏବଂ ଏହା ହେଉଛି । ସମସ୍ତେ ନିଜ ହିସାବରେ ବ୍ୟାଖ୍ୟା କରୁଛନ୍ତି । ଭଗବଦ୍ ଗୀତା, ହଜାରେ ସଂସ୍କରଣ ଅଛି, ଏବଂ ସେମାନେ ନିଜ ହିସାବରେ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛନ୍ତି, ସବୁ ବକବାସ୍ । ସେ ସବୁକୁ ଫିଙ୍ଗି ଦେବା ଉଚିତ୍ । ତୁମେ କେବଳ ଭଗବଦ୍ ଗୀତା ମୌଳିକ ରୂପରେ ପଢ଼ିବା ଉଚିତ୍ । ତେବେ ତୁମେ ବୁଝିପାରିବ । ବ୍ୟାଖ୍ୟାର କୌଣସି ପ୍ରଶ୍ନ ନାହିଁ । ତେବେ ଅଧିକାର ଚାଲି ଯାଏ । ଯଥା ଶିଘ୍ର ତୁମେ ବ୍ୟାଖ୍ୟା କର, ତେବେ ସେଠାରେ କୌଣସି ଅଧିକାର ରୁହେ ନାହିଁ । ଆଇନ ପୁସ୍ତକ । ତୁମେ କହିବାକୁ ଚାହୁଁଛ କି ନ୍ୟାୟାଳୟରେ ଯଦି ତୁମେ ବିଚାରପତିଙ୍କ ସମ୍ମୁଖରେ କହିବ, "ମୋର ପ୍ରିୟ ପ୍ରଭୁ, ମୁଁ ଏହି ଲେଖାର ଏପରି ଭାବରେ ବ୍ୟାଖ୍ୟା କରୁଛି," ଏହା ସ୍ୱୀକାର କରାଯିବ କି? ବିଚାରପତି ତୂରନ୍ତ କହିବେ, "ବ୍ୟାଖ୍ୟା କରିବାକୁ ତୁମେ କିଏ? ତୁମର କୌଣସି ଅଧିକାର ନାହିଁ ।" ତେବେ ଏହି ଆଇନ ପୁସ୍ତକର ଅଧିକାର କ'ଣ ଯଦି ସମସ୍ତେ ଆସି, "ମୁଁ ଏହିପରି ଭାବରେ ବ୍ୟାଖ୍ୟା କରେ"? ଏବଂ ବ୍ୟାଖ୍ୟା, କେତେବେଳେ ଆବଶ୍ୟକ? ଯେତେବେଳେ ଏକ କଥା ବୁଝି ହୁଏ ନାହିଁ । ଯଦି ମୁଁ କହିବି, "ଏହା ହେଉଛି ଘଣ୍ଟା," ଏବଂ ସମସ୍ତେ ଏହା ବୁଝିପାରିବେ ଯେ "ଏହା ହେଉଛି ଘଣ୍ଟା, ହଁ," ତେବେ ବ୍ୟାଖ୍ୟା କରିବାର ଅବକାଶ କେଉଁଠାରେ ରହିଲା ଯେ ଏହା ହେଉଛି ଚଷମା? ଯଦି ଯେ କେହି ପରିଷ୍କାର ଲେଖା ବୁଝି ପାରିବେ... ଯେପରି ବାଇବେଲରେ, "ଭଗବାନ କହିଛନ୍ତି, "ସୃଷ୍ଟି ହେବକୁ ଦିଅ," ଏବଂ ସୃଷ୍ଟି ହେଲା ।" ବ୍ୟାଖ୍ୟାର ପ୍ରଶ୍ନ କେଉଁଠାରେ ରହିଲା? ହଁ, ଭଗବାନ ସୃଷ୍ଟି କରିଛନ୍ତି । ତୁମେ ସୃଷ୍ଟି କରି ପାରିବ ନାହିଁ । ବ୍ୟାଖ୍ୟାର ଅବକାଶ କେଉଁଠାରେ ରହିଲା? ତେବେ ଅନାବଶ୍ୟକ ବ୍ୟାଖ୍ୟା ଦରକାର ନାହିଁ ଏବଂ ତାହା ଯଥାର୍ଥ ନୁହେଁ, ଏବଂ ଯେଉଁମାନେ ଅନାବଶ୍ୟକ ଭାବରେ ବ୍ୟାଖ୍ୟା କରନ୍ତି, ସେମାନଙ୍କୁ ତୂରନ୍ତ ଅସ୍ଵୀକାର କରିବା ଉଚିତ୍ । ତୂରନ୍ତ, କୌଣସି ବିଚାର ବିନା । ଭଗବାନ କହିଲେ, "ସୃଷ୍ଟି ହେବାକୁ ଦିଅ ।" ତେଣୁ ସୃଷ୍ଟି ହେଲା । ସରଳ କଥା । ବ୍ୟାଖ୍ୟାର ପ୍ରଶ୍ନ କେଉଁଠାରେ ରହିଲା? ଏଠାରେ କ'ଣ ବ୍ୟାଖ୍ୟା କରାଯାଇ ପାରିବ? ପ୍ରସ୍ତାବ ଦିଅ ଯେ ଏହାର ବ୍ୟାଖ୍ୟା ହୋଇପାରିବ । ମୁଁ ଠିକ୍ କି? ବାଇବେଲର ପ୍ରାରମ୍ଭରେ ଏହା ସେପରି କୁହାଯାଏ? "ଭଗବାନ କହିଲେ, 'ସୃଷ୍ଟି ହେବାକୁ ଦିଅ,' ଏବଂ ସୃଷ୍ଟି ହେଲା । ତେବେ ତୁମର ବ୍ୟାଖ୍ୟା କ'ଣ? ମୋତେ କୁହ ତୁମର ବ୍ୟାଖ୍ୟା କ'ଣ । ବ୍ୟାଖ୍ୟାର କୌଣସି ସମ୍ଭାବନା ଅଛି କି? ତୁମମାନଙ୍କ ମଧ୍ୟରୁ କେହି ପ୍ରସ୍ତାବ ଦେଇ ପାରିବ କି? ତେବେ ବ୍ୟାଖ୍ୟାର ସୁଯୋଗ କାହିଁ? ଜଣେ ବର୍ଣ୍ଣନା କରିପାରିବ । ତାହା ଭିନ୍ନ କଥା, କିନ୍ତୁ ତଥ୍ୟ ଯେ ଭଗବାନ ସୃଷ୍ଟି କରିଛନ୍ତି, ତାହା ରହିବ । ତାହା ତୁମେ ପରିବର୍ତ୍ତନ କରି ପାରିବ ନାହିଁ । ବର୍ତ୍ତମାନ, କିପରି ସେହି ସୃଷ୍ଟିର ପ୍ରକ୍ରିୟା ହେଲା, ତାହା ଭାଗବତରେ ବର୍ଣ୍ଣନା କରାଯାଇଛି: ସର୍ବପ୍ରଥମେ, ଆକାଶ, ତାପରେ ଧ୍ଵନି, ତାପରେ ଏହା, ତାହା । ଏହା ହେଉଛି ସୃଷ୍ଟିର ପ୍ରକ୍ରିୟା, ତାହା ଅନ୍ୟ ଏକ କଥା । କିନ୍ତୁ ତଥ୍ୟ, ପ୍ରାଥମିକ ତଥ୍ୟ ହେଉଛି ଯେ ଭଗବାନ ସୃଷ୍ଟି କରିଲେ, ତାହା ଯେ କୌଣସି ପରିସ୍ଥିତିରେ ରହିବ । ନା କି ଯାହା ନିରର୍ଥକ ବୈଜ୍ଞାନିକମାନେ କୁହଁନ୍ତି, "ଓ, ଏକ ବୃହତ ଖଣ୍ଡ ଥିଲା ଏବଂ ଏହା ବିଭାଜିତ ହେଲା, ଏବଂ ସେଠାରେ ଏହି ଗ୍ରହଗୁଡ଼ିକ । ସମ୍ଭବତଃ ଏହା ଏବଂ ଏହା ପରି, "ଏହି ସବୁ ବକବାସ୍ ଅଟେ । ସେମାନେ କେବଳ ବ୍ୟାଖ୍ୟା କରୁଛନ୍ତି, "ଯେପରି," "ସମ୍ଭବତଃ ।" ତାହା ବିଜ୍ଞାନ ନୁହେଁ - "ଯେପରି," "ସମ୍ଭବତଃ ।" ସମ୍ଭବତଃ କାହିଁକି? ଏଠାରେ ସ୍ପଷ୍ଟ ବ୍ୟାଖ୍ୟା ଅଛି, "ଭଗବାନ ସୃଷ୍ଟି କରିଛନ୍ତି ।" ବାସ୍ । ସମାପ୍ତ ।