OR/Prabhupada 0311 - ଆମେ ନୂଆ ପ୍ରକାଶ ପ୍ରଦାନ କରୁଛୁ - ଧ୍ୟାନ ବିଫଳ ହୋଇଯିବ ।



Lecture -- Seattle, October 2, 1968

ଶିଶୁ: ଉମ, ଯେତେବେଳେ ବୁଦ୍ଧଦେବ ଏଠି ଥିଲେ ସେ କ'ଣ ଏଠି ବସିକି ଧ୍ୟାନ କରୁଥିଲେ?

ପ୍ରଭୁପାଦ: ହଁ ।

ଶିଶୁ: ଅାଛା, ମୁଁ ଭାବୁଥିଲି ଏହି ଯୁଗରେ ଧ୍ୟାନ କରିବା ସମ୍ଭବପର ନୁହେଁ, କିନ୍ତୁ ବୁଦ୍ଧଦେବ ହେଉଛନ୍ତି ଭଗବାନଙ୍କର ସନ୍ତାନ, ସେ ଧ୍ୟାନ କରିଥିଲେ ।

ପ୍ରଭୁପାଦ: ହଁ ।

ଶିଶୁ: କିନ୍ତୁ ତାହା କଳିଯୁଗ ନ ଥିଲା କି?

ପ୍ରଭୁପାଦ: ହଁ ।

ଶୁଶୁ: ତାହା ଥିଲା?

ପ୍ରଭୁପାଦ: ହଁ ।

ଶିଶୁ: ତେବେ ତୁମେ କିପରି ଧ୍ୟାନ କରିପାରିବ?

ପ୍ରଭୁପାଦ: ବହୁତ ଭଲ । (ହସି ହସି) ସେଥିପାଇଁ ଆମେ ବୁଦ୍ଧଙ୍କ ଠାରୁ ଶ୍ରେଷ୍ଠ । ଆମେ କହୁଛୁ ଧ୍ୟାନ କରିବା ସମ୍ଭବ ସମ୍ଭବ ନୁହେଁ । ଦେଖିଲ? ବର୍ତ୍ତମାନ ତୁମେ ବୁଝିପାରିଲ? ବୁଦ୍ଧଦେବ କହିଥିଲେ, "ଧ୍ୟାନ କର," କିନ୍ତୁ ତାଙ୍କ ଅନୁଗାମୀମାନେ ଅନୁସରଣ କରି ପାରି ନ ଥିଲେ । ସେମାନେ ବିଫଳ ହୋଇଥିଲେ । ଆମେ ନୂଆ ପ୍ରକାଶ ପ୍ରଦାନ କରୁଛୁ, ଯେ "ଧ୍ୟାନ ବିଫଳ ହୋଇଯିବ । ତୁମେ ଏହାକୁ ଗ୍ରହଣ କର ।" ସ୍ପଷ୍ଟ ଭାବରେ ବୁଝିପାରିଲ? ହଁ । ଯଦି କେହି ଜଣେ ତୁମକୁ କିଛି କହିଥିଲେ, ଏବଂ ତୁମେ ଅସଫଳ ହେଲ, ତେବେ ମୁଁ କହିବି, "ତୁମେ ଏହା କର ନାହିଁ । ଏହାକୁ ଗ୍ରହଣ କର । ଏହା ତୁମ ପାଇଁ ଭଲ ହେବ ।" ଠିକ ଯେପରି ତୁମେ ଏକ ଶିଶୁ, ତୁମେ ଧ୍ୟାନ କରିପାରିବ ନାହିଁ, କିନ୍ତୁ ତୁମେ ନାଚି ପାରିବ ଏବଂ ହରେକୃଷ୍ଣ ଜପ କରିପାରିବ । ବୁଦ୍ଧଦେବ ଜାଣିଥିଲେ ଯେ ସେ ଧ୍ୟାନ କରିପାରିବେ ନାହିଁ । ତୁମେ ଏକ ବୁଦ୍ଧିମାନ ଶିଶୁ । କିନ୍ତୁ ସେମାନଙ୍କର ମୂର୍ଖାମିକୁ ବନ୍ଦ କରିବା ପାଇଁ, ସେ ଆଦେଶ ଦେଇଥିଲେ, "ବସ । ଧ୍ୟାନ କର ।" ବାସ୍ ସେତିକି । (ହସିବା) ଠିକ ଯେପରି ଏକ ଦୁଷ୍ଟ ବାଳକ ଭଳି, ସେ ଦୁଷ୍ଟାମି କରେ । ତାଙ୍କ ମାତା ପିତା କହନ୍ତି, "ପ୍ରିୟ ଜନ୍, ତୁମେ ଏଠି ବସ ।" ସେ ଜାଣିଛନ୍ତି ଯେ ସେ ବସିପାରିବ ନାହିଁ, କିନ୍ତୁ କିଛି ସମୟ ପାଇଁ ସେ ବସିବ । ତାଙ୍କ ପିତା ଜାଣିଛନ୍ତି ଯେ ସେ ବସିପାରିବ ନାହିଁ, କିନ୍ତୁ କୌଣସି ପ୍ରକାରେ କିଛି ସମୟ ପାଇଁ ତାର ଦୁଷ୍ଟାମି ବନ୍ଦ କରିବ ତ । ଠିକ ଅଛି । ହରେ କୃଷ୍ଣ ଜପ କର ।