OR/Prabhupada 0314 - ଶରୀରକୁ ଅଧିକ ଧ୍ୟାନ ନ ଦେବା, କିନ୍ତୁ ଆତ୍ମାକୁ ପୁରା ଧ୍ୟାନ ଦେବା



Lecture on SB 6.1.10 -- Los Angeles, June 23, 1975

ଏହି ଯୁଗରେ, କଳି ଯୁଗ, ଝଗଡା ଏବଂ ଯୁଦ୍ଧ ଏବଂ ଭୁଲବୁଝାମଣାର ଯୁଗ - ଏହାକୁ କଳି ଯୁଗ କୁହାଯାଏ - ଏହି ଯୁଗରେ ଏହା ହେଉଛି ଏକମାତ୍ର ମାଧ୍ୟମ: ହରି କୀର୍ତ୍ତନାତ । ସଂକୀର୍ତ୍ତନ ଆନ୍ଦୋଳନ ହେଉଛି ହରି କୀର୍ତ୍ତନ । ହରି କୀର୍ତ୍ତନ... କୀର୍ତ୍ତନ ଅର୍ଥାତ୍ ଭଗବାନଙ୍କର ଗୌରବ ସମ୍ବନ୍ଧରେ ଜପ କରିବା, ହରି କୀର୍ତ୍ତନ । ଏବଂ ଏହା ଶ୍ରୀମଦ ଭାଗବତରେ ମଧ୍ୟ ସ୍ଵୀକାର କରାଯାଇଛି:

କଳେର ଦୋଶ ନିଧେ ରାଜନ
ଅସ୍ତି ହି ଏକୋ ମହାନ ଗୁନାଃ
କୀର୍ତାନାଦ ଏବ କୃଷ୍ଣସ୍ୟ
ମୁକ୍ତ ସଙ୍ଗଃ ପରମ ବ୍ରଜେତ
(SB 12.3.51)

ତେବେ ଏହା ସୁପାରିସ୍ କରାଯାଇଛି, ଏବଂ ସେହିପରି, ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ ଶ୍ରୀମଦ ଭାଗବତରେ ଏକ ବକ୍ତବ୍ୟ ଅଛି ତ୍ଵିଶାକୃଷ୍ଣମ...

କୃଷ୍ଣ ବର୍ଣ୍ଣମ ତ୍ଵିଶାକୃଷ୍ଣମ
ସଂଗୋପାଂଗାସ୍ତ୍ର ପାରଶଦମ
ଯଜ୍ଞୈଃ ସଂକୀର୍ତ୍ତନ ପ୍ରାୟୈର
ଯଜାନ୍ତି ହି ସୁମେଦସଃ
(SB 11.5.32)

ତେଣୁ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଚୈତନ୍ୟ ମାହାପ୍ରଭୁଙ୍କୁ ପୂଜା କରିବା । ଆମେ ବିଗ୍ରହ ରଖୁ । ପ୍ରଥମେ ଆମେ ଚୈତନ୍ୟ ମାହାପ୍ରଭୁଙ୍କୁ ତାଙ୍କର ସହଯୋଗୀମାନଙ୍କ ସହିତ ଦଣ୍ଡବତ ପ୍ରଣାମ କରୁ, ଏବଂ ତାପରେ, ଗୁରୁ ଗୌରାଙ୍ଗ, ତାପରେ ଆମେ ରାଧା-କୃଷ୍ଣ କିମ୍ଵା ଜଗନ୍ନାଥଙ୍କୁ ପ୍ରଣାମ କରୁ । ତେବେ କାରଣ ଏହା କଳି ଯୁଗର ପ୍ରକ୍ରିୟା, ଯଜ୍ଞ ସଂକୀର୍ତ୍ତନ-ପ୍ରାୟେର ଯଜନ୍ତି ହି ସୁମେଦସଃ, ଯଦି ତୁମେ ଏହି ସଂକୀର୍ତ୍ତନ କରିବ, କେବଳ ଏହି ପ୍ରକ୍ରିୟା, ଭଗବାନ ଚୈତନ୍ୟଙ୍କର ସମ୍ମୁଖରେ ଯେତେ ଥର ସମ୍ଭବ, ତେବେ ତୁମର ସଫଳତା ସୁନିଶ୍ଚିତ । ତୁମକୁ ଅାଉକିଛି ଆବଶ୍ୟକ ନାହିଁ । ଏହା ସୁପାରିସ୍ କରାଯାଇଛି: ଯଜ୍ଞୈଃ ସଂକୀର୍ତ୍ତନେଃ ପ୍ରାୟୈର ଯଜନ୍ତି ହି ସୁମେଦସଃ ।

ତେଣୁ ଯେଉଁମାନେ ବୁଦ୍ଧିମାନ, ସେମାନେ ଏହି ଆତ୍ମାନୁଭୂତିର ସରଳ ବିଦ୍ଧିକୁ ଧରି ପାରିବେ । ତୁମେ ଯେତେ ଜପ କରିବ, ତେବେ ହୃଦକୁ ପରିଷ୍କାର କରିବାର ପ୍ରକ୍ରିୟା ଭଲରେ ଚାଲିବ । ଚେତୋ ଦର୍ପଣ ମାର୍ଜନମ (CC Antya 20.12) । ଏହା ସୁପାରିସ୍ କରାଯାଇଛି । ଚେତୋ ଦର୍ପଣ...ଏହା ହେଉଛି ପ୍ରଥମ, କାରଣ ଆମର ଆଧ୍ୟାତ୍ମିକ ଜୀବନ ଆରମ୍ଭ ହେବ ନାହିଁ ଯେ ପର୍ଯ୍ୟନ୍ତ ଚେତୋ ଦର୍ପଣ ମାର୍ଜନମ, ଯେ ପର୍ଯ୍ୟନ୍ତ ହୃଦୟର ଦର୍ପଣ ପରିଷ୍କାର ହୋଇ ନାହିଁ । କିନ୍ତୁ ଏହା ହେଉଛି ସରଳତମ ପ୍ରକ୍ରିୟା । ଯଦି ତୁମେ ହରେ କୃଷ୍ଣ ମନ୍ତ୍ର ପରମାନନ୍ଦରେ ଜପ କରିବ, ପ୍ରଥମ ଲାଭ ହେଉଛି ଯେ ତୁମର ହୃଦୟ ପରିଷ୍କାର ହୋଇଯିବ । ତାପରେ ତୁମେ ଦେଖିପାରିବ ତୁମର ସ୍ଥିତି କ'ଣ, ତୁମେ କିଏ, ତୁମର କାମ କ'ଣ । ଯଦି ତୁମର ହୃଦୟ ପରିଷ୍କାର ନାହିଁ, ତେବେ... ତେବେ ସେହି ହୃଦୟର ସେହି ଅଶୁଦ୍ଧତା ଏହି ପ୍ରକ୍ରିୟା ଦ୍ଵାରା ପରିଷ୍କାର କରାଯାଇ ପାରିବ ନାହିଁ, ପ୍ରାୟଶ୍ଚିତ କରି । ତାହା ସମ୍ଭବ ନୁହେଁ । ସେଥିପାଇଁ...ପରୀକ୍ଷିତ ମାହାରାଜା ଅତି ବୁଦ୍ଧିମାନ ଅଟନ୍ତି । ସେ କହିଲେ, ପ୍ରାୟଶ୍ଚିତମ ଅର୍ଥୋ ଅପାର୍ଥମ । ଅପା, ଅପା ଅର୍ଥାତ୍ "ନାକାରାତ୍ମକ," ଏବଂ ଅର୍ଥର ମାନେ "ଅର୍ଥ ।" "ଏହାର କୌଣସି ଅର୍ଥ ନାହିଁ ।" ସେ ତୂରନ୍ତ ପ୍ରାୟଶ୍ଚିତମ ଅପାର୍ଥମକୁ ତ୍ୟାଗ କରନ୍ତି । "ସେଥିରେ କ'ଣ ଲାଭ ଅଛି? ସେ ଅପରିଷ୍କାର ରହିବ । ସେ ତାର ହୃଦୟ ପରିଷ୍କାର କରିବ ନାହିଁ, ହୃଦୟର ଅନ୍ତଃସ୍ଥଳକୁ । ତାର ହୃଦୟର ଅନ୍ତଃସ୍ଥଳରେ ସମସ୍ତ ଖରାପ କଥା ଅଛି: "କିପରି ମୁଁ ଠକିବି, କିପରି ମୁଁ କଳା ବଜାର କରିବି, କିପରି ମୁଁ ଇନ୍ଦ୍ରିୟଗୁଡ଼ିକୁ ଉପଭୋଗ କରିବି, କିପରି ମୁଁ ବେଶ୍ୟା ପାଖକୁ ଯିବି ଏବଂ ମଦ୍ୟ ପାନ କରିବି । ଏହି ସବୁ ଜିନିଷ ଭରି ହୋଇ ରହିଛି । ତେବେ କେବଳ ମନ୍ଦିର ଯିବା ଦ୍ଵାରା କିମ୍ଵା ଚର୍ଚ୍ଚ ଯାଇ ଏବଂ କିଛି ପ୍ରାୟଶ୍ଚିତ କରି, ଏହାର କୌଣସି ଲାଭ ନାହିଁ । ଜଣକୁ ଏହି ପ୍ରକ୍ରିୟା ଗମ୍ଭୀରତାର ସହ ଗ୍ରହଣ କରିବାକୁ ହେବ, ସଂକୀର୍ତ୍ତନମ । ଚେତୋ ଦର୍ପଣ ମାର୍ଜନମ ଭବ ମହା ଦବାଗ୍ନି ନିର୍ବାପନମ (CC Antya 20.12) ।

ପ୍ରଥମ କିସ୍ତି ହେଉଛି ଯେ ତୁମକୁ ତୁମର ହୃଦୟ ପରିଷ୍କାର କରିବାକୁ ହେବ । ପରବର୍ତ୍ତୀ କିସ୍ତି ହେଉଛି ଭବ ମାହା ଦବାଗ୍ନି ନିର୍ବାପନମ । ଯଦି ତୁମର ହୃଦୟ ପରିଷ୍କାର ଅଛି, ତେବେ ତୁମେ ବୁଝି ପାରିବ ଏହି ଭୌତିକ ଦୁନିଆରେ ତୁମର ସ୍ଥିତି କ'ଣ । ଏବଂ ଏକ ଅପରିଷ୍କାର ହୃଦୟରେ, ତୁମେ ବୁଝିପାରିବ ନାହିଁ । ଯଦି ତୁମର ହୃଦୟ ପରିଷ୍କାର ଅଛି, ତେବେ ତୁମେ ବୁଝିପାରିବ ଯେ "ମୁଁ ଏହି ଶରୀର ନୁହେଁ । ମୁଁ ହେଉଛି ଜୀବାତ୍ମା । ତେବେ ମୁଁ ପ୍ରକୃତରେ ମୋ ପାଇଁ କ'ଣ କରୁଛି? ମୁଁ ହେଉଛି ଜୀବାତ୍ମା । ମୁଁ ଏହି ଶରୀର ନୁହେଁ । ମୁଁ ଏହି ଶରୀରରେ ସାବୁନ ଲଗାଉଛି, କିନ୍ତୁ ମୁଁ ଯେପରି, ମୁଁ ଭୋକରେ ଅଛି ।" ଏହା ଚାଲିଛି । ଭୌତିକ ସଭ୍ୟତା ଅର୍ଥାତ୍ ସେମାନେ ଶରୀରର ଯତ୍ନ ନିଅନ୍ତି ଏବଂ ଆତ୍ମାର କୌଣସି ସୂଚନା ନାହିଁ ଯାହା ଏହି ଶରୀର ମଧ୍ୟରେ ଅଛି । ଏହା ହେଉଛି ଭୌତିକ ସଭ୍ୟତା । ଏବଂ ଆମର କୃଷ୍ଣ ଚେତନା ଆନ୍ଦୋଳନ ହେଉଛି, ଶରୀରକୁ ଅଧିକ ଧ୍ୟାନ ନ ଦେବା, କିନ୍ତୁ ଆତ୍ମାକୁ ପୁରା ଧ୍ୟାନ ଦେବା । ଏହା ହେଉଛି କୃଷ୍ଣ ଚେତନା, ଠିକ୍ ବିପରୀତ ।

ସେଥିପାଇଁ ସେମାନେ ଏହି ଆନ୍ଦୋଳନ ବୁଝି ପାରନ୍ତି ନାହିଁ । ଏହା ସମ୍ପୂର୍ଣ୍ଣ ଭାବରେ ହେଉଛି ଆଧ୍ୟାତ୍ମିକ ଆନ୍ଦୋଳନ । ଏହା ଭୌତିକ ଅାନ୍ଦୋଳନ ନୁହେଁ । ସେଥିପାଇଁ ସେମାନେ ବେଳେ ବେଳେ ଭୁଲ ବୁଝନ୍ତି ଯେ "ତୁମର ଲୋକମାନେ ସ୍ଵାସ୍ଥ୍ୟରେ ଦୁର୍ବଳ ଅଟନ୍ତି ।" ସେମାନେ ଏହା ଏବଂ ତାହା ହେଉଛନ୍ତି । ସେମାନେ ମାଂସ ଖାଉ ନାହାଁନ୍ତି, ତେଣୁ ଶକ୍ତି କମ ଅଛି ।" ତେବେ "ଆମେମାନେ ଜୀବନର ଶକ୍ତିକୁ ନେଇ ଚିନ୍ତିତ ନାହୁଁ । ଆମେ ଆଧ୍ୟାତ୍ମିକ ଜୀବନ ପାଇଁ ଚିନ୍ତିତ ।" ସେଥିପାଇଁ ସେମାନେ ବେଳେ ବେଳେ ଭୁଲ ବୁଝନ୍ତି । ତେବେ ଯାହା ହେଉ, ଲୋକମାନେ ବୁଝନ୍ତୁ କିମ୍ଵା ଭୁଲ ବୁଝନ୍ତୁ - କୌଣସି ଫରକ ପଡ଼େ ନାହିଁ । ତୁମେ ତୁମର କୀର୍ତ୍ତନ କରି ଚାଲ ଏବଂ ସୁନିଶ୍ଚିନ୍ତ କର ଯେ ଆଉ କୌଣସି ଭୌତିକ ଜୀବନ ନ ହେଉ ।

ବହୁତ ବହୁତ ଧନ୍ୟବାଦ ।