OR/Prabhupada 0318 - ସୂର୍ଯ୍ୟକିରଣକୁ ଆସ



Lecture on BG 4.22 -- Bombay, April 11, 1974

ଏକ ବୈଷ୍ଣବ କଦାପି ମତ୍ସରଃ ହୁଏ ନାହିଁ । ମତ୍ସରଃ ଅର୍ଥାତ୍...ଏହା ଶ୍ରୀଧର ସ୍ଵାମୀଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି । ମତ୍ସରତା ପରା ଉତ୍କର୍ଷଣମ ଅସହନମ । ଭୌତିକ ଜଗତ ଏପରି ଯେ ଯଦି ତୁମର, ଏପରିକି ନିଜ ଭାଈ ମଧ୍ୟ ସମୃଦ୍ଧ ହେଲେ, ତୁମେ ଈର୍ଷା କରିବ, "ଓ, ମୋର ଭାଈ ଏତେ ସମୃଦ୍ଧ । ମୁଁ ହୋଇପାରିଲି ନାହିଁ ।" ଏହା ଏଠାରେ ସ୍ଵଭାବିକ । ଈର୍ଷା । କାରଣ ଈର୍ଷା କୃଷ୍ଣଙ୍କ ଠାରୁ ଆରମ୍ଭ ହୋଇଛି, "କାହିଁକି କୃଷ୍ଣ ଉପଭୋକ୍ତା ହେବେ? ମୁଁ ମଧ୍ୟ ଉପଭୋଗ କରିବି ।" ଏହି ଈର୍ଷା କରିବା ଆରମ୍ଭ ହୋଇ ଯାଇଛି । ସେଥିପାଇଁ ପୁରା ଭୌତିକ ଜୀବନ ଈର୍ଷାରେ ପୂର୍ଣ୍ଣ । ମୁଁ ତୁମକୁ ଈର୍ଷା କରେ, ତୁମେ ମୋତେ ଈର୍ଷା କର । ଏହା ହେଉଛି ଭୌତିକ ଦୁନିଆର କାମ । ତେଣୁ ଏଠାରେ ଏହାକୁ ବିମତ୍ସର କୁହାଯାଇଛି, କୌଣସି ଈର୍ଷା ନାହିଁ । କିପରି ଜଣେ ଈର୍ଷା କରିବ ନାହିଁ ଯେ ପର୍ଯ୍ୟନ୍ତ ସେ କୃଷ୍ଣ ଭକ୍ତ ହୋଇ ନାହିଁ? ସେ ଈର୍ଷା କରିବ । ଏହା ହେଉଛି ପ୍ରକୃତି ।

ସେଥିପାଇଁ ଶ୍ରୀ ଭାଗବତ କୁହଁନ୍ତି ଯେ ଧର୍ମ ପ୍ରୋଜିତଃ କୈତବୋ ଅତ୍ର ପରମୋ ନିର୍ମତ୍ସରାନାମ, ବାସ୍ତବମ ବସ୍ତୁ ବେଦ୍ୟମ ଅତ୍ର (SB 1.1.2) । ଧର୍ମ...ଅନେକ ଧାର୍ମିକ ପ୍ରଣାଳୀ ଅଛି । ଈର୍ଷା ଅଛି । ତଥା କଥିତ ଧାର୍ମିକ ପ୍ରଣାଳୀ, ପଶୁମାନଙ୍କ ବେକ କାଟିବା । କାହିଁକି? ଯଦି ତୁମେ ଏତେ ଖୋଲା ମନ ରଖ ଯେ ତୁମେ ସବୁ ଜାଗାରେ ନାରାୟଣଙ୍କୁ ଦେଖ, କାହିଁକି ତୁମେ ଛେଳିର ବେକ କାଟ କିମ୍ବା ଗାଈର କିମ୍ଵା ଅନ୍ୟ ପଶୁମାନଙ୍କର? ତୁମେ ସେମାନଙ୍କ ପ୍ରତି ମଧ୍ୟ ଦୟାଳୁ ହେବା ଉଚିତ୍ । କିନ୍ତୁ ସେହି ଦୟା ଭାବ ଏକ ଭକ୍ତ ନ ହୋଇ ପ୍ରଦର୍ଶିତ ହୋଇପାରିବ ନାହିଁ, ବିମତ୍ସରଃ । ନିର୍ମତ୍ସରଃ ।

ସେଥିପାଇଁ ତଥା କଥିତ ଧାର୍ମିକ ପ୍ରଣାଳୀ ଯାହା ମତ୍ସରତା, ଈର୍ଷାରେ ପୂର୍ଣ୍ଣ, ତାହାକୁ କୈତବ ଧର୍ମ କୁହାଯାଏ, ଧର୍ମ ନାମରେ ଠକିବା । ତେବେ ଏହି ଭଗବାନ ଚେତନା ଏକ ଠକ ଧର୍ମ ନୁହେଁ । ଏହା ଅତି ଖୋଲା ବିଚାରର । ତିତିକ୍ଶବଃ କାରୁଣିକାଃ ସହୃଦଃ ସର୍ବ ଭୂତାନାମ (SB 3.25.21) ଏହି କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ସମସ୍ତେ ସମସ୍ତଙ୍କର ବନ୍ଧୁ ହେବା ପାଇଁ ଚାହୁଁଛନ୍ତି । ଅନ୍ୟଥା ଯଦି ଏକ କୃଷ୍ଣ ଚେତନା ବ୍ୟକ୍ତି ସେପରି ଅନୁଭବ କରେ ନାହିଁ, କାହିଁକି ସେ କୃଷ୍ଣ ଚେତନା ସମଗ୍ର ଦୁନିଆରେ ପ୍ରଚାର କରିବା ପାଇଁ କଷ୍ଟ ଉଠେଇ ଥାନ୍ତା? ବିମତ୍ସରଃ । ଜଣେ ବୁଝିବା ଉଚିତ୍ ଯେ କୃଷ୍ଣ ଚେତନା ଭାରୀ ଭଲ, ଯେ ସମସ୍ତେ ଏହାର ସ୍ଵାଦ ନେବା ଉଚିତ୍, ସମସ୍ତେ ଏହାର ଅଂଶ ହେବା ଉଚିତ୍ ।

କୃଷ୍ଣ ଚେତନା ଅର୍ଥାତ୍ ଭଗବାନ ଚେତନା । କାରଣ ଲୋକମାନେ ଭଗବାନ ଚେତନାର ଅଭାବରୁ ପୀଡ଼ିତ ହେଉଛନ୍ତି । ତାହା ହେଉଛି ପୀଡ଼ାର କାରଣ ।

କୃଷ୍ଣ ବହିରମୁଖ ହାନା ଭୋଗ ବାଞ୍ଛା କରେ
ନିକଟସ୍ଥ ମାୟା ତାରେ ଜାପଟିଆ ଧରେ
(Prema-vivarta)

ଏହା ହେଉଛି ସୂତ୍ର । ଯଥା ଶିଘ୍ର ଆମେ କୃଷ୍ଣଙ୍କୁ ଭୁଲିଯାଉ, ତୂରନ୍ତ ମାୟା ଅଛି । ଯେପରିକି ସୂର୍ଯ୍ୟକିରଣ ଏବଂ ଛାୟା, ସେମାନେ ଏକା ସାଙ୍ଗରେ ଉପସ୍ଥିତ । ଯଦି ତୁମେ ସୂର୍ଯ୍ୟକିରଣରେ ରହିବ ନାହିଁ, ତେବେ ତୁମେ ଛାୟାକୁ ଅାସିବ, ଅନ୍ଧକାର । ଏବଂ ଯଦି ତୁମେ ଅନ୍ଧକାରରେ ରହିବ ନାହିଁ, ତୁମେ ସୂର୍ଯ୍ୟକିରଣକୁ ଆସିବ । ସେହିପରି, ଯଦି ତୁମେ କୃଷ୍ଣ ଚେତନା ଗ୍ରହଣ କରିବ ନାହିଁ, ତେବେ ଆମକୁ ମାୟା ଚେତନା ଗ୍ରହଣ କରିବାକୁ ହେବ । ଏବଂ ଯଦି ଆମେ ମାୟା ଚେତନା ଗ୍ରହଣ କରିବା ନାହିଁ, ତେବେ ଆମକୁ କୃଷ୍ଣ ଚେତନା ଗ୍ରହଣ କରିବାକୁ ହେବ । ଏକା ସାଙ୍ଗରେ । ତେବେ କୃଷ୍ଣ ଚେତନା ଅର୍ଥାତ୍ ଅନ୍ଧାରରେ ନ ରହିବା । ତମସି ମା ଜ୍ୟୋତିର୍ ଗମ । ତାହା ହେଉଛି ବୈଦିକ ନିର୍ଦ୍ଦେଶ, "ଅନ୍ଧକାରରେ ରୁହ ନାହିଁ ।" ଏବଂ ସେହି ଅନ୍ଧକାର କ'ଣ? ଅନ୍ଧକାର ହେଉଛି ଜୀବନର ଶାରୀରିକ ସଂକଳ୍ପନା ।