OR/Prabhupada 0348 - ଯଦି ଜଣେ ପଚାଶ ବର୍ଷ ପର୍ଯ୍ୟନ୍ତ କେବଳ ହରେ କୃଷ୍ଣ ମନ୍ତ୍ର ଜପ କରେ, ସେ ନିଶ୍ଚିତରେ ପୂର୍ଣ୍ଣ ହୋଇଯିବ



Lecture on BG 7.14 -- Hamburg, September 8, 1969

ଇଂରେଜ ବାଳକ: ଏହି ଜନ୍ମରେ କରିବା ପାଇଁ ଜଣଙ୍କ ପାଇଁ ଏହା ସମ୍ଭବ କି? ଏହି ଏକ? ଜଣେ ପତୀତ ହେବା ସମ୍ଭବ କି?

ପ୍ରଭୁପାଦ: ଏହା ଏକ କ୍ଷଣକରେ ସମ୍ଭବ, ଯଦି ତୁମେ ଗମ୍ଭୀର ଅଛ । ଏହା ଅସମ୍ଭବ ନୁହେଁ । କୃଷ୍ଣ-ଭକ୍ତି... ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ: (BG 7.19) "ଅନେକ, ଅନେକ ଜନ୍ମ ପରେ, ଜଣେ, ଯେତେବେଳେ ଜଣେ ବୁଦ୍ଧିମାନ ହୁଏ, ଚତୁର, ସଂପୂର୍ଣ୍ଣ ବିକସିତ ହୁଏ, ଜ୍ଞାନୀ, ସେ ମୋ ପାଖରେ ଆତ୍ମସମର୍ପଣ କରେ," କୃଷ୍ଣ କୁହଁନ୍ତି । ତେବେ ଯଦି ମୁଁ ବୁଦ୍ଧିମାନ, ତେବେ ମୁଁ ଦେଖିପାରେ ଯେ "ଯଦି ତାହା ଜୀବନର ଲକ୍ଷ୍ୟ, କି ଅନେକ ଅନେକ ଜନ୍ମ ପରେ ଜଣେ କୃଷ୍ଣଙ୍କର ଶରଣାଗତ ହୁଏ, କାହିଁକି ମୁଁ ତୂରନ୍ତ ଆତ୍ମସମର୍ପଣ ନ କରିବି?" ଏହା ହେଉଛି ବୁଦ୍ଧିମତା । ଯଦି ଏହା ଏକ ତଥ୍ୟ ଯେ, ଜଣକୁ ଏହି ସାରାଂଶରେ ପହଞ୍ଚିବାକୁ ହେବ, ଅନେକ, ଅନେକ ଜନ୍ମରେ, ଜ୍ଞାନ ବିକସିତ କରିବା ପରେ, ତେବେ ତୂରନ୍ତ ଏହାକୁ ସ୍ଵୀକାର କାହିଁକି ନ କରିବା? ଯଦି ଏହା ତଥ୍ୟ କାହିଁକି ମୁଁ ଅନେକ ଅନେକ ଜନ୍ମ ପାଇଁ ଅପେକ୍ଷା କରିବି?

ତେବେ ସେଥିପାଇଁ ସ୍ଵଳ୍ପ ବୁଦ୍ଧିମତା ଆବଶ୍ୟକ । ଏହା ଅନେକ ଅନେକ ଜନ୍ମ ଆବଶ୍ୟକ କରେ ନାହିଁ । ଏହା ସ୍ଵଳ୍ପ ବୁଦ୍ଧିମତା ଆବଶ୍ୟକ କରେ । ଏହି କୃଷ୍ଣ ଚେତନାକୁ ଗମ୍ଭୀର ଭାବରେ ନିଅ; ତୁମ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ । ବର୍ତ୍ତମାନ, ତୁମେ ଯଦି ଏଥିରେ ବିଶ୍ଵାସ ନ କର, ତେବେ ତର୍କ କର, ତତ୍ତ୍ଵଜ୍ଞାନକୁ ଆସ, ବିବେକ ବୁଦ୍ଧିକୁ ଆସ । ଯୁକ୍ତି କରି ଚାଲ । ବହୁତ ସାରା ପୁସ୍ତକ ଅଛି । ଦୃଢ଼ ନିଶ୍ଚୟୀ ହୁଅ । ତୁମେ ଏହା ଶିଖି ପାରିବ । ଭଗବଦ୍ ଗୀତାରେ ସମସ୍ତ ଉତ୍ତର ଅଛି । ତୁମେ ଏହାକୁ ତୁମର ବୁଦ୍ଧି ବିବେକ ଦ୍ଵାରା ବୁଝି ପାରିବ, ତୁମର ଯୁକ୍ତି ଦ୍ଵାରା । ଏହା ମୁକ୍ତ ଅଟେ । (ଭାଙ୍ଗୀବା) ଠିକ୍ ଯେପରି ଅର୍ଜୁନ । ଅର୍ଜୁନଙ୍କୁ ଭଗବଦ୍ ଗୀତା ଶିଖା ଯାଇଥିଲା, କେତେ ସମୟରେ? ବେଶୀରେ ବେଶୀ, ଅଧ ଘଣ୍ଟା ଭିତରେ । କାରଣ ସେ ଭାରୀ ବୁଦ୍ଧିମାନ । ଏହି ଭଗବଦ୍ ଗୀତା, ସାରା ଦୁନିଆର ଲୋକ ପଢ଼ୁଛନ୍ତି । ଅତି, ଭାରୀ ବିଦ୍ଵାନ, ଜ୍ଞାନୀ ଲୋକମାନେ, ସେମାନେ ପଢ଼ୁଛନ୍ତି । ସେମାନେ ବୁଝିବାକୁ ଚେଷ୍ଟା କରୁଛନ୍ତି, ବିଭିନ୍ନ ଅର୍ଥ ବିଘଟନ କରି । ହଜାରେ ହଜାରେ ସଂସ୍କରଣ ଅଛି, ଟିପ୍ପଣୀଗୁଡ଼ିକ । କିନ୍ତୁ ଅର୍ଜୁନ ବୁଦ୍ଧିମାନ ଥିଲେ, ସେ ଏହାକୁ ଅଧଘଣ୍ଟା ଭିତରେ ବୁଝି ଗଲେ ।

ତେବେ ଏହା ପାଇଁ ସାପେକ୍ଷିକ ବୁଦ୍ଧିମତା ଆବଶ୍ୟକ । ସବୁକିଛି, ଏହି ଦୁନିଆ ହେଉଛି ସାପେକ୍ଷିକ । ସାପେକ୍ଷିକ ନିୟମ । ତାହା ହେଉଛି ବୈଜ୍ଞାନିକ । ଅଧ୍ୟାପକ ଆଇନଷ୍ଟାଇନଙ୍କର ସିଦ୍ଧାନ୍ତ? ସାପେକ୍ଷିକ ନିୟମ? ତେବେ ଏହା ହେଉଛି ସାପେକ୍ଷିକ । ଜଣେ ଏକ କ୍ଷଣ ମଧ୍ୟରେ ତୂରନ୍ତ କୃଷ୍ଣ ଚେତନାଶୀଳ ହୋଇପାରିବ, ଏବଂ ଜଣେ ଅନେକ, ଅନେକ ଜନ୍ମ ପରେ କୃଷ୍ଣ ଚେତନାଶୀଳ ହୋଇପାରେ ନାହିଁ । ତେବେ ଏହା ହେଉଛି ସାପେକ୍ଷିକ । ଯଦି ତୁମ ପାଖରେ ଯଥଷ୍ଟେ ବୁଦ୍ଧିମତା ଅଛି, ତୁମେ ଏହାକୁ ତୂରନ୍ତ ସ୍ଵୀକାର କରି ପାରିବ । ଯଦି ସ୍ଵଳ୍ପ ବୁଦ୍ଧି ଅଛି, ତେବେ ଏହା ସମୟ ନେବ । ତୁମେ କହିପାରିବ ନାହିଁ ଯେ "ଏତେ ସାରା ବର୍ଷ ପରେ ଏହା ସମ୍ଭବ ।" ତାହା କୁହାଯାଇ ପାରିବ ନାହିଁ । ଏହା ହେଉଛି ସାପେକ୍ଷିକ । ସବୁକିଛି ସାପେକ୍ଷିକ । ଏକ ମନୁଷ୍ୟ ପାଇଁ, ଏଠାରୁ ସେଠାକୁ, ଏକ ପାଦ; ଏବଂ ଏକ ସୂକ୍ଷ୍ମ ଜୀବ ପାଇଁ, ଏହା ଦଶ ମାଇଲ୍ ଦୂର ଏଠାରୁ ସେଠାକୁ, ତା ପାଇଁ ଦଶ ମାଇଲ୍ ଦୂର । ତେବେ ସବୁକିଛି ସାପେକ୍ଷିକ । ଏହି ଦୁନିଆ ହେଉଛି ସାପେକ୍ଷିକ ଦୁନିଆ । ଏପରି କୌଣସି ସୂତ୍ର ନାହିଁ ଯେ, "ଜଣେ ଏତେ ସାରା ଜନ୍ମ ପରେ କୃଷ୍ଣ ଚେତନାଶୀଳ ହୋଇପାରିବ ।" ନା । ଏପରି କୌଣସି ସୂତ୍ର ନାହିଁ । ଏପରିକି ଜଣେ ଦଶ ଲକ୍ଷ ଜନ୍ମ ପରେ ମଧ୍ୟ କୃଷ୍ଣ ଚେତନାଶୀଳ ହୋଇପାରିବ ନାହିଁ, ଏବଂ ଜଣେ ଏକ କ୍ଷଣରେ କୃଷ୍ଣ ଚେତନାଶୀଳ ହୋଇଯାଏ । କିନ୍ତୁ ଆପର ପକ୍ଷରେ, ଆମେ ଏହି ଜୀବନରେ କୃଷ୍ଣ ଚେତନାଶୀଳତାରେ ପୂର୍ଣ୍ଣ ହୋଇ ପାରିବା ଯଦି ଆମେ ଏହାକୁ ଗମ୍ଭୀରତାର ସହିତ ନେବା । ବିଶେଷକରି ତୁମେ ସମସ୍ତେ ଯୁବକମାନେ । ଆମେ ଆଶା କରୁ କି ତୁମେ ପଚାଶ ବର୍ଷ ଅଧିକ ବଞ୍ଚିବ । ଓ, ତାହା ଯଥେଷ୍ଟ ସମୟ । ଯଥେଷ୍ଟ । ଯଥେଷ୍ଟରୁ ଅଧିକ । ଯଥେଷ୍ଟରୁ ଅଧିକ । ଯଦି ଜଣେ ପଚାଶ ବର୍ଷ ପର୍ଯ୍ୟନ୍ତ କେବଳ ହରେ କୃଷ୍ଣ ମନ୍ତ୍ର ଜପ କରେ, ହରେ କୃଷ୍ଣ, ସେ ନିଶ୍ଚିତ ରୂପରେ ପୂର୍ଣ୍ଣ ହୋଇଯିବ । ଏହା ବିଷୟରେ କୌଣସି ସନ୍ଦେହ ନାହିଁ । ଯଦି ସେ କେବଳ ଏହି ମନ୍ତ୍ର ଜପ କରେ, ହରେ କୃଷ୍ଣ, ଓ, ଏହା ବିଷୟରେ କୌଣସି ସନ୍ଦେହ ନାହିଁ ।