OR/Prabhupada 0356 - ଆମେମାନେ ମନଇଛା କାମ କରୁ ନାହୁଁ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ



Lecture at World Health Organization -- Geneva, June 6, 1974

ପ୍ରଭୁପାଦ: କଥା ହେଉଛି ଯେ ସରକାରଙ୍କର କର୍ତ୍ତବ୍ୟ ହେଉଛି ଏହା ଦେଖିବା କେହି ବେରୋଜଗାର ନ ରହିବେ । ତାହା ହେଉଛି ଭଲ ସରକାର । କେହି ବେରୋଜଗାର ରହିବେ ନାହିଁ । ତାହା ହେଉଛି ବୈଦିକ ପ୍ରଣାଳୀ । ସମାଜକୁ ଚାରି ଭାଗରେ ବିଭକ୍ତ କରାଯାଇଛି: ବ୍ରାହ୍ମଣ, କ୍ଷେତ୍ରିୟ, ବୈଶ୍ୟ, ଶୂଦ୍ର । ଏବଂ ଏହା ହେଉଛି ସରକାରଙ୍କର କର୍ତ୍ତବ୍ୟ କିମ୍ଵା ରାଜାଙ୍କର କି ସେମାନେ ଦେଖିବେ ବ୍ରାହ୍ଣଣ ବ୍ରାହ୍ମଣ ହେବାର କାର୍ଯ୍ୟ କରୁଛି, ଏବଂ କ୍ଷେତ୍ରିୟିର କର୍ତ୍ତବ୍ୟ ହେଉଛି, ଓ, କ୍ଷେତ୍ରିୟ, ତାର କର୍ତ୍ତବ୍ୟ ହେଉଛି କ୍ଷେତ୍ରିୟର କର୍ତ୍ତବ୍ୟ । ସେହିପରି, ବୈଶ୍ୟ... ତେବେ ଏହା ହେଉଛି ସରକାରଙ୍କର କର୍ତ୍ତବ୍ୟ ଏହା ଦେଖିବା ଯେ କାହିଁକି ଲୋକମାନେ ବେରୋଜଗାର ଅଛନ୍ତି । ତେବେ ପ୍ରଶ୍ନର ସମାଧାନ ହୋଇଯିବ ।

ଅତିଥି: କିନ୍ତୁ ସେମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ସରକାରରେ ଅଛନ୍ତି ।

ପ୍ରଭୁପାଦ: ଓ?

ଅତିଥି: ସେମାନେ ମଧ୍ୟ...ଆରୋପିତ ଲୋକ, ପଇସାବାଲା ଲୋକ, ଜମିଦାର, ସେମାନଙ୍କର ସରକାରରେ ଏକ ଶକ୍ତ ମତାଧିକାର ଅଛି ।

ପ୍ରଭୁପାଦ: ନା । ତାହା, ତାହାର ଅର୍ଥ ଖରାପ ସରକାର ।

ଅତିଥି: ହଁ । ତାହା ସତ୍ୟ ।

ପ୍ରଭୁପାଦ: ତାହା ହେଉଛି ଖରାପ ସରକାର । ଅନ୍ୟଥା ଏହା ହେଉଛି ସରକାରଙ୍କର କର୍ତ୍ତବ୍ୟ ଏହା ଦେଖିବା ଯେ ସମସ୍ତେ ରୋଜଗାର କରୁଛନ୍ତି ।

ଅତିଥି: ମୁଁ ସେହି ଦିନ ପାଇଁ ଅପେକ୍ଷା କରିଛି, ଯେଉଁ ଦିନ କୃଷ୍ଣ ଚେତନା ଆନ୍ଦୋଳନ ଏକ ବାସ୍ତବିକ କ୍ରାନ୍ତିକାରୀ ଆନ୍ଦୋଳନ ହୋଇଯିବ ଯାହା ସମାଜର ମୁଖ ପରିବର୍ତ୍ତନ କରିଦେବ ।

ପ୍ରଭୁପାଦ: ହଁ । ମୁଁ ଭାବୁଛି ଏହା କ୍ରାନ୍ତି ଆଣିବ, କାରଣ ଆମେରିକୀୟ ଏବଂ ଇଉରୋପୀୟ ଯୁବକମାନେ, ସେମାନେ ହାତକୁ ନେଇଛନ୍ତି । ମୁଁ ସେମାନଙ୍କୁ ପରିଚିତ କରାଇଛି । ତେଣୁ ମୁଁ ଆଶା କରୁଛି ଯେ ଇଉରୋପୀୟ ଏବଂ ଆମେରିକୀୟ ବାଳକମାନେ, ସେମାନେ ଭାରୀ ବୁଦ୍ଧିମାନ, ଏବଂ ସେମାନେ କିଛି ବି ଗମ୍ଭୀରତାର ସହ ନେଉଛନ୍ତି । ଯେପରିକି... ବର୍ତ୍ତମାନ ଆମେ କିଛି ବର୍ଷ ହେଲା କାମ କରୁଛୁ, ପାଞ୍ଚ, ଛଅ ବର୍ଷ । ତଥାପି, ଆମେ ପୁରା ବିଶ୍ଵରେ ଏହି ଆନ୍ଦୋଳନ ବିସ୍ତାର କରିଛୁ । ତେଣୁ ମୁଁ ଅନୁରୋଧ କରୁଛି...ମୁଁ ହେଉଛି ବୃଦ୍ଧ ବ୍ୟକ୍ତି । ମୁଁ ମରିଯିବି । ଯଦି ସେମାନେ ଗମ୍ଭୀରତାର ସହିତ ନେବେ, ଏହା ଚାଲିବ, ଏବଂ କ୍ରାନ୍ତି ହେବ । କାରଣ ଆମେମାନେ ମନଇଛା କାମ କରୁ ନାହୁଁ, ଅସ୍ଥିର ହୋଇ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ । ଏବଂ ଆମେମାନେ...ଆମର କାର୍ଯ୍ୟକ୍ରମ ହେଉଛି ଏହି ଆକାରର ଅତି କମରେ ଶହେଟି ପୁସ୍ତକ ମୁଦ୍ରଣ କରିବା । ସେଥିରେ ଅନେକ ସୂଚନା ଅଛି । ସେମାନେ ଏହି ସମସ୍ତ ପୁସ୍ତକ ପଢ଼ି ପାରିବେ ଏବଂ ସୂଚନା ପାଇପାରିବେ । ଏବଂ ବର୍ତ୍ତମାନ ଆମେ ମାନ୍ୟତା ପ୍ରାପ୍ତ ହେଉଛୁ । ବିଶେଷ କରି ଆମେରିକାରେ, ଉଚ୍ଚ ସ୍ତରରେ, ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟରେ, ସେମାନେ ବର୍ତ୍ତମାନ ଏହି ପୁସ୍ତକଗୁଡ଼ିକୁ ପଢ଼ୁଛନ୍ତି, ଏବଂ ସେମାନେ ପ୍ରଶଂସା କରୁଛନ୍ତି । ତେବେ ଆମେ ଅାମ ତରଫରୁ ପୁରା ଚେଷ୍ଟା କରୁଛୁ, ସାହିତ୍ୟକୁ ପରିଚିତ କରାଇବା ପାଇଁ । ବ୍ୟବହାରିକ ରୂପରେ କାମ କରି, ନିର୍ଦ୍ଦେଶ ଦେଇ, ଯେତେ ଦୂର ସମ୍ଭବ ହୋଇପାରିବ । କିନ୍ତୁ ମୁଁ ଭାବୁଛି ଯଦି, ଏହି ବାଳକମାନେ, ଯୁବକମାନେ, ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିବେ, ଏହା କ୍ରାନ୍ତି ଆଣିବ ।