OR/Prabhupada 0358 - ଏହି ଜୀବନରେ ଆମେ ଏକ ସମାଧାନ କରିବୁ । ଆଉ ଅଧିକ ନୁହେଁ । ଆଉ ଆସିବୁ ନାହିଁ



Lecture on BG 7.14 -- Hamburg, September 8, 1969

ବର୍ତ୍ତମାନ, ଆମକୁ କେଉଁ ପ୍ରକାରର ମୃତ୍ୟୁ ମିଳିବ? ଠିକ୍ ବିଲେଇ ଏବଂ କୁକୁରମାନଙ୍କ ପରି? ତେବେ ଏହି ମନୁଷ୍ୟ ରୂପି ଜୀବନର ଉପଯୋଗ କ'ଣ? ବିଲେଇ ଏବଂ କୁକୁରମାନେ, ସେମାନଙ୍କୁ ଶରୀର ମିଳିଛି । ସେମାନଙ୍କର ମଧ୍ୟ ମୃତ୍ୟୁ ହେବ । ଏବଂ ମୋତେ ଶରୀର ମିଳିଛି; ମୋର ମଧ୍ୟ ମୃତ୍ୟୁ ହେବ । ତେବେ ମୁଁ କ'ଣ ବିଲେଇ ଏବଂ କୁକୁରମାନଙ୍କ ପରି ମୃତ୍ୟୁବରଣ କରିବା ପାଇଁ ହୋଇଛି? ତେବେ ମୁଁ କି ପ୍ରକାରର ମନୁଷ୍ୟ? ନା । ଶାସ୍ତ୍ର କୁହଁନ୍ତି ଯେ ଲବ୍ଧ ସୁ-ଦୁର୍ଲଭମ୍ ଇଦମ ବହୁ ସମ୍ଭବାନ୍ତେ । ଶରୀରର ବିଭିନ୍ନ ପ୍ରକାରର ବିକାସ ପରେ... ତୁମେ ବିବର୍ତ୍ତନଶୀଳ ସିଦ୍ଧାନ୍ତ ବୁଝ କି । ଏହା ଡାବ୍ଵିନଙ୍କର ସିଦ୍ଧାନ୍ତ ପରି ନୁହେଁ, କିନ୍ତୁ ଏହି ବିବର୍ତ୍ତନଶୀଳ ପ୍ରକ୍ରିୟା ଅଛି । ତାହା ବୈଦିକ ସାହିତ୍ୟରେ ସ୍ଵୀକାର କରାଯାଏ । ପଶୁମାନଙ୍କର ଜୀବନର ନିଚ୍ଚ ଶ୍ରେଣୀ ଠାରୁ ପଶୁମାନଙ୍କ ଜୀବନର ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ । ତେଣୁ ଏହି ମନୁଷ୍ୟ ଜୀବନକୁ ବୁଝିବା ଉଚିତ୍ । ଆମେ ଏହି ମନୁଷ୍ୟ ଜନ୍ମ ଅନେକ, ଅନେକ ନିଚ୍ଚ ଶ୍ରେଣୀର ଜନ୍ମ ପରେ ପାଇଛୁ । ଲବ୍ଧ ସୁ-ଦୁର୍ଲଭମ । ଏବଂ ଏହା ଅତ୍ୟନ୍ତ ଦୁର୍ଲଭ । ତୁମେ ଗଣ, ଯେଉଁମାନେ ଜୀବବିଜ୍ଞାନୀ ଅଟ, ତୁମେ ଗଣ କେତେ ପ୍ରକାରର ଜୀବ ଅଛନ୍ତି । ୮,୪୦୦,୦୦୦ ପ୍ରଜାତିର ଜୀବନ ଅଛି । ସେ ଭିତରୁ, ମନୁଷ୍ୟ ଅତିକମ୍ ମାତ୍ରାରେ ଅଛନ୍ତି । ୮,୪୦୦,୦୦୦ ମଧ୍ୟରୁ ମନୁଷ୍ୟ ଜୀବନର ପ୍ରଜାତି ହେଉଛି ୪୦୦,୦୦୦; ଅନ୍ୟ ପଶୁମାନଙ୍କ ସହିତ ତୁଳନାରେ, ଅତିକମ୍ ମାତ୍ରା । ସେମାନଙ୍କ ମଧ୍ୟରୁ, ଅସଭ୍ୟ ବ୍ୟକ୍ତି ଅଛନ୍ତି, ଅନେକ । ସେମାନେ ପ୍ରାୟତଃ ପଶୁ । ତାପରେ ସଭ୍ୟ ରୂପ ମାନୁଷ୍ୟର, ଯେପରିକି ଆମେ । ସେମାନଙ୍କ ମଧ୍ୟରୁ, ସେମାନେ ଜାଣି ନାହାଁନ୍ତି... ଅନେକ, ସେମାନେ ଜାଣି ନାହାଁନ୍ତି ଆଧ୍ୟାତ୍ମିକ ଜୀବନ କ'ଣ । ମନୁଷ୍ୟାଣାଂ । ତାହା ମଧ୍ୟ ଭଗବଦ୍ ଗୀତାରେ କୁହାଯାଇଛି: ମନୁଷ୍ୟାଣାଂ ସହସ୍ରେଷୁ (BG 7.3) । ଅନେକ ହଜାର ମନୁଷ୍ୟମାନଙ୍କ ମଧ୍ୟରୁ, ଜଣେ ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଆଗ୍ରହିତ ଥାଏ । ସମସ୍ତେ ନୁହଁନ୍ତି । ସମସ୍ତେ, ସେମାନେ ଏପରିକି ଜାଣି ନ ଥାନ୍ତି ସମସ୍ୟା କ'ଣ । ନା ସେମାନେ ଏହା ପାଇଁ ଖାତିର କରନ୍ତି । ସେମାନେ ଭାବନ୍ତି, "ଠିକ୍ ଅଛି, ଅସୁବିଧା ହେଉ । ଆମେ ଏହି ଜୀବନ ପାଇଛୁ, ଆମକୁ ଇନ୍ଦ୍ରିୟଗୁଡ଼ିକୁ ଉପଭୋଗ କରିବାକୁ ଦିଅ ।" ତେଣୁ ସେମାନେ ପ୍ରାୟତଃ ପଶୁ । କିନ୍ତୁ ଯେଉଁମାନେ ସମସ୍ୟାର ସମାଧାନ କରିବା ପାଇଁ ଜିଜ୍ଞାସୁ, ସେମାନଙ୍କୁ ବାସ୍ତବରେ ମନୁଷ୍ୟ ରୂପରେ ସ୍ଵୀକାର କରାଯାଏ । ଅନ୍ୟମାନେ, ସେମାନେ ମନୁଷ୍ୟ ବି ନୁହଁନ୍ତି । ସେମାନେ ପ୍ରାୟତଃ ପଶୁ ।

ତେବେ ତୁମକୁ ଏହି ସୁଯୋଗ ମିଳିଛି । ଏହି ଶରୀରର ଠିକ୍ ଭାବରେ ଉପଯୋଗ କରାଯିବା ଉଚିତ୍, କିପରି ସମସ୍ୟାର ସମାଧାନ କରାଯିବ । ଯଦି ଆମେ କେବଳ ଜନ୍ମ ଏବଂ ମୃତ୍ୟୁର ଚକ୍ରର ଢେଉରେ ନିଜକୁ ରଖିବା, ବିଭିନ୍ନ ପ୍ରକାରର ଶରୀର, ତାହା ବହୁତ ଭଲ ବୁଦ୍ଧିମତା ନୁହେଁ । ବୁଦ୍ଧିମତା ନୁହେଁ । ତେଣୁ ଏହି ମନୁଷ୍ୟ ରୂପି ଜୀବନ ଉପଯୋଗ କରାଯିବା ଉଚିତ୍ କି କିପରି ସମସ୍ୟାର ସମାଧାନ କରିବା । ତାହା ହେଉଛି ବୈଦିକ ସଭ୍ୟତା । ସେମାନେ ସମସ୍ୟାଗୁଡ଼ିକର ସମାଧାନରେ ଅଧିକ ଚାପ ଦିଅନ୍ତି, ପ୍ରକୃତ ସମସ୍ୟାଗୁଡ଼ିକ ଉପରେ । ଜୀବନର ଭୌତିକବାଦୀ ପଥ ଅର୍ଥାତ୍ ସମସ୍ୟାଗୁଡ଼ିକୁ ବୃଦ୍ଧି କରିବା ଏବଂ ସୃଷ୍ଟି କରିବା । ତାହା ପୂର୍ଣ୍ଣ ମାନବ ସଭ୍ୟତା ନୁହେଁ । ପୂର୍ଣ୍ଣ ମାନବ ସଭ୍ୟତା ହେଉଛି କି ତୁମେ ଚୁପଚାପ୍, ଏବଂ ଶାନ୍ତ ଭାବରେ ବସିବ, ଏବଂ ଦାର୍ଶନିକ ଭାବରେ ଚିନ୍ତା କରିବ, "କିପରି ଏହି ସମସ୍ୟାର ସମାଧାନ କରାଯିବ? କେଉଁଠାରୁ ମୋତେ ଜ୍ଞାନ ମିଳିବ?" ଏହା ହେଉଛି ମନୁଷ୍ୟ ରୂପ । ସମ୍ପୂର୍ଣ୍ଣ ବୈଦିକ ଉପଦେଶ ହେଉଛି ସେହିପରି । ବର୍ତ୍ତମାନ ସମସ୍ୟାର ଏକ ସମାଧାନ କରିବା ପାଇଁ ତୁମେ ଜୀବନର ଏହି ରୂପକୁ ଉପଯୋଗ କର । ମୃତ୍ୟବରଣ କର ନାହିଁ, ତୁମକୁ ମୃତ୍ୟୁ ଆସିବା ପୂର୍ବରୁ ଏକ ସମାଧାନ ବାହାର କର । ବିଲେଇ ଏବଂ କୁକୁରମାଣଙ୍କ ପରି ମୃତ୍ୟୁବରଣ କର ନାହିଁ । ନା । ଏବଂ ଜଣେ ଯିଏ ଚେଷ୍ଟା କରେ... ବେଦ କୁହଁନ୍ତି, ଏତଦ ବିଦିତ୍ଵା ଯଃ ପ୍ରୟାତି ସ ବ୍ରାହ୍ମଣଃ "ଜଣେ ଯିଏ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପ୍ରୟାସ କରି ମୃତ୍ୟୁବରଣ କରେ, ସେ ହେଉଛି ବ୍ରାହ୍ମଣ ।" ଏବଂ ଯିଏ ବିଲେଇ ଏବଂ କୁକୁରମାନଙ୍କ ପରି ମୃତ୍ୟବରଣ କରେ, ତାକୁ କୃପଣ କୁହାଯାଏ । କୃପଣ ଅର୍ଥାତ୍ ଅତି କମ ବୁଦ୍ଧିମାନ ବ୍ୟକ୍ତି ।

ତେଣୁ ଆମେ ବିଲେଇ ଏବଂ କୁକୁରମାନଙ୍କ ପରି ମୃତ୍ୟୁବରଣ କରିବା ଉଚିତ୍ ନୁହେଁ । ଆମେ ବ୍ରାହ୍ମଣ ପରି ମୃତ୍ୟୁବରଣ କରିବା ଉଚିତ୍ । ଏପରିକି ଏକ ଜନ୍ମରେ ଏହା ସମାଧାନ କରି ନ ପାରିଲେ, ତେବେ ତୁମକୁ ପରବର୍ତ୍ତୀ ଜୀବନରେ ସୁଯୋଗ ମିଳେ । ଠିକ୍ ଯେପରି ଏହି ବାଳକମାନେ ଯେଉଁମାନେ ଆମ ପାଖକୁ ଆସିଛନ୍ତି, ଏହା ବୁଝିବାକୁ ହେବ ଯେ ସେମାନେ ତାଙ୍କର ପୂର୍ବ ଜନ୍ମରେ ମଧ୍ୟ ଚେଷ୍ଟା କରିଥିଲେ ଏହି ସମସ୍ୟାର ସମାଧାନ କରିବା ପାଇଁ, କିନ୍ତୁ ଏହା ସମାପ୍ତ ହୋଇ ପାରିଲା ନାହିଁ । ଅନ୍ୟ ଏକ ସୁଯୋଗ ଅଛି । ଏହି କଥାଗୁଡ଼ିକ ଭଗବଦ୍ ଗୀତାରେ ଉଲ୍ଲେଖ କରାଯାଇଛି । ତେଣୁ ବର୍ତ୍ତମାନ, ଏହି ଜୀବନ, ତୁମେ ଦୃଢ଼ ହେବା ଉଚିତ୍ । ଯେଉଁମାନେ କୃଷ୍ଣ ଚେତନାର ସଂସ୍ପର୍ଶରେ ଆସୁଛନ୍ତି ଏବଂ ପାଳନ କରିବା ପାଇଁ ଦିକ୍ଷା ନେଉଛନ୍ତି, ସେମାନେ ବହୁତ ଦୃଢ଼ ହେବା ଉଚିତ୍ ଯେ "ଏହି ଜୀବନରେ ଆମେ ଏକ ସମାଧାନ କରିବୁ । ଆଉ ଅଧିକ ନୁହେଁ । ଆଉ ଆସିବୁ ନାହିଁ ।" ତାହା ଆମର ସଂକଳ୍ପ ହେବା ଉଚିତ୍ । ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ସେହି ଉଦ୍ଦେଶ୍ୟ ପାଇଁ ହୋଇଛି, ଜୀବନର ସମସ୍ତ ସମସ୍ୟାଗୁଡ଼ିକର ସମାଧାନ କରିବା ଏବଂ ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବା, ଯେଉଁଠାରେ ଆମକୁ ଜ୍ଞାନର ଶାଶ୍ଵତ, ଆନନ୍ଦମୟ ଜୀବନ ମିଳେ । ଏହା ହେଉଛି କୃଷ୍ଣ ଚେତନା ଅନ୍ଦୋଳନର ସାର ।