OR/Prabhupada 0370 - ଯେତେ ଦୁର ମୋ କଥା, ମୁଁ କୌଣସି ଶ୍ରେୟ ନେଉନାହିଁ



Conversation with Prof. Kotovsky -- June 22, 1971, Moscow

ଯେ କୌଣସି ହଠଧର୍ମୀ ଆସନ୍ତୁ, କିନ୍ତୁ ଆମ ପାଖରେ ଆମ ଅସ୍ତ୍ର ଶସ୍ତ୍ର ଅଛି, ବୈଦିକ ପ୍ରମାଣ । ତେଣୁ କେହି ମଧ୍ୟ ଆସିନାହାନ୍ତି । ଖ୍ରୀଷ୍ଟିୟାନ ପାଦ୍ରି ମଧ୍ୟ... ଏପରିକି ଆମେରିକୀୟ ଖ୍ରୀଷ୍ଟିୟାନ ପାଦ୍ରିମାନେ, ସେମାନେ ମଧ୍ୟ ମୋତେ ପସନ୍ଦ କରନ୍ତି । ସେମାନେ କୁହନ୍ତି ଯେ "ଏହି ବାଳକମାନେ, ଆମ ବାଳକମାନେ, ସେମାନେ ଆମେରିକୀୟ, ସେମାନେ ଖ୍ରଷ୍ଥିୟାନ, ସେମାନେ ଇହୁଦୀ । ଏବଂ ଏହି ବାଳକମାନେ ଭଗବାନଙ୍କ ପ୍ରତି ଏତେ ସଂଲଗ୍ନ, ଏବଂ ଆମେ ସେମାନଙ୍କୁ ଉଦ୍ଧାର କରିପାରୁ ନାହୁଁ ?" ସେମାନେ ସ୍ଵୀକାର କରୁଛନ୍ତି । ସେମାନଙ୍କ ପିତାମାନେ, ମାତା ପିତାମାନେ, ମୋ ପାଖକୁ ଆସନ୍ତି । ସେମାନେ ମଧ୍ୟ ଦଣ୍ଡବତ ପ୍ରଣାମ କରନ୍ତି ଏବଂ କୁହନ୍ତି, "ସ୍ଵାମୀଜୀ, ଏହା ଆମର ସୌଭାଗ୍ୟ ଯେ ଆପଣ ଆସିଛନ୍ତି । ଆପଣ ଭଗବଦ୍ ଚେତନାର ଶିକ୍ଷା ଦେଉଛନ୍ତି ।" ତେବେ ତା ପ୍ରତିବାଦେ, ମୋତେ ଅନ୍ୟ ଦେଶମାନଙ୍କଠାରୁ ସ୍ଵାଗତ ମିଳିଛି । ଏବଂ ଭାରତରେ ମଧ୍ୟ, ଯେମିତି ତୁମେ ମୋତେ ପଚାରିଥିଲ ଭାରତ ସମ୍ପର୍କରେ, ଅନ୍ୟ ସମସ୍ତ ପକ୍ଷ, ସେମାନେ ସ୍ଵୀକାର କରୁଛନ୍ତି ଯେ ମୋ ପୂର୍ବରୁ, ଶହ ଶହ ସ୍ଵାମୀମାନେ ସେଠାକୁ ଯାଇଥିଲେ, କିନ୍ତୁ କେହି ଜଣେ ବ୍ୟକ୍ତିକୁ ମଧ୍ୟ କୃଷ୍ଣ ଚେତନାତରେ ଆଣିପାରିନଥିଲେ । ସେମାନେ ତାହା ସ୍ଵୀକାର କରିଛନ୍ତି । ଯେତେ ଦୂର ମୋ କଥା, ମୁଁ କୌଣସି ଶ୍ରେୟ ନେଉନାହିଁ, କିନ୍ତୁ ମୋର ଆତ୍ମବିଶ୍ଵାସ ଅଛି ସେଥିରେ କାରଣ ମୁଁ ବୈଦିକ ଜ୍ଞାନ ମୌଳିକ ରୂପରେ ପ୍ରସ୍ତୁତ କରୁଛି, ବିନା କିଛି ମିଶ୍ରଣରେ, ଏହା ପ୍ରଭାବଯୁକ୍ତ । ତାହା ମୋର ଯୋଗଦାନ । ଠିକ ଯେପରି ତୁମ ପାଖରେ ଉଚିତ ଔଷଧ ଅଛି ଏବଂ ତାକୁ କୌଣସି ରୋଗୀକୁ ଯଦି ପ୍ରଦାନ କର, ତୁମେ ସୁନିଶ୍ଚିତ ଯେ ସେ ଠିକ ହୋଇଯିବ ।