OR/Prabhupada 0386 - ଗୌରାଙ୍ଗେର ଦୁଟି ପଦର ଭାବାର୍ଥ



Purport to Bhajahu Re Mana -- The Cooperation of Our Mind

ଯାର ଧନ ସମ୍ପଦ, ସେଇ ଜାଣେ ଭକ୍ତି-ରସ-ସାର । ଏହା ନରୋତ୍ତମ ଦାସ ଠାକୁରଙ୍କ ଦ୍ଵାରା ରଚିତ ଅନ୍ୟ ଏକ ଗୀତ, ଏବଂ ସେ କୁହଁନ୍ତି ଯେ "ଜଣେ ଯିଏ ଭଗବାନ ଚୈତନ୍ୟଙ୍କର ପାଦପଦ୍ମକୁ ସ୍ଵୀକାର କରି ନେଇଛି, ଅନ୍ୟ ଭାଷାରେ, ଯାହାର ଏକମାତ୍ର ସମ୍ପତି ହେଉଛି, ଭଗବାନ ଚୈତନ୍ୟଙ୍କର ଦୁଇ ପାଦ, ଏହିପରି ବ୍ୟକ୍ତି ଭକ୍ତି ସେବାର ସାର ଜାଣିଥାଏ ବୋଲି ଧରାଯାଏ ।" ସେଇ ଜାଣେ ଭକ୍ତି-ରସ-ସାର । ଭକ୍ତି ସେବାର ତାତ୍ପର୍ଯ୍ୟ କ'ଣ, କିମ୍ଵା ଭକ୍ତି ସେବାର ଭାବ କ'ଣ, ଏକ ବ୍ୟକ୍ତି ଦ୍ଵାରା ବୁଝାଯାଇ ପାରେ ଯିଏ ଭଗବାନ ଚୈତନ୍ୟଙ୍କର ପାଦପଦ୍ମକୁ ସର୍ବସ୍ଵ ରୂପେ ସ୍ଵୀକାର କରେ । ବିଚାର ହେଉଛି ଯେ ବାସ୍ତବରେ ଭଗବାନ ଚୈତନ୍ୟ, ସେ ହେଉଛନ୍ତି ନିଜେ କୃଷ୍ଣ, ଏବଂ ସେ ବ୍ୟକ୍ତିଗତ ଭାବରେ ଜୀବମାନଙ୍କୁ ଭକ୍ତି ସେବା ଶିଖଉଛନ୍ତି । ପ୍ରତ୍ୟକ୍ଷ ଭାବରେ । ସେଥିପାଇଁ ଭକ୍ତି ସେବାର ପ୍ରଣାଳୀ, ଭଗବାନ ଚୈତନ୍ୟଙ୍କ ଦ୍ଵାରା ଯେପରି ଶିଖା ଯାଇଛି, ସବୁଠାରୁ ଭଲ ଅଟେ । ସେଥିରେ କୌଣସି ସନ୍ଦେହ ନାହିଁ । ବିଶେଷଜ୍ଞ, କିମ୍ଵା ମାଲିକ, ସେବକମାନଙ୍କୁ କିପରି କାମ କରାଯାଏ ଶିଖଉଛି । ଯଦି ଜଣେ କିଛି ଯାନ୍ତ୍ରିକ କାର୍ଯ୍ୟର ମାଲିକ ଏବଂ ସେ ବ୍ୟକ୍ତିଗତ ଭାବରେ କିଛି ସହାୟକମାନଙ୍କୁ ଶିଖଉଛି, ସେହି ଶିକ୍ଷା, ଉପଦେଶ, ହେଉଛି ସବୁଠାରୁ ଉତ୍ତମ । ସେହିପରି, ଭଗବାନ କୃଷ୍ଣ ନିଜେ, ଏକ ଭକ୍ତର ଭୂମିକାରେ, ଭକ୍ତି ସେବା ଶିଖଉଛନ୍ତି । ସେଥିପାଇଁ ଭଗବାନ କୃଷ୍ଣଙ୍କ ଦ୍ଵାରା ବନା ଯାଇଥିବା ମାର୍ଗ ଭକ୍ତି ସେବାର ପୂର୍ଣ୍ଣତା ପାଇଁ ସବୁଠାରୁ ସଂଭାବ୍ୟ ମାର୍ଗ ଅଟେ । ସେଇ ଜାଣେ ଭକ୍ତି ରସ ସାର । ସାର ଅର୍ଥାତ୍ ସାରାଶଂ ।

ତାପରେ ସେ କୁହଁନ୍ତି, ଗୌରାଙ୍ଗେର ମଧୁରୀ ଲୀଳା, ଯାର କର୍ଣେ ପ୍ରବେଶିଲା । ବର୍ତ୍ତମାନ ସେ ଭଗବାନ ଚୈତନ୍ୟଙ୍କର ଲୀଳାଗୁଡିକ ଉପରକୁ ଆସୁଛନ୍ତି । ସେ କୁହଁନ୍ତି ଯେ, "ଭଗବାନ ଚୈତନ୍ୟଙ୍କର ଲୀଳାଗୁଡିକ ମଧ୍ୟ ଭଗବାନ କୃଷ୍ଣଙ୍କ ଲୀଳା ପରି ଦିବ୍ୟ ଅଟେ ।" ଯେପରି ଭାଗବତ ଗୀତାରେ ଏହା କୁହା ଯାଇଛି ଯେ ଜଣେ ଯିଏ କେବଳ ବୁଝିପାରେ, ଦିବ୍ୟ ଅବତାର, ଅପ୍ରକଟ ହେବା, କର୍ମ, କୃଷ୍ଣଙ୍କର କାମ, ସେ ତୁରନ୍ତ ଭଗବାନଙ୍କର ସାମ୍ରାଜ୍ୟକୁ ପ୍ରବେଶ କରିବା ପାଇଁ ଯୋଗ୍ୟ ହୋଇଯାଏ । କେବଳ ଲୀଳା ଏବଂ କାର୍ଯ୍ୟ ବୁଝିବା ଦ୍ଵାରା, କୃଷ୍ଣଙ୍କର ଦିବ୍ୟ ଗତିବିଧିଗୁଡିକୁ । ସେହିପରି, ଜଣେ ଯିଏ ଭଗବାନ ଚୈତନ୍ୟଙ୍କର ଲୀଳା ମଧ୍ୟକୁ ପ୍ରବେଶ କରେ, ସେ ତୁରନ୍ତ ହୃଦୟର ସମସ୍ତ ଦୂଷିତ ଭାବନାରୁ ମୁକ୍ତ ହୋଇଯାଏ । ଗୌରାଙ୍ଗେର ମଧୁରୀ ଲୀଳା, ଯାର କର୍ଣେ ପ୍ରବେଶିଲା । କର୍ଣେ ପ୍ରବେଶିଲା ଅର୍ଥାତ୍ ଜଣକୁ କେବଳ ଭଗବାନ ଚୈତନ୍ୟଙ୍କର ସନ୍ଦେଶକୁ ପ୍ରାପ୍ତ କରିବାକୁ ହେବ । କର୍ଣେ ଅର୍ଥାତ୍ କାନରେ । ସନ୍ଦେଶକୁ ବିନମ୍ରତାର ସହିତ ଶୁଣିବା । ତାପରେ ତୁରନ୍ତ ଜଣଙ୍କର ହୃଦୟ ସମସ୍ତ ଭୌତିକ ପ୍ରଦୂଷଣରୁ ମୁକ୍ତ ହୋଇଯିବ ।

ତାପରେ ସେ କୁହଁନ୍ତି: ଯେଇ ଗୌରାଙ୍ଗେର ନାମ ଲୟ, ତାର ହୟ ପ୍ରମୋଦୟ । ଭକ୍ତମାନେ ଚିନ୍ତା କରୁଛନ୍ତି କି କିପରି ଭଗବାନଙ୍କ ପାଇଁ ପ୍ରେମ ବିକସିତ କରିବେ । ନରୋତ୍ତମ ଦାସ ଠାକୁର ଅନୁଗ୍ରହ କରୁଛନ୍ତି ଯେ ଜଣେ ଯିଏ କେବଳ ଜପ କରେ, ଶ୍ରୀ-କୃଷ୍ଣ-ଚୈତନ୍ୟ ପ୍ରଭୁ-ନିତ୍ୟାନନ୍ଦ...ଗୌରାଙ୍ଗ ଅର୍ଥାତ୍ ଏହି ସମସ୍ତ ସହଯୋଗୀମାନଙ୍କ ସହିତ । ଯଥାଶୀଘ୍ର ଆମେ ଗୌରାଙ୍ଗଙ୍କ ବିଷୟରେ କହୁ, ଆମର ଅର୍ଥ ହେଉଛି ପାଞ୍ଚ: ଭଗବାନ ନିତ୍ୟାନନ୍ଦ, ଅଦ୍ଵୈତ, ଗଦାଧର, ଏବଂ ଶ୍ରୀବାସ । ସମସ୍ତେ ଏକା ସହିତ । ତେଣୁ ଯେଇ ଗୌରାଙ୍ଗେର ନାମ ଲୟ, ଯିଏ ଜପ କରେ, ତୁରନ୍ତ ସେ ଭଗବଦ୍ ପ୍ରେମ ବିକସିତ କରେ । ଯେଇ ଗୌରାଙ୍ଗେର ନାମ ଲୟ, ତାର ହୟେ ପ୍ରେମୋଦୟ, ତାରେ ମୁଈ ଜୟ ବୋଲେ ହରି । ନରୋତ୍ତମ ଦାସ ଠାକୁର କୁହଁନ୍ତି "ମୁଁ ତାଙ୍କୁ ସମସ୍ତ ଅଭିନନ୍ଦନ ଦେଉଛି ।" କାରଣ ଏହା ନିଶ୍ଚିତ ଯେ ସେ ଭଗବଦ୍ ପ୍ରେମ ବିକସିତ କରିଛି । ତାପରେ ସେ କୁହଁନ୍ତି, ଗୌରାଙ୍ଗ-ଗୁଣେତେ ଝୁରେ, ନିତ୍ୟ ଲୀଳା ତାର ସ୍ଫୁରେ । ଯିଏ, ଯଦି ସେ କାନ୍ଦେ, କେବଳ ଚୈତନ୍ୟ ମାହାପ୍ରଭୁଙ୍କର ଦିବ୍ୟ ଗୁଣଗୁଡିକୁ ଶୁଣି, ସେ ଥରକରେ ବୁଝିଯାଏ ଯେ ରାଧା ଏବଂ କୃଷ୍ଣଙ୍କ ମଧ୍ୟରେ ପ୍ରେମର ସମ୍ଵନ୍ଧ କ'ଣ ।

ନିତ୍ୟ-ଲୀଳା ଅର୍ଥାତ୍ ଲୀଳା, କିମ୍ଵା ରାଧା ଏବଂ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଆଦାନ ପ୍ରଦାନ । ତାହା ହେଉଛି ଶାଶ୍ଵତ । ତାହା କ୍ଷଣସ୍ଥାୟୀ ନୁହେଁ । ଆମେ ଭାବିବା ଉଚିତ୍ ନୁହେଁ ରାଧା-କୃଷ୍ଣଙ୍କର ଲୀଳା, ପ୍ରେମ ସମ୍ଵନ୍ଧ, ଯୁବକ ଏବଂ ଯୁବତିଙ୍କର କାମ ପରି, ଯାହା ଆମେ ଭୌତିକ ଦୁନିଆରେ ଦେଖୁଛୁ । ଏପରି ପ୍ରେମର ବେପାର କଦାପି ପ୍ରେମର ବେପାର ନାହିଁ । ସେଗୁଡିକ କାମୁକ ଅଟନ୍ତି, ଏବଂ ସେଗୁଡିକ ଶାଶ୍ଵତ ନୁହଁନ୍ତି । ସେଥିପାଇଁ ସେଗୁଡିକ ଭାଙ୍ଗି ଯାଆନ୍ତି । ଆଜି ମୁଁ ଜଣକୁ ପ୍ରେମ କରୁଛି ଏବଂ କାଲି ଏହା ଭାଙ୍ଗି ଯାଉଛି । କିନ୍ତୁ ରାଧା-କୃଷ୍ଣଙ୍କର ଲୀଳା ସେପରି ନୁହେଁ । ଏହା ହେଉଛି ଶାଶ୍ଵତ । ସେଥିପାଇଁ ତାହା ହେଉଛି ଦିବ୍ୟ, ଏବଂ ଏହା ହେଉଛି ଅସ୍ଥାୟୀ । ତେଣୁ ଜଣେ ଯିଏ କେବଳ ଭଗବାନ ଚୈତନ୍ୟଙ୍କର ଲୀଳାରେ ଲୀନ ଅଛି, ସେ ତୁରନ୍ତ ବୁଝିପାରିବ ରାଧା-କୃଷ୍ଣଙ୍କର ପ୍ରେମ ସମ୍ଵନ୍ଧର ବାସ୍ତବ ସ୍ଥିତି କ'ଣ । ନିତ୍ୟ-ଲୀଳା ତାରେ ସ୍ଫୁରେ ସେଈ ୟୟ ରାଧା-ମାଧବ, ସେଈ ୟୟ ବ୍ରଜେନ୍ଦ୍ର ସୁତ ପାଶ । ଏବଂ କେବଳ ତାହା କରିବା ଦ୍ଵାରା, ସେ କୃଷ୍ଣଙ୍କର ଆବାସରେ ପ୍ରବେଶ କରିବା ପାଇଁ ଯୋଗ୍ୟ ହୋଇଯାଏ । ବ୍ରଜେନ୍ଦ୍ରର-ସୂତ । ବ୍ରଜେନ୍ଦ୍ର-ସୂତର ଅର୍ଥ ହେଉଛି ନନ୍ଦ ମାହାରାଜଙ୍କର ପୁତ୍ର ବୃନ୍ଦାବନରେ । ସେ ନିଶ୍ଚିତ ଭାବରେ ତାର ପରବର୍ତ୍ତୀ ଜୀବନରେ କୃଷ୍ଣଙ୍କର ସହଯୋଗୀ ହେବ ।