OR/Prabhupada 0411 - ସେମାନେ ଏକ ଭବ୍ୟ ଟ୍ରକ ନିର୍ମାଣ କରିଛନ୍ତି: ଗଟ, ଗଟ, ଗଟ



Departure Lecture -- Mexico City, February 18, 1975

ଆମେ ଆମ ଘର ଏବଂ ପିତାଙ୍କୁ ଛାଡି ଆସିଛୁ, ଏବଂ ଆମେ ଏହି ଭୌତିକ ଦୁନିଆରେ ପଡ଼ିଛୁ, ଏବଂ ଆମେ ବହୁତ ପୀଡିତ ଅଛୁ । (ହୃଦୟାନନ୍ଦ ଦ୍ୱାରା ସ୍ପେନ ଭାଷାରେ ଅନୁବାଦ ।) ଏହା ହେଉଛି ଠିକ ଏକ ଧନୀ ବ୍ୟକ୍ତିର ପୁତ୍ର ସ୍ୱାଧୀନତା ପାଇଁ ଘର ଛାଡିବା ପରି, ଏବଂ ସମଗ୍ର ଦୁନିଆରେ ବୁଲି, ଅନାବଶ୍ୟକ ଅସୁବିଧା ନେଉଛି । (ସ୍ପାନିସ) ଏକ ଧନୀ ବ୍ୟକ୍ତିର ପୁତ୍ର କିଛି କରିବାର ନାହିଁ । ତାର ପିତାଙ୍କର ସମ୍ପତ୍ତି ତାର ଆରାମଦାୟକ ଜୀବନ ପାଇଁ ଯଥେଷ୍ଟ । (ସ୍ପାନିସ) ତଥାପି, ପଶ୍ଚ୍ୟତ ଦେଶରେ ଆମକୁ ଯେପରି ଉଦାହରଣ ମିଳିଛି, ଅନେକ ଧନୀ ବ୍ୟକ୍ତିମାନଙ୍କର ପୁତ୍ରମାନେ ହିପି ହୋଇ ଯାଉଛନ୍ତି, ଘର ଛାଡ଼ୁଛନ୍ତି ଏବଂ ଅନାବଶ୍ୟକ ଅସୁବିଧା ନେଉଛିନ୍ତି । (ସ୍ପାନିସ) ଆମର ସ୍ଥିତି, ଆମର ଅବଶ୍ୟକତା, ଆମେ ସମସ୍ତେ ଜୀବ ଯେଉଁମାନେ ଏହି ଭୌତିକ ଦୁନିଆରେ ଅଛନ୍ତି, ଏହା ହେଉଛି ଠିକ ସେପିର । (ସ୍ପାନିସ) ଆମେ ସ୍ୱଇଚ୍ଛାରେ ଏହି ଭୌତିକ ଦୁନିଆକୁ ଆସିଛୁ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ । (ସ୍ପାନିସ) ଏବଂ ଇନ୍ଦ୍ରିୟ ସନ୍ତୁଷ୍ଟିରେ ଆମେ ଭୁଲି ଯାଉଛୁ ଆମର ପରମ ପିତା, ଭଗବାନଙ୍କୁ । (ସ୍ପାନିସ) ଭୌତିକ ପ୍ରକୃତିର କାମ ହେଉଛି କେବଳ ଆମକୁ ଜୀବନର ଦୟନୀୟ ଅବସ୍ଥା ଦେବା । (ସ୍ପାନିସ)

କୃଷ୍ଣ ଭୂଲିୟା ଜୀବ ଭୋଗ ବାଞ୍ଛା କରେ
ପାସତେ ମାୟା ତାରେ ଜପତିୟା ଧରେ

ଅର୍ଥାତ ଯଥା ଶୀଘ୍ର ଜୀବ କୃଷ୍ଣଙ୍କ ବିନା, ଭଗବାନଙ୍କ ବିନା, ଜୀବନ ଉପଭୋଗ କରିବାକୁ ଚାହେଁ, ତୁରନ୍ତ ସେ ମାୟାର ପଞ୍ଝାରେ ଫାଶୀ ଯାଏ । (ସ୍ପାନିସ) ଏହା ହେଉଛି ଆମର ସ୍ଥିତି । ଆମେମାନେ ମାୟାର ଅଧୀନରେ ଅଛୁ, ଏବଂ ଆମେ ଏଥିରୁ ମଧ୍ୟ ବାହାରି ପରିବା, ଯେପରି ଏହା ଭଗବଦ-ଗୀତା (BG 7.14) ରେ କୁହାଯାଇଛି, ମମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି: "ଯେ କେହି ମୋତେ ଆତ୍ମ ସମର୍ପଣ କରେ (ସ୍ପାନିସ) ଆମେମାନେ, ସେଥିପାଇଁ, ପୁରା ଦୁନିଆରେ କୃଷ୍ଣ ଚେତନା, କିମ୍ଵା ଭଗବାନ ଚେତନାର ପ୍ରଚାର କରୁଛୁ, ଏବଂ ସେମାନଙ୍କୁ ଶିଖଉଛୁ କିପରି କୃଷ୍ଣଙ୍କୁ ଆତ୍ମସମର୍ପଣ କରାଯିବ, ଏବଂ ଏହିପରି ମାୟାର ପଞ୍ଝାରୁ ବାହାରିବାର ଅଛି । (ସ୍ପାନିସ) ଏହା ବ୍ୟତୀତ ଆମର ଆଉ କିଛି ଇଛା କିମ୍ଵା ଅଭିଳାସା ନାହିଁ । (ସ୍ପାନିସ) ଆମେ ସ୍ପଷ୍ଟ ଭାବରେ କହୁ, "ଏଠାରେ ଭଗବାନ ଅଛନ୍ତି । ତୁମେ ତାଙ୍କୁ ଆତ୍ମ ସମର୍ପଣ କର । ତୁମେ ସର୍ବଦା ତାଙ୍କ ବିଷୟରେ ଚିନ୍ତା କର, ଦଣ୍ଡବତ ପ୍ରଣାମ କର । ତେବେ ତୁମର ଜୀବନ ସଫଳ ହେବ ।" (ସ୍ପାନିସ) କିନ୍ତୁ ଲୋକମାନେ ସାଧାରଣ ଭାବରେ, ସେମାନେ ପାଗଳ ବ୍ୟକ୍ତି ପରି । (ସ୍ପାନିସ) କେବଳ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ, ସେମାନେ ପୁରା ଦିନ ଏବଂ ରାତି କଠିନ ପରିଶ୍ରମ କରୁଛନ୍ତି । ତେଣୁ ଭକ୍ତମାନେ ସେମାନଙ୍କର ଦୁର୍ଦ୍ଦଶା ଦେଖି ବହୁତ ଦୁଃଖିତ । (ସ୍ପାନିସ) ପ୍ରହଲାଦ ମହାରାଜ କହିଥିଲେ ଯେ, "ମୁଁ ଏହି ବ୍ୟକ୍ତିମାନଙ୍କ ପାଇଁ ବହୁତ ଦୁଃଖିତ । ସେମାନେ କିଏ?" ତତୋ ବିମୁଖ-ଚେତସା ମାୟା-ସୁଖାୟ ଭରମ ଉଦବହତୋ ବିମୁଢାନ (ଶ୍ରୀ ଭା ୭.୯.୪୩) । ଏହି ଦୁର୍ଜନମାନେ, ବିମୁଢାନ, ସେମାନେ ଏକ ସଭ୍ୟତା ସୃଷ୍ଟି କରିଛନ୍ତି, ଭବ୍ୟ ସଭ୍ୟତା । ତାହା କ'ଣ? ଠିକ୍ ଯେପରି ବିଶେଷ କରି ତୁମ ଦେଶରେ, ଝାଡୁ କରିବା ପାଇଁ ଏକ ଭବ୍ୟ ଟ୍ରକ । କାମ ହେଉଛି ଝାଡୁ କରିବା, ଏବଂ ତା ପାଇଁ ସେମାନେ ଏକ ଭବ୍ୟ ଟ୍ରକ ନିର୍ମାଣ କରିଲେ: "ଗଟ, ଗଟ, ଗଟ, ଗଟ, ଗଟ, ଗଟ ।" (ସ୍ପାନିସ) ହାତରେ ଝାଡୁ କରାଯାଇ ପାରିବ । ଏତେ ସାରା ଲୋକ ଅଛନ୍ତି । କିନ୍ତୁ ସେମାନେ ସଡକରେ ବୁଲୁଛନ୍ତି, ଏବଂ ଝାଡୁ କରିବା ପାଇଁ ଏକ ବିଶାଳ ଟ୍ରକ ଦରକାର । (ସ୍ପାନିସ) ଏହା ବହୁତ ଶଦ୍ଦ କରୁଛି, ଏବଂ ଏହା ବହୁତ ବିପଦପୂର୍ଣ୍ଣ ମଧ୍ୟ, କିନ୍ତୁ ସେମାନେ ଭାବୁଛନ୍ତି, "ଏହା ହେଉଛି ସଭ୍ୟତାର ଉନ୍ନତି ।" (ସ୍ପାନିସ)

ସେଥିପାଇଁ ପ୍ରହଲାଦ ମାହାରାଜ କହିଛନ୍ତି, ମାୟା-ସୁଖାୟ । ଝାଡୁ କରିବାରୁ ଆରାମ ପାଇବା ପାଇଁ - ଆରାମ ନାହଁ, ଅନ୍ୟ ଅସୁବିଧା ଅଛି - କିନ୍ତୁ ସେମାନେ ଭାବୁଛନ୍ତି, "ବର୍ତ୍ତମାନ ଆମକୁ ଝାଡୁ କରିବାକୁ ପଡିବ ନାହିଁ । ଏହା ବହୁତ ବଡ ଆରାମ ଅଟେ ।" (ସ୍ପାନିସ) ସେହିପରି, ଏକ ସାଧାରଣ ବ୍ଲେଡ ଦାଢି କାଟିବା ପାଇଁ ବ୍ୟବହାର କରାଯାଇ ପାରିବ, ଏବଂ ସେମାନଙ୍କ ପାଖରେ ଏତେ ସାରା ଯନ୍ତ୍ର ଅଛି । (ସ୍ପାନିସ) ଏବଂ ଯନ୍ତ୍ର ତିଆରି କରିବା ପାଇଁ, ଏତେ ସାରା କାରଖାନା । (ସ୍ପାନିସ) ତେଣୁ ଏହିପରି ଭାବରେ ଯଦି ଆମେ ଅଧ୍ୟୟନ କରିବା, ପ୍ରତ୍ୟେକ ଜିନିଷକୁ, ଏହି ପ୍ରକାରର ସଭ୍ୟତାକୁ ଆସୁରିକ ସଭ୍ୟତା କୁହାଯାଏ । (ସ୍ପାନିସ) ଉଗ୍ର-କର୍ମ । ଉଗ୍ର-କର୍ମ ଅର୍ଥାତ କୃତ କାର୍ଯ୍ୟକଳାପ । (ସ୍ପାନିସ)

ତେଣୁ ଭୌତିକ ଆରାମ ପାଇଁ କୌଣସି ଆପତ୍ତି ନାହିଁ, କିନ୍ତୁ ବାସ୍ତବରେ ଆମକୁ ଦେଖିବାକୁ ହେବ ସେଗୁଡିକ ଆରାମ ନା ଦୟନୀୟ ଅବସ୍ଥା । (ସ୍ପାନିସ) ସେଥିପାଇଁ ଆମର ଏହି ମନୁଷ୍ୟ ରୂପି ଜୀବନ ସମୟ ବଞ୍ଚାଇ କୃଷ୍ଣ ଚେତନାରେ ଉନ୍ନତି କରିବା ପାଇଁ ହୋଇଛି । (ସ୍ପାନିସ) ଏହା ଅନାବଶ୍ୟକ ଭାବରେ ନଷ୍ଟ କରିବା ପାଇଁ ହୋଇ ନାହିଁ । (ସ୍ପାନିସ) କାରଣ ଆମେ ଜାଣି ନାହୁଁ ପରବର୍ତ୍ତୀ ମୃତ୍ୟୁ କେତେବେଳେ ଆସିବ । (ସ୍ପାନିସ) ଏବଂ ଯଦି ଆମେ ନିଜକୁ ପରବର୍ତ୍ତୀ ଜୀବନ ପାଇଁ ପ୍ରସ୍ତୁତ ନ କରୁ, ତେବେ ଯେ କୌଣସି ମୂହୁର୍ତ୍ତରେ ଆମେ ମୃତ୍ୟବରଣ କରିବା, ଏବଂ ଭୌତିକ ପ୍ରକୃତି ଦ୍ଵାରା ଦିଆଯାଇ ଥିବା ଏକ ଶରୀର ଆମକୁ ସ୍ଵୀକାର କରିବାକୁ ହେବ । (ସ୍ପାନିସ) ସେଥିପାଇଁ ମୁଁ ଚାହୁଁଛି ଯେ ତୁମେମାନେ ସମସ୍ତେ ଯେଉଁମାନେ ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଯୋଗ ଦେବା ପାଇଁ ଆସିଛ, ସାବଧାନ ହୋଇ ରୁହ ଯେପରିକି ମାୟା ତୁମକୁ କୃଷ୍ଣଙ୍କ ହାତରୁ ଛଡେଇ ନେଇ ପାରିବ ନାହିଁ । (ସ୍ପାନିସ) ଆମେ ନିୟାମକ ସିଦ୍ଧାନ୍ତଗୁଡିକୁ ପାଳନ କରି ନିଜକୁ ସ୍ଥିର ରଖି ପାରିବା, ଏବଂ ଅତିକମରେ ଷୋହଳ ମାଳ ଜପ । ତେବେ ଆମେ ସୁରକ୍ଷିତ । (ସ୍ପାନିସ) ତେବେ ତୁମେ ଜୀବନର ପୂର୍ଣ୍ଣତା ବିଷୟରେ କିଛି ସୂଚନା ପାଇଲ । ଏହାର ଦୁଃବ୍ୟବହାର କର ନାହିଁ । ଏହାକୁ ସ୍ଥିର ରଖିବାକୁ ଚେଷ୍ଟା କର, ଏବଂ ତୁମର ଜୀବନ ସଫଳ ହେବ । (ସ୍ପାନିସ) ଏହି ଆନ୍ଦୋଳନ ଆରାମଦାୟକ ଜୀବନ ପାଇଁ କିଛି ବନ୍ଦ କରେ ନାହିଁ, କିନ୍ତୁ ଏହା ବ୍ୟବସ୍ଥିତ କରେ । (ସ୍ପାନିସ) ତେଣୁ ଯଦି ଆମେ ନିୟାମକ ସିଦ୍ଧାନ୍ତଗୁଡିକୁ ଅନୁସରଣ କରିବା ଏବଂ ଷୋହଳ ମାଳ ଜପ କରିବା, ତାହା ହେଉଛି ଆମର ନିରାପଦ ସ୍ଥିତି । (ସ୍ପାନିସ) ମୁଁ ଭାବୁଛି ତୁମେ ଏହି ନିର୍ଦେଶକୁ ପାଳନ କରିବ । ତାହା ହେଉଛି ମୋର ଇଛା ।

ବହୁତ ବହୁତ ଧନ୍ୟବାଦ । (ସ୍ପାନିସ)

ଭକ୍ତମାନେ: ଜୟ! ଜୟ!