OR/Prabhupada 0415 - ଛଅ ମାସ ମଧ୍ୟରେ ତୁମେ ଭଗବାନ ହୋଇ ଯିବ - ବହୁତ ମୂର୍ଖ ନିଷ୍କର୍ଷ



Lecture & Initiation -- Seattle, October 20, 1968

ତେଣୁ ଏହି ଯୁଗରେ ଜୀବନର ଅବଧି ବହୁତ ଅନିଶ୍ଚିତ । ଯେ କୌଣସି ସମୟରେ ଆମେ ମୃତ୍ୟବରଣ କରିବା । କିନ୍ତୁ ଏହି ଜୀବନ, ଏହି ମନୁଷ୍ୟ ରୂପି ଜୀବନ, ଏକ ଉକ୍ତୃଷ୍ଟ ଲାଭ ପାଇଁ ହୋଇଛି । ତାହା କ'ଣ? ଆମ ଜୀବନର ଦୟନୀୟ ଅବସ୍ଥାର ଏକ ସ୍ଥାୟୀ ସମାଧାନ କରିବା ପାଇଁ । ଏଥିରେ...ଯେ ପର୍ଯ୍ୟନ୍ତ ଆମେ ଏହି ଭୌତିକ ରୂପରେ ଅଛୁ, ଏହି ଶରୀର, ଆମେ ଏକ ଶରୀରରୁ ଅନ୍ୟ ଏକ ଶରୀରକୁ ବଦଳିବାକୁ ହେବ, ଏକ ଶରୀରରୁ ଅନ୍ୟ ଏକ ଶରୀରକୁ । ଜନ୍ମ-ମୃତ୍ୟୁ-ଜରା-ବ୍ୟାଧୀ (BG 13.9) । ବାରମ୍ବାର ଜନ୍ମ, ବାରମ୍ଵାର ମୃତ୍ୟୁ । ଆତ୍ମା ଅମର ଅଟେ, ଶାଶ୍ଵତ, କିନ୍ତୁ ବଦଳୁଛି, ଯେପରି ତୁମେ ବସ୍ତ୍ର ବଦଳଉଛ । ତେଣୁ ଏହି ସମସ୍ୟା ଉପରେ ସେମାନେ ଧ୍ୟାନ ଦିଅନ୍ତି ନାହିଁ, କିନ୍ତୁ ଏହା ହେଉଛି ଏକ ଅସୁବିଧା । ମନୁଷ୍ୟ ଜୀବନ ଏହି ସମସ୍ୟାର ସମାଧାନ କରିବା ପାଇଁ ହୋଇଛି, କିନ୍ତୁ ତାଙ୍କ ପାଖରେ ନା ଜ୍ଞାନ ଅଛି, ନା ସେମାନେ ଏହି ସମସ୍ୟାଗୁଡିକର ସମାଧାନ କରିବା ପାଇଁ ବହୁତ ଗମ୍ଭୀର ଅଛନ୍ତି । ତେବେ ଅବଧି, ଯଦି ତୁମକୁ ଜୀବନର ଏକ ଲମ୍ଵା ଅବଧି ମିଳେ, ତେବେ ସୁଯୋଗ ଅଛି ତୁମେ କାହା ସହିତ ମିଶି ପାରିବ, ତୁମେ କିଛି ଭଲ ସଙ୍ଗ ସହିତ ମିଶି ପାର ଯେ ତୁମେ ତୁମର ଜୀବନର ସମାଧାନ କରି ପାରିବ । କିନ୍ତୁ ବର୍ତ୍ତମାନ ତାହା ମଧ୍ୟ ଅସମ୍ଭବ କାରଣ ଆମର ଜୀବନର ଅବଧି ଅତି କମ । ପ୍ରାୟେଣ ଅଳ୍ପଆୟୁଶଃ ସଭ୍ୟ କଳୌ ଅସ୍ମିନ ଯୁଗେ ଜନାଃ ମନ୍ଦାଃ । ଏବଂ ଯାହା କିଛି ଜୀବନର ଅବଧି ଆମକୁ ମିଳିଛି, ଆମେ ଭଲ ଭାବରେ ଉପଯୋଗ କରୁ ନାହୁଁ । ଆମେ ଏହି ଜୀବନ ପଶୁ ପରି ଉପଯୋଗ କରୁଛ, କେବଳ ଖାଉଛୁ, ଶୋଉଛୁ, ମୈଥୁନ ଏବଂ ଆତ୍ମରକ୍ଷା । ବାସ୍ । ଏହି ଯୁଗରେ, ଯଦି କେହି ପେଟ ପୁରା ଖାଏ, ସେ ଭାବୁଛି, "ଓ, ମୋର ଦିନର କାର୍ଯ୍ୟ ସମାପ୍ତ ହୋଇ ଯାଇଛି ।" ଯଦି କେହି ଏକ ସ୍ତ୍ରୀ ଏବଂ ଦୁଇ କିମ୍ଵା ତିନି ସନ୍ତାନର ଲାଳନ ପାଳନ କରେ, ଧରା ଯାଏ ଯେ ସେ ବହୁତ ବଡ ବ୍ୟକ୍ତି । ସେ ଏକ ପରିବାରର ଲାଳନ ପାଳନ କରୁଛି । କାରଣ ଅଧିକାଂଶ ସେମାନେ କୌଣସି ପରିବାର ବିନା, କୌଣସି ଦାୟିତ୍ଵ ବିନା ଅଛନ୍ତି । ଏହା ହେଉଛି ଏହି ଯୁଗର ଲକ୍ଷଣ ।

ଯଦିଓ ଆମକୁ ଅଳ୍ପ ଆୟୁର ଜୀବନ ମିଳିଛି, ଆମେ ଅତି ଗମ୍ଭୀର ନାହୁଁ, ମଂଦାଃ, ବହୁତ ଧିରେ । ଠିକ୍ ଯେପରି, ଆମେ ଏଠାରେ କୃଷ୍ଣ ଚେତନା ଆନ୍ଦୋଳନର ପ୍ରଚାର କରୁଛୁ । କେହି ଗମ୍ଭୀର ନାହାଁନ୍ତି, ଏହି ଆନ୍ଦୋଳନ ବିଷୟରେ ଜାଣିବା ପାଇଁ କିମ୍ଵା ବୁଝିବା ପାଇଁ । ଏବଂ ଯଦି କେହି ଇଛୁକ, ସେମାନେ ଛଳନାରେ ରହିବାକୁ ଚାହୁଁଛନ୍ତି । ସେମାନେ କିଛି ଶସ୍ତା ଚାହୁଁଛନ୍ତି କିମ୍ଵା ଆତ୍ମାନୁଭୂତି ପାଇଁ କିଛି ଶସ୍ତା । ସେମାନଙ୍କ ପାଖରେ ଟଙ୍କା ଅଛି, ସେମାନେ ଜଣକୁ କିଛି ଶୁଳ୍କ ଦେବା ପାଇଁ ଚାହୁଁଛନ୍ତି, ଏବଂ ଯଦି ସେ କୁହେ ଯେ ମୁଁ ତୁମକୁ କିଛି ମନ୍ତ୍ର ଦେବି ଏବଂ ତୁମେ, ପନ୍ଦର ମିନିଟ୍ ଧ୍ୟାନ କର, ଏବଂ ଛଅ ମାସ ମଧ୍ୟରେ ତୁମେ ଭଗବାନ ହୋଇ ଯିବ," ଏହି ଜିନିଷଗୁଡିକ ସେମାନେ ଚାହୁଁଛନ୍ତି । ମଂଦାଃ ମନ୍ଦ-ମତୟୋ । ମନ୍ଦ-ମତାୟୋ ଅର୍ଥାତ୍ ବହୁତ ମୁର୍ଖ ନିଷ୍କର୍ଷ । ସେମାନେ ଭାବୁ ନାହାଁନ୍ତି ଯେ "ଜୀବନର ସମସ୍ୟାଗୁଡିକର ସମାଧାନ, କେବଳ ପଞ୍ଚତିରିଶି ଡଲାର ଦେଇ କିଣା ଯାଇ ପାରିବ?" ସେମାନେ ଏତେ ମୂର୍ଖ ହୋଇ ଯାଇଛନ୍ତି । କାରଣ ଯଦି ଆମେ ତାହା କହିବା ଯେ ତୁମ ଜୀବନର ସମସ୍ୟାର ସମାଧାନ କରିବା ପାଇଁ ତୁମକୁ ଏହି ସିଦ୍ଧାନ୍ତଗୁଡିକୁ ଅନୁସରଣ କରିବାକୁ ହେବ, "ଓ, ଏହା ବହୁତ କଷ୍ଟକର । ମୋତେ ପଞ୍ଚତିରିଶି ଡଲାର ଦେବାକୁ ଦିଅ ଏବଂ ସମାଧାନ ହୋଇଯିବ । ଏକ ସମାଧାନ ବାହାରିବ ।" ତୁମେ ଦେଖୁଛ? ତେଣୁ ସେମାନେ ଛଳନାରେ ରହିବାକୁ ଚାହୁଁଛନ୍ତି । ସେମାନଙ୍କୁ ମନ୍ଦ-ମତାୟୋ କୁହାଯାଏ । ଏବଂ ଠକ ଆସୁଛନ୍ତି ଏବଂ ସେମାନଙ୍କୁ ଠକୁଛନ୍ତି । ମନ୍ଦଃ ସୁମନ୍ଦ-ମତାୟୋ ମନ୍ଦ-ଭାଗ୍ୟ (SB 1.1.10) । ମନ୍ଦ-ଭାଗ୍ୟ ଅର୍ଥାତ୍ ସେମାନଙ୍କର ଭାଗ୍ୟ ମଧ୍ୟ ଖରାପ । ଏପରିକି ଭଗବାନ ନିଜେ ଆସନ୍ତି ଏବଂ ପ୍ରଚାର କରନ୍ତି, "ଦୟାକରି ମୋ ପାଖକୁ ଆସ," ଓ, ସେମାନେ ଏହା ପାଇଁ ଖାତିର କରନ୍ତି ନାହିଁ । ତୁମେ ଦେଖୁଛ? ସେଥିପାଇଁ ଦୁଃଭାଗ୍ୟ । ଯଦି ଜଣେ ଆସେ ଏବଂ ତୁମକୁ ଏକ ଲକ୍ଷ ଡଲାର ଦିଏ, ଯଦି ତୁମେ କୁହ, "ମୁଁ ଏହା ପସନ୍ଦ କରେ ନାହିଁ," ତେବେ ତୁମେ ହତଭାଗା ନୁହଁ? ତେଣୁ ଚୈତନ୍ୟ ମହାପ୍ରଭୁ କୁହଁନ୍ତି ଯେ

ହରେର୍ନାମ ହରେର୍ନାମ ହରେର୍ନାମେବ କେବଳମ୍
କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିର୍ନ୍ୟଥା
(CC Adi 17.21)

"କେବଳ ଆତ୍ମ ଅନୁଭୂତି ପାଇଁ ତୁମେ ହରେ କୃଷ୍ଣ ଜପ କର ଏବଂ ପରିଣାମ ଦେଖ ।" ନା । ସେମାନେ ସ୍ଵୀକାର କରିବେ ନାହିଁ । ସେଥିପାଇଁ ହତଭାଗା । ଯଦି ତୁମେ ଭଲ କଥା ପ୍ରଚାର କରୁଛ, ସହଜ ପ୍ରକ୍ରିୟା, କିନ୍ତୁ ସେମାନେ ସ୍ଵୀକାର କରିବେ ନାହିଁ, ସେମାନେ ଛଳନାରେ ରହିବା ପାଇଁ ଚାହାଁନ୍ତି... ତୁମେ ଦେଖୁଛ? ମନ୍ଦଃ ସୁମନ୍ଦ-ମତାୟୋ ମନ୍ଦ-ଭାଗ୍ୟା ହି ଉପଦ୍ରତାଃ (SB 1.1.10) । ଏବଂ ଏତେ ସାରା କଥାରୁ ହଇରାଣ - ଏହି ଡ୍ରାପ୍ଟ ବୋର୍ଡ, ଏହି ବୋର୍ଡ, ସେହି ବୋର୍ଡ, ଏହା ତାହା, ଅନେକ ସାରା ଜିନିଷ । ଏହା ହେଉଛି ସେମାନଙ୍କର ସ୍ଥିତି । ଛୋଟ ଜୀବନ, ଅତି ଧିର, କୌଣସି ବୁଝାମଣା ନାହିଁ, ଏବଂ ଯଦି ସେମାନେ ବୁଝିବାକୁ ଚାହୁଁଛନ୍ତି, ସେମାନେ ଛଳନାରେ ରହିବାକୁ ଚାହୁଁଛନ୍ତି, ଏବଂ ଅଶାନ୍ତ । ଏହା ହେଉଛି ବର୍ତ୍ତମାନ ଦିନମାନଙ୍କର ସ୍ଥିତି । ଏହା ଫରକ ପକାଏ ନାହିଁ ତୁମେ ଆମେରିକାରେ ଜନ୍ମ ହୋଇଛ ବା ଭାରତରେ, ଏହା ହେଉଛି ସମ୍ପୂର୍ଣ୍ଣ ସ୍ଥିତି ।