OR/Prabhupada 0423 - ମୁଁ ତୁମ ମାନଙ୍କ ପାଇଁ ଏତେ କଠିନ ପରିଶ୍ରମ କରୁଛି, କିନ୍ତୁ ତୁମେ ଳାଭ ନେଉ ନାହଁ



Lecture on SB 2.9.14 -- Melbourne, April 13, 1972

ତେଣୁ ଏହା ଭାରୀ ଭଲ । ଏଠାରେ ସୁଯୋଗ ଅଛି । ଆମକୁ ସୁଯୋଗ ମିଳେ, ଲକ୍ଷ୍ମୀ । କୃଷ୍ଣଙ୍କୁ କିପରି ସେବା କରିଯାଇପାରିବ । ଲକ୍ଷ୍ମୀ-ସହସ୍ର-ସତ-ସମ୍ଭ୍ରମ-ସେବ୍ୟାମାନମ୍ (Bs 5.29) । ଯଦି ଏକ ଜୀବନକାଳରେ ଚେଷ୍ଟା କରି, ମୋତେ କୃଷ୍ଣଙ୍କର ସାମ୍ରାଜ୍ୟରେ ପ୍ରବେଶ କରିବା ପାଇଁ ସୁଯୋଗ ମିଳୁଛି, ଶାଶ୍ଵତ, ଆନନ୍ଦମୟ ଜୀବନ ପାଇଁ, ଯଦି ମୁଁ ଏହାକୁ ଅସ୍ଵୀକାର କରିବି, ମୁଁ କେତେ ଅଭାଗା । ଏପରିକି ଯଦି ତୁମେ ପତିତ ହେଲେ ମଧ୍ୟ । କିନ୍ତୁ ତୁରନ୍ତ ଏକ ସ୍ଥାନାନ୍ତରିତ ହେବା ପାଇଁ ଏକ ସୁଯୋଗ ଅଛି । କିନ୍ତୁ ସୁଯୋଗ ନ ଥିଲେ ମଧ୍ୟ, ଯଦିଓ ତାହା ପୁରା ହୋଇ ନ ଥିବ, ଯଦିଓ ଏହା ବିଫଳ ହେଲେ ମଧ୍ୟ, ତଥାପି ଏହା କୁହାଯାଉଛି "ଏହା ଶୁଭ ଅଟେ," କାରଣ ପରବର୍ତ୍ତୀ ଜୀବନ ନିଶ୍ଚିତରେ ମନୁଷ୍ୟ ଜୀବନ ମିଳିବ । ଏବଂ ସାଧାରଣ କର୍ମୀ ପାଇଁ, ପରବର୍ତ୍ତୀ ଜୀବନ କ'ଣ? ସେଥିରେ କୌଣସି ସୂଚନା ନାହିଁ । ଯଂ ଯଂ ବାପି ସ୍ମରନ୍ ଲୋକେ ତ୍ୟଜତ୍ୟନ୍ତେ କଳେବରମ୍ (BG 8.6) । ସେ ଏକ ବୃକ୍ଷ ହୋଇପାରେ, ସେ ଏକ ବିଲେଇ ହୋଇପାରେ, ସେ ଏକ ଦେବତା ହୋଇପାରେ । ଦେବତା ଠାରୁ ଅଧିକ ନୁହେଁ । ବାସ୍ । ଏବଂ ଦେବତା କ'ଣ? ସେମାନେ ଉଚ୍ଚ ଗ୍ରହରେ କିଛି ଅବସର ପଆଁନ୍ତି ଏବଂ ପୁନର୍ବାର ପତିତ ହୁଅନ୍ତି । କ୍ଷୀଣେ ପୂଣ୍ୟେ ମର୍ତ୍ତ୍ୟଲୋକଂ ବିଶନ୍ତି । ସମ୍ପତ୍ତି ପରେ, ପୂଣ୍ୟ, ଧାର୍ମିକ କାର୍ଯ୍ୟ, ଧାର୍ମିକ କାର୍ଯ୍ୟର କର୍ମ ଫଳ, ଶେଷ ହୋଇ ଯିବ, ପୁଣି ତଳକୁ ଆସି ଯାଏ । ଆବ୍ରହ୍ମଭୂବନାଲ୍ଲୋକାଃ ପୁନାରାବର୍ତିନୋ ଽର୍ଜୁନ: "ତୁମେ ବ୍ରହ୍ମଲୋକକୁ ଗଲେ ମଧ୍ୟ ଯେଉଁଠାରେ ବ୍ରହ୍ମା ବାସ କରନ୍ତି, ଯାହାର ଏକ ଦିନ ଆମେ ଗଣନା କରି ପାରିବା ନାହିଁ; ଯଦି ତୁମେ ସେଠାକୁ ଯିବ, ତେବେ ସେମାନେ ଫେରି ଆସିବେ ।" ମଦ୍ ଧାମ ଗତ୍ଵା ପୁନର୍ ଜନ୍ମ ନ ବିଦ୍ୟତେ । "କିନ୍ତୁ ଯଦି ତୁମେ ମୋ ପାଖକୁ ଆସିବ, ତେବେ ତୁମକୁ ପୁଣି ତଳକୁ ଆସିବାକୁ ପଡ଼ିବ ନାହିଁ ।" ଏହା ହେଉଛି କୃଷ୍ଣ ଚେତନାର ଅବସର ।

ତ୍ୟକ୍ଵବା ସ୍ଵ ଧର୍ମମ୍ ଚରଣାମ୍ଭୁଜମ୍ ହରେର
ଭଜନ୍ ଅପକ୍ଵୋ ଅଥ ପତେତ୍ ତତୋ ଯଦି
ଯତ୍ର କ୍ଵ ବାଭଦ୍ରମ୍ ଅଭୁଦ ଅମୁସ୍ୟ କିମ୍
କୋ ବାର୍ଥା ଆପ୍ତୋ ଅଭଜତାମ୍ ସ୍ଵ ଧର୍ମତଃ
(SB 1.5.17)
ତସ୍ଵୈବ ହେତୋ ପ୍ରୟତେତ କୋବିଦୋ
ନ ଲଭୟତେ ଯଦ ଭ୍ରମତାମ୍ ଉପରୀ ଅଦଃ
ତଳ୍ ଲଭୟତେ ଦୁଃଖବଦ୍ ଅନ୍ୟତଃ ସୁଖମ୍
କାଳେନ ସର୍ବତ୍ର ଗଭୀର ରମ୍ହସା
(SB 1.5.18)

ତୁମେ ଏହି ସବୁ ପଢ଼ିବା ଉଚିତ୍ । ତୁମେ ପଢ଼ୁ ନାହଁ କି? ଭାଗବତର ପ୍ରଥମ ଅଧ୍ୟାୟରେ ଏହା ସବୁ ବର୍ଣ୍ଣନା କରାଯାଇଛି । କିନ୍ତୁ ତୁମେ ଏହି ସବୁ ପଢ଼ୁଛ ବୋଲି ମୁଁ ଭାବୁ ନାହିଁ । ତୁମେ ପଢ଼ୁଛ କି? ତେବେ ଯଦି ତୁମେ ପଢ଼ିବ ନାହିଁ, ତେବେ ତୁମେ ବ୍ୟାକୁଳତା ଅନୁଭବ କରିବ: "ଓ, ମୋତେ ଜାପାନରୁ ଭାରତ, ଭାରତରୁ ଜାପାନ ଯିବାକୁ ଅଛି ।" ତୁମେ ବ୍ୟାକୁଳ କାରଣ ତୁମେ ପଢ଼ୁ ନାହଁ । ମୁଁ ତୁମ ମାନଙ୍କ ପାଇଁ ଏତେ କଠିନ ପରିଶ୍ରମ କରୁଛି, କିନ୍ତୁ ତୁମେ ଳାଭ ନେଉ ନାହଁ । ଖାଇବା ଏବଂ ଶୋଇବାର ଲାଭ ନିଅ ନାହଁ । ଏହି ପୁସ୍ତକ ଗୁଡ଼ିକର ଲାଭ ନିଅ । ତେବେ ତୁମର ଜୀବନ ସଫଳ ହେବ । ମୋର କର୍ତ୍ତବ୍ୟ - ମୁଁ ତୁମକୁ ଏତେ ସାରା ମୂଲ୍ୟବାନ ଜିନିଷ ଦେଇଛି, ଦିନ ଏବଂ ରାତି ତୁମକୁ ବୁଝେଇବାକୁ ଚେଷ୍ଟା କରୁଛି, ପ୍ରତ୍ୟେକ ଶଦ୍ଦ । ଏବଂ ତୁମେ ଯଦି ଏହାର ଲାଭ ନେବ ନାହିଁ, ତେବେ ମୁଁ ତୁମ ପାଇଁ କ'ଣ କରି ପାରିବି? ଠିକ୍ ଅଛି ।