OR/Prabhupada 0468 - କୃଷ୍ଣଙ୍କର କିପରି ସେବା କରିବେ ତାହା କେବଳ ଅନୁସନ୍ଧାନ କର ଏବଂ ପ୍ରସ୍ତୁତ ରୁହ



Lecture on SB 7.9.9 -- Mayapur, March 1, 1977

ପ୍ରଦ୍ୟୁମ୍ନ: ଅନୁବାଦ: "ପ୍ରହଲ୍ଲା ମହାରାଜ କହି ଚାଲିଲେ: ଜଣେ ହୁଏତ ଅଧିକାରୀ ହୋଇପାରେ, ଧନ, ଏକ ଆଭିମୁଖ୍ୟ ପରିବାର, ସୌନ୍ଦର୍ଯ୍ୟ, ଉତ୍ତମତା, ଶିକ୍ଷା, ସମ୍ବେଦନଶୀଳ ଜ୍ଞାନ, ଉଜ୍ଜ୍ୱଳତା, ପ୍ରଭାବ, ଶାରୀରିକ ଶକ୍ତି, ପରିଶ୍ରମ, ବୁଦ୍ଧି ଏବଂ ରହସ୍ୟମୟ ଯୋଗ ଶକ୍ତି, କିନ୍ତୁ ମୁଁ ଭାବୁଛି ଯେ ଏହି ସମସ୍ତ ଯୋଗ୍ୟତା ଦ୍ୱାରା ମଧ୍ୟ ପରମପୁରୁଷ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ । କିନ୍ତୁ, ଜଣେ କେବଳ ଭକ୍ତି ସେବା ଦ୍ୱାରା ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବ । ଗଜେନ୍ଦ୍ର ଏହା କଲେ ଏବଂ ପ୍ରଭୁ ତାଙ୍କ ଉପରେ ସନ୍ତୁଷ୍ଟ ହେଲେ। "

ପ୍ରଭୁପାଦ:

ମନ୍ୟେ ଧନାଭିଜନ-ରୂପ-ତପଃ-ଶୃତୌଜାସ
ତେଜଃ-ପ୍ରଭାବ-ବଳ-ପୌରୁଷ-ବୁଦ୍ଧୀ-ୟୋଗଃ
ନାରାଧନାୟ ହି ଭବନ୍ତି ପରସ୍ୟ ପୁଂସୋ
ଭକ୍ତ୍ୟା ତୁତୋଷ ଭଗବାନ ଗଜ-ୟୁଥ-ପାୟ
(ଭା. ୭.୯.୯)

ତେଣୁ ଏଗୁଡ଼ିକ ଭୌତିକ ସମ୍ପଦ । (ଅଲଗା :) ଏହା କାମ କରୁନାହିଁ? (ମାଇକ୍ରୋଫୋନ୍ ବାଡେଇଲେ) ହମ୍? ଧନ... ଏହି ସମସ୍ତ ଭୌତିକ ସମ୍ପତ୍ତି ଦ୍ୱାରା କେହି କୃଷ୍ଣଙ୍କୁ ଆକର୍ଷିତ କରିପାରିବେ ନାହିଁ । ଏଗୁଡ଼ିକ ହେଉଛି ଭୌତିକ ସମ୍ପଦ: ଅର୍ଥ, ତାପରେ ମାନବ ଶକ୍ତି (ଜନ), ସୌନ୍ଦର୍ଯ୍ୟ, ଶିକ୍ଷା, ତୀବ୍ରତା, ରହସ୍ୟମୟ ଶକ୍ତି ଇତ୍ୟାଦି । ବହୁତ ଜିନିଷ ଅଛି । ସେମାନେ ପରମପୁରୁଷ ଭଗବାନଙ୍କ ନିକଟକୁ ଯିବାକୁ ସକ୍ଷମ ନୁହଁନ୍ତି । କୃଷ୍ଣ ବ୍ୟକ୍ତିଗତ ଭାବରେ କୁହନ୍ତି, ଭକ୍ତ୍ୟା ମାମ ଅଭିଜାନାତି (ଭ.ଗୀ. ୧୮.୫୫) । ସେ କହି ନାହାନ୍ତି ଏହି ସମସ୍ତ ଭୌତିକ ସମ୍ପତ୍ତି, "ଯଦି ଜଣେ ବହୁତ ଧନୀ ବ୍ୟକ୍ତି, ତେବେ ସେ ମୋର ଅନୁଗ୍ରହ ପାଇ ପାରିବେ।" ନା। କୃଷ୍ଣ ମୋ ପରି ଜଣେ ଗରିବ ଲୋକ ନୁହନ୍ତି, ଯଦି କେହି ମୋତେ କିଛି ଟଙ୍କା ଦିଅନ୍ତି, ତେବେ ମୁଁ ଲାଭବାନ ହେବି । ସେ ଆତ୍ମନିର୍ଭରଶୀଳ, ଆତ୍ମାରାମ । ତେଣୁ ଅନ୍ୟ କାହାର ସାହାଯ୍ୟର ଆବଶ୍ୟକତା ନାହିଁ । ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ, ଆତ୍ମାରାମ । କେବଳ ଭକ୍ତି, ପ୍ରେମ, ତାହା ଆବଶ୍ୟକ ।

ଭକ୍ତିର ଅର୍ଥ ହେଉଛି କୃଷ୍ଣଙ୍କର ସେବା କରିବା । ତାହା କୌଣସି ଉଦ୍ଦେଶ୍ୟ ବିନା । ଅହୈତୁକି ଅପ୍ରତିହତା (ଭା. ୧.୨.୬)। ତାହା ଭକ୍ତି, କୌଣସି ଉଦ୍ୟେଶ ବିନା । ଅନ୍ୟ ଅଭିଳାଷିତା ଶୂନ୍ୟମ ଜ୍ଞାନ-କର୍ମାଦି-ଅନାବୃତଂ ( ଚ.ଚ. ମଧ୍ୟ ୧୯.୧୬୭) ସବୁ ସ୍ଥାନରେ ଶାସ୍ତ୍ରର ଏହି ମତ୍ତ ଯେ, ଭକ୍ତି, କୌଣସି ଉଦ୍ୟେଶ ବିନା କରାଯାଇଥାଏ ।

ଅନ୍ୟାଭିଳାଷିତା ଶୂନ୍ୟମ
ଜ୍ଞାନ-କର୍ମାଦି-ଅନାବୃତଂ
ଆନୁକୂଲ୍ୟେନ କୃଷ୍ଣାନୁ-
ଶୀଳନଂ ଭକ୍ତିର ଉତ୍ତମା
( ଭ.ର.ସି ୧.୧.୧୧)
ସର୍ଵୋପାଧି-ବିନିର୍ମୁକ୍ତଂ
ତତ ପରତ୍ୱେନ ନିର୍ମଲମ
ହୃଷୀକେଣ ହୃଷିକେଶ
ସେଵନଂ ଭକ୍ତିର ଉଚ୍ୟତେ
(ଚ.ଚ. ମଧ୍ୟ ୧.୯.୧୭୦)

ଏହିପରି ଅନେକ ସଂଜ୍ଞା ଅଛି । ଏବଂ ଯଦି ଆମର ଭକ୍ତି ଅଛି, କୃଷ୍ଣଙ୍କ ପାଇଁ ପ୍ରେମ, ତା’ହେଲେ ଆମକୁ ବିପୁଳ ପରିମାଣର ଅର୍ଥ କିମ୍ବା ଶକ୍ତି କିମ୍ବା ଶିକ୍ଷା କିମ୍ବା ଆର୍ଥିକ ଆବଶ୍ୟକତା ନାହିଁ । କୌଣସି ପ୍ରକାରର ନୁହେଁ । କୃଷ୍ଣ କୁହନ୍ତି, ପତ୍ରଂ ପୁଷ୍ପଂ ଫଲଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି (ଭ.ଗୀ. ୯.୨୬)। ସେ ଆମଠାରୁ କିଛି ଆବଶ୍ୟକ କରନ୍ତି ନାହିଁ, କିନ୍ତୁ ସେ ସମସ୍ତଙ୍କୁ ଚାହାଁନ୍ତି, ଯେହେତୁ ସେ କୃଷ୍ଣଙ୍କର ଅଂଶ ବିଶେଷ, ସେ ଦେଖିବାକୁ ଚାହାଁନ୍ତି ଯେ ସମସ୍ତେ ତାଙ୍କ କଥା ମାନନ୍ତି, ସମସ୍ତେ ତାଙ୍କୁ ଭଲ ପାଆନ୍ତି । ତାହା ହେଉଛି ତାଙ୍କର ଆକାଂକ୍ଷା । ଯେପରି ପିତା ବହୁତ ଧନୀ ବ୍ୟକ୍ତି । ସେ ତାଙ୍କ ପୁଅର କୌଣସି ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ, କିନ୍ତୁ ସେ ଚାହାଁନ୍ତି ଯେ ତାଙ୍କ ପୁଅ ଆଜ୍ଞାକାରୀ ଏବଂ ପ୍ରେମିକ ହେବା ଉଚିତ୍ । ତାହା ହେଉଛି ତାଙ୍କର ସନ୍ତୁଷ୍ଟ । ତାହା ହେଉଛି ପୁରା ପରିସ୍ଥିତି । କୃଷ୍ଣ ସୃଷ୍ଟି କରିଛନ୍ତି... ଏକୋ ବହୁ ଶ୍ୟାମ । ଆମେ ବିଭିନ୍ନାଂଶ - ମମୈବାଂଶୋ ଜୀବଭୂତଃ (ଭ.ଗୀ. ୧୫.୭) - କୃଷ୍ଣଙ୍କର ଅଂଶବିଶେଷ, ଆମ ସମସ୍ତେ । ତେଣୁ ସମସ୍ତଙ୍କର କିଛି କର୍ତ୍ତବ୍ୟ ଅଛି । କୃଷ୍ଣ ଆମକୁ ସୃଷ୍ଟି କରିଛନ୍ତି, କିଛି କରିବା ଆଶା କରି କୃଷ୍ଣଙ୍କର ସନ୍ତୁଷ୍ଟ ପାଇଁ । ତାହା ହେଉଛି ଭକ୍ତି । ତେଣୁ, ଆମର ସୁଯୋଗ, ଏହି ମାନବ ଜୀବନର ରୂପରେ ପ୍ରାପ୍ତ ହୁଏ । ଅନ୍ୟ କୌଣସି ବୃତ୍ତି କିମ୍ବା ବ୍ୟବସାୟରେ ଆମର ମୂଲ୍ୟବାନ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । କୃଷ୍ଣଙ୍କର କିପରି ସେବା କରିବେ ତାହା କେବଳ ଅନୁସନ୍ଧାନ କରନ୍ତୁ ଏବଂ ପ୍ରସ୍ତୁତ ରୁହନ୍ତୁ । ଆନୁକୂଲ୍ୟେନ କୃଷ୍ଣାନୁ-ଶୀଳନଂ । ଆନୁକୁଳ । ତୁମର ସନ୍ତୁଷ୍ଟ ନୁହେଁ ବରଂ କୃଷ୍ଣଙ୍କର ସନ୍ତୁଷ୍ଟ । ଏହାକୁ ଆନୁକୁଳ କୁହାଯାଏ, ଅନୁକୂଳ । ଆନୁକୂଲ୍ୟେନ କୃଷ୍ଣାନୁ-ଶୀଳନଂ (ଚ.ଚ. ମଧ୍ୟ ୧୯.୧୬୭) । ଏବଂ ଅନୁ-ଶୀଳନଂ ଅର୍ଥ ହେଉଛି କାର୍ଯ୍ୟକଳାପ, ତାହା ନୁହେଁ ଯେ "ମୁଁ ସମାଧିରେ ଅଛି, ମୁଁ ଧ୍ୟାନରେ ଅଛି ।" ତାହା ମଧ୍ୟ ... କିଛି ନ କରିବା ଅପେକ୍ଷା ଭଲ, କିନ୍ତୁ ପ୍ରକୃତ ଭକ୍ତି ସେବା ହେଉଛି କାର୍ଯ୍ୟକଳାପ । ଜଣେ ସକ୍ରିୟ ହେବା ଆବଶ୍ୟକ, ଏବଂ ସର୍ବୋତ୍ତମ କାର୍ଯ୍ୟକଳାପ । ପରମପୁରୁଷ ଭଗବାନଙ୍କ ଗୌରବ ପ୍ରଚାର କରିବା । ତାହା ହେଉଛି ସର୍ବୋତ୍ତମ କାର୍ଯ୍ୟକଳାପ । ନ ଚ ତସ୍ମାନ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତ୍ତମଃ (ଭ.ଗୀ. ୧୮.୬୯)।